Excuse Me Odisha

ଯାହା କହିବୁ ସତ କହିବୁ

୬ ଜାନୁଆରୀ ପୌଷ ପୂର୍ଣ୍ଣିମାରେ ଗାଈକୁ ଖାଇବାକୁ ଦିଅନ୍ତୁ ଏହି ଛୋଟ ଜିନିଷ, ବର୍ଷସାରା ଘରେ କେବେବି ଅନ୍ନର ଅଭାବ ରହିବ ନାହିଁ।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ପ୍ରତ୍ୟେକ ମାସର ପୂର୍ଣ୍ଣିମା ତିଥିକୁ ଧନଦାୟକ ଓ ଶୁଭ ମାନା ଯାଇଥାଏ। ପୂର୍ଣ୍ଣିମା ତିଥି ଦିନ ତାମସିକ ଭୋଜନ ଆଦିର ସେବନ କରିବା ଉଚିତ ନୁହେଁ। ପୂର୍ଣ୍ଣିମା ଦିନ ଅନ୍ୟମାନଙ୍କୁ ଅପଶବ୍ଦ କହିବା ଉଚିତ ନୁହେଁ। ଏହିଦିନ ଦୁଆରକୁ ଆସୁଥିବା ବ୍ୟକ୍ତି ବା ପଶୁପକ୍ଷୀ ମାନଙ୍କୁ ନିଜ ସକ୍ଷମତା ଅନୁସାରେ ଦାନ କରନ୍ତୁ। ଏହିଦିନ ଚାଉଳ ଦାନ କରିବା ଦ୍ୱାରା ଶୁଭ ହୋଇଥାଏ ଏବଂ ଚନ୍ଦ୍ର ଦୋଷ ଦୂର ହୋଇଥାଏ।

ହିନ୍ଦୁଧର୍ମ ଅନୁସାରେ ଗାଈର ନିଃସ୍ଵାର୍ଥ ରୂପରେ ସେବା କଲେ, ଘରକୁ ଦେବୀ ଲକ୍ଷ୍ମୀ ଆଗମନ କରିଥାନ୍ତି। ସନାତନ ଧର୍ମରେ ଗାଈକୁ ଦେବୀ ଲକ୍ଷ୍ମୀଙ୍କର ସ୍ୱରୂପ ବୋଲି ମାନା ଯାଇଛି। ଯେଉଁ ଘରେ ଗାଈକୁ ପାଳନ ପୋଷଣ କରାଯାଇଥାଏ, ସେଠାରେ ଦେବୀ ଲକ୍ଷ୍ମୀଙ୍କର କୃପା ଦୃଷ୍ଟି ପଡ଼ିଥାଏ। ଯେଉଁ ଘରେ ଗାଈର ସେବା ଠିକ୍ ଭାବରେ ହୋଇ ନଥାଏ, ସେଠାରେ ଆର୍ଥିକ ଅଭାବ ଦେଖା ଦେଇଥାଏ। ତେବେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ କି, କେଉଁ ତିନୋଟି ଜିନିଷ ଗାଈକୁ ଖାଇବାକୁ ଦେବା ଉଚିତ ନୁହେଁ।

ମାନ୍ୟତା ରହିଛି କି, ଗାଈ ମଧ୍ୟରେ ୩୩ କୋଟି ଦେବତା ଓ ଦେବୀ ମାନେ ବାସ କରିଥାନ୍ତି। ଗାଈର ସେବା କରିବା ଦ୍ୱାରା ଧନସମ୍ପତ୍ତି, ଐଶ୍ୱର୍ଯ୍ୟ, ପ୍ରାପ୍ତ ହୋଇଥାଏ। ଗାଈକୁ ରୁଟି ସହିତ ଅଳ୍ପ ଗୁଡ଼ ମିଶାଇ ଖାଇବାକୁ ଦେଲେ ସକାରାତ୍ମକ ଉର୍ଜା ପ୍ରାପ୍ତ ହୋଇଥାଏ। ଏହାସହିତ ଜୀବନରେ ସମସ୍ତ ଚିନ୍ତା ଦୂର ହୋଇଥାଏ। ଯଦି ଆପଣଙ୍କର କୌଣସି ଇଛା ପୂରଣ ହୋଇ ନାହିଁ, ତାହେଲେ ଗାଈର ମୁଣ୍ଡରେ ପ୍ରଣାମ କରି ନିଜ ଅଭିଳାଷା ବ୍ୟକ୍ତ କରନ୍ତୁ। ଏହାଦ୍ବାରା ଆପଣଙ୍କର ସମସ୍ତ ଅଭିଳାଷା ପୂରଣ ହୋଇଯିବ।

ତେବେ ଆସନ୍ତୁ ଜାଣିବା ଗାଈକୁ କଣ ଖାଇବାକୁ ଦେବା ଉଚିତ ନୁହେଁ। ଗାଈକୁ କେବେବି ବାଡ଼ି ରୁଟି ଖାଇବାକୁ ଦେବା ଉଚିତ ନୁହେଁ। ଗାଈକୁ ବାସି ରୁଟି ବା ଖରାପ ହୋଇ ଯାଇଥିବା ଖାଦ୍ୟ ଦେବାର ଅର୍ଥ ଗାଈର ଅପମାନ ମାନା ଯାଇଥାଏ। ତେଣୁ କେବେବି ଗାଈକୁ ପଚି ଯାଇଥିବା ଭୋଜନ ଦିଅନ୍ତୁ ନାହିଁ। ଗାଈ ଓ ବାଛୁରୀକୁ ଏକା ସହିତ ଦେଖିବା ଅତ୍ୟନ୍ତ ଶୁଭ ହୋଇଥାଏ।କହିବାକୁ ଗଲେ ଗାଈର କ୍ଷୀର, ମୂତ୍ର , ଗୋବର ଏହିସବୁ ମନୁଷ୍ୟର ଦୈନନ୍ଦିନ ଜୀବନରେ ବ୍ୟବହାର ହୋଇଥାଏ।

ଗାଈକୁ କୌଣସି କାରଣ ବଶତଃ ମିଳିଥିବା ଅଭିଶାପ ଯୋଗୁଁ ତାଙ୍କ ମଧ୍ୟରେ ଦେବୀ ଓ ଦେବତା ବାସ କଲେ ମଧ୍ୟ ଅଇଁଠା ସେବନ କରିବାକୁ ପଡ଼ିଥାଏ। ପ୍ରତ୍ୟେକ ଦିନ ଘରେ ପ୍ରସ୍ତୁତ କରୁଥିବା ରୁଟିରୁ ପ୍ରଥମ ରୁଟି ଗାଈକୁ ଖାଇବାକୁ ଦେବା ଉଚିତ। ଏଭଳି କରିବା ଦ୍ଵାରା ଆପଣଙ୍କୁ ପୁଣ୍ୟ ପ୍ରାପ୍ତି ହେବା ଆଜିର ଆପଣଙ୍କ ଘର ସୁଖସାନ୍ତିରେ ପରିପୂର୍ଣ ହୋଇଯିବ। ଯଦି ଆପଣ ନିଜ ଜୀବନକୁ ସହଜ ଓ ସରଳ କରିବା ପାଇଁ ଚାହୁଁଛନ୍ତି, ତାହେଲେ ଲୁଣକୁ ନେଇ ଏକ ଖାସ ଉପାୟ କରି କରନ୍ତୁ।

ତେବେ ଆପଣ ଘରେ ବନେଇ ଥିବା ରୁଟିରେ ଅଳ୍ପ ଧଳା ଲୁଣ ରଖନ୍ତୁ। ତାପରେ ଏହାକୁ ମୋଡ଼ି ଦେଇ କୌଣସି ଧଳା ଗାଈକୁ ଖାଇବାକୁ ଦେଇ ଦିଅନ୍ତୁ। ଗାଈକୁ ଖୁଆଇବା ସମୟରେ ଆପଣ ନିଜ ମନରେ କୌଣସି ଅହଙ୍କାର ବା ଗର୍ବ ଭାବନା ଆଣିବା ଉଚିତ ନୁହେଁ। ଏହି ଉପାୟ କରିବା ଦ୍ୱାରା ଆପଣଙ୍କ ଘରେ ସମସ୍ତ କଳହ ଦୂର ହୋଇ ସୁଖସମୃଦ୍ଧି ବୃଦ୍ଧି ହେବ। ଘରେ କେବେବି ଧନର ଅଭାବ ରହିବ ନାହିଁ। ତେଣୁ ସର୍ବଦା ଗାଈର ସେବା କରନ୍ତୁ ଏବଂ ସୁଖରେ ରୁହନ୍ତୁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *