Excuse Me Odisha

ଯାହା କହିବୁ ସତ କହିବୁ

୧୪ ଜୁଲାଇ ରୁ ୧୨ ଅଗଷ୍ଟ ସାବଧାନ। ଶ୍ରାବଣ ମାସରେ ଭୁଲରେ ବି କରନ୍ତୁ ନାହିଁ ଏହି କାମ।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ୧୪ ଜୁଲାଇ ରୁ ୧୨ ଅଗଷ୍ଟ ସାବଧାନ। ଶ୍ରାବଣ ମାସରେ ଭୁଲରେ ବି କରନ୍ତୁ ନାହିଁ ଏହି କାମ।

ଶ୍ରାବଣ ମାସକୁ ଭଗବାନ ଶିବଙ୍କର ଶକ୍ତିର ମାସ ମାନାଯାଏ। ଏହି ମାସକୁ ପ୍ରେମର ମାସ ବି କୁହାଯାଏ। ବାତାବରଣ ସୁଗମ ହୋଇଯାଏ। ଶ୍ରାବଣ ସୋମବାର ବ୍ରତ ରଖିଲେ ଅଖଣ୍ଡ ସୌଭାଗ୍ୟର ଫଳ ପ୍ରାପ୍ତ ହୋଇଥାଏ। କୁଆଁରୀ କନ୍ୟାମାନେ ଭଲ ବରର କାମନା ପାଇଁ ଶ୍ରାବଣ ସୋମବାର ବ୍ରତ ଅବଶ୍ୟ କରିବା ଉଚିତ। ଏହି ବର୍ଷ ଶ୍ରାବଣ ମାସ ୧୪ ଜୁଲାଇ ଗୁରୁବାର ଦିନ ଆରମ୍ଭ ହେବ ଏବଂ ଶେଷ ହେବ ଶ୍ରାବଣ ମାସ ୧୨ ଅଗଷ୍ଟରେ।

ଶ୍ରାବଣ ମାସ ୨୦୨୨ ରେ ୧୪ ଜୁଲାଇରୁ ଆରମ୍ଭ ହେବ ଏବଂ ଶ୍ରାବଣ ମାସର ସମାପ୍ତି ୧୨ ଅଗଷ୍ଟକୁ ହେବ। ୧୮ ଜୁଲାଇକୁ ପ୍ରଥମ ଶ୍ରାବଣ ମାସର ସୋମବାର ବ୍ରତ ହେବ ୨୫ ଜୁଲାଇକୁ ଶ୍ରାବଣ ମାସର ଦ୍ୱିତୀୟ ସୋମବାର ବ୍ରତ ୧ ଅଗଷ୍ଟକୁ ତୃତୀୟ ଶ୍ରାବଣ ମାସର ସୋମବାର ବ୍ରତ ୮ ଅଗଷ୍ଟରେ ଶ୍ରାବଣ ମାସର ଚତୁର୍ଥ ସୋମବାର ବ୍ରତ ରହିବ।

ଶ୍ରାବଣ ମାସରେ ଜଲଦି ଉଠି ସ୍ନାନ କରିବା ଉଚିତ। ନଚେତ ଭଗବାନ ଶିବ କ୍ରୋଧିତ ହୋଇଯିବେ।

ଯେଉଁ ମହିଳାମାନେ ଶ୍ରାବଣ ମାସରେ ଭଗବାନ ଭୋଳାନାଥଙ୍କର ବ୍ରତ ରଖିଥାନ୍ତି ସେମାନଙ୍କୁ ପନିପରିବା ଠାରୁ ଦୂରରେ ରହିବା ଉଚିତ।

ଏହି ମାସରେ ସ୍ୱାମୀ ସ୍ତ୍ରୀଙ୍କୁ ଦୂରତା ବନେଇ ରଖିବା ଉଚିତ।

ଏହି ମାସରେ ଘରେ କାନ୍ଦିବା ଉଚିତ ନୁହେଁ। ସର୍ବଦା ଖୁସି ରହିବା ଦରକାର।

ଶ୍ରାବଣ ମାସରେ ଆପଣ କୌଣସି ବି ପ୍ରକାରର ମାଂସାହାରୀ ଭୋଜନ ମାନେ ମାଛ ମାଂସ ଓ ମଦ୍ୟପାନର ସେବନ କରିବେ ନାହିଁ। ରସୁଣ ପିଆଜ ଖାଇବେ ନାହିଁ।

ଘରେ କାହାରି ବିଷୟରେ ଚୁଗଲି କରିବା ଉଚିତ ନୁହେଁ। ଝଗଡା ଲଢେଇ କରିବା ଉଚିତ ନୁହେଁ।

ଘରେ ସଫା ସୁତରା କରିବା ଉଚିତ।

ଏହି ମାସରେ କେଶ ନଖ ଶେଭିଂ ଆଦି କରିବା ଉଚିତ ନୁହେଁ।

ଏହି ମାସରେ ମଧୁର କଥା କହୁଥିବା ବ୍ୟକ୍ତି ଭଗବାନ ଶିବଙ୍କ କୃପା ପ୍ରାପ୍ତ କରିନେଇଥାଏ।

ଏହି ମାସରେ ଯେତେ ସମ୍ଭବ ଗରିବଙ୍କ ସେବା କରନ୍ତୁ। ଗରିବ ମାନଙ୍କୁ କପଡା ଆଦି ଦାନ କରନ୍ତୁ।

ଭୁଲରେ ଭଗବାନ ଶିବଙ୍କ ପାଖରେ ୫ ଟି ଜିନିଷ ରଖିବେ ନାହିଁ।

ଭଗବାନ ଶିବଙ୍କ ପାଖକୁ ଜୂତା ଚପଲ ନେଇ ଯିବେ ନାହିଁ।

ମାସିକ ଧର୍ମରେ ମହିଳାମାନେ ପୂଜା ପାଠ କରନ୍ତୁ ନାହିଁ। ଏହା ବହୁତ ବଡ଼ ପାପ ହୋଇଥାଏ।

ଶିବ ଲିଙ୍ଗ ଉପରେ ସର୍ବଦା ଜଳ ଧାରା ରହିବା ଉଚିତ।

ତୁଳସୀ ଗଛ ପାଖରେ ଭଗବାନ ଶିବ ଏବଂ ଭଗବାନ ଗଣେଶଙ୍କୁ ରଖିବେ ନାହିଁ। ଶିବ ଲିଙ୍ଗରେ ତୁଳସୀ ଅର୍ପଣ କରିବେ ନାହିଁ।

ଶାରୀରିକ ସମ୍ବଦ୍ଧ ବନେଇବା ପରେ ଭଗବାନଙ୍କ ପାଖକୁ ପୂଜା କରିବାକୁ ଯାଆନ୍ତୁ ନାହିଁ।

ଶ୍ରାବଣ ମାସରେ କୌଣସି ବି ଶୁଭ କାର୍ଯ୍ୟ କିମ୍ବା ବାହାଘର କରିବା ଉଚିତ ନୁହେଁ।

ଆପଣ ଜାଣିଛନ୍ତି କି ଭୋଳାନାଥଙ୍କୁ କ୍ଷୀର ଦ୍ଵାରା ଅଭିଷେକ କରାଯାଏ। ଏମିତିରେ ଶ୍ରାବଣ ମାସରେ କ୍ଷୀରର ବି ସେବନ କରିବା ଉଚିତ ନୁହେଁ କାରଣ ଏହା ଦ୍ଵାରା ଭୋଳାନାଥ କ୍ରୋଧିତ ହୋଇ ଯାଆନ୍ତି।

ଏହା ଛଡା ଆପଣଙ୍କୁ ଏହି କଥାର ଖାସ ଧ୍ୟାନ ରଖିବା ଉଚିତ କି ସୂର୍ଯ୍ୟ ଉଦୟ ପରେ ଶୟନ କରିବା ବିଲକୁଲବି ଶୁଭ ହୋଇ ନଥାଏ।

ଶ୍ରାବଣ ମାସରେ ବାଇଗଣର ବି ସେବନ କରିବା ଉଚିତ ନୁହେଁ।

ଯଦି ଶ୍ରାବଣ ମାସରେ ଆପଣଙ୍କ ଘରେ କୌଣସି ଷଣ୍ଢ ଆସି ଯାଉଛି ତେବେ ତାହାକୁ ନିଜ ଘରୁ ଘଉଡାଇ ଦିଅନ୍ତୁ ନାହିଁ ତାକୁ କିଛି ଭୋଜନ କରାନ୍ତୁ। ଏହାର ଶୁଭ ଫଳ ମିଳିବ।

ଯଦି ଆପଣ ନିଜ ଘରେ ଏକ ସୁଖମୟ ପରିବେଶ ଚାହୁଁଛନ୍ତି ତେବେ ସବୁଦିନ ଭଗବାନ ଶିବ ଓ ପାର୍ବତୀଙ୍କର ପୂଜା କରିବା ଉଚିତ। ଯଦି ଏହିଭଳି କରୁଛନ୍ତି ତେବେ ଆପଣଙ୍କ ଘରେ ସୁଖ ଶାନ୍ତି ବନିରହିଥାଏ।

ଶ୍ରାବଣ ମାସରେ ଭଗବାନ ଶିବଙ୍କ ସହିତ ଜଡ଼ିତ କୌଣସି ବି ଜିନିଷ କାହାରିକୁ ଉଧାରରେ ଦିଅନ୍ତୁ ନାହିଁ। ଯେମିତିକି ଭଗବାନ ଶିବଙ୍କର ପସନ୍ଦର ଫୁଲ ଫଳ ବସ୍ତ୍ର ଆଦି କାହାରିକୁ ଉଧାରରେ ଦିଅନ୍ତୁ ନାହିଁ।

ଏହି ମାସକୁ ଧନ ପ୍ରାପ୍ତିର ମାସ ମାନାଯାଏ। ଏହି ମାସରେ କାହାରିକୁ ଧନ ଉଧାରରେ ଦିଅନ୍ତୁ ନାହିଁ କି ଏହି ମାସରେ କାହା ଠାରୁ ଧନ ଉଧାର ନିଅନ୍ତୁ ନାହିଁ। ଏହି ମାସରେ ଧନ ଉଧାରରେ ଦେଲେ କିମ୍ବା ନେଲେ ସେହି ଧନ ଫେରସ୍ତ ମିଳିନଥାଏ କି ଯେଉଁ କରଜ ନେଇ ନେଇଥିବେ ସେହି କରଜ ପରିଶୋଧ କରିହେବ ନାହିଁ। ଏଥିପାଇଁ ଏହି ଭୁଲ କରନ୍ତୁ ନାହିଁ।

ଏହି ମାସରେ କେବେବି କାହାରିକୁ କ୍ଷୀର ଦହି ଉଧାରରେ ଦିଅନ୍ତୁ ନାହିଁ। ଏମିତି କଲେ ମା ଲକ୍ଷ୍ମୀ ଆପଣଙ୍କ ଘର ଛାଡ଼ି ଚାଲିଯିବେ।

ଏହି ମାସରେ କେବେବି କାହାରିକୁ ବି ଘଣ୍ଟା ଉପହାରରେ ଦିଅନ୍ତୁ ନାହିଁ। ଅନ୍ୟକୁ ଘଡିକୁ ଦେବା ଦ୍ୱାରା ଆପଣଙ୍କ ପର୍ସନାଲ ଲାଇଫରେ ଆର୍ଥିକ କ୍ଷତି ହୋଇଥାଏ। ତ ଆଗକୁ ଧ୍ୟାନ ରଖନ୍ତୁ ଆପଣ ନିଜର ଘଡିକୁ କେବେବି କାହାରିକୁ ଉପହାରରେ ଦିଅନ୍ତୁ ନାହିଁ କି ଉପହାରରେ ନିଅନ୍ତୁ ନାହିଁ।

ଏହି ମାସରେ କେବେବି କାହାରୁକୁ ବସ୍ତ୍ର ଉଧାରରେ ଦିଅନ୍ତୁ ନାହିଁ କି ନିଅନ୍ତୁ ନାହିଁ।

ସୁହାଗିନୀ ମହିଳା କେବେବି ଧଳା ବସ୍ତ୍ରର ଦାନ କରନ୍ତୁ ନାହିଁ ଏବଂ କଳା ଜିନିଷର ବି ଦାନ କରନ୍ତୁ ନାହିଁ। ଏମିତି କଲେ ଘରେ ଅଶାନ୍ତି ଦେଖାଦେଇଥାଏ।

ରୋଷେଇ ଘରେ କୌଣସି ବି ଜିନିଷ ଉଧାରରେ କାହାରିକୁ କିଛି ବି ଦିଅନ୍ତୁ ନାହିଁ।

ଘିଅ କାହାରିକୁ ଉଧାରରେ ଦିଅନ୍ତୁ ନାହିଁ କି ନିଅନ୍ତୁ ନାହିଁ।

ପୁରୁଣା କପଡାକୁ କେବେବି ଦାନରେ କାହାରିକୁ ଦେବେ ନାହିଁ।ଏମିତି କଲେ ଘରେ କାଙ୍ଗାଳୀ ବାସ କରିଥାଏ।

ମା ଲକ୍ଷ୍ମୀଙ୍କ ସହିତ ଜଡ଼ିତ କୌଣସି ଜିନିଷର ଦାନ କରିବେ ନାହିଁ।

ସୁହାଗିନୀ ମହିଳାମାନେ ନିଜର ସୁହାଗ ସହିତ ଜଡ଼ିତ କୌଣସି ବି ଜିନିଷ କାହାରିକୁ ଦେବେ ନାହିଁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *