Excuse Me Odisha

ଯାହା କହିବୁ ସତ କହିବୁ

ଏହି ୪ ଗୋଟି ରାଶିର ଲୋକଙ୍କ ଉପରେ ଗୁରୁ ଗ୍ରହର କୃପା ଦୃଷ୍ଟି ପଡ଼ିବାକୁ ଯାଉଛି। କାଲିଠାରୁ ଆରମ୍ଭ ହେବାକୁ ଯାଉଛି ଭଲ ଦିନ।

ସେୟାର୍ କରନ୍ତୁ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗ୍ରହ ଓ ନକ୍ଷତ୍ର ମାନଙ୍କର ଚଳନରେ ପରିବର୍ତ୍ତନ ହେବା ଯୋଗୁଁ ଏହାର ଶୁଭ ଓ ଅଶୁଭ ପ୍ରଭାବ ରାଶିଚକ୍ରରେ ଥିବା ୧୨ ଗୋଟି ରାଶିର ଲୋକଙ୍କ ଉପରେ ପଡ଼ିଥାଏ। ଜୁଲାଇ ୨୯ ତାରିଖରେ ଗୁରୁ ଗ୍ରହ ନିଜ ରାଶି ମୀନରେ ବକ୍ରୀ ହେବାକୁ ଯାଉଛନ୍ତି ଅର୍ଥାତ୍ ଓଲଟା ଚଳନ କରିବାକୁ ଯାଉଛନ୍ତି। ବୃହସ୍ପତି ଗ୍ରହ ଏପ୍ରିଲ୧୩ ତାରିଖ ୨୦୨୨ ରେ ମୀନ ରାଶିରେ ପ୍ରବେଶ କରିଥିଲେ। ଏବେ ତାଙ୍କର ଚଳନ ୪ ଗୋଟି ରାଶି ଉପରେ ଖାସ ପ୍ରଭାବ ପକାଇବ। ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା

ବୃଷ ରାଶି :-

ଗୁରୁ ଗ୍ରହ ବକ୍ରୀ ହେବା ଏହି ଏସୁର ଲୋକଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହେବ। ଆପଣଙ୍କର ଆର୍ଥିକ ପରିସ୍ଥିତି ସୁଦୃଢ ରହିବ। ଅଧିକ ଆୟ କରିବା ପାଇଁ ନୂତନ ସାଧନ ପ୍ରାପ୍ତ ହେବ। ଯଦି ଆପଣ ନୂଆ ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଛନ୍ତି, ତାହେଲେ ଏହି ସମୟ ଆପଣଙ୍କ ପାଇଁ ଅନୁକୂଳ ରହିଛି। ଚାକିରୀରେ ପଦୋନ୍ନତୀ ମିଳିପାରେ। ପରିବାରରେ ହସଖୁସିର ବାତାବରଣ ସୃଷ୍ଟି ହେବ। ଆପଣ ଶାରୀରିକ ଓ ମାନସିକ ରୂପରେ ସୁସ୍ଥ ଅନୁଭବ କରିବେ। ପ୍ରେମ ମାମଲାରେ ସଫଳ
ହେବେ। ବିବାହିତ ଲୋକଙ୍କର ଦାମ୍ପତ୍ୟ ଜୀବନ ସୁଖମୟ ରହିବ।

ମିଥୁନ ରାଶି :-

ଗୁରୁ ଗ୍ରହର ବକ୍ରୀ ହେବା ଏହି ରାଶିର ଲୋକଙ୍କ ଭାଗ୍ୟ ବଦଳାଇ ଦେବ। ଆପଣ ଯେଉଁ କାର୍ଯ୍ୟରେ ହାତ ଦେବେ, ସବୁଥିରେ ସଫଳତା ଅର୍ଜନ କରିବେ। ଆପଣଙ୍କୁ ନିଜର କଠିନ ପରିଶ୍ରମର ଉଚିତ ଫଳ ପ୍ରାପ୍ତ ହେବ। ପରିବାର ଲୋକେ ଆପଣଙ୍କୁ ସବୁ କ୍ଷେତ୍ରରେ ସହଯୋଗ କରିବେ।ଅବିବାହିତ ଲୋକଙ୍କ ପାଇଁ ବିବାହର ଯୋଗ ସୃଷ୍ଟି ହେଉଛି। ସେୟାର ମାର୍କେଟରେ ଆପଣ ଟଙ୍କା ନିବେଶ କରି ଲାଭବାନ ହୋଇ ପାରନ୍ତି। କ୍ୟାରିୟରରେ ଆପଣ ଅଗ୍ରଗତି କରିବେ।

କର୍କଟ ରାଶି :-

ଗୁରୁ ଗ୍ରହର ଓଲଟା ଚଳନ ଯୋଗୁଁ ଏହି ରାଶିର ଲୋକଙ୍କୁ ଅନେକ ସୁଖ ସୁବିଧା ପ୍ରାପ୍ତ ହେବ। ଆପଣଙ୍କର ଅଟକି ରହିଥିବା ଟଙ୍କା ଆପଣଙ୍କୁ ଫେରସ୍ତ ମିଳିବ।ଆପଣ କୌଣସି ଜମିବାଡ଼ି କ୍ରୟ କରି ପାରନ୍ତି। ଯଦି ଆପଣଙ୍କର ଯଥେଷ୍ଟ ସକ୍ଷମ ରହିଛି, ତାହେଲେ ଆପଣ ଅସହାୟ ଲୋକଙ୍କୁ ସାହାଯ୍ୟ କରନ୍ତୁ। ପତିପତ୍ନୀଙ୍କ ମଧ୍ୟରେ ସମ୍ପର୍କ ମଧୁର ରହିବା ସହିତ ଉତ୍ତମ ବୁଝାମଣା ରହିବ। ସନ୍ତାନ ସୁଖ ପ୍ରାପ୍ତ ହେବ। ଆପଣଙ୍କର ଅଟକି ରହିଥିବା ସବୁ କାର୍ଯ୍ୟ ସମ୍ପନ୍ନ ହେବ। କୌଣସି ସ୍ଥାନରେ ଟଙ୍କା ନିବେଶ କରିବା ପାଇଁ ଏହି ସମୟ ଅନୁକୂଳ ରହିଛି। ଆପଣ ଧର୍ମକର୍ମରେ ରୁଚି ରଖିବେ।

କୁମ୍ଭ ରାଶି :-

ଗୁରୁ ଗ୍ରହର ଓଲଟା ଚଳନ ଯୋଗୁଁ ଏହି ରାଶିର ଲୋକଙ୍କ ଜୀବନରେ ଦୁଃଖକଷ୍ଟ ଦୂର ହୋଇଯିବ। ବ୍ୟବସାୟରେ ଆପଣଙ୍କୁ ସଫଳତା ମିଳିବ। କାର୍ଯ୍ୟକ୍ଷେତ୍ରରେ ବରିଷ୍ଠ ଅଧିକାରୀ ଆପଣଙ୍କ କାର୍ଯ୍ୟ ଦେଖି ସନ୍ତୁଷ୍ଟ ହେବେ। ଭାଗ୍ୟ ସର୍ବଦା ଆପଣଙ୍କ ସପକ୍ଷରେ ରହିବ। ଆପଣଙ୍କର କୌଣସି ପୁରୁଣା ବନ୍ଧୁଙ୍କ ସହିତ ଦେଖାସାକ୍ଷାତ ହୋଇପାରେ। ରାଜନୀତି କ୍ଷେତ୍ରରେ ଜଡ଼ିତ ଲୋକଙ୍କୁ ଆଶାନୁରୂପ ସଫଳତା ମିଳିବ। ଆପଣଙ୍କୁ ନିଜ ଖର୍ଚ୍ଚ ପ୍ରତି ନିୟନ୍ତ୍ରଣ ରଖିବାର ଆବଶ୍ୟକତା ରହିଛି।ଆପଣଙ୍କର ସମସ୍ତ ମନସ୍କାମନା ପୂରଣ ହୋଇଯିବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *