Excuse Me Odisha

ଯାହା କହିବୁ ସତ କହିବୁ

ଭଗବାନ ଶ୍ରୀକୃଷ୍ଣ କହିଛନ୍ତି ସକାଳୁ ଉଠି କୁହନ୍ତୁ ଏହି ତିନୋଟି ଶବ୍ଦ, ଦୂର ହୋଇଯିବ ସମସ୍ତ ଦାରିଦ୍ର୍ୟତା।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। କଣ ଆପଣଙ୍କ ସହିତ ଏଭଳି କିଛି ଅଶୁଭ ଘଟଣା ଘଟୁଛି କି? ଆପଣଙ୍କର କୌଣସି କାର୍ଯ୍ୟ ସଫଳ ହେଉ ନାହିଁ କି? ଆପଣଙ୍କୁ ନିଜ ଘରେ ଅଣନିଶ୍ୱାସୀ ଅନୁଭବ ହେଉଛି କି? ଚାରିଆଡେ ଖାଲି ନକାରାତ୍ମକ ଭାବନା ଆପଣଙ୍କ ମନକୁ ଅସ୍ଥିର କରୁଛି ଏବଂ ଆପଣଙ୍କୁ କିଛି କାର୍ଯ୍ୟ କରିବାକୁ ଇଛା ହେଉ ନାହିଁ। କିନ୍ତୁ ବନ୍ଧୁଗଣ ଆପଣ ମାନେ ଏହିସବୁ ସମସ୍ୟାରୁ ମୁକ୍ତି ପାଇ ପାରିବେ। ଏଥିପାଇଁ ଆପଣଙ୍କୁ କୌଣସି ଯଜ୍ଞ ଆଦି କରିବାକୁ ପଡିବ ନାହିଁ।

ଏହିସବୁ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆପଣଙ୍କୁ କେବଳ ତିନୋଟି ଶବ୍ଦ କହିବାକୁ ପଡ଼ିବ। ଏହି ଶବ୍ଦ ସ୍ଵୟଂ ମହାଦେବ ଦେବୀ ପାର୍ବତୀଙ୍କୁ କହିଥିଲେ। ଯଦି ସକାଳୁ ଉଠି ଆପଣ ଏହି ତିନୋଟି ଶବ୍ଦ କହିବେ, ତାହେଲେ ଆପଣଙ୍କ ଜୀବନରେ ସକାରାତ୍ମକ ଆସିବ। ଥରେ ଦେବୀ ପାର୍ବତୀ ଭଗବାନ ଶିବଙ୍କୁ କହିଥିଲେ କି, ଯଦି କୌଣସି ମନୁଷ୍ୟ ପୂଜାପାଠ କରିବାରେ ସକ୍ଷମ ନହେଲେ ସେ କଣ କରି ଆପଣଙ୍କୁ ପ୍ରସନ୍ନ କରି ପାରିବେ।

ସେତେବେଳେ ଭଗବାନ ଶିବ ଗୋଟେ ମନ୍ତ୍ର କହି ଥିଲେ, ସେହି ମନ୍ତ୍ରକୁ ଜପ କଲେ ମନୁଷ୍ୟର ସବୁ ଇଛା ପୂରଣ ହେବ। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି, ଏହି ଶବ୍ଦ କହିଲେ ଆପଣଙ୍କ ଉପରେ ସର୍ବଦା ଭଗବାନ ଶିବ ଓ ଦେବୀ ପାର୍ବତୀଙ୍କ କୃପା ଦୃଷ୍ଟି ରହିବ। ପ୍ରତ୍ୟେକ ବ୍ୟକ୍ତି ଥାନା ବିଦ୍ୟାର୍ଥୀ ମାନେ ମଧ୍ୟ ଏହି ଶବ୍ଦକୁ ପ୍ରୟୋଗ କଲେ ନିଶ୍ଚିତ ଭାବରେ ସଫଳତା ଅର୍ଜନ କରିବେ। ମହିଳା ମାନେ ସକାଳୁ ଉଠି ଏହି ଶବ୍ଦ କହିଲେ ଚମତ୍କାର ଭାବରେ ସୌଭାଗ୍ୟ ପ୍ରାପ୍ତ କରିଥାନ୍ତି।

ଆଜି ଆମେ ଆପଣଙ୍କୁ ଯେଉଁ ଶବ୍ଦ ବିଷୟରେ କହିବାକୁ ଯାଉଛୁ, ସେହି ଶବ୍ଦକୁ ଉଚ୍ଚାରଣ କରିବା ପୂର୍ବରୁ ପ୍ରଥମେ ଆପଣ ସକାଳୁ ଉଠି ସ୍ନାନ କରି ନିଜ ନିତ୍ୟକର୍ମ ସାରନ୍ତୁ। ତାପରେ ଏହି ଶବ୍ଦ କହିବେ। ଏହି ଶବ୍ଦକୁ ଆପଣ ପ୍ରତ୍ୟେକଦିନ ଜପ କଲେ, ଆପଣ ଦୀର୍ଘାୟୁ ହୋଇଯିବେ। ଯଦି ବ୍ୟାପାର ଓ ବ୍ୟବସାୟରେ କ୍ଷତି ସହିବାକୁ ପଡୁଛି, ତାହେଲେ ବ୍ୟକ୍ତିଙ୍କୁ ସକାଳୁ ଏହି ଶବ୍ଦ ଜପ କରିବା ଉଚିତ।

ଏହି ଶବ୍ଦକୁ ଆପଣ ସଠିକ ଢଙ୍ଗରେ ଉଚ୍ଚାରଣ କରନ୍ତୁ। ସେହି ତିନୋଟି ଶବ୍ଦ ହେଉଛି ଓଁ ଜୁଂ ଶଃ । ଏହି ଛୋଟ ମନ୍ତ୍ର ଆପଣଙ୍କ ଭାଗ୍ୟକୁ ବୃଦ୍ଧି କରିବାରେ ସହାୟକ ହୋଇଥାଏ। ଏହି ମନ୍ତ୍ରକୁ ଆପଣ ବାହାରକୁ ବାହାରିବା ସମୟରେ ମଧ୍ୟ ଜପ କରି ପାରିବେ। ଯାହାଫଳରେ କୌଣସି ସଙ୍କଟ ଆପଣଙ୍କର ପାଖ ମାଡ଼ିବ ନାହିଁ। ଆଉ ଏକ ଉପାୟ ଆପଣଙ୍କ ଜୀବନ ସୁଖମୟ କରି ପାରିବ।

ତାହା ହେଉଛି ସକାଳୁ ଉଠି ଆପଣ ପ୍ରଥମେ ଭୂମିକୁ ପ୍ରଣାମ କରନ୍ତୁ। ତାପରେ ହାତ ଖୋଲି କରାଗ୍ରେ ବସତେ ଲକ୍ଷ୍ମୀ, କରମଧ୍ୟେ ସରସ୍ଵତୀ, କରମୂଳେ ତୁ ଗୋବିନ୍ଦ, ପ୍ରଭାତେ କର ଦର୍ଶନମ୍।। ଏହି ମନ୍ତ୍ରକୁ ଜପ କରନ୍ତୁ। ଏହି ମନ୍ତ୍ରକୁ ଜପ କରିବା ଦ୍ଵାରା ଆପଣଙ୍କର ପ୍ରତ୍ୟେକ ଦିନ ସକାରାତ୍ମକ ଓ ସୁଖରେ ଅତିବାହିତ ହେବ। ଏହାସହିତ ଆପଣଙ୍କର ଆର୍ଥିକ ସଙ୍କଟ ଦୂର ହୋଇଯିବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *