Excuse Me Odisha

ଯାହା କହିବୁ ସତ କହିବୁ

ଝିଅମାନଙ୍କର ପ୍ରଥମ ପସନ୍ଦ ହୋଇଥାନ୍ତି ଏହି ୫ଟି ଅକ୍ଷର ବିଶିଷ୍ଟ ପୁଅମାନେ। ଜାଣନ୍ତୁ କଣ ସେହି ନାମ।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ଆଜି ଆମେ ଆପଣଙ୍କୁ ଏପରି ପାଞ୍ଚ ଅକ୍ଷର ବିଶିଷ୍ଟ ପୁଅ ମାନଙ୍କର ନାମ କହିବାକୁ ଯାଉଛୁ, ଯେଉଁମାନେ ଝିଅମାନଙ୍କର ପ୍ରଥମ ପସନ୍ଦ ହୋଇ ଥାଆନ୍ତି। ଗୋଟିଏ ଝିଅ ନିଜ ଜୀବନରେ ବିବାହ ଓ ତାର ଜୀବନସାଥୀଙ୍କୁ ନେଇ ଅନେକ ସ୍ବପ୍ନ ଦେଖିଥାଏ। ଯିଏ ତାର ସମସ୍ତ ଇଛା ପୂରଣ କରୁଥିବ ଏବଂ ତାକୁ ବହୁତ ଭଲ ପାଇବା ସହିତ ସମ୍ମାନ ମଧ୍ୟ କରୁଥିବ। ଏହାସହିତ ଜୀବନର ପ୍ରତ୍ୟେକ ମୁହୂର୍ତ୍ତରେ ତା ସାଥିରେ ରହିଥିବ। ଏଭଳି ସ୍ଵଭାବ ରହିଥିବା ପୁଅଙ୍କୁ ଦୁନିଆର ପ୍ରତ୍ୟେକ ଝିଅ ମାନେ କାମନା କରିଥାନ୍ତି। କହିବାକୁ ଗଲେ ଯେପରି ଗ୍ରହ, ନକ୍ଷତ୍ର ଓ ରାଶିକୁ ଆଧାର କରି ବ୍ୟକ୍ତିର ବ୍ୟକ୍ତିତ୍ଵ ଓ ଭବିଷ୍ୟତ ବିଷୟରେ ଜାଣି ହୋଇଥାଏ।ସେହିପରି ବ୍ୟକ୍ତିର ନାମର ପ୍ରଥମ ଅକ୍ଷରରୁ ମଧ୍ୟ ବ୍ୟକ୍ତିର ଚରିତ୍ର, ସ୍ଵଭାବ, ଭବିଷ୍ୟତ ବିଷୟରେ ଜାଣି ହୋଇଥାଏ। ତେବେ ଆସନ୍ତୁ ଜାଣିବା କେଉଁ ପୁଅମାନଙ୍କୁ ଝିଅମାନେ କାମନା କରିଥାନ୍ତି।

୧/ A ନାମ ଥିବା ପୁଅମାନେ :-

ଯେଉଁ ପୁଅମାନଙ୍କର ନାମର ପ୍ରଥମ ଅକ୍ଷର A ଅକ୍ଷରରୁ ଆରମ୍ଭ ହୋଇଥାଏ, ସେମାନେ ବହୁତ ଭାବୁକ ହୋଇ ଥାଆନ୍ତି ଏବଂ ନିଜ ଜୀବନସାଥୀଙ୍କୁ ବହୁତ ଭଲ ପାଇଥାନ୍ତି। ଏମାନେ ନିଜ ସାଥୀଙ୍କୁ ଖୁସିରେ ରଖିବା ପାଇଁ ସବୁକିଛି କରିବା ପାଇଁ ପ୍ରସ୍ତୁତ ରହିଥାନ୍ତି। ଏମାନେ ନିଜ ଜୀବନସାଥୀଙ୍କର ଯତ୍ନ ନେବା ସହିତ ତାଙ୍କର ସମସ୍ତ ଅସୁବିଧା ସମୟରେ ଛିଡ଼ା ହୋଇଥାନ୍ତି। ଏହି ସବୁ ଗୁଣ ଦେଖି ଝିଅମାନେ ଏହି ନାମର ପୁଅ ମାନଙ୍କ ପ୍ରତି ଅଧିକ ଆକର୍ଷିତ ହୋଇ ଥାଆନ୍ତି।

୨/ H ନାମ ଥିବା ପୁଅମାନେ :-

ଯେଉଁ ପୁଅମାନଙ୍କର ନାମର ପ୍ରଥମ ଅକ୍ଷର H ଅକ୍ଷରରୁ ଆରମ୍ଭ ହୋଇଥାଏ, ସେମାନେ ବହୁତ ଶାନ୍ତ ସ୍ୱଭାବର ହୋଇ ଥାଆନ୍ତି। ଏମାନେ ନିଜ ଜୀବନସାଥୀଙ୍କୁ ସର୍ବଦା ସମ୍ମାନ ଏବଂ ବହୁତ ଭଲ ପାଇବା ଦେଇ ଥାଆନ୍ତି। ଏମାନେ ନିଜ ଜୀବନସାଥୀଙ୍କର ସମସ୍ତ ଇଛା ପୂରଣ କରିଥାନ୍ତି। ଏହାସହିତ ଏହି ନାମର ପୁଅମାନେ ସର୍ବଦା ତାଙ୍କ ପାର୍ଟନରଙ୍କୁ ରାଣୀ କରି ରଖିଥାନ୍ତି। ସେଥିପାଇଁ ଝିଅ ମାନଙ୍କୁ ଏହି ନାମର ପୁଅ ମାନେ ବହୁତ ପସନ୍ଦ ଆସିଥାନ୍ତି।

୩/ K ନାମ ଥିବା ପୁଅମାନେ :-

ଯେଉଁ ପୁଅମାନଙ୍କର ନାମର ପ୍ରଥମ ଅକ୍ଷର K ରୁ ଆରମ୍ଭ ହୋଇଥାଏ, ସେମାନେ ସ୍ୱଭାବରେ ଶାନ୍ତ ଓ କୋମଳ ହୃଦୟର ହୋଇଥାନ୍ତି। ଏମାନେ ନିଜ ଜୀବନର ପ୍ରତ୍ୟେକ ସମସ୍ୟାକୁ ଶାନ୍ତିର ସହିତ ସମାଧାନ କରିଥାନ୍ତି।ଏମାନେ ନିଜ ପାର୍ଟନରଙ୍କ କ୍ୟାରିୟର ଓ ଇଚ୍ଛାକୁ ଅଧିକ ଗୁରୁତ୍ବ ଦେଇଥାନ୍ତି।ଏହାସହିତ ଏମାନେ ନିଜ ଜୀବନସାଥୀଙ୍କୁ ବହୁତ ପ୍ରେମ କରିଥାନ୍ତି। ଏମାନେ ପ୍ରତ୍ୟେକ ନାରୀ ମାନଙ୍କୁ ସମ୍ମାନ ଦେଇଥାନ୍ତି। ଏହି ଗୁଣ ଯୋଗୁଁ ଝିଅ ମାନେ ଏହି ନାମର ପୁଅମାନଙ୍କୁ ପସନ୍ଦ କରିଥାନ୍ତି।

୪/ N ନାମ ଥିବା ପୁଅମାନେ :-

ଯେଉଁ ପୁଅମାନଙ୍କର ନାମର ପ୍ରଥମ ଅକ୍ଷର N ଅକ୍ଷରରୁ ଆରମ୍ଭ ହୋଇଥାଏ, ସେମାନେ ଖୋଲା ହୃଦୟର ଓ ମଜାଳିଆ ସ୍ୱଭାବର ହୋଇଥାନ୍ତି। ଏହି ନାମ ର ପୁଅ ମାନଙ୍କ ହୃଦୟ ବହୁତ ସଫା ଥାଏ।ଏହାସହିତ ଏମାନେ ଦେଖିବାକୁ ବହୁତ ଆକର୍ଷଣୀୟ ହୋଇଥାନ୍ତି। ତେଣୁ ଝିଅମାନେ ଏମାନଙ୍କୁ ବହୁତ ପସନ୍ଦ କରିଥାନ୍ତି। ଏମାନେ ନିଜର ଜୀବନସାଥୀଙ୍କୁ କେବେବି ଦୁଃଖରେ ଦେଖି ପାରନ୍ତି ନାହିଁ। ତେଣୁ ସେ ତାଙ୍କର ସମସ୍ତ ଅସୁବିଧାର ସମାଧାନ କରି ଦିଅନ୍ତି। ଏମାନେ ନିଜ ଜୀବନସାଥୀଙ୍କର ବହୁତ ଭଲ ଭାବରେ ଯତ୍ନ ମଧ୍ୟ ନେଇ ଥାଆନ୍ତି।

୫/ S ନାମ ଥିବା ପୁଅମାନେ :-

ଯେଉଁ ପୁଅମାନଙ୍କର ନାମର ପ୍ରଥମ ଅକ୍ଷର S ଅକ୍ଷରରୁ ଆରମ୍ଭ ହୋଇଥାଏ, ସେମାନେ ବହୁତ ବୁଦ୍ଧିମାନ ହୋଇ ଥାଆନ୍ତି ଏବଂ ସମସ୍ତ କାର୍ଯ୍ୟ ନିଜର ବୁଦ୍ଧି କୌଶଳ ପ୍ରୟୋଗ କରିଥାନ୍ତି। ଏମାନେ ନିଜ ଜୀବନର ସବୁ ସମସ୍ୟାର ଖୁବ୍ ଶୀଘ୍ର ସମାଧାନ କରି ଦେଇଥାନ୍ତି। ଏମାନେ ନିଜ ଜୀବନସାଥୀଙ୍କୁ ଖୁସିରେ ରଖିବା ପାଇଁ ସବୁକିଛି କରିବାକୁ ପ୍ରସ୍ତୁତ ରହିଥାନ୍ତି। ତାଙ୍କର ସମସ୍ତ ଇଚ୍ଛାକୁ ପୂରଣ କରିବା ପାଇଁ ପ୍ରୟାସ କରିଥାନ୍ତି। ଏମାନେ ସର୍ବଦା ସମସ୍ତଙ୍କ ସହିତ ମିଳିମିଶି ରହିବା ପାଇଁ ପସନ୍ଦ କରିଥାନ୍ତି। ଏଭଳି ଗୁଣ ଥିବା ପୁଅମାନଙ୍କୁ ପ୍ରତ୍ୟେକ ଝିଅମାନେ କାମନା କରିଥାନ୍ତି।

ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀଟି କିପରି ଲାଗିଲା ଆପଣଙ୍କ ମତାମତ ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ। ତେବେ ଏହାକୁ ନିଶ୍ଚିତ ଭାବରେ ସମସ୍ତଙ୍କ ସହିତ ସେୟାର କରନ୍ତୁ। ଏଭଳି ଅଧିକ ପୋଷ୍ଟ ପଢ଼ିବା ପାଇଁ ଆମ ପେଜକୁ ଲାଇକ ଏବଂ ଫଲୋ କରନ୍ତୁ। ଧନ୍ୟବାଦ!

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *