Excuse Me Odisha

ଯାହା କହିବୁ ସତ କହିବୁ

୨୪ ଘଣ୍ଟା ପରେ ଖୋଲିଯିବ ଏହି ବିଶେଷ ରାଶି ଗୁଡ଼ିକର ଭାଗ୍ୟ। ବୁଧ ଗ୍ରହ ମିଥୁନ ରାଶିରେ ଗୋଚର କରିବାକୁ ଯାଉଛନ୍ତି।

ସେୟାର୍ କରନ୍ତୁ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ କୌଣସି ଗ୍ରହର ରାଶି ପରିବର୍ତ୍ତନ ଯୋଗୁଁ ଏହାର ପ୍ରଭାବ ରାଶିଚକ୍ରରେ ଥିବା ୧୨ ଗୋଟି ରାଶି ଉପରେ ପଡ଼ିଥାଏ। ଜୁଲାଇ ମାସରେ ୫ ଗୋଟି ବଡ଼ ଗ୍ରହ ଗୋଚର ଏବଂ ବକ୍ରୀ ହେବାକୁ ଯାଉଛନ୍ତି।ଜୁଲାଇ ୨ ତାରିଖ ଦିନ ବୁଧ ଗ୍ରହ ମିଥୁନ ରାଶିରେ ଗୋଚର କରିବାକୁ ଯାଉଛନ୍ତି।ଏହାର ଶୁଭ ଓ ଅଶୁଭ ପ୍ରଭାବ କିଛି ବିଶେଷ ରାଶି ଉପରେ ପଡ଼ିବାକୁ ଯାଉଛି। ଯାହାଦ୍ଵାରା ସେହି ରାଶିର ଲୋକେ ଲାଭବାନ ହେବାକୁ ଯାଉଛନ୍ତି। ଆସନ୍ତୁ ସେହି ବିଶେଷ ରାଶିର ଲୋକଙ୍କ ବିଷୟରେ ବିସ୍ତାର ରୂପରେ ଜାଣିବା।

ବୃଷ ରାଶି :-

ବୁଧ ଗ୍ରହ ମିଥୁନ ରାଶିକୁ ଗୋଚର କରିବା ଦ୍ଵାରା ଏହାର ଶୁଭ ପ୍ରଭାବ ଏହି ରାଶିର ଲୋକଙ୍କ ଉପରେ ପଡ଼ିବାକୁ ଯାଉଛି। ଏହି ରାଶିର ଦ୍ୱିତୀୟ ଭାବରେ ଗୋଚର କରିବେ।ଏହାଦ୍ଵାରା ଏହି ରାଶିର ଲୋକଙ୍କୁ ଆକସ୍ମିକ ଧନଲାଭ ହେବାର ସମ୍ଭାବନା ରହିଛି। ବ୍ୟବସାୟରେ ଅଧିକ ଅଗ୍ରଗତି ହେବାର ଯୋଗ ରହିଛି। ଆପଣଙ୍କ ଭବିଷ୍ୟତ ଉଜ୍ବଳମୟ ହେବ। ଆପଣ ଯେଉଁ କାର୍ଯ୍ୟରେ ହାତ ଦେବେ, ସବୁଥିରେ ସଫଳତା ହାସଲ କରିବେ। ଏହି ସମୟରେ ସେୟାର ବଜାରରେ ନିବେଶ କରିବା ଅତ୍ୟନ୍ତ ଲାଭଦାୟକ ସାବ୍ୟସ୍ତ ହେବ।

ସିଂହ ରାଶି :-

ବୁଧ ଗ୍ରହର ରାଶି ପରିବର୍ତ୍ତନ ଏହି ରାଶିର ଲୋକଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହେବ। ବୁଧ ଗ୍ରହ ଏହି ରାଶିର ୧୧ତମ ଭାବରେ ଅବସ୍ଥାନ କରିବେ। ଏହାଦ୍ବାରା ଆୟରେ ବୃଦ୍ଧି ହେବାର ସମ୍ଭାବନା ରହିଛି। କ୍ୟାରିୟରରେ ବିଶେଷ ସଫଳତା ମିଳିବାର ଯୋଗ ରହିଛି। ଜୀବନସାଥୀଙ୍କ ସହିତ ସମ୍ବନ୍ଧରେ ମଧୁରତା ଆସିବ। ଆମଦାନୀର ନୂଆ ସାଧନ ପ୍ରାପ୍ତ ହେବ।ଆପଣଙ୍କୁ ଆକସ୍ମିକ ଭାବରେ ଧନଲାଭ ହେବାର ସମ୍ଭାବନା ରହିଛି। ଚାକିରି କ୍ଷେତ୍ରରେ ପଦୋନ୍ନତୀ ଲାଭ କରିବେ। ଆପଣଙ୍କର ଅଟକି ରହିଥିବା ସବୁ କାର୍ଯ୍ୟ ଏହି ସମୟରେ ସମ୍ପନ୍ନ ହେବ।

କନ୍ୟା ରାଶି :-

ବୁଧ ଗ୍ରହର ରାଶି ପରିବର୍ତ୍ତନ ଯୋଗୁଁ ଏହି ରାଶିର ଲୋକଙ୍କୁ ଶୁଭ ପରିଣାମ ପ୍ରାପ୍ତ ହେବ।ଏହି ରାଶିର ଦଶମ ଭାବରେ ବୁଧ ଗ୍ରହ ଗୋଚର କରିବେ। ଯଦି ଆପଣ ଚାକିରି ଖୋଜୁଛନ୍ତି, ତାହେଲେ ଆପଣଙ୍କୁ ଆଶାନୁରୂପ ଚାକିରି ମିଳିପାରେ।କାରବାରକୁ ଅଧିକ ବିସ୍ତାର କରିବା ପାଇଁ ଆପଣ କଠିନ ପରିଶ୍ରମ କରିବେ। ଏହି ସମୟରେ ଆପଣଙ୍କ ଜୀବନରେ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିପାରେ। ଏହି ପରିବର୍ତ୍ତନ ଆପଣଙ୍କ ଭାଗ୍ୟକୁ ବଦଳାଇ ଦେବ।ଆପଣ ଉଧାର ଦେଇଥିବା ଟଙ୍କା ଉଚିତ ସମୟରେ ଫେରସ୍ତ ପାଇବେ।ଅବିବାହିତ ଲୋକଙ୍କ ପାଇଁ ବିବାହର ପ୍ରସ୍ତାବ ଆସିପାରେ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *