Excuse Me Odisha

ଯାହା କହିବୁ ସତ କହିବୁ

ଆଜିର ରାଶିଫଳ : ୩୧ ଅଗଷ୍ଟ ୨୦୨୨,ମଙ୍ଗଳବାର : ଆଜି ଏହି ରାଶିର ଲୋକଙ୍କୁ ମିଳିପାରେ ଅଶୁଭ ସୂଚନା

ସେୟାର୍ କରନ୍ତୁ

ମେଷ ରାଶି :-ଅଯଥା ଚିନ୍ତା କରନ୍ତୁ ନାହିଁ। ପରିବାର ଲୋକଙ୍କର ଆବଶ୍ୟକତା ପୂରଣ କରିବା ପାଇଁ ଆପଣ ଯଥେଷ୍ଟ ଦାୟିତ୍ୱ ତୁଲାଇବେ। ବିବାହିତ ଲୋକଙ୍କର ଦାମ୍ପତ୍ୟ ଜୀବନ ସୁଖମୟ ରହିବ। ଆପଣ ଯେଉଁମାନଙ୍କୁ ଶତ୍ରୁ ଭାବୁଥିବେ, ସେମାନେ ଆପଣଙ୍କର ଶୁଭଚିନ୍ତକ ହୋଇ ପାରନ୍ତି। କଠିନ ପରିସ୍ଥିତି ସହିତ ଆପଣ ସାହସର ସହିତ ମୁକାବିଲା କରିବେ। ପ୍ରେମ ସମ୍ବନ୍ଧ ପାଇଁ ଏହି ସମୟ ଅନୁକୂଳ ନାହିଁ। ବିବାହିତ ଲୋକଙ୍କ ମଧ୍ୟ ସାମାନ୍ୟ ମତଭେଦ ହୋଇପାରେ।

ବୃଷ ରାଶି :-ଦିନଟି ଆପଣଙ୍କର ଅନୁକୂଳ ସାବ୍ୟସ୍ତ ହେବ। ପରିବାର ଲୋକଙ୍କ ସହିତ ଆପଣ କୌଣସି ସ୍ଥାନକୁ ଭ୍ରମଣରେ ଯାଇ ପାରନ୍ତି। ଜୀବନସାଥୀ ଆପଣଙ୍କ ସହିତ ନିଜର ସବୁ କଥା ସେୟାର କରିବେ। ଚାକିରି କରୁଥିବା ଲୋକଙ୍କୁ ପଦୋନ୍ନତୀ ମିଳିବାର ଯଥେଷ୍ଟ ସମ୍ଭାବନା ରହିଛି। ଛାତ୍ରଛାତ୍ରୀ ମାନେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବେ। ଆପଣ ଶାରୀରିକ ଓ ମାନସିକ ରୂପରେ ସୁସ୍ଥ ରହିବେ। ପ୍ରେମୀ ଯୁଗଳଙ୍କ ପାଇଁ ଏହି ସମୟ ଅତ୍ୟନ୍ତ ଅନୁକୂଳ ସାବ୍ୟସ୍ତ ହେବ। ଆପଣଙ୍କୁ ବୁଝି ବିଚାରି ନିଷ୍ପତ୍ତି ବେଭାର ଆବଶ୍ୟକତା ରହିଛି।

ମିଥୁନ ରାଶି:-ଆପଣ ଶାରୀରିକ ଓ ମାନସିକ ସ୍ତରରେ ସୁସ୍ଥ ରହିବେ। କୌଣସି ସ୍ଥାନରେ ଟଙ୍କା ନିବେଶ କରି ଆପଣ ଲାଭବାନ ହୋଇ ପାରନ୍ତି। ସନ୍ତାନଙ୍କ ତରଫରୁ ଆପଣଙ୍କୁ ସୁଖଦ ସମାଚାର ମିଳିପାରେ। ଆପଣ କୌଣସି ନୂତନ ବ୍ୟବସାୟ ଆରମ୍ଭ କରିବା ପାଇଁ ଚାହୁଁଥିଲେ, ଏହି ସମୟ ଆପଣଙ୍କ ପାଇଁ ଅନୁକୂଳ ରହିଛି। ପ୍ରେମ ମାମଲାରେ ଆପଣ ସଫଳ ରହିବେ। କୁହାଯାଏ କି ପ୍ରେମୀ ଯୁଗଳଙ୍କ ଉପରେ ସର୍ବଦା ଭଗବାନ ଶ୍ରୀକୃଷ୍ଣଙ୍କର ଆଶୀର୍ବାଦ ରହିଥାଏ।

କର୍କଟ ରାଶି :-ଆଜି ଆପଣଙ୍କୁ ଆଶାନୁରୂପ ସଫଳତା ପାଇବା ପାଇଁ କଠିନ ପରିଶ୍ରମ କରିବାକୁ ପଡ଼ିବ। ଆପଣଙ୍କୁ ନିଜ ସ୍ବାସ୍ଥ୍ୟ ଉପରେ ବିଶେଷ ରୂପରେ ଧ୍ୟାନ ଦେବାର ଆବଶ୍ୟକତା ରହିଛି। ଜୀବନସାଥୀଙ୍କ ସହିତ ଆପଣଙ୍କର ସମ୍ପର୍କ ସୁଦୃଢ଼ ରହିବ। ଆପଣଙ୍କର ଆବଶ୍ୟକତା ସମୟରେ ପୁରୁଣା ବନ୍ଧୁଙ୍କ ସହଯୋଗ ମିଳିବ।ପ୍ରେମ ମାମଲାରେ ଆପଣ ସଫଳ ହେବେ। ପ୍ରେମର ସମ୍ପର୍କ ସୁଦୃଢ଼ ରହିଛି କି ନାହିଁ, ଆପଣଙ୍କୁ ସେଥିପ୍ରତି ଧ୍ୟାନ ରଖିବା ଉଚିତ।

ସିଂହ ରାଶି :-ମାନସିକ ଚିନ୍ତା ଥାଇ ମଧ୍ୟ ଆପଣ ସୁସ୍ଥ ରହିବେ। କାର୍ଯ୍ୟକ୍ଷେତ୍ରରେ ବରିଷ୍ଠ ଅଧିକାରୀ ଆପଣଙ୍କ ଉପରେ ସନ୍ତୁଷ୍ଟ ରହିବେ। ଆପଣଙ୍କର ଅଟକି ରହିଥିବା ସବୁ କାର୍ଯ୍ୟ ସମ୍ପନ୍ନ ହେବ। ଆପଣଙ୍କ କାର୍ଯ୍ୟରେ ଆସୁଥିବା ସବୁ ବାଧାବିଘ୍ନ ଦୂର ହୋଇଯିବ। ବିବାହିତ ଲୋକଙ୍କର ଦାମ୍ପତ୍ୟ ଜୀବନ ସୁଖମୟ ରହିବ।ଆଜି ଆପଣ କିଛି ଶିଖି ପାରନ୍ତି। କୌଣସି ସ୍ଥାନରେ ଟଙ୍କା ନିବେଶ କରିବା ପୂର୍ବରୁ ଭଲଭାବରେ ବିଚାର କରନ୍ତୁ।ପ୍ରେମ ଜୀବନରେ ସବୁ କଠିନ ପରିସ୍ଥିତିକୁ ଆପଣ ସାହସର ସହିତ ମୁକାବିଲା କରିବେ।

କନ୍ୟା ରାଶି :-ଆଜିର ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିଛି। ଚାକିରି କ୍ଷେତ୍ରରେ କାର୍ଯ୍ୟରତ ଥିବା ଲୋକଙ୍କୁ ପଦୋନ୍ନତୀ ମିଳିବାର ସମ୍ଭାବନା ରହିଛି। ଜୀବନସାଥୀ ଆପଣଙ୍କୁ ସୁନ୍ଦର ଉପହାର ଦେଇ ପାରନ୍ତି।ଛାତ୍ରଛାତ୍ରୀ ମାନେ ବିଦେଶରେ ଯାଇ ପଢ଼ାପଢ଼ି କରି ପାରନ୍ତି। ବ୍ୟବସାୟକୁ ବୃଦ୍ଧି କରିବା ପାଇଁ ଆପଣ କଠିନ ପରିଶ୍ରମ କରିବେ। ପ୍ରେମ କରୁଥିବା ଲୋକଙ୍କର ଇଛା ପୂରଣ ହେବ। ପ୍ରେମୀ ଯୁଗଳଙ୍କ ମଧ୍ୟ ସାମାନ୍ୟ ମତଭେଦ ହୋଇପାରେ, ପୁଣି ସବୁକିଛି ଠିକ୍ ହୋଇଯିବ।

ତୁଳା ରାଶି :-ଆପଣଙ୍କର ବ୍ୟସ୍ତବହୁଳ ଜୀବନରେ ଆପଣ ନିଜ ସ୍ବାସ୍ଥ୍ୟ ପ୍ରତି ମଧ୍ୟ ଧ୍ୟାନ ରଖିବେ। ବୃଦ୍ଧ ଲୋକଙ୍କର ସେବା କରନ୍ତୁ, ଆପଣଙ୍କର ପୁଣ୍ୟ ହେବ। ଆପଣ ନିଜ ଜୀବନସାଥୀଙ୍କର ବିଶ୍ଵସ୍ତ ହେବେ। କାର୍ଯ୍ୟକ୍ଷେତ୍ରରେ ସହକର୍ମୀ ମାନଙ୍କ ଠାରୁ ସହଯୋଗ ପ୍ରାପ୍ତ ହେବ। ଆପଣଙ୍କର ସବୁ ଆଶା ଅଭିଳାଷା ପୂରଣ ହେବ। ଭାଗ୍ୟ ସର୍ବଦା ଆପଣଙ୍କ ସପକ୍ଷରେ ରହିବ। ପ୍ରେମୀ ଯୁଗଳଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇପାରେ। ଆପଣଙ୍କୁ ନିଜ ନଜରିଆ ବଦଳାଇବାର ଆବଶ୍ୟକତା ରହିଛି।

ବିଛା ରାଶି :-ଆଜି ଆପଣଙ୍କୁ ଧର୍ଯ୍ୟ ଧରି ସବୁ କାର୍ଯ୍ୟ ତୁଲାଇବା ଆବଶ୍ୟକ।ଆପଣଙ୍କର ଆର୍ଥିକ ସ୍ଥିତି ସୁଦୃଢ ରହିବ। ଜୀବନସାଥୀ ଆପଣଙ୍କୁ ସବୁ କ୍ଷେତ୍ରରେ ସହଯୋଗ କରିବେ। ସନ୍ତାନଙ୍କ ଖୁସି ପାଇଁ ଆପଣ ସବୁକିଛି କରିବାକୁ ପ୍ରସ୍ତୁତ ରହିବେ।ଛାତ୍ରଛାତ୍ରୀ ମାନଙ୍କୁ ପରୀକ୍ଷାରେ ଆଶାନୁରୂପ ସଫଳତା ମିଳିବ।ପ୍ରେମ ଜୀବନରେ ସକାରାତ୍ମକ ଉର୍ଜାର ସଞ୍ଚାର ହେବ। ବିବାହିତ ଲୋକଙ୍କର ଦାମ୍ପତ୍ୟ ଜୀବନରେ ଉତ୍ତମ ବୁଝାମଣା ରହିବ। କୌଣସି ବିଚଳିତ ମସ୍ତିଷ୍କ ଥିବା ଲୋକଙ୍କ ସହିତ ମିଳାମିଶା କରନ୍ତୁ ନାହିଁ।

ଧନୁ ରାଶି :-ଆପଣଙ୍କୁ ନିଜ ଖର୍ଚ୍ଚ ପ୍ରତି ନିୟନ୍ତ୍ରଣ ରଖିବା ଆବଶ୍ୟକ। ଆପଣ ନିଜ ପରିବାର ଲୋକଙ୍କର ଆବଶ୍ୟକତା ପୂରଣ କରିବା ପାଇଁ ସବୁକିଛି କରିବେ।ସମୟରେ ଉଚିତ ସଦୁପଯୋଗ କରନ୍ତୁ। କାର୍ଯ୍ୟକ୍ଷେତ୍ରରେ ବରିଷ୍ଠ ଅଧିକାରୀ ଆପଣଙ୍କୁ ସହଯୋଗ କରିବେ। ରାସ୍ତାରେ ଗାଡ଼ି ଚଳାଚଳ ସମୟରେ ସାବଧାନତା ଅବଲମ୍ବନ କରନ୍ତୁ। ପ୍ରେମୀ ଯୁଗଳଙ୍କ ଉପରେ ସର୍ବଦା ଭଗବାନ ଶ୍ରୀକୃଷ୍ଣଙ୍କର ଆଶୀର୍ବାଦ ରହିବ। ପରିବାର ଲୋକେ ଆପଣଙ୍କ ପ୍ରେମର ସମ୍ମାନ କରିବେ।

ମକର ରାଶି :-ଆଜି ଆପଣଙ୍କର ସମସ୍ତ ଅଭିଳାଷା ପୂରଣ ହେବ। କଠିନ ପରିସ୍ଥିତିକୁ ଆପଣ ସାହସର ସହିତ ମୁକାବିଲା କରିବେ। ଚାକିରି କ୍ଷେତ୍ରରେ ପଦୋନ୍ନତୀ ମିଳିବାର ଯଥେଷ୍ଟ ସମ୍ଭାବନା ରହିଛି। ବ୍ୟବସାୟରେ ଉନ୍ନତି କରିବେ। ପରିବାର ଲୋକଙ୍କ ସହିତ ଉଚିତ ସମୟ ଅତିବାହିତ କରିବେ। ପ୍ରେମ ଓ ବିବାହ ମାମଲାରେ ଆପଣଙ୍କୁ ଶାନ୍ତି ଓ ବିନମ୍ର ହୋଇ ସବୁ କାର୍ଯ୍ୟ ତୁଲାଇବା ଆବଶ୍ୟକ। ବିବାହିତ ଲୋକଙ୍କର ଦାମ୍ପତ୍ୟ ଜୀବନରେ ସାମାନ୍ୟ ମତଭେଦ ହୋଇପାରେ।

କୁମ୍ଭ ରାଶି :-ଆଜିର ଦିନଟି ଆପଣଙ୍କ ପାଇଁ ଅନୁକୂଳ ସାବ୍ୟସ୍ତ ହେବ। ଆପଣଙ୍କୁ କଠିନ ପରିଶ୍ରମର ଉଚିତ ଫଳ ମିଳିବା। କୌଣସି ସ୍ଥାନରେ ଟଙ୍କା ନିବେଶ କରିବା ପୂର୍ବରୁ ଭଲଭାବରେ ବିଚାର କରନ୍ତୁ। ପାରିବାରିକ ଜୀବନ ସୁଖମୟ ରହିବ। ଆପଣଙ୍କର ସବୁ ଦୁଃଖକଷ୍ଟ ଦୂର ହୋଇଯିବ। ପ୍ରେମ ଜୀବନରେ ଆପଣଙ୍କୁ ବଡ଼ ପରିବର୍ତ୍ତନ କରିବା ଆବଶ୍ୟକ, ଏହା ଆପଣଙ୍କ ପାଇଁ ଅନୁକୂଳ ସାବ୍ୟସ୍ତ ହେବ। ଏହି ସମୟ ପ୍ରେମୀ ଯୁଗଳଙ୍କ ପାଇଁ ଅନୁକୂଳ ଅଟେ।

ମୀନ ରାଶି :-ଆଜି ଆପଣଙ୍କ ଜୀବନଶୈଳୀରେ କିଛି ପରିବର୍ତ୍ତନ ଦେଖା ଦେଇପାରେ। ଏହି ପରିବର୍ତ୍ତନ ଆପଣ ସକାରାତ୍ମକ ଦୃଷ୍ଟିକୋଣ ହିସାବରେ ଗ୍ରହଣ କଲେ ଆପଣଙ୍କର ହିଁ ମଙ୍ଗଳ ହେବ। ଆପଣଙ୍କର ସଠିକ ନିଷ୍ପତ୍ତି ଆପଣଙ୍କ ଜୀବନକୁ ବଦଳାଇ ଦେଇପାରେ। ଛାତ୍ରଛାତ୍ରୀ ମାନଙ୍କ ପାଇଁ ଏହି ସମୟ ଅତ୍ୟନ୍ତ ଅନୁକୂଳ ରହିଛି। ଈଶ୍ୱରଙ୍କ ଆଶୀର୍ବାଦ ସର୍ବଦା ଆପଣଙ୍କ ଉପରେ ରହିବ। ଆପଣ ନିଜ ମନୋବଳକୁ ସୁଦୃଢ କରନ୍ତୁ ଘରେ ସୁଖଶାନ୍ତି ବିଦ୍ୟମାନ ହେବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *