Excuse Me Odisha

ଯାହା କହିବୁ ସତ କହିବୁ

କଣ ଆପଣ ଆର୍ଥିକ ସଂକଟ ଯୋଗୁଁ ଚିନ୍ତିତ ରହିଛନ୍ତି? କରନ୍ତୁ ଏହି ଉପାୟ, ଖୁବ୍ ଶୀଘ୍ର ମିଳିବ ସଫଳତା।

ସେୟାର୍ କରନ୍ତୁ

କଣ ଆପଣଙ୍କ ଘରେ ଅଶାନ୍ତି ଓ ଆର୍ଥିକ ସଂକଟର ବାତାବରଣ ସୃଷ୍ଟି ହେଉଛି। ଯଦି ଆପଣଙ୍କର ମଧ୍ୟ ଏଭଳି ହେଉଛି, ତାହେଲେ ପାନ ପତ୍ରକୁ ନେଇ କିଛି ବିଶେଷ ଉପାୟ କରନ୍ତୁ। ଏଭଳି କରିବା ଦ୍ଵାରା ଆପଣଙ୍କୁ ନିଶ୍ଚିତ ଭାବରେ ଫାଇଦା ମିଳିବ।

ଯଦି ଆପଣ ଆର୍ଥିକ ସଂକଟର ସମ୍ମୁଖୀନ ହେଉଛନ୍ତି, ଯଦି ଆପଣଙ୍କ ଘରେ ଅଶାନ୍ତି ଲାଗି ରହୁଛି, ଯଦି ଆପଣଙ୍କ କାର୍ଯ୍ୟରେ ବାଧା ସୃଷ୍ଟି ହେଉଛି, ତାହେଲେ ପାନପତ୍ରକୁ ନେଇ ବିଶେଷ ଉପାୟ କରିବା ଦ୍ଵାରା ଜୀବନରେ ଚାଲିଥିବା ସମସ୍ତ ସମସ୍ୟା ଦୂର ହୋଇଯିବ।

ପୂଜା ଥାଳିରେ ରଖା ଯାଇଥିବା ପ୍ରତ୍ୟେକ ସାମଗ୍ରୀର ମହତ୍ତ୍ଵ :-

ସନାତନ ଧର୍ମରେ ପୂଜାପାଠ ସମୟରେ ଅନେକ ସାମଗ୍ରୀ ବ୍ୟବହାର କରାଯାଇଥାଏ। ଏହି ସାମଗ୍ରୀ ଗୁଡ଼ିକର ଅଲଗା ଅଲଗା ମହତ୍ତ୍ଵ ରହିଥାଏ।ଯାହାଦ୍ଵାରା ଆମକୁ ଆଶାନୁରୂପ ଫଳ ପ୍ରାପ୍ତି ହୋଇଥାଏ। ସେହି ସାମଗ୍ରୀ ମଧ୍ୟରୁ ପାନର ପତ୍ର ଅନ୍ୟତମ। ଅଧିକାଂଶ ଲୋକେ ପାନକୁ ଖାଦ୍ୟ ସାମଗ୍ରୀ ରୂପରେ ବ୍ୟବହାର କରାଯାଇଥାଏ। କିନ୍ତୁ ଏହାକୁ ପୂଜାକର୍ମରେ ମଧ୍ୟ ବ୍ୟବହାର କରାଯାଏ। ପାନପତ୍ରକୁ ବ୍ୟବହାର କରି ଦେବୀ ଓ ଦେବତା ମାନଙ୍କର ପୂଜାର୍ଚ୍ଚନା କରାଯାଇଥାଏ।

ମହାବଳୀ ହନୁମାନଙ୍କୁ ଅର୍ପଣ କରାଯାଇଥାଏ ପାନପତ୍ର :-

କୁହାଯାଏ କି ପ୍ରତ୍ୟେକ ମଙ୍ଗଳବାର ଓ ଶନିବାର ଦିନ ପ୍ରଭୁ ହନୁମାନଙ୍କୁ ପାନପତ୍ର ଅର୍ପଣ କଲେ ଅଟକି ରହିଥିବା ସବୁ କାର୍ଯ୍ୟ ସମାପ୍ତ ହୋଇଥାଏ। ଏହାସହିତ ପରିବାରର ଯେଉଁ ସଦସ୍ୟ ରୋଗରେ ପୀଡିତ ଅଛନ୍ତି, ସେ ଆରୋଗ୍ୟ ଲାଭ କରିଥାନ୍ତି। କୁହାଯାଏ କି ବୁଧବାର ଦିନ ପାନପତ୍ର ସେବନ କରିବା ଉଚିତ। ଏହାଦ୍ବାରା ଶାରୀରିକ ଓ ମାନସିକ ଶାନ୍ତି ପ୍ରାପ୍ତ ହୋଇଥାଏ।

ଖରାପ ନଜର ଦୂର କରିବା ପାଇଁ କରନ୍ତୁ ଏହି ଉପାୟ :-

ଶାସ୍ତ୍ର ଅନୁସାରେ ଯଦି କୌଣସି ବ୍ୟକ୍ତିକୁ ନଜର ଲାଗି ଯାଇଥାଏ, ତାହେଲେ ପାନପତ୍ରରେ ଗୋଲାପର ପାଖୁଡ଼ା ରଖି ସେହି ବ୍ୟକ୍ତିକୁ ଖୁଆଇ ଦେବା ଉଚିତ। ଏଭଳି କରିବା ଦ୍ଵାରା ବ୍ୟକ୍ତିର ଉପରୁ ସବୁ ଖରାପ ନଜର ଦୂର ହୋଇଯିବ। ଯଦି ଆପଣ କୌଣସି ଶୁଭ କାର୍ଯ୍ୟ ଆରମ୍ଭ କରିବାକୁ ଯାଉଛନ୍ତି, ତାହେଲେ ଭଗବାନ ଗଣେଶଙ୍କୁ ପାନ ଉପରେ କେଶର ରଖି ଅର୍ପଣ କରନ୍ତୁ। ଏଭଳି କରିବା ଦ୍ଵାରା ପ୍ରଭୁ ଶ୍ରୀଗଣେଶ ଆପଣଙ୍କ ଉପରେ ପ୍ରସନ୍ନ ହେବେ ଓ ଆପଣଙ୍କ ଜୀବନରେ ସବୁ ସମସ୍ୟା ଦୂର ହୋଇଯିବ।

ଘରର ବାତାବରଣ ଏହି ଉପାୟରେ ଠିକ କରନ୍ତୁ :-

ଯଦି ଆପଣଙ୍କ ଘରେ କୌଣସି ନକାରାତ୍ମକ ଶକ୍ତିର ବାସ ବୋଲି ଅନୁଭବ କରୁଛନ୍ତି ଓ ସର୍ବଦା ଆପଣଙ୍କ ଘରେ ଅଶାନ୍ତି ଲାଗି ରହୁଛି ବା କଳି ଝଗଡ଼ା ସୃଷ୍ଟି ହେଉଛି, ତାହେଲେ ଘରର ମୁଖ୍ୟ ଫାଟକ ସାମ୍ନାରେ ପାନପତ୍ରର ମାଳ କରି ଟାଙ୍ଗୀ ଦିଅନ୍ତୁ।

ଫାଟି ନଥିବା ପାନପତ୍ର :-

ଯେତେବେଳେ ଆପଣ ପୂଜାର ଥାଳି ପ୍ରସ୍ତୁତ କରୁଛନ୍ତି, ତାହେଲେ ସେଥିରେ ପାନପତ୍ର ଫାଟି ଯିବା ବା ଚିରି ଯାଇ ନଥିବ, ଅର୍ଥାତ ଭଲ ପାନପତ୍ର ପୂଜା ସମୟରେ ବ୍ୟବହାର କରିବା ଉଚିତ। ଯଦି ପାନପତ୍ରରେ କୌଣସି ଦାଗ ରହିବ, ତାହେଲେ ଆପଣଙ୍କୁ ଉତ୍ତମ ଫଳ ପ୍ରାପ୍ତ ହେବ ନାହିଁ

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *