Excuse Me Odisha

ଯାହା କହିବୁ ସତ କହିବୁ

ଶନି ଅମାବାସ୍ୟା ପୁରୁଣା ଝାଡୁରେ କରନ୍ତୁ ଏହି ଉପାୟ ଆପଣଙ୍କ ପିତୃ କରିବେ ଆପଣଙ୍କୁ ମାଲାମାଲ। ବର୍ଷ ପୁରୁଣା ଗରିବୀ ଶତ୍ରୁତା ହେବ ନାଶ।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଶନି ଅମାବାସ୍ୟା ପୁରୁଣା ଝାଡୁରେ କରନ୍ତୁ ଏହି ଉପାୟ ଆପଣଙ୍କ ପିତୃ କରିବେ ଆପଣଙ୍କୁ ମାଲାମାଲ। ବର୍ଷ ପୁରୁଣା ଗରିବୀ ଶତ୍ରୁତା ହେବ ନାଶ।

ଏହି ଶନିଶ୍ଚରୀ ଅମାବାସ୍ୟା ଦିନ ଦାନ ଧର୍ମ ପିତୃପୁରୁଷଙ୍କ ତର୍ପଣ ଏବଂ ପିଣ୍ଡ ଦାନ କରିଲେ ପିତୃପୁରୁଷଙ୍କୁ ଶାନ୍ତି ମିଳିଥାଏ। ଏହି ବର୍ଷ ଅମାବାସ୍ୟା ଭାଦ୍ରପଦ ଶନିବାର ଦିନ ପାଳନ କରାଯିବ। ଏହି କାରଣରୁ ଏହି ଦିନକୁ ଶନିଶ୍ଚରୀ ଅମାବାସ୍ୟା କୁହାଯାଏ। ଏହାକୁ କୁଶଗ୍ରହଣୀ ଅମାବାସ୍ୟା ମଧ୍ୟ କୁହାଯାଏ। ଏହି ଅମାବାସ୍ୟା ୨୭ ଅଗଷ୍ଟ ଶନିବାର ଦିନ ପଡୁଅଛି। ଏହି ଅମାବାସ୍ୟା ବହୁତ ଶୁଭ ସଂଯୋଗ ନେଇ ଆସୁଛି।

ଏହି ଦିନ ଶନିଦେବଙ୍କୁ ପ୍ରସନ୍ନ କରିବା ପାଇଁ ଶନିଦେବଙ୍କୁ ସୋରିଷ ତେଲ ଅର୍ପଣ କରିବେ। ଆଜି ଆମେ ଝାଡୁର ମହା ପ୍ରୟୋଗ ଜଣେଇବୁ। ଆସନ୍ତୁ ଜାଣିବା ଝାଡୁକୁ ନେଇ କିଛି ଉପାୟ ବିଷୟରେ।

ଏହି ଦିନ ଭଗବାନ ଶିବଙ୍କର ଆରୋଧନା ନିଶ୍ଚୟ କରନ୍ତୁ।

ସକାଳୁ ପ୍ରଥମେ ଉଠି ଅଳ୍ପ ଗଙ୍ଗାଜଳ ଘରର ମୁଖ୍ୟ ଦ୍ୱାରରେ ଛିଞ୍ଚନ କରିବେ। ଏହାପରେ ଝାଡୁ ଲଗେଇବେ। ଏମିତି କଲେ ଘର ଭିତରକୁ ନକରାତ୍ମକ ଶକ୍ତି ପ୍ରବେଶ କରିପାରି ନଥାଏ।

ଘରେ ପୋଛା ଲଗେଇବା ପାଣିରେ ଅଳ୍ପ ଫିଟିକିରି ମିଶାଇ ପୋଛା ଲଗାନ୍ତୁ। ଏହାପରେ ଏକ ଘଟି ଜଳରେ ଏକ ଚୁଟକି ହଳଦୀ ପକେଇ ଛିଞ୍ଚନ କରନ୍ତୁ। ସକରାତ୍ମକ ଉର୍ଜାର ସଞ୍ଚାର ହୋଇଥାଏ।

ପିତୃପୁରୁଷଙ୍କୁ ପ୍ରସନ୍ନ କରିବା ପାଇଁ ବି ବିଶେଷ ଉପାୟ କରାଯାଏ।

ପିତୃପୁରୁଷଙ୍କ ନିମିତ୍ତ ଯେଉଁ ବ୍ୟକ୍ତି ତର୍ପଣ କରିଥାଏ ଦାନ ପୁଣ୍ୟ କରିଥାଏ ତାଙ୍କ ଜୀବନରେ କେବେବି କୌଣସି ସମସ୍ୟା ଆସିନଥାଏ। ପିତୃପୁରୁଷଙ୍କୁ ଶାନ୍ତି କରିବା ପାଇଁ କୌଣସି ଶନିଦେବଙ୍କ ମନ୍ଦିର ହେଉ କିମ୍ବା ଅସ୍ତ ଗଛ ମୂଳକୁ ଯାଇ ଏହି ମନ୍ତ୍ରର ଜପ କରନ୍ତୁ ଓଁ ଶନି ଶନିଶ୍ଚରାୟ ନମଃର ଜପ କରନ୍ତୁ କିମ୍ବା ଓଁ ନମଃ ଭଗବତେ ବାସୁଦେବାୟ ମନ୍ତ୍ରର ଜପ କରନ୍ତୁ ଏମିତି କରିଲେ ଆପଣଙ୍କ ଉପରେ ଶନିଦେବଙ୍କର ଏବଂ ପିତୃପୁରୁଷଙ୍କର କୃପା ମିଳିଥାଏ।

ଅମାବାସ୍ୟା ଦିନ ୩ ଟି ନୂଆ ଝାଡୁ କିଣି କରି ଆଣନ୍ତୁ। ଝାଡୁ ଆଣିବା ପରେ କୌଣସି ବି ପାଖ ମନ୍ଦିରକୁ ଝାଡୁ ନେଇ ଯାଆନ୍ତୁ ସେହି ଝାଡୁରେ ଅଳ୍ପ କୁମକୁମ ଏବଂ ଧଳା ସୂତା ବାନ୍ଧିଦେବେ ଏବଂ ସେହି ମନ୍ଦିରରେ ଝାଡୁ ଦ୍ୱାରା ପ୍ରଥମେ ସଫା କରନ୍ତୁ ଏବଂ ସେହି ଝାଡୁକୁ ସେହିଠାରେ ରଖି ଭଗବାନଙ୍କୁ ପ୍ରଣାମ କରି ଚାଲି ଆସନ୍ତୁ। ଏହି ଉପାୟକୁ ସକାଳ ସମୟରେ କରିବେ। ଯେମିତି କୌଣସି ବି ଲୋକ ଆପଣଙ୍କୁ ଦେଖିବେ ନାହିଁ।ଚୁପଚାପ କରିବେ।

ସ୍ନାନ ପରେ କୌଣସି ବି ହନୁମାନ ମନ୍ଦିରକୁ ଯାଇ ସିନ୍ଦୁର ଏବଂ ଚମେଲି ତେଲ ମିଶାଇ ତାଙ୍କୁ ଚଲା ଅର୍ପଣ କରନ୍ତୁ। ଯେଉଁ ମାନେ ପୁରୁଷ ସେମାନେ ଏହି ପ୍ରୟୋଗ କରିବେ ଏବଂ ଯେଉଁ ମାନେ ମହିଳା ସେମାନେ ଲାଲ ଫୁଲ ଅର୍ପଣ କରିବେ କିନ୍ତୁ ଭଗବାନ ହନୁମାନଙ୍କୁ ଛୁଇଁବେ ନାହିଁ। ଶନିଦୋଷରୁ ମୁକ୍ତି ମିଳିଯିବ। ଜୀବନରେ ଥିବା କଷ୍ଟ ବି ଦୂର ହୋଇଯିବ।

ସୁଖ ସମୃଦ୍ଧି ପ୍ରାପ୍ତ କରିବା ପାଇଁ ଏହି ଦିନ ଏହି ଛୋଟ ଉପାୟ କରନ୍ତୁ ଏକ ଲାଲ ରଙ୍ଗର କପଡ଼ା ନେବେ ଏକ କଦଳୀ ପତ୍ର ନେବେ କଦଳୀ ପତ୍ର ଉପରେ ଲାଲ କପଡା ରଖି ସେଥିରେ ଏକ ମୁଠି ମସୁର ଡାଲି ରଖନ୍ତୁ ଏବଂ ଏକ ଝାଡୁ ନେଇ କୌଣସି ବି ଦେବୀ ମା ଅର୍ଥାତ ମା ଦୁର୍ଗାଙ୍କ ମନ୍ଦିର ମା କାଳୀଙ୍କ ମନ୍ଦିର କିମ୍ବା ପାଖରେ କୌଣସି ବି ଦେବୀଙ୍କର ମନ୍ଦିରକୁ ଯାଆନ୍ତୁ ଏବଂ ସେଠାରେ ଯାଇ ଏହିସବୁ ଜିନିଷକୁ ରଖି ଆସନ୍ତୁ। ଆପଣଙ୍କ ଜୀବନରେ ସମସ୍ତ ଗ୍ରହ ଦୋଷ ସମାପ୍ତ ହୋଇଯିବ। ଧନ ସମ୍ପତ୍ତି ବୃଦ୍ଧି ହେବ।

ସମସ୍ୟା ଅଧିକ ଥିଲେ କୌଣସି କାମରେ ସଫଳତା ମିଳୁନଥିଲେ ଆପଣ ସନ୍ଧ୍ୟା ସମୟରେ ଭଗବାନ ଶିବଙ୍କ ମନ୍ଦିରକୁ ୧୧ ଟି ଧଳା ଫୁଲ ୧୧ ଟି ବେଲ ପତ୍ର ଏବଂ ୧ ଟି ନୂଆ ଝାଡୁ ନେଇ ଯାଆନ୍ତୁ ଏବଂ ଏହାକୁ ଭଗବାନ ଶିବଙ୍କ ମନ୍ଦିରରେ ରଖି ଆସନ୍ତୁ। ଏହା ଦ୍ୱାରା ପରିବାରରେ ଥିବା ସମସ୍ତ ବାଧା ଦୂର ହୋଇଯିବ। ସମସ୍ତ ସମସ୍ୟାରୁ ମୁକ୍ତି ମିଳିଯିବ। ଖୁସି ଆସିବାକୁ ଲାଗିବ।

ଝାଡୁକୁ କେବେବି ନିଜର ରୋଷେଇ ଘରେ ରଖିବେ ନାହିଁ। ଏହା ଦ୍ବାରା ଘରର ଲୋକେ ସର୍ବଦା ରୋଗରେ ପୀଡ଼ିତ ରହିବେ। ଆର୍ଥିକ ସମସ୍ୟା ଅଧିକ ଆସିବ। ଘରେ ଅଧିକ ଖର୍ଚ୍ଚ ହେବ। ଉନ୍ନତି ହେବ ନାହିଁ। ସେଥିପାଇଁ ଭୁଲରେ ବି ଝାଡୁକୁ ରୋଷେଇ ଘରେ ରଖିବେ ନାହିଁ। ଝାଡ଼ୁକୁ ବେଡ଼ରୁମରେ ବି ମଧ୍ୟ ରଖିବେ ନାହିଁ।

ଏହି ଅମାବାସ୍ୟା ଦିନ କୌଣସି ବି ହନୁମାନ ମନ୍ଦିରକୁ ଯାଇ ପୁରା ମନ୍ଦିର ସାରା ସଫା କରନ୍ତୁ ଏହାପରେ ସୋରିଷ ତେଲର ଦୀପ ଜଳେଇ ଦିଅନ୍ତୁ ଏବଂ ସେହିଠାରେ ବସି ଆପଣ ୭ ଥର ହନୁମାନ ଚାଳିସା ପାଠ କରନ୍ତୁ। ଏମିତି କରିଲେ ପିତୃପୁରୁଷ ପ୍ରସନ୍ନ ହୋଇଥାନ୍ତି। ଜୀବନରେ ଭୌତିକ ସୁଖ ସୁବିଧା ବଢି ଯାଇଥାଏ। ଘର ପରିବାରରେ ଖୁସି ଆସିଥାଏ। ମା ଲକ୍ଷ୍ମୀଙ୍କ କୃପା ପ୍ରାପ୍ତ ହୋଇଥାଏ।

ଏହି ଦିନ ପିମ୍ପୁଡି ମାନଙ୍କୁ ଚିନି କିମ୍ବା ଅଟା ଗୋଳା ଖାଇବାକୁ ଦିଅନ୍ତୁ। ଏହା ଦ୍ୱାରା ଧନର ଆଗମନ ହୋଇଥାଏ।

ଏହି ଦିନ ଗରିବ ଲୋକଙ୍କୁ ବି ଖାଇବାକୁ ଦେବେ। ଏହା ଦ୍ବାରା ଜୀବନରେ ଅନ୍ନ ଧନର ଅଭାବ ବସ୍ତ୍ରର ଅଭାବ ହୋଇନଥାଏ।

ରହିବା ପାଇଁ ଘର ନଥିଲେ କୌଣସି ବି ଲକ୍ଷ୍ମୀନାରାୟଣଙ୍କର ମନ୍ଦିରରେ ସତରଙ୍ଗୀ ଟାଙ୍ଗି ଦିଅନ୍ତୁ ଏବଂ ୧ ଝାଡୁ ସେଠାରେ ରଖି ଆସନ୍ତୁ। ଏହା ଦ୍ବାରା ଧନର ସମସ୍ୟା ଦୂର ହୋଇଥାଏ। ଚାକିରୀ ବ୍ୟବସାୟର ସମସ୍ୟା ମଧ୍ୟ ଦୂର ହୋଇଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *