Excuse Me Odisha

ଯାହା କହିବୁ ସତ କହିବୁ

ପିତୃପକ୍ଷ ସମୟରେ ଏହି ଦିଗରେ ବସି ଭୋଜନ କଲେ ଦାରିଦ୍ର୍ୟତା ଦୂର ହୋଇଥାଏ।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ପିତୃପକ୍ଷ ଚାଲୁଥିବା ସମୟରେ କେଉଁ ଦିଗକୁ ମୁହଁ କରି ଭୋଜନ କରିବା ଉଚିତ,ଆସନ୍ତୁ ଜାଣିବା। ଏହାସହିତ ପିତୃପକ୍ଷରେ ସ୍ନାନ କରିବାର ନିୟମ ଗୁଡ଼ିକ ବିଷୟରେ ମଧ୍ୟ କୁହାଯାଇଛି। ପ୍ରତ୍ୟେକ ବର୍ଷ ପିତୃପକ୍ଷ ଭାଦ୍ରବ ମାସ ଶୁକ୍ଳ ପକ୍ଷ ପୂର୍ଣ୍ଣିମା ତିଥିରୁ ଆରମ୍ଭ ହୋଇଥାଏ। ପିତୃପୁରୁଷଙ୍କୁ ସନ୍ତୁଷ୍ଟ କରିବା ପାଇଁ ଦାନ ଓ ସତ୍ କର୍ମ ଆଦି କରିବା ଉଚିତ। ଆସନ୍ତି ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

ଯେଉଁ ଲୋକଙ୍କ ଉପରେ ପିତୃପୁରୁଷ ସନ୍ତୁଷ୍ଟ ରହିଥାନ୍ତି, ତାଙ୍କ ଭାଗ୍ୟ ବଦଳି ଯାଇଥାଏ। ଜୀବନର ସବୁ ଦୁଃଖକଷ୍ଟ ମଧ୍ୟ ଦୂର ହୋଇଥାଏ। ପିତୃପକ୍ଷ ସମୟରେ ତିଳ ଦାନ କଲେ ଶୁଭ ଫଳ ପ୍ରାପ୍ତି ହୋଇଥାଏ। ପିତୃପକ୍ଷ ସମୟରେ ପିତୃପୁରୁଷ ମାନେ ପିଣ୍ଡ ଓ ତର୍ପଣ ଗ୍ରହଣ କରିବା ପାଇଁ ପୃଥିବୀ ପୃଷ୍ଠକୁ ଆସିଥାନ୍ତି। ପିତୃପକ୍ଷ ସମୟରେ ମନୁଷ୍ୟକୁ କେବେବି ପିତୃପୁରୁଷଙ୍କୁ ଦୁଃଖିତ କରାଇବା ଉଚିତ ନୁହେଁ। ଏହାସହିତ ଏହି ସମୟରେ କେବେବି ବସ୍ତ୍ର ନପିନ୍ଧି ସ୍ନାନ କରିବା ଉଚିତ ନୁହେଁ। ସ୍ନାନ କରିବା ପରେ ନିଶ୍ଚିତଭାବେ ସୂର୍ଯ୍ୟଦେବଙ୍କୁ ତମ୍ବା ପାତ୍ରରେ ଜଳ ଅର୍ପଣ କରିବା ଉଚିତ। ଏହାଦ୍ବାରା ପିତୃପୁରୁଷ ସନ୍ତୁଷ୍ଟ ହୋଇଥାନ୍ତି।

ପିତୃପକ୍ଷ ଚାଲୁଥିବା ସମୟରେ ସ୍ନାନ କରି ସାରି ଦାନ କରିବା ଉଚିତ। ଏହିସମୟରେ ପିଆଜ ଓ ରସୁଣ ଆଦିର ସେବନ କରିବା ଉଚିତ ନୁହେଁ। ପିତୃପକ୍ଷ ସମୟରେ ବ୍ୟକ୍ତିକୁ ଦକ୍ଷିଣ ଦିଗରେ ଆଡ଼କୁ ମୁହଁ କରି ଭୋଜନ କରିବା ଉଚିତ। ଭୋଜନ କରିବା ପୂର୍ବରୁ ପିତୃପୁରୁଷଙ୍କୁ ଆବାହନ କରନ୍ତୁ। ଏଭଳି କରିବା ଦ୍ଵାରା ଆପଣଙ୍କ ଉପରେ ସେମାନଙ୍କର କୃପା ଦୃଷ୍ଟି ରହିବ। ପୂର୍ବପୁରୁଷ ପ୍ରସନ୍ନ ରହିଲେ, ଘରେ ସୁଖଶାନ୍ତି ବିଦ୍ୟମାନ ହେବ ଏବଂ ଆପଣଙ୍କୁ ସବୁ କ୍ଷେତ୍ରରେ ସଫଳତା ମିଳିବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *