Excuse Me Odisha

ଯାହା କହିବୁ ସତ କହିବୁ

ପିତୃପକ୍ଷ ଚାଲୁଥିବା ସମୟରେ ଚାଉଳକୁ ନେଇ କରନ୍ତି ଖାସ ଉପାୟ।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ପିତୃପକ୍ଷ ଭାଦ୍ରବ ମାସ ଶୁକ୍ଳ ପକ୍ଷ ପୂର୍ଣ୍ଣିମା ତିଥି ସେପ୍ଟେମ୍ବର ୧୦ ତାରିଖ ଠାରୁ ଆରମ୍ଭ ହୋଇ ୨୫ ସେପ୍ଟେମ୍ବର ଆଶ୍ୱିନ ମାସ ଅମାବାସ୍ୟା ତିଥିରେ ସମାପ୍ତ ହେବ। ମାନା ଯାଇଥାଏ କି ପିତୃପକ୍ଷ ଦିନ ପୂର୍ବପୁରୁଷଙ୍କୁ ସନ୍ତୁଷ୍ଟ କରିବା ପାଇଁ ଶ୍ରାଦ୍ଧ, ତର୍ପଣ ଓ ପିଣ୍ଡଦାନ ଆଦି କରାଯାଇଥାଏ। ଯେଉଁ ଲୋକମାନେ ନିଜ ପୂର୍ବପୁରୁଷଙ୍କୁ ସନ୍ତୁଷ୍ଟ କରି ପାରି ନଥାନ୍ତି, ସେମାନଙ୍କୁ ପିତୃଦୋଷ ଲାଗିଥାଏ।

ପିତୃପକ୍ଷ ସମୟରେ ଶ୍ରଦ୍ଧା ପୂର୍ବକ ପିଣ୍ଡଦାନ କରାଯାଇଥାଏ। ଏହି ସମୟରେ ବିବାହ, ବ୍ରତଘର, ମାଙ୍ଗଳିକ କାର୍ଯ୍ୟ ଆଦି କରିବା ବର୍ଜିତ ଅଟେ। ଏହି ସମୟରେ ପିତୃପୁରୁଷ ପିଣ୍ଡ ଗ୍ରହଣ କରିବା ପାଇଁ କୌଣସି ନା କୌଣସି ରୂପରେ ନିଜ ସମ୍ପର୍କୀୟଙ୍କୁ ଭେଟ କରିବାକୁ ଆସିଥାନ୍ତି। କୁହାଯାଏ କି ପିତୃପକ୍ଷ ଚାଲୁଥିବା ସମୟରେ ପିତୃପୁରୁଷଙ୍କୁ ଶ୍ରାଦ୍ଧ ଦେବା ଦ୍ୱାରା ସେ ପ୍ରସନ୍ନ ହୋଇଥାନ୍ତି। ପିତୃପୁରଷମାନେ ସନ୍ତୁଷ୍ଟ ରହିଲେ, ଜୀବନ ସୁଖମୟ ହୋଇଥାଏ। ସବୁ କ୍ଷେତ୍ରରେ ସଫଳତା ପ୍ରାପ୍ତି ହୋଇଥାଏ। କେବେବି ଅଭାବ ଅନଟନ ଦେଖା ଦେଇ ନଥାଏ।

କିନ୍ତୁ ଯଦି ପିତୃପୁରୁଷଙ୍କୁ ଶ୍ରାଦ୍ଧ ଦିଆଯିବ ନାହିଁ, ତାହେଲେ ତାଙ୍କ ଆତ୍ମା କ୍ରୋଧିତ ହୋଇ ଯାଇଥାନ୍ତି। ଏହାସହିତ ବ୍ୟକ୍ତିକୁ ପିତୃଦୋଷ ଭୋଗ କରିବାକୁ ପଡ଼ିଥାଏ। ଯାହାଫଳରେ ଘରେ ଅଶାନ୍ତ ପରିବେଶ ସୃଷ୍ଟି ହୁଏ ଏବଂ ଆର୍ଥିକ ସମସ୍ୟା ମଧ୍ୟ ଦେଖା ଦେଇଥାଏ। ତେଣୁ ପିତୃପକ୍ଷରେ ଶ୍ରାଦ୍ଧ କର୍ମ ସର୍ବଦା କରିବା ଉଚିତ। ଆଜି ଆମେ ଆପଣଙ୍କୁ ଚାଉଳକୁ ନେଇ ଏକ ଖାସ ଉପାୟ ବିଷୟରେ କହିବାକୁ ଯାଉଛୁ।ଗୋଟେ ମୁଠା ଚାଉଳ ନେଇ ଏହି ଉପାୟ ଆପଣ କରି ପାରିବେ। ଯାହାଫଳରେ ଆପଣଙ୍କର ସୁଖସମୃଦ୍ଧି ବୃଦ୍ଧି ହେବ

ପିତୃପୁରୁଷଙ୍କୁ ଚାଉଳରେ ପିଣ୍ଡ ଦିଆଯାଇଥାଏ। ଯାହାକୁ ପୟାସନ୍ନ କୁହାଯାଏ। ଏହି ଉପାୟକୁ ଆପଣଙ୍କୁ ଦ୍ବିପ୍ରହର ସମୟରେ କରିବା ଆବଶ୍ୟକ। କାରଣ ଏହି ସମୟରେ ସୂର୍ଯ୍ୟର ପ୍ରଖର କିରଣ ଭୂମି ଉପରେ ପଡିଥାଏ। ପିଣ୍ଡଦାନ କରିବା ପୂର୍ବରୁ ଆପଣ ନିଜ ହାତରେ କୁସ ପିନ୍ଧନ୍ତୁ। ତେବେ ଚାଉଳରେ ଆପଣ ଖିରି କରି ମଧ୍ୟ ତର୍ପଣ କରି ପାରିବେ। ଏହାସହିତ ପୁରି ମଧ୍ୟ କରନ୍ତୁ। ତାପରେ ଭୋଗ ଅର୍ପଣ କରି ସାରି ଏହାକୁ ଅନ୍ୟମାନଙ୍କ ମଧ୍ୟରେ ବଣ୍ଟନ କରି ଦିଅନ୍ତୁ। ପିତୃପକ୍ଷ ଚାଲୁଥିବା ସମୟରେ ଆପଣ ବ୍ରାହ୍ମଣ ମାନଙ୍କୁ ଭୋଜନ କରାଇବା ଆବଶ୍ୟକ। ଏହାସହିତ ଗାଈ ଓ କାଉ କୁ ଚାଉଳ ଦାନା ଖାଇବାକୁ ଦେବା ଉଚିତ। ଏଭଳି କରିବା ଦ୍ଵାରା ଆପଣଙ୍କ ପିତୃପୁରୁଷ ଆପଣଙ୍କ ଉପରେ ପ୍ରସନ୍ନ ରହିବେ ଏବଂ ତାଙ୍କ ଆଶୀର୍ବାଦ ସର୍ବଦା ଆପଣଙ୍କ ଉପରେ ରହିବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *