Excuse Me Odisha

ଯାହା କହିବୁ ସତ କହିବୁ

ଶୁକ୍ରବାର ଦିନ ଲବଙ୍ଗ ଓ ଅଳେଇଚକୁ ନେଇ କରନ୍ତୁ ଏହି ଖାସ ଉପାୟ। ଆପଣଙ୍କ ଜୀବନର ସମସ୍ତ ଦୁଃଖକଷ୍ଟ ଦୂର ହେବା ସହିତ ଦାରିଦ୍ର୍ୟତା ପାଖ ମାଡ଼ିବ ନାହିଁ।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ଈଶ୍ବରଙ୍କ ସୃଷ୍ଟିରେ ପ୍ରାଣୀର କର୍ମ ଅନୁସାରେ ତାକୁ ଫଳ ପ୍ରାପ୍ତି ହୋଇଥାଏ। ଯେତେବେଳେ ଦୁର୍ଭାଗ୍ୟ ଆସିଥାଏ, ସେତେବେଳେ କେହି କିଛି ମଧ୍ୟ କରି ପାରିବେ ନାହିଁ। ତେବେ ଆପଣ ଏଭଳି କଣ କରିବେ, ଯାହାଦ୍ଵାରା ଆପଣଙ୍କ ଦୁର୍ଭାଗ୍ୟ ସୌଭାଗ୍ୟରେ ପରିବର୍ତ୍ତନ ହୋଇଯିବ। ଏହି ସମୟରେ ଆପଣଙ୍କୁ ଧର୍ଯ୍ୟ, ସାହସ ଏବଂ ଆତ୍ମବିଶ୍ବାସ ରଖିବା ଆବଶ୍ୟକ। ନକାରାତ୍ମକ ଚିନ୍ତାଧାରା ଆମକୁ ହରାଇ ଦେଇଥାଏ। ତେଣୁ ସର୍ବଦା ସକାରାତ୍ମକ ଚିନ୍ତା ଭାବନା କରିବା ଆବଶ୍ୟକ।

ସଙ୍କଟ ସମୟରେ ସର୍ବଦା ଧର୍ଯ୍ୟ ରଖିବା ଆବଶ୍ୟକ। କାରଣ ଆଜିର ଦିନ ଖରାପ ଚାଲି ଥିଲେ, କାଲି ତାହା ନିଶ୍ଚିତ ଭାବରେ ବଦଳି ଯିବ। ଅର୍ଥାତ କୁହାଯାଇଛି କି ପରିବର୍ତ୍ତନ ହେଉଛି ପ୍ରକୃତିର ନିୟମ ଅଟେ। ଯଦି ଆପଣ କିଛି ଖାସ ଉପାୟ କରିବେ, ତାହେଲେ ଜୀବନରେ ସବୁ ଦୁଃଖକଷ୍ଟକୁ ଦୂର କରି ପାରିବେ। ସନାତନ ଧର୍ମରେ ଲବଙ୍ଗ ଓ ଅଳେଇଚକୁ ଶୁଭ ମାନା ଯାଇଛି।

ଏହି ଲବଙ୍ଗ ଓ ଅଳେଇଚକୁ ପୂଜାପାଠ ବା ଅନୁଷ୍ଠାନ ଗୁଡିକରେ ବ୍ୟବହାର କରାଯାଇଥାଏ। ଏହା ସ୍ବାସ୍ଥ୍ୟ ପକ୍ଷେ ହିତକାରକ ଅଟେ ଏବଂ ଜ୍ୟୋତିଷ କାର୍ଯ୍ୟରେ ମଧ୍ୟ ଉତ୍ତମ ପ୍ରୟୋଗ ହୋଇଥାଏ। ଲବଙ୍ଗର ପ୍ରୟୋଗ ତନ୍ତ୍ରମନ୍ତ୍ର କାର୍ଯ୍ୟରେ ମଧ୍ୟ କରାଯାଇଥାଏ। ତେବେ ଏହି ଦୁଇଟିକୁ ନେଇ ଆପଣ ସରଳ ଉପାୟ କରି ପାରିବେ। ଶନିବାର ବା ରବିବାର ଦିନ ଆପଣ ଗୋଟେ ମାଟି ପାତ୍ର ନେଇ ସେଥିରେ ତିନୋଟି ଲବଙ୍ଗ, ତିନୋଟି କର୍ପୂର, ତିନୋଟି ଅଳେଇଚ ନେଇ ଜଳାଇ ଦିଅନ୍ତୁ।

ତାପରେ ଏହାକୁ ଘରର ପ୍ରତ୍ୟେକ କୋଣ ଅନୁକୋଣରେ ବୁଲାନ୍ତୁ। ନିଆଁ ଲିଭି ଗଲା ପରେ ଏହାର ପାଉଁଶକୁ ପାଣିରେ ମିଶାଇ ଘରର ମୁଖ୍ୟ ଦୁଆରରେ ଛିଟା ମାରି ଦିଅନ୍ତୁ। ଏହାଦ୍ବାରା ଘରକୁ ଆସୁଥିବା ନକାରାତ୍ମକ ଶକ୍ତି ଦୂର ହୋଇ ଯାଇଥାଏ।

ଶୁକ୍ର ଗ୍ରହକୁ ଧନ, ବୈଭବ, ସମ୍ମାନ, ସୌନ୍ଦର୍ଯ୍ୟ, କାମନାର କାରକ ଗ୍ରହ ମାନା ଯାଇଥାଏ। ଶୁକ୍ର ଗ୍ରହ ଶୁଭ ସ୍ଥିତିରେ ରହିଲେ, ଜୀବନରେ ସବୁ ସୁଖ ପ୍ରାପ୍ତି ହୋଇଥାଏ। ତେବେ କୁଣ୍ଡଳୀରେ ଶୁକ୍ର ଗ୍ରହକୁ ସୁଦୃଢ କରିବା ପାଇଁ ଆପଣ ଅଳେଇଚକୁ ନେଇ ସହଜ ଉପାୟ କରି ପାରିବେ। ଶୁକ୍ରବାର ଦିନ ଏହି ଉପାୟ କଲେ ଶୁଭ ଫଳ ପ୍ରାପ୍ତି ହୋଇଥାଏ। ଶୁକ୍ରବାର ଦିନ ଗାଧୋଇବା ପୂର୍ବରୁ ପାଣିରେ ଅଳ୍ପ ଅଳେଇଚର ଦାନା ପକାଇ ସ୍ନାନ କରନ୍ତୁ।

ଆଉ ଏକ ଉପାୟ ଆପଣ କରି ପାରିବେ। ସବୁଜ ଅଳେଇଚର ଦାନା ଏବଂ ଅଳ୍ପ ମିଶ୍ରି ନେଇ ଅଶ୍ୱତ୍ଥ ଗଛ ମୂଳରେ ରଖି ଦିଅନ୍ତୁ। ଦେଖିବେ ଆପଣଙ୍କର ଆର୍ଥିକ ଅବସ୍ଥା ସୁଦୃଢ ରହିବ। ଯଦି ପତିପତ୍ନୀଙ୍କ ମଧ୍ୟରେ ବାରମ୍ବାର ବିବାଦ ଲାଗି ରହୁଛି ଏବଂ ଦୂରତା ବଢ଼ି ଯାଉଛି, ତାହେଲେ କିଛି ଅଳେଇଚ ଆପଣ ଗୋଟେ ରୁମାଲରେ ବାନ୍ଧି ନିଜ ପର୍ସରେ ରଖି ଦିଅନ୍ତୁ। ତାପରଦିନ ଏହାକୁ ପେଶି କୌଣସି ଖାଦ୍ୟରେ ପକାଇ ଦିଅନ୍ତୁ।

ଦେଖିବେ ଏଭଳି କରିବା ଦ୍ୱାରା ପତିପତ୍ନୀଙ୍କ ମଧ୍ୟରେ ସବୁ ମତଭେଦ ଦୂର ହୋଇ ପ୍ରେମ ବୃଦ୍ଧି ହେବ। ଯଦି ଚାକିରି କ୍ଷେତ୍ରରେ ଆପଣଙ୍କୁ ଆଶାନୁରୂପ ସଫଳତା ମିଳୁନାହିଁ, ତାହେଲେ କିଛି ଅଳେଇଚ ନେଇ ଶୋଇବା ସମୟରେ ତକିଆ ତଳେ ରଖି ଦିଅନ୍ତୁ। ତାପରଦିନ ଏହି ଅଳେଇଚକୁ କୌଣସି ବାହାର ବ୍ୟକ୍ତିଙ୍କୁ ଖାଇବାକୁ ଦିଅନ୍ତୁ। ଦେଖିବେ ଆପଣଙ୍କର ସମସ୍ତ ସମସ୍ୟା ଦୂର ହୋଇଯିବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *