Excuse Me Odisha

ଯାହା କହିବୁ ସତ କହିବୁ

ସ୍ତ୍ରୀଙ୍କୁ ରୋଷେଇ ଘରକୁ ପ୍ରବେଶ କରିବା ସମୟରେ ପ୍ରଥମେ ଏହି ୨ ଟି ଶବ୍ଦ କହିବା ଉଚିତ।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ସ୍ତ୍ରୀଙ୍କୁ ରୋଷେଇ ଘରକୁ ପ୍ରବେଶ କରିବା ସମୟରେ ପ୍ରଥମେ ଏହି ୨ ଟି ଶବ୍ଦ କହିବା ଉଚିତ।

ଭଗବାନ ଶ୍ରୀକୃଷ୍ଣ କୁହନ୍ତି ପ୍ରତ୍ୟକ ମନୁଷ୍ୟଙ୍କ ଘରେ ପ୍ରସ୍ତୁତ ହେଉଥିବା ଭଜନ ଉପରେ ଘରର ରହୁଥିବା ସବୁ ସଦସ୍ୟ ଘରର ଆଖପାଖରେ ରହୁଥୁବା ପଶୁପକ୍ଷୀ ଏବଂ ଘରକୁ ଆସୁଥିବା ଅତିଥି ମାନଙ୍କର ଅଧିକାର ଥାଏ। ଅର୍ଥାତ ଅନ୍ନ ଦାନ କରିଥିବା ସମୟରେ ମନୁଷ୍ୟଙ୍କୁ କେବେବି କଞ୍ଜୁସି ହେବା ଉଚିତ ନୁହେଁ। ସ୍ନେହର ସହିତ ଅନ୍ନର ଦାନ କରିଲେ ଅନ୍ନର ବୃଦ୍ଧି ହୋଇଥାଏ। ରୋଷେଇ ଘରେ ଭଜନ ପ୍ରସ୍ତୁତ କରିବା ସମୟରେ ମହିଳା ମାନଙ୍କୁ ବହୁତ ମହତ୍ତ୍ୱପୂର୍ଣ୍ଣ ନିୟମର ପାଳନ କରିବା ଉଚିତ ଯେଉଁଥି ପାଇଁ ଘରେ ସୁଖ ଶାନ୍ତି ବନି ରହିବ। ରୋଷେଇ ଘରେ ଘରର ଶକ୍ତିର ଭଣ୍ଡାର ଅଟେ। ଏଥିରୁ ସମସ୍ତ ଘରକୁ ଶକ୍ତି ପ୍ରଦାନ ହୋଇଥାଏ। ସେହି ଘରର ପ୍ରତ୍ୟକ ବ୍ୟକ୍ତିଙ୍କ ତୃପ୍ତି ଏହି ସ୍ଥାନରୁ ହୋଇଥାଏ। ବାସ୍ତୁ ଅନୁସାରେ ରୋଷେଇ ଘରର ପାଳନ ବାସ୍ତୁ ହିସାବରେ ମାନିବା ଉଚିତ। ବାସ୍ତୁଶାସ୍ତ୍ର ଅନୁସାରେ ରୋଷେଇ ଘରର ଦିଗ ରୋଷେଇ ଘରେ ରହୁଥିବା ଜିନିଷ ଏବଂ ରୋଷେଇ ଘରେ କରାଯାଉଥିବା କାର୍ଯ୍ୟ କଳାପ ବିଷୟରେ କୁହାଯାଇଛି।

କେବେ କେବେ ଛୋଟ ଛୋଟ ଭୁଲ ଯୋଗୁ ରୋଷେଇ ଘରେ ନକରାତ୍ମକ ଉର୍ଜା ଆଦି ବଢିଯାଇଥାଏ। ଯେଉଁ କାରଣରୁ ଭଜନ ଏବଂ ଭଜନ ପ୍ରସ୍ତୁତ କରିଥିବା ସ୍ତ୍ରୀ ଉପରେ ଏବଂ ଭଜନ ଗ୍ରହଣ କରୁଥିବା ସମସ୍ତ ପ୍ରାଣୀ ଉପରେ ପଡିଥାଏ। ଏଥିପାଇଁ ଭଗବାନ ଶ୍ରୀକୃଷ୍ଣ ଏମିତି ମନ୍ତ୍ର ବିଷୟରେ ଜଣେଇଛନ୍ତି ଯାହା ପ୍ରତ୍ୟକ ସ୍ତ୍ରୀଙ୍କୁ ପ୍ରତ୍ୟକ ଦିନ ସକାଳେ ରୋଷେଇ ଘରକୁ ପ୍ରବେଶ କରିବା ସମୟରେ କହିବା ଉଚିତ। ଏହି ମନ୍ତ୍ର ଦ୍ୱାରା ନକରାତ୍ମକ ଉର୍ଜାର ନାଶ ହୋଇଥାଏ ଏବଂ ରୋଷେଇ ଘର ଅତ୍ୟନ୍ତ ପବିତ୍ର ବନି ଯାଇଥାଏ। ଆଜି ଆମେ ଜାଣିବା ରୋଷେଇ ଘରେ ୪ ଟି କାମ ସ୍ତ୍ରୀ ଏବଂ ପୁରୁଷଙ୍କୁ କରିବା ଉଚିତ ନୁହେଁ। ଏମିତି କରିଲେ ରୋଷେଇ ଘରର ପବିତ୍ରତା ନଷ୍ଟ ହୋଇଯାଏ। ଯେଉଁ କାରଣରୁ ସେହି ସ୍ଥାନକୁ ମା ଲକ୍ଷ୍ମୀ ମା ଅନ୍ନପୂର୍ଣ୍ଣା ଛାଡି କରି ଚାଲିଯାନ୍ତି। ଘରେ ଦୁଃଖ କଷ୍ଟ କ୍ଳେଶ ଏବଂ ଦରିଦ୍ରତାର ଆଗମନ ହୋଇଥାଏ। ତେବେ ଆସନ୍ତୁ ଜାଣିବା ରୋଷେଇ ଘରେ କେଉଁ କାମ କରିବା ଉଚିତ ନୁହେଁ ଏବଂ ରୋଷେଇ ଘରକୁ ପ୍ରବେଶ କରିବା ପୂର୍ବରୁ କେଉଁ ମନ୍ତ୍ରର ଜପ କରିବା ଉଚିତ।

ବାସ୍ତୁଶାସ୍ତ୍ର ଅନୁସାରେ ରୋଷେଇ ଘରକୁ ଅଗ୍ନି କୋଣରେ ତଥା ଦକ୍ଷିଣ ଏବଂ ପୂର୍ବ ଦିଗର ମଧ୍ୟମ ଦିଗରେ ହିଁ ବନେଇବା ଉଚିତ। ରୋଷେଇ ଘରର ସମ୍ବଦ୍ଧ ଅଗ୍ନି ତତ୍ୱର ହୋଇଥାଏ। ଏଥିପାଇଁ ଏହି ଦିଗକୁ ସର୍ବତମ ମାନାଯାଏ। ଅନ୍ୟ ଦିଗରେ ନିର୍ମିତ ରୋଷେଇ ଘର ଅଧିକ ଲାଭକାରୀ ସିଦ୍ଧ ହୋଇନଥାଏ।

ଭଜନ ପ୍ରସ୍ତୁତ କରୁଥିବା ସମୟରେ ବି ସ୍ତ୍ରୀଙ୍କୁ ନିଜର ମୁଖ ପୂର୍ବ ଦିଗକୁ କରିବା ଉଚିତ। ଏହା ଦ୍ବାରା ଘରେ କେବେବି ରୋଗର ଛାୟା ପଡେ ନାହିଁ। ପଶ୍ଚିମ ଏବଂ ଉତ୍ତର ଦିଗକୁ ମୁଖ କରି ଭଜନ ପ୍ରସ୍ତୁତ କରିବା ଦ୍ୱାରା ସ୍ତ୍ରୀ ଏବଂ ପରିବାରର ସଦସ୍ୟଙ୍କ ସ୍ୱାସ୍ଥ୍ୟ ବାରମ୍ବାର ଖରାପ ହୋଇଥାଏ। ଶାରିରୀକ କମଜୋରି ଆସିଥାଏ। ଖାଦ୍ୟ ପ୍ରସ୍ତୁତ କରିବା ସମୟରେ ଦ୍ୱାର ରହିବା ଉଚିତ ନୁହେଁ। ଏହା ଦ୍ବାରା ବି ମାନସିକ ସମସ୍ୟାର ସାମ୍ନା କରିବାକୁ ପଡିଥାଏ।

 

ରୋଷେଇ ଘରର ସ୍ଵଛତା। ଅସ୍ବଛ ରୋଷେଇ ଘର ଦରିଦ୍ର୍ୟତାର ଚିହ୍ନ ଅଟେ। ଯେଉଁ ଘରର ସ୍ତ୍ରୀ ରୋଷେଇ ଘରକୁ ପରିଷ୍କାର ରଖନ୍ତି ନାହିଁ ଅର୍ଥାତ ରୋଷେଇ ଘରକୁ ସର୍ବଦା ଅପରିଷ୍କାର ରଖିଥାନ୍ତି ଏମିତି ସ୍ତ୍ରୀଙ୍କ ଘରକୁ ମା ଲକ୍ଷ୍ମୀ କେବେବି ବାସ କରନ୍ତି ନାହିଁ। ରୋଷେଇ କରିବା ପୂର୍ବରୁ ରୋଷେଇ ଘରକୁ ପରିଷ୍କାର କରିବା ଉଚିତ ଏବଂ ପରିଷ୍କାର ବାସନରେ ଭଜନ ପ୍ରସ୍ତୁତ କରିବା ଉଚିତ।

ରୋଷେଇ ଘରେ ଭଙ୍ଗା ରୁଜା ବାସନ ରଖିବା ବି ଦୁର୍ଭାଗ୍ୟର ଚିହ୍ନ ଅଟେ। ରାତିରେ କେବେବି ଅଇଁଠା ବାସନ ରଖିବା ଉଚିତ ନୁହେଁ। ଏହା ଦ୍ବାରା ରୋଷେଇ ଘରେ ନକରାତ୍ମକ ଉର୍ଜା ଉତ୍ପନ ହୋଇଥାଏ।

ବିନା ସ୍ନାନ ନକରି ଭଜନ ପ୍ରସ୍ତୁତ କରିବା। ବାସ୍ତୁଶାସ୍ତ୍ର ଅନୁସାରେ ସ୍ତ୍ରୀ ମାନଙ୍କୁ ବିନା ସ୍ନାନ ନକରି ଭଜନ ପ୍ରସ୍ତୁତ କରିବା ଉଚିତ ନୁହେଁ। ଶାସ୍ତ୍ର ଅନୁସାରେ ବିନା ସ୍ନାନରେ ପ୍ରସ୍ତୁତ ଭଜନ ଅଶୁଦ୍ଧ ହୋଇଥାଏ। ଏମିତି ଭଜନ ଦେବତା କେବେବି ଗ୍ରହଣ କରନ୍ତି ନାହିଁ। ସ୍ନାନ କରିବା ପରେ ରୋଷେଇ କରିବା ଉଚିତ।

ରୋଷେଇ ଘରକୁ ପ୍ରବେଶ କରିବା ପୂର୍ବରୁ ଏହି ମନ୍ତ୍ରର ଉଚାରଣ କରିବା ଉଚିତ। ଯେତେବେଳେ ସକାଳେ ସ୍ନାନ ସାରି ରୋଷେଇ ଘରକୁ ପ୍ରବେଶ କରିବେ ଅଥବା ହାତ ଗୋଡ଼ ମୁହଁ ଧୋଇ ରୋଷେଇ ଘରକୁ ପ୍ରବେଶ କରିବାକୁ ଯାଉଥିବା ସମୟରେ ଏହି ମନ୍ତ୍ରର ଜପ କରିବା ଉଚିତ। ଓଁ ବିଘ୍ନ ରାଜାୟ ନମଃ। ଏହି ମନ୍ତ୍ରର ଉଚାରଣରେ ରୋଷେଇ ଘରେ ଥିବା ସବୁ ପ୍ରକାରର ନକରାତ୍ମକ ଶକ୍ତିର ନାଶ ହୋଇଥାଏ।

ବାସ୍ତୁଶାସ୍ତ୍ର ଅନୁସାରେ ରୋଷେଇ ଘରେ ଶୋଇବା ବର୍ଜିତ କରାଯାଇଛି। ଏହା ଦ୍ବାରା ଜୀବନରେ ଦୁର୍ଭାଗ୍ୟ ବନି ରହିଥାଏ। ରୋଷେଇ ଘରେ ଶୋଇବା ଦ୍ୱାରା କ୍ଳେଶର ବାତାବରଣ ସୃଷ୍ଟି ହୋଇଥାଏ। ରୋଷେଇ ଘରେ ଉଗ୍ର ପଦାର୍ଥର ସ୍ଥାନ ହୋଇଥାଏ। ଏଠାରେ ଉର୍ଜାର ପ୍ରଭାବ ଅଧିକ ମାତ୍ରାରେ ଥାଏ। ଆମକୁ ଶୟନ କରିବା ପାଇଁ ଶାନ୍ତ ସ୍ଥାନର ଆବଶ୍ୟକତା ଥାଏ। ରୋଷେଇ ଘରେ ଶୟନ କରିଲେ ଖରାପ ସ୍ୱପ୍ନ ଆସିଥାଏ। ମନରେ ଭୟ ସୃଷ୍ଟି ହୋଇଥାଏ। ଏହି ଉଗ୍ର ଜିନିଷର ପ୍ରଭାବ ଆମର ମାନସିକ ସ୍ୱାସ୍ଥ୍ୟ ଉପରେ ବି ପଡିପାରେ। ଏଥିପାଇଁ ରୋଷେଇ ଘରେ କେବେବି ଶୟନ କରିବା ଉଚିତ ନୁହେଁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *