Excuse Me Odisha

ଯାହା କହିବୁ ସତ କହିବୁ

ଜାନୁଆରୀ ୬ ଶୁକ୍ରବାର ପୌଷ ପୂର୍ଣ୍ଣିମା । ଏହି ତିନୋଟି ସ୍ଥାନରେ ରଖି ଦିଅନ୍ତୁ ଲୁଣ ଏବଂ ଦେଖନ୍ତୁ ଚମତ୍କାର:-

ସେୟାର୍ କରନ୍ତୁ

ଚଳିତ ବର୍ଷ ୬ ତାରିଖ ଶୁକ୍ରବାରରେ ପଡୁଥିବା ପୌଷ ପୂର୍ଣ୍ଣିମାରେ ଅନେକ ଦୁର୍ଲଭ ଯୋଗ ହେଉଛି । ତେଣୁ ଏହିଦିନ ଲୁଣକୁ ନେଇ କିଛି ଖାସ ଉପାୟ କରି ପାରିଲେ ଜୀବନରେ ଆର୍ଥିକ ସମସ୍ୟା କେବେ ରହିବ ନାହିଁ ଏବଂ ମାତା ଲକ୍ଷ୍ମୀଙ୍କ ଆଗମନ ମଧ୍ୟ ହେବ । ରୋଷେଇରେ ବ୍ୟବହୃତ ହେଉଥିବା ଏବଂ ରୋଷେଇ ଘରର ସବୁଠାରୁ ମହତ୍ୱପୂର୍ଣ୍ଣ ଜିନିଷ ମାନା ଯାଉଥିବା ଲୁଣ ବାସ୍ତବରେ ଅନେକ ମହତ୍ତ୍ୱପୂର୍ଣ୍ଣ ଅଟେ ।

ଲୁଣରେ ନକରାତ୍ମକତାକୁ ଅବଶୋଷିତ କରିବାର ସାମ୍ୟର୍ଥ ରହିଥାଏ । ଏହାବ୍ୟତୀତ ଲୁଣକୁ ଉପଯୋଗ କରି ମନୁଷ୍ୟ ଗରିବରୁ ଧନୀ ମଧ୍ୟ ହୋଇପାରେ । ଲୁଣରେ ଥିବା ଅନ୍ତର୍ନିହିତ ଗୁଣ ମନୁଷ୍ୟର ଭାଗ୍ୟକୁ ମଧ୍ୟ ବଦଳାଇ ପାରେ । ଲୁଣର ଉପଯୋଗ କରି କିଛି ବିଶେଷ ଉପାୟ କଲେ ମନୁଷ୍ୟର ଭାଗ୍ୟ ନିଶ୍ଚୟ ବଦଳି ଯିବ । ମାତ୍ର ମନୁଷ୍ୟକୁ ଏଥିରେ ଭରସା କରିବାକୁ ପଡ଼ିବ ଏବଂ ମାତା ଲକ୍ଷ୍ମୀଙ୍କ ଉପରେ ମଧ୍ୟ ଭରସା ରଖିବାକୁ ପଡ଼ିବ । ତେବେ ଚାଲନ୍ତୁ ଜାଣିନେବା ସେହିସବୁ ଉପାୟ ବିଷୟରେ ।

ଏହି ଉପାୟ କରିବା ଦ୍ୱାରା ଆପଣଙ୍କର ଭାଗ୍ୟ ବଦଳିଯିବ ଏବଂ ଆପଣ ଏହାକୁ କୌଣସି ଦିନ ହିଁ କରି ପାରିବେ । ୧୦୦ ଗ୍ରାମ ମୁଗ ଡାଲି , ୧୦୦ ଗ୍ରାମ ଚାଉଳ , ୫୦ ଗ୍ରାମ ନାଲି ଲଙ୍କା , ଏକ ପ୍ୟାକେଟ ଖାଇବା ଲୁଣ , ୧୦୦ ଗ୍ରାମ ସୋରିଷ ତେଲ ଏବଂ ଗୋଟେ ପାଣି ବୋତଲ ଏସବୁକୁ ଏକ ଥାଳିରେ ନେଇ କୌଣସି ବୟସ୍କ ମହିଳା କିମ୍ବା ପୁରୁଷକୁ ଦାନରେ ଦେଇ ଦିଅନ୍ତୁ ଏବଂ ଚୁପଚାପ ଘରକୁ ଚାଲି ଆସନ୍ତୁ ।

ଏହାଦ୍ବାରା ଆପଣଙ୍କ ଭାଗ୍ୟ ଉଦୟ ହେବ । ଚାକିରୀରେ ଉନ୍ନତି ହେବ ଏବଂ ମାତା ଲକ୍ଷ୍ମୀଙ୍କ ଆଗମନ ମଧ୍ୟ ହେବ । ଏହି ଉପାୟ କରିବା ଦ୍ୱାରା ବୃହସ୍ପତି , ଶନିଦେବ ମଧ୍ୟ ପ୍ରସନ୍ନ ହେବେ । ଏହାଦ୍ବାରା ଯେତେବେଳେ ପୁରୁଣା ଗରିବୀ ହୋଇଥାଉ , ତାହା ଦୂର ହୋଇଯିବ । ଏହାଦ୍ବାରା ଆପଣଙ୍କୁ ସବୁ କାର୍ଯ୍ୟରେ ସଫଳତା ମିଳିବ । ମାତ୍ର ଏହି ଉପାୟ କରିବା ପୂର୍ବରୁ କାହାକୁ ଜଣାନ୍ତୁ ନାହିଁ କିମ୍ବା ଏହି ସାମଗ୍ରୀ ମଧ୍ୟରୁ କୌଣସିଟି ଯେମିତି ଅଭାବ ନହୁଏ ।

ଲୁଣକୁ ଯଦି ଆପଣ ଲୁହା ପାତ୍ରରେ ରଖନ୍ତି ତେବେ ଚନ୍ଦ୍ର ଏବଂ ଶନିଙ୍କ ମିଳନ ହୋଇଥାଏ । ଯାହା ଅତ୍ୟନ୍ତ ଘାତକ ପ୍ରମାଣିତ ହୋଇଥାଏ । ଲୁଣକୁ ପ୍ଲାଷ୍ଟିକ ପାତ୍ରରେ ମଧ୍ୟ ରଖିବା ଉଚିତ ନୁହେଁ । ଏହାକୁ କେବଳ କାଚ ପାତ୍ରରେ ହିଁ ରଖନ୍ତୁ । ଲୁଣ ତଳେ ପଡ଼ିବା ଆଦୋୖ ଭଲ ହୋଇ ନାଥଏ । ଲୁଣ ତଳେ ପଡ଼ିବା ଦ୍ୱାରା ଚନ୍ଦ୍ର ଏବଂ ଶୁକ୍ର ଦୁର୍ବଳ ହୋଇ ଯାଆନ୍ତି ଏବଂ ମାତା ଲକ୍ଷ୍ମୀ ମଧ୍ୟ କ୍ରୋଧିତ ହୁଅନ୍ତି ।

ତେଣୁ ଲୁଣକୁ କେବେ ତଳେ ପକାଇବା ଉଚିତ ନୁହେଁ । ନଚେତ ଏହାଦ୍ବାରା ଦୁର୍ଭାଗ୍ୟ ଆସିଥାଏ । ଲୁଣ କେବେ କାହା ଠାରୁ ଧାର ନିଅନ୍ତୁ ନାହିଁ । ନଚେତ ଚନ୍ଦ୍ର ଏବଂ ଶନିଦେବଙ୍କ କ୍ରୋଧର ସାମ୍ନା କରିବାକୁ ପଡ଼ିଥାଏ । ଏହାବ୍ୟତୀତ ସନ୍ଧ୍ୟା ସମୟରେ କାହାଠାରୁ ଲୁଣ ନେବା କିମ୍ବା କାହାକୁ ଦେବା ଆଦୋୖ ଉଚିତ ନୁହେଁ । ନଚେତ ଏହାଦ୍ବାରା ଆପଣଙ୍କ ଘରର ସୁଖ ସମୃଦ୍ଧି ଅନ୍ୟ ଘରକୁ ଚାଲିଯିବ । ଏହାସହିତ ଲୁଣ ନେଉଥିବା ବ୍ୟକ୍ତି ମଧ୍ୟ ବର୍ବାଦ ହୋଇଯାଏ ।

ସପ୍ତାହରେ ୨ରୁ ତିନିଥର ଲୁଣ ମିଶା ପାଣିରେ ପୋଛା ଲଗାନ୍ତୁ । ଏହାଦ୍ବାରା ଘରର ନକରାତ୍ମକତା ଦୂର ହୋଇଥାଏ ଏବଂ ସକାରାତ୍ମକ ବାତାବରଣ ସୃଷ୍ଟି ହୋଇଥାଏ । ମାତ୍ର ଦ୍ୱିପ୍ରହର ଏବଂ ଗୁରୁବାର ଦିନ ଲୁଣ ମିଶା ପାଣିରେ ପୋଛା ଲଗାନ୍ତୁ ନାହିଁ । କାରଣ ଏହାଦ୍ବାରା ମାତା ଲକ୍ଷ୍ମୀ ଘର ଛାଡ଼ି ଚାଲିଯାଆନ୍ତି । ଶାସ୍ତ୍ର ଅନୁଯାୟୀ ସକାଳ ସମୟରେ ସୂର୍ଯ୍ୟ ଉଦୟ ପୂର୍ବରୁ ହିଁ ଘରର କବାଟ ଖୋଲିଦେବା ଉଚିତ । ନଚେତ ମାତା ସୀତାଙ୍କୁ ଲକ୍ଷ୍ମୀ ଘରକୁ ପ୍ରବେଶ କରି ନପାରି ଫେରିଯିବେ ।

ସକାଳୁ ହିଁ ଘରକୁ ସଫା ସୁତୁରା କରିନେବା ଉଚିତ । ତନ୍ତ୍ର ମନ୍ତ୍ର ଯାଦୁ ଭଳି ସମସ୍ୟାକୁ ଦୂରେଇ ଦେବା ପାଇଁ କିଛି ସାଧାରଣ ଲୁଣ ନିଅନ୍ତୁ , ସାତ ସଂଖ୍ୟକ ନାଲି ଶୁଖିଲା ଲଙ୍କା ନିଅନ୍ତୁ , ଗୋଟିଏ ଟୁକୁଡ଼ା କୋଇଲା ଏବଂ ହଳଦୀ ନିଅନ୍ତୁ । ସେହି ସବୁକୁ ଏକ କାଗଜରେ ଗୁଡ଼ାଇ ନଜର ଲାଗିଥିବା ବ୍ୟକ୍ତି ଉପର ଦେଇ ସାତ ଥର ବୁଲାଇ ନିଅନ୍ତୁ ଏବଂ ଜଳନ୍ତା ନିଆଁରେ ପକାଇ ଦିଅନ୍ତୁ । ଏହି ଉପାୟ କରିବା ଦ୍ୱାରା ସବୁ ପ୍ରକାରର ନଜର ଦୋଷ ଏବଂ ନକରାତ୍ମକତା ମଧ୍ୟ ଦୂରେଇ ଯିବ

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *