Excuse Me Odisha

ଯାହା କହିବୁ ସତ କହିବୁ

ଆଷାଢ଼ ପିତୃ ଅମାବାସ୍ୟା। ଯାହାବି ଦୁଃଖ କଷ୍ଟ ଧନ ସମସ୍ୟା କାମରେ ବାଧା ସମସ୍ତ ଠାରୁ ମୁକ୍ତି ଦେବ ଲାଲି ଲଙ୍କା। ଶତ୍ରୁଙ୍କର ସମସ୍ତ ଶକ୍ତି ଶେଷ।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଆଷାଢ଼ ପିତୃ ଅମାବାସ୍ୟା। ଯାହାବି ଦୁଃଖ କଷ୍ଟ ଧନ ସମସ୍ୟା କାମରେ ବାଧା ସମସ୍ତ ଠାରୁ ମୁକ୍ତି ଦେବ ଲାଲି ଲଙ୍କା। ଶତ୍ରୁଙ୍କର ସମସ୍ତ ଶକ୍ତି ଶେଷ।

ବନ୍ଧୁଗଣ ସନାନ୍ତନ ଧର୍ମ ଅନୁସାରେ ଅମାବାସ୍ୟା ତିଥିର ବହୁତ ମହତ୍ୱ ଅଛି। ଏହି ଦିନ ଦାନ ପୁଣ୍ୟ ଏବଂ ପିତୃପୁରୁଷଙ୍କ ଶାନ୍ତି ପାଇଁ ତର୍ପଣ ପାଇଁ ବହୁତ ଉତ୍ତମ ମାନାଯାଏ। ଏହି ଦିନ ପିତୃ ତର୍ପଣ କରିଲେ ଜୀବନରେ ସୁଖ ସମୃଦ୍ଧି ସୌଭାଗ୍ୟର ପ୍ରାପ୍ତି ହୋଇଥାଏ। ଆଷାଢ଼ ମାସର ଅମାବାସ୍ୟାକୁ ସ୍ନାନ ଦାନର ଅମାବାସ୍ୟା ବି କୁହାଯାଏ। ଏହି ଦିନ ସ୍ନାନ ଏବଂ ଦାନର ବିଶେଷ ମହତ୍ୱ ଅଛି। ଏହି ଅମାବାସ୍ୟା ପିତୃଦୋଷ ଏବଂ କାଳସ୍ୱର୍ପ ଦୋଷରୁ ମୁକ୍ତି ଦେବା ପାଇଁ ଅଧିକ ଶୁଭଫଳଦାୟୀ ମାନାଯାଏ। ଏହି ଦିନ ଦାନ ପୁଣ୍ୟ କରିଲେ ପିତୃଦେବ ସନ୍ତୁଷ୍ଟ ହୋଇଥାନ୍ତି ଏବଂ ଵଂଶ ବୃଦ୍ଧିର ସୁଖର ଆଶୀର୍ବାଦ ଦେଇଥାନ୍ତି। ଏହି ଥର ଦୁଇଟି ଅମାବାସ୍ୟା ପଡୁଛି। ୨୮ ଜୁନ ଦିନ ହରାହରିଣୀ ଅମାବାସ୍ୟାର ପର୍ବ ପାଳନ କରାଯିବ ଯାହା କୃଷି ସହିତ ସମ୍ବଦ୍ଧିତ ଅଟେ। ଏହି ଦିନ ଗଛ ଲଗାଇଲେ ପିତୃଦେବ ପ୍ରସନ୍ନ ହୋଇଥାନ୍ତି ଏବଂ ଘରେ ସୁଖ ସମୃଦ୍ଧି ବନି ରହିଥାଏ।

ଏହି ଅମାବାସ୍ୟା ମଙ୍ଗଳବାର ଦିନ ପଡୁଥିବାରୁ ହନୁମାନଙ୍କ ପୂଜାର ମହତ୍ୱ ଆହୁରି ବି ଅଧିକ ବଢିଯାଉଛି ଏବଂ ପର ଦିନ ୨୯ ଜୁନ ବୁଧବାର ଦିନ ଦାନ ପୁଣ୍ୟର ଅମାବାସ୍ୟା ହେବ। ଏହି ଦିନ ନଦୀରେ ସ୍ନାନ କରିବାର ପ୍ରଥା ଅଛି କିନ୍ତୁ ଏମିତି ସମ୍ଭବ ନହେଲେ ଘରେ କୌଣସି ବି ପବିତ୍ର ନଦୀର ଜଳ ମିଶାଇ ସ୍ନାନ କରିପାରିବେ। ଏହା ଦ୍ବାରା ବି ଶୁଭ ଫଳ ପ୍ରାପ୍ତ ହୋଇଥାଏ। ଏହାପରେ ଓଁ ସୂର୍ଯ୍ୟାୟ ନମଃ ୩ ଥର ଉଚାରଣ କରି ତମ୍ବା ଘଟିରେ ଅର୍ଘ୍ୟ ଦେବେ। ଏହାପରେ ଅଭାବୀ ଲୋକଙ୍କୁ ଇଛା ଅନୁସାରେ ଫଳ ଏବଂ କପଡା ବାସନ ଆଦି ଜିନିଷର ଦାନ କରନ୍ତୁ।

ଏହି ଦିନ ଭଗବାନ ଶିବ ପୂଜାଙ୍କର ବି ବିଶେଷ ମହତ୍ୱ ରହିଛି। ଏହି ଦିନ ଭଗବାନ ଶିବ ମନ୍ଦିରରେ ପୂଜା କରନ୍ତୁ। ରାହୁ କାଳରେ ଶିବ ଲିଙ୍ଗରେ ପୂଜା କରିଲେ କାଳ ସ୍ୱର୍ପ ଦୋଷରୁ ମୁକ୍ତି ମିଳିଥାଏ। ଏହି ଦିନ କିଛି ଉପାୟ କରିଲେ ଅନେକ ସମସ୍ୟା ଦୂର ହୋଇଥାଏ। ଏହି ଦିନ ଲାଲି ଲଙ୍କାର ସହଜ ଉପାୟ କରି ନିଜର ସମସ୍ତ ସମସ୍ୟାର ସମାଧାନ କରିପାରିବେ। ଏହି ଉପାୟ କରିଲେ ଘରକୁ ଧନ ସମ୍ପତ୍ତି ଆସିଥାଏ। ଶତ୍ରୁଙ୍କର ନାଶ ହୋଇଥାଏ।

ଅନେକ ଥର ବହୁତ ଚେଷ୍ଟା କରିବା ପରେ ମଧ୍ୟ ସଫଳତା ମିଳିନଥାଏ ଏମିତି ସ୍ଥିତିରେ ଲାଲି ଲଙ୍କାର ୨୧ ଟି ଦାନା ନେଇ ଜଳରେ ପକେଇ ଦିଅନ୍ତୁ। ଏହି ଜଳକୁ ଲଗାତାର ୨୧ ଦିନ ପର୍ଯ୍ୟନ୍ତ ସୂର୍ଯ୍ୟ ଉଦୟ ସମୟରେ ସୂର୍ଯ୍ୟ ନାରାୟଣଙ୍କୁ ଅର୍ଘ୍ୟ ଦିଅନ୍ତୁ। ଅର୍ଘ୍ୟ ଦେବା ସମୟରେଓଁ ଦୃଷ୍ଟା ନମଃର ଜପ କରନ୍ତୁ। ଅର୍ଘ୍ୟ ଦେବା ସମୟରେ ଭଗବାନଙ୍କୁ ବାଧାକୁ ଦୂର କରିବାକୁ ପ୍ରାର୍ଥନା କରନ୍ତୁ।

ଯଦି ଆପଣଙ୍କର କୌଣସି ବି କାମ ହୋଇପାରୁନାହିଁ। କାମ ସଫଳ ହେଉନାହିଁ ସର୍ବଦା ବାଧା ଆସୁଥିବା କାରଣରୁ କାର୍ଯ୍ୟ ଡେରି ହୋଇଯାଉଛି ଯେମତିକି ବିବାହର ବୟସ ହୋଇଯାଇଛି କିନ୍ତୁ ବିବାହ ହୋଇପାରୁନାହିଁ ଆପଣ ଚାକିରୀ ଖୋଜୁଛନ୍ତି କିନ୍ତୁ ଚାକିରୀ ମିଳିପାରୁନାହିଁ କୌଣସି ପରୀକ୍ଷାରେ ସଫଳତା ମିଳୁନାହିଁ ତେବେ ଏମିତି ଦୁର୍ଭାଗ୍ୟକୁ ଦୂର କରିବା ପାଇଁ ଶୁଖିଲା ଲଙ୍କାରୁ ମଞ୍ଜି ବାହାର କରନ୍ତୁ ୨୧ ଟି ମଞ୍ଜି ଗଣି କରି ଅଲଗା ରଖନ୍ତୁ। ଏକ ଘଟିରେ ଶୁଦ୍ଧ ଜଳ ନେଇ ଏହି ୨୧ ଟି ମଞ୍ଜିକୁ ଜଳରେ ପକେଇ ଦିଅନ୍ତୁ ଏବଂ ଏହି ଜଳକୁ ନିଜ ମୁଣ୍ଡ ଉପରେ ୭ ଥର ବୁଲାଇ ସେହି ପାଣିକୁ ଘର ଠାରୁ ବାହାରେ ଦୂରରେ ପକେଇ ଦିଅନ୍ତୁ। ଏହି ଉପାୟ ଅମାବାସ୍ୟା ଦିନ ସନ୍ଧ୍ୟାରେ କିମ୍ବା ରାତିରେ କରିବେ। ଏହି ଉପାୟ କରିବା ସମୟରେ ଯେମିତି ଆପଣଙ୍କୁ କେହି ବାଧା ଦେବେନାହିଁ। କାର୍ଯ୍ୟରେ ସଫଳତା ମିଳିଥାଏ।

ହଠାତ ଧନ ଆଗମନର ରାସ୍ତା ବନ୍ଦ ହୋଇଯାଇଥାଏ କୌଣସି କାମରେ ସଫଳତା ମିଳିନଥାଏ ତେବେ ଏହି ଉପାୟ କରନ୍ତୁ। ଏହି ଉପାୟ କରିବା ପାଇଁ ୭ ଟି ଦାଣ୍ଠି ଥିବା ଲାଲି ଲଙ୍କା ନିଅନ୍ତୁ ଏବଂ ଗୋଟେ ଛୋଟ ରୁମାଲ ନେଇ ସେଥିରେ ୭ ଟି ଲାଲି ଲଙ୍କାକୁ ରଖିଦିଅନ୍ତୁ। ଏହି ଲଙ୍କାକୁ ଗୋଟେ ପୋଟଳି କରି ନିଜର ଧନ ରଖୁଥିବା ସ୍ଥାନରେ ରଖିଦିଅନ୍ତୁ। ନିଜର ବ୍ୟପାର ସ୍ଥାନରେ ନିଜର ଦୁକାନରେ ଟଙ୍କା ରଖୁଥିବା ସ୍ଥାନରେ ରଖିପାରିବେ। ଏହା ଦ୍ବାରା ଧନ ଉପରେ କାହାରି ନଜର ଲାଗିନଥାଏ। କାହାରି ଖରାପ ନଜର ନକରାତ୍ମକ ଉର୍ଜା ଏହି ଲାଲି ଲଙ୍କାରେ ଚାଲିଯାଏ। ଧନର ବୃଦ୍ଧି ହୋଇଥାଏ। ପରବର୍ତୀ ଅମାବାସ୍ୟା ଦିନରେ ସେହି ୭ ଟି ଲଙ୍କାକୁ ପ୍ରବାହିତ ଜଳରେ ଭସେଇ ଦେବେ କିମ୍ବା କୌଣସି ଗଛ ମୂଳରେ ଏହାକୁ ରଖିଦେବେ। ଆଉ ଥରେ ସେହି ରୁମାଲରେ ନୂଆ ଲାଲି ଲଙ୍କାକୁ ପୋଟଳି କରି ରଖିଦେବେ।

ଯଦି ଆପଣଙ୍କୁ ଲାଗୁଛି କି ଆପଣଙ୍କ ସଫଳତାରେ କେହି ଆପଣଙ୍କ ଉପରେ ଇର୍ଷା କରୁଛି ଆପଣଙ୍କର ଖରାପ ଚାହୁଁଛି ଯାହାର ନକରାତ୍ମକତା କାରଣରୁ ଆପଣଙ୍କୁ କ୍ଷତି ହେଉଥାଏ ତ ଏମିତିରେ ଶତ୍ରୁଙ୍କୁ ପରାସ୍ତ କରିବା ପାଇଁ ଆପଣଙ୍କ ୫ଟି ଶୁଖିଲା ଲଙ୍କାକୁ ନେଇ ନିଜ ଘରଠୁ ବହାରକୁ ଯାଆନ୍ତୁ କୌଣସି ଶୁନସାନ ଜାଗାକୁ ଯାଇ ଭୂମିରେ ଗୋଟେ ଗାତ ଖୋଳି ଦିଅନ୍ତୁ। ଏବଂ ଲାଲି ଲଙ୍କାକୁ ନିଜ ମୁଣ୍ଡ ଉପରେ ୫ ଥର ବୁଲାଇ ନିଜର ଶତ୍ରୁର ନାମ କୁହନ୍ତୁ କିମ୍ବା ଅଜଣା ଶତ୍ରୁ ବୋଲି କୁହନ୍ତୁ ଏବଂ ବୁଲାଇବା ପରେ ଗାତରେ ପୋତି ଦିଅନ୍ତୁ ଏବଂ ସେହି ସ୍ଥାନରେ ଛିଡା ହୋଇ ଇଷ୍ଟଦେବଙ୍କୁ ସ୍ମରଣ କରି ପ୍ରାର୍ଥନା କରନ୍ତୁ ଆପଣଙ୍କ ଯିଏ ବି ଶତ୍ରୁ ଥିବେ ସେମାନେ ଶାନ୍ତ ହୋଇଯିବେ। ପ୍ରାର୍ଥନା କରିବା ପରେ ପଛକୁ ନବୁଲି ସିଧା ଘରକୁ ଫେରି ଆସନ୍ତୁ।

ଯଦି କୌଣସି ଛୋଟ ପିଲା କିମ୍ବା ବଡ଼ ଲୋକଙ୍କୁ ନଜର ଲାଗିଯାଇଛି ତେବେ କଣ କରିବେ ନାଁ ବିନା କାରଣରେ ଲୋକେ ବୀମାର ହୋଇଯିବେ ଏହାର କାରଣ ଲୋକେ ବୁଝିପାରନ୍ତି ନାହିଁ ମେଡ଼ିସିନ ବି କାମ କରିବ ନାହିଁ ମନ ଅଶାନ୍ତ ରହିବ ସବୁକିଛି ଗଡ଼ବଡ଼ ହୋଇଯିବ ସମ୍ପର୍କରେ ଦୂରତା ଆସିଯିବ ସେତେବେଳେ ଆପଣ ବୁଝିନିଅନ୍ତୁ କି ଆପଣଙ୍କ ଉପରେ ନଜର ଲାଗିଛି। ଏମିତି ହେଉଥିଲେ ୭ ଟି ଲାଲି ଲଙ୍କା ନିଅନ୍ତୁ ଏକ ଚୁଟକି ଲୁଣ ଅକ୍ପ ହଳଦିଆ ସୋରିଷ ନେଇ ଏହିସବୁକୁ ମିଶାଇ ସେହି ପୀଡିତ ବ୍ୟକ୍ତିଙ୍କ ଉପରେ ୭ ଥର ବୁଲାଇ ନିଅନ୍ତୁ। ବୁଲାଇବା ପରେ ଏହିସବୁ ଜିନିଷକୁ କୌଣସି ପାତ୍ରରେ କର୍ପୂର ଏବଂ ଧିପ ରଖି ଜଳେଇ ଦେବେ। ଏହା ଦ୍ବାରା ନଜର ଦୋଷ ଶେଷ ହୋଇଥାଏ। ଏହାକୁ ୩ ଥର କରିବେ। ଏହି ଉପାୟକୁ ଦିନରେ ଥରେ ହିଁ କରିବେ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *