Excuse Me Odisha

ଯାହା କହିବୁ ସତ କହିବୁ

ମୃତ୍ୟୁ ପୂର୍ବରୁ ମନୁଷ୍ୟକୁ ମିଳିଥାଏ ଏହି ୭ଟି ସଂକେତ। ଯଦି ଆପଣଙ୍କୁ ସେହି ସଂକେତ ମିଳୁଛି, ତାହେଲେ ଆପଣଙ୍କ ମୃତ୍ୟୁ ସୁନିଶ୍ଚିତ। ଜାଣନ୍ତୁ କଣ ସେହି ସଂକେତ।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ଏହି ଦୁନିଆରେ ପ୍ରତ୍ୟେକ ଜୀବଜନ୍ତୁ, କୀଟ ପତଙ୍ଗ, ପ୍ରତ୍ୟେକ ଜୀବିତ ବସ୍ତୁର ଜନ୍ମ ହେବା ସହିତ ମୃତ୍ୟୁ ମଧ୍ୟ ସୁନିଶ୍ଚିତ ଅଟେ। ଯେଉଁ ସମୟରେ ମନୁଷ୍ୟ ଏହି ଭୌତିକ ସଂସାରରେ ଜନ୍ମ ନେଇଥାଏ, ସେହି ସମୟରେ ହିଁ ତାହାର ମୃତ୍ୟୁର କାରଣ ଓ ମୃତ୍ୟୁର ସମୟ ନିଶ୍ଚିତ ହୋଇ ଯାଇଥାଏ। କହିବାକୁ ଗଲେ କୌଣସି ପ୍ରତ୍ୟେକ ମନୁଷ୍ୟ ମୃତ୍ୟୁକୁ ଭୟ କରିଥାନ୍ତି। କାରଣ କେହି ମଧ୍ୟ ମରିବାକୁ ଈଛା କରନ୍ତି ନାହିଁ। ଗରୁଡ ପୁରାଣରେ କିଛି ଏଭଳି ସଂକେତ ବିଷୟରେ କୁହାଯାଇଛି, ଯାହାକୁ ଆଧାର କରି ଆପଣ ଜାଣି ପାରିବେ କି ଆପଣ ମୃତ୍ୟୁର ନିକଟତର ହେଉଛନ୍ତି।

ଗରୁଡ ପୁରାଣ ଅନୁସାରେ ଯେତେବେଳେ ବ୍ୟକ୍ତିର ମୃତ୍ୟୁ ନିକଟ ହୋଇ ଆସେ, ସେତେବେଳେ ସେହି ବ୍ୟକ୍ତିର ଛାଇ ତାର ସାଥିରେ ରହେ ନାହିଁ। ଏହି ବ୍ୟକ୍ତିର ଛାଇ ତେଲ କିମ୍ବା ପାଣିରେ ମଧ୍ୟ ନଜର ଆସି ନଥାଏ।କୌଣସି ବ୍ୟକ୍ତିଙ୍କ ସହିତ ଯଦି ଏଭଳି କିଛି ଘଟଣା ଘଟୁଛି, ତାହେଲେ ବୁଝି ଯାଆନ୍ତୁ କି ତାଙ୍କର ମୃତ୍ୟୁର ସମୟ ଆସିବାକୁ ଯାଉଛି। ଏହାସହିତ ଯେବେ କୌଣସି ବ୍ୟକ୍ତିର ମୃତ୍ୟୁ ପାଖେଇ ଆସେ, ତାଙ୍କୁ ନିଜ ଆଖପାଖରେ ପୂର୍ବ ପୁରୁଷ ନଜର ଆସନ୍ତି । ବ୍ୟକ୍ତି ଜଣକ ଜାଣି ପାରେ କି ତାର ମୃତ୍ୟୁ ନିକଟତର ହୋଇ ଆସୁଛି।ଆଉ ଏକ କଥା ହେଉଛି,ପ ମୃତ୍ୟୁ ନିକଟତର ହେଲେ ତାକୁ ନିଜ ଶରୀରରୁ ଏକ ପ୍ରକାରର ଦୁର୍ଗନ୍ଧ ବାହାରି ଥାଏ। ଶରୀରରୁ ଏହି ଦୁର୍ଗନ୍ଧ ବାହାରିବା ମାତ୍ରେ ବୁଝି ଯାଆନ୍ତୁ କି ସେହି ମନୁଷ୍ୟର ଶେଷ ସମୟ ଆସି ଯାଇଛି।

ଯେତେବେଳେ ମୃତ୍ୟୁ ମନୁଷ୍ୟର ନିକଟ ହୋଇ ଆସେ, ସେହି ସମୟରେ ଯଦି ବ୍ୟକ୍ତି ଜଣକ ଆଇନାରେ ନିଜର ଚେହେରାକୁ ଦେଖନ୍ତି, ତାହେଲେ ସେହି ସ୍ଥାନରେ ତାଙ୍କୁ ନିଜ ଚେହେରା ବଦଳରେ ଅନ୍ୟର ଚେହେରା ନଜର ଆସିଥାଏ କିମ୍ବା ତାକୁ ନିଜର ବିକୃତ ଚେହେରା ଦେଖାଯାଏ। ଅର୍ଥାତ୍ ଆଇନା ତାକୁ ଆସୁଥିବା ମୃତ୍ୟୁ ବିଷୟରେ ସୂଚିତ କରିଥାଏ।ଯେତେବେଳେ ବ୍ୟକ୍ତିର ଶରୀର ଅଳ୍ପ ହଳଦିଆ ଓ ନାଲି ଦେଖାଯାଏ, ତାହେଲେ ବୁଝି ନେବା ଉଚିତ ଯେ ସେହି ବ୍ୟକ୍ତିର ମୃତ୍ୟୁ ନିକଟତର ହେବାକୁ ଯାଉଛି। ଯଦି ତ୍ଵଚା ଭିତରୁ ଜଳିବାକୁ ଲାଗେ, ତାହେଲେ ସେହି ବ୍ୟକ୍ତି ଜଣକ ପାପୀ ହେବା ସହିତ ନର୍କକୁ ଯିବା ପୂର୍ବରୁ ତାଙ୍କୁ ଅନେକ କଷ୍ଟ ଭୋଗିବା ପଡିପାରେ। ଯେତେବେଳେ ମୃତ୍ୟୁ ନିକଟତର ହୋଇ ଆସେ ତେବେ ତାକୁ ସୂର୍ଯ୍ୟ ଓ ଚନ୍ଦ୍ରମାର ଆଲୋକ ଦେଖିବା ବନ୍ଦ ହୋଇଯାଏ।

କିନ୍ତୁ ଯେଉଁ ବ୍ୟକ୍ତି ଜୀବନରେ ପୁଣ୍ୟ କାର୍ଯ୍ୟ କରିଥାନ୍ତି, ଯେତେବେଳେ ତାଙ୍କର ମୃତ୍ୟୁର ସମୟ ଆସିଥାଏ, ତାଙ୍କୁ ନିଜ ଆଖି ସାମ୍ନାରେ ଏକ ଦିବ୍ୟ ଆଲୋକ ଦେଖାଯାଏ । ଏହିଭଳି ବ୍ୟକ୍ତି ମୃତ୍ୟୁକୁ ଭୟ କରନ୍ତି ନାହିଁ। କିନ୍ତୁ ଯେଉଁ ବ୍ୟକ୍ତି ପାପୀ ହୋଇଥାନ୍ତି ଓ ନିଜ ଜୀବନରେ ଘୋର ଅନ୍ୟାୟ କରିଥାନ୍ତି, ତାଙ୍କୁ ମୃତ୍ୟୁ ସମୟରେ ଆଖି ସାମ୍ନାରେ ଭୟଙ୍କର ଯମଦୂତ ଦେଖା ଯାଆନ୍ତି। ଯାହାକୁ ଦେଖି ସେ ଭୟଭୀତ ହୋଇ ଯାଇଥାନ୍ତି।

ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀଟି କିପରି ଲାଗିଲା ଆପଣଙ୍କ ମତାମତ ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ। ତେବେ ଏହାକୁ ନିଶ୍ଚିତ ଭାବରେ ସମସ୍ତଙ୍କ ସହିତ ସେୟାର କରନ୍ତୁ। ଏଭଳି ଅଧିକ ପୋଷ୍ଟ ପଢ଼ିବା ପାଇଁ ଆମ ପେଜକୁ ଲାଇକ ଏବଂ ଫଲୋ କରନ୍ତୁ। ଧନ୍ୟବାଦ!

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *