Excuse Me Odisha

ଯାହା କହିବୁ ସତ କହିବୁ

ଭାଦ୍ରବ ମାସ ଶୁକ୍ଳପକ୍ଷରେ ଗଣେଶ ଚତୁର୍ଥୀ ଏକ ଚୁଟକି ସିନ୍ଦୁର କରିଦେବ ବର୍ଷ ପୁରୁଣା ଗରିବିର ଦୂର ଏବଂ ମିଳିବ କଷ୍ଟରୁ ମୁକ୍ତି।

ସେୟାର୍ କରନ୍ତୁ

ଏହି ବର୍ଷ ଗଣେଶ ପୂଜା ୩୧ ଅଗଷ୍ଟରେ ପାଳନ କରାଯିବ। ଏହି ଦିନ ବୁଦ୍ଧ ଏବଂ କେତୁଙ୍କ ଅଶୁଭ ପ୍ରଭାବରୁ ବଞ୍ଚିବା ପାଇଁ ଗଣେଶଙ୍କର ଆରୋଧନା କରାଯାଏ। ଭାଦ୍ରବ ମାସ ଶୁକ୍ଳପକ୍ଷ ଚତୁର୍ଥୀ ଦିନ ଗଣେଶ ଚତୁର୍ଥୀ ପାଳନ କରାଯାଏ। ମାନ୍ୟତା ଅନୁସାରେ ଭଗବାନ ଗଣେଶଙ୍କର ଜନ୍ମ ଏହି ଦିନ ହୋଇଥିଲା। ବୁଦ୍ଧି ବିଦ୍ୟାର ଦେବତା ଭଗବାନ ଗବେଶଙ୍କର ବିଧିବଦ୍ଧ ଭାବେ ପୂଜା କରିଲେ ସମସ୍ତ ମନସ୍କାମନା ପୂରଣ ହୋଇଥାଏ। ସମସ୍ତ କଷ୍ଟ ଦୂର ହୋଇଥାଏ। ତାଙ୍କୁ ସିନ୍ଦୁର ଚନ୍ଦନ ଦୁବ ଲଡୁ ମିଠା ଆଦି ଭୋଗ ଲଗାନ୍ତୁ। ଏହି ଦିନ ଭଗବାନ ଗଣେଶଙ୍କୁ ପ୍ରସନ୍ନ କରିବା ପାଇଁ ବିଭିନ୍ନ ପ୍ରକାରର ଉପାୟ କରାଯାଏ ଏହା ଦ୍ବାରା ବୁଦ୍ଧ ଏବଂ କେତୁ ଠିକ ହୋଇଯାଏ।

ସକାଳୁ ଜଲଦି ଉଠି ସ୍ନାନ କରନ୍ତୁ ହଳଦିଆ ଏବଂ ଲାଲ ରଙ୍ଗର ବସ୍ତ୍ର ପିନ୍ଧନ୍ତୁ ସର୍ବପ୍ରଥମେ ପୁରା ଘର ସଫା ପରିଷ୍କାର କରିଦିଅନ୍ତୁ ପୁରା ଘର ସାରା ଗଙ୍ଗା ଜଳର ଛିଞ୍ଚନ କରନ୍ତୁ ଲାଲ ରଙ୍ଗର ବସ୍ତ୍ର ପରିଧାନ କରନ୍ତୁ। ଏବଂ ଲାଲ ରଙ୍ଗର ଆସନ ଉପରେ ଭଗବାନ ଗଣେଶଙ୍କୁ ସ୍ଥାପନ କରନ୍ତୁ। ଏକ ଘିଅର ଦୀପ ଜଳାନ୍ତୁ ଭଗବାନ ଗଣେଶଙ୍କୁ ସିନ୍ଦୁରର ତିଳକ ନିଶ୍ଚୟ ଲଗାନ୍ତୁ। ସିନ୍ଦୁରର ଘରର ମୁଖ୍ୟ ଦ୍ୱାରରେ ଶୁଭ ମଙ୍ଗଳ ସ୍ବାସ୍ତିକ ନିଶ୍ଚୟ ଅଙ୍କନ କରନ୍ତୁ। ଘରର ସମସ୍ତ ସଦସ୍ୟଙ୍କ ମଥାରେ ତିଳକ କରନ୍ତୁ। ଏହାପରେ ଭଗବାନ ଗଣେଶଙ୍କୁ ଫୁଲ ଫଳ ମିଠା ଅର୍ପଣ କରନ୍ତୁ ଏବଂ ୨୧ ଟି ଦୁବ ନିଶ୍ଚୟ ଅର୍ପଣ କରନ୍ତୁ।

ସନ୍ଧ୍ୟା ସମୟରେ ଚନ୍ଦ୍ରଦେବଙ୍କୁ ଦେଖି ଅର୍ଘ୍ୟ ଦୁଅନ୍ତୁ ଏବଂ ସାମର୍ଥ୍ୟ ଅନୁସାରେ ଦାନ କରନ୍ତୁ। ମାନ୍ୟତା ଅନୁସାରେ ଏମିତି କରିଲେ ସନ୍ତାନଙ୍କ ପ୍ରତି ଥୁବା ସଙ୍କଟ ଦୂର ହୋଇଥାଏ।

ବୁଧବାର ଦିନ ଭଗବାନ ଗଣେଶଙ୍କର ଆରୋଧନାର ଦିନ ଅଟେ। ଜୀବନରେ ସୁଖ ସମୃଦ୍ଧି ନିମନ୍ତେ ଭଗବାନ ଗଣେଶଙ୍କର ସମସ୍ତେ ପୂଜା ଆରୋଧନା କରିଥାନ୍ତି। ଭଗବାନ ଗଣେଶ ପ୍ରଥମ ପୂଜନୀୟ ଅଟନ୍ତି। ଏଥିପାଇଁ ଶୁଭ କାର୍ଯ୍ୟର ଆରମ୍ଭରେ ବିବାହରେ ଭଗବାନ ଗଣେଶଙ୍କୁ ପ୍ରଥମେ ପୂଜା କରାଯାଏ। ବୁଧବାର ଦିନ ଛୋଟ ଛୋଟ ପ୍ରୟୋଗ କରାଯାଏ।

ବୁଧବାର ଦିନ ଗୁଡ଼ ଏବଂ ଧନିଆର ଭୋଗ ଭଗବାନ ଗଣେଶଙ୍କୁ ଅର୍ପଣ କରନ୍ତୁ ଏହା ଦ୍ବାରା ଧନ ଆସିଥାଏ। ଆପଣଙ୍କର ଅଟକି ରହିଥିବା କାର୍ଯ୍ୟ ତୁରନ୍ତ ବନିବାକୁ ଲାଗିଥାଏ। ଏହା ବହୁତ ଶୁଭ ଫଳ ପ୍ରଦାନ କରିଥାଏ। ଏହାପରେ ଏହାକୁ ପ୍ରସାଦ ରୂପରେ ଗ୍ରହଣ କରିପାରିବେ।

ଭଗବାନ ଗଣେଶଙ୍କୁ ଦୁବ ବହୁତ ପ୍ରିୟ ଅଟେ। ଏହାର ୩ ଟି ପତ୍ର ନିଅନ୍ତୁ ଗଣ୍ଠି ନେବେ ନାହିଁ କେବଳ ପତ୍ରକୁ ନେବେ ଯଦି ଦୁବର ମାଳା ବନେଇ ପାରିବେ ଲାଲ ରଙ୍ଗର ସୂତାରେ ଏବଂ ସିନ୍ଦୁର ଅର୍ପଣ କରିବେ ତ ଯଦି ପୁରୁଷ ତେବେ ସିନ୍ଦୁର ଅର୍ପଣ କରିବେ କିନ୍ତୁ ମହିଳାମାନେ ସିନ୍ଦୁର ଅର୍ପଣ କରିବେ ନାହିଁ। ଏମିତି କରିଲେ ସମସ୍ତ ସମସ୍ୟା ଦୂର ହୋଇଯିବ।

ଭଗବାନ ଗଣେଶଙ୍କୁ ୭ଟି ବୁଧବାର ଯଦି ଗୁଡ଼ର ଭୋଗ ଅର୍ପଣ କରିବେ ତ ଜୀବନରେ କୌଣସି ବି ଜିନିଷର ଅଭାବ ରହିବ ନାହିଁ।

ମା ଲକ୍ଷ୍ମୀଙ୍କର ସ୍ଥାୟୀ ବାସ ପାଇଁ ଭଗବାନ ଗଣେଶଙ୍କୁ ଅଳ୍ପ ଘିଅ ଏବଂ ଗୁଡ଼ର ଭୋଗ ଲଗାନ୍ତୁ। ଏମିତି କରିଲେ ମା ଲକ୍ଷ୍ମୀ ଆପଣଙ୍କ ଘରେ ହିଁ ରହିବେ। ଧନର ଉନ୍ନତି ହେବାକୁ ଲାଗିବ।

ଭଗବାନ ଗଣେଶଙ୍କୁ ଅରଖ ଫୁଲ ଅତ୍ୟନ୍ତ ପ୍ରିୟ ଅଟେ। ଏହି ଫୁଲ ତାଙ୍କୁ ଅର୍ପଣ କରିଲେ ଘରେ ମା ଲକ୍ଷ୍ମୀଙ୍କର ବାସ ହୋଇଥାଏ। ଏହି ଫୁଲ ୮ଟି ସଂଖ୍ୟାରେ ନେବେ।

ବୁଧବାର ଦିନ କିନ୍ନରଙ୍କୁ ଯଦି କିଛି ଟଙ୍କା ଦାନ କରିବେ ଏବଂ ତାଙ୍କ ପାଖରୁ ୧ ଟଙ୍କା ଆଶୀର୍ବାଦ ଭାବେ ନେଇ ନିଜର ଧନ ରଖୁଥିବା ସ୍ଥାନରେ ରଖିବେ ତ ଧନର ଅଭାବ କେବେବି ହେବ ନାହିଁ।

ବୁଧବାର ଦିନ ଘରୁ ବାହାରକୁ ଯିବା ସମୟରେ ଅଳ୍ପ ସବୁଜ ଗୁଜୁରାତି ଖାଇ ଯାଆନ୍ତୁ କାମରେ ସଫଳତା ମିଳିବାର ସମ୍ଭାବନା ବଢିଯାଇଥାଏ।

ଜୀବନରେ ଅଧିକ ସଙ୍କଟ ଆସୁଥିଲେ ଭଗବାନ ଗଣେଶଙ୍କୁ ପ୍ରସନ୍ନ କରିବା ପାଇଁ ଏହି ଦିନ ଛୋଟ ଉପାୟ କରିନିଅନ୍ତୁ। ଏକ ସବୁଜ ରଙ୍ଗର ଛୋଟ ରୁମାଲ ନିଅନ୍ତୁ ୫ ଚୁଟକି ସବୁଜ ମୁଗ ସେହି ରୁମାଲ ଉପରେ ରଖନ୍ତୁ ୭ ଟି କଉଡ଼ି କିମ୍ବା ୧ ଟି କଉଡ଼ି ମଧ୍ୟ ନେଇ ସେହି କପଡା ଉପରେ ରଖିଦିଅନ୍ତୁ। ଏହାକୁ ବାନ୍ଧି ନିଜ ଉପରେ ୩ ଥର ଓଲଟା ବୁଲାଇ କୌଣସି ବି ମନ୍ଦିରରେ ଯାଇ ରଖି ଆସନ୍ତୁ ଏବଂ ପଛକୁ ନବୁଲି ଘରକୁ ଫେରି ଆସନ୍ତୁ।

ଭଗବାନ ଗଣେଶଙ୍କୁ ସବୁଜ ଦୁବ ବହୁତ ପ୍ରିୟ ଅଟେ। ଯଦି ଦୁବ ୧୧ ଟି କିମ୍ବା ୨୧ ଟି ସଂଖ୍ୟାରେ ନେବେ ସେଥିରେ ଗଣ୍ଠି ରହିବ ନାହିଁ ସେମିତି ନିଅନ୍ତୁ। ଏହାକୁ ଭଲ ଭାବରେ ଧୋଇ ଏକା ସହିତ ଲାଲ ରଙ୍ଗର ସୂତାରେ ବାନ୍ଧି ଭଗବାନ ଗଣେଶଙ୍କୁ ପିନ୍ଧାଇ ଦିଅନ୍ତୁ। ଏମିତି କରିଲେ ଆପଣଙ୍କର ଯେକୌଣସି ମନସ୍କାମନା ପୂରଣ ହୋଇଯିବ।

ଜୀବନରେ ଅଧିକ ସମସ୍ୟା ଥିଲେ ଗୋଟେ ପାନ ପତ୍ର ନିଅନ୍ତୁ। ଏହାପରେ ପୂଜା ସ୍ଥାନରେ ବସିଯାଅନ୍ତୁ। ଏକ ମୁଠି ଚାଉଳ ସେଥିରେ ରଖିଦିଅନ୍ତୁ ଏବଂ ଏକ କଏନ ମଧ୍ୟ ସେଥିରେ ରଖିଦିଅନ୍ତୁ। କଏନ ରଖିବା ପରେ ଭଗବାନ ଗଣେଶଙ୍କୁ ପୂଜା କରନ୍ତୁ। ଏହା ପରେ ଚାଉଳକୁ ଆଣି ନିଜ ଚାଉଳ ଡ଼ବାରେ ରଖିଦିଅନ୍ତୁ କିମ୍ବା ସେହି ଚାଉଳକୁ କ୍ଷୀରି ବନେଇ ନିଜ ଘରେ ସମସ୍ତ ସଦସ୍ୟଙ୍କ ସହିତ ପ୍ରେମର ସହିତ ପ୍ରସାଦ ଭାବେ ଖାଇ ପାରିବେ। ମଦକକୁ ପୁରା ଘର ସାରା ପ୍ରସାଦ ରୂପେ ଖାଇ ପାରିବେ ଏବଂ କଏନକୁ ଲାଲ କପଡ଼ାରେ ବାନ୍ଧି ନିଜର ପର୍ସରେ କିମ୍ବା ଧନ ରଖୁଥିବା ସ୍ଥାନରେ ରଖିଦିଅନ୍ତୁ। ଏମିତି କରିଲେ ଧନର ଅଭାବ ହେବ ନାହିଁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *