Excuse Me Odisha

ଯାହା କହିବୁ ସତ କହିବୁ

ଶନିବାର ଦିନ ଚୁପଚାପ ପୋତିଦିଅନ୍ତୁ ଏହିଠାରେ ଗୋଟିଏ କଣ୍ଟା ! ହୋଇ ନ ପାରୁଥିବା ଚାକିରୀ ଗାଡି ବଙ୍ଗଳା ସବୁକିଛି ମିଳିଯିବ !

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଶନିବାର ଦିନ ଚୁପଚାପ ପୋତିଦିଅନ୍ତୁ ଏହିଠାରେ କଣ୍ଟା। ଚାହୁଁନଥିବା ଚାକିରୀ ଗାଡି ବଙ୍ଗଳା ସବୁକିଛି ମିଳିଯିବ।

ଶନିବାର ଦିନ ଭଗବାନ ଶନିଦେବଙ୍କୁ ସମର୍ପିତ ଅଟେ ଏବଂ ଏହିଦିନ କିଛି ବିଶେଷ ପ୍ରୟୋଗ କରାଯାଏ ତ ଜୀବନରେ ବହୁତ ସାରା ସମସ୍ୟା ଦୂର ହୋଇଥାଏ। ବନ୍ଦ ଭାଗ୍ୟର ତାଲା ଖୋଲିଯାଇଥାଏ। ଶନିଦେବଙ୍କ ନାମକୁ ସମସ୍ତେ ଡରି ଥାନ୍ତି ଏବଂ ଜ୍ୟୋତିଷ ଶାସ୍ତ୍ରରେ ଶନିବାର ଦିନ କରାଯାଇଥିବା ବିଶେଷ ଉପାୟ ଆପଣଙ୍କୁ ନାଁ କେବଳ ଶନିଙ୍କ ପୀଡ଼ାରୁ ମୁକ୍ତି ଦେଇଥାଏ ବରଂ ଶନିଦେବ ପ୍ରସନ୍ନ ହୋଇ ଆପଣଙ୍କ ଉପରେ ଆଶୀର୍ବାଦ ବି ବର୍ଷା କରିଥାନ୍ତି।

ଶନିଦେବ ଯେଉଁ ଆପଣଙ୍କ ଚାକିରୀ ବ୍ୟବସାୟ ରୋଜଗାର ଆପଣଙ୍କ ଆଜିବିକାର କାରକ ଅଟେ ଅର୍ଥାତ ଯଦି ଶନି ମଜବୁତ ଥିବେ ତ ଧନ ରୋଜଗାର କରିହେବ। ଏହି ଦେବତା ବହୁତ ଶୀଘ୍ର କ୍ରୋଧିତ ବି ହୋଇଯାନ୍ତି। ଯଦି ଜୀବନରେ ସମସ୍ତ ଗ୍ରହର ସମସ୍ୟାର ସମ୍ମୁଖୀନ ହେବାକୁ ପଡେ ତେବେ ଏମିତିରେ ଏକ ଛୋଟ ପ୍ରୟୋଗ କରନ୍ତୁ ଆପଣଙ୍କ ବନ୍ଦ ଭାଗ୍ୟକୁ ଖୋଲି ଦେଇଥାଏ। ଆସନ୍ତୁ ଜାଣିବା ସେହି ଉପାୟ ଗୁଡିକ ବିଷୟରେ।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଯେବେବି ଆପଣ ତାଲା କିଣୁଛନ୍ତି ଧ୍ୟାନ ଦେବେ ସେହି ତାଲା ଷ୍ଟିଲର ହୋଇଥିବ। ତାଲାକୁ ଖୋଲି ଦେଖନ୍ତୁ ନାହିଁ କି ସେହି ତାଲା ଖୋଲିଯାଉଛି ନାଁ ଖୋଲୁନାହିଁ ଠିକ ଅଛି କି ନାହିଁ। ଯେମିତି ବନ୍ଦ ଅଛି ସେମିତି ବନ୍ଦ ତାଲାକୁ କିଣି କରି ଆଣନ୍ତୁ। ଏହାକୁ ଶୁକ୍ରବାର ଦିନ ହିଁ ଆଣିବାକୁ ହେବ।

ରାତିରେ ଯେତେବେଳେ ଶୋଇବେ ତ ନିଜ ବେଡ଼ରୁମରେ ନିଜ ମୁଣ୍ଡ ପାଖରେ କୌଣସି ବି ଜାଗାରେ ରଖିଦିଅନ୍ତୁ ଏହା ପରେ ପର ଦିନ ସକାଳୁ ଶନିବାର ଦିନ ସ୍ନାନ ଆଦି ସାରି ସେମିତି ସେହି ତାଲାକୁ ନେଇ କୌଣସି ଗଛ ମୂଳରେ କିମ୍ବା ମନ୍ଦିରରେ ଯାଇ ରଖି ଆସନ୍ତୁ। ରଖିବା ପରେ ନିଜର ସମସ୍ୟା କୁହନ୍ତୁ। ଯାହାବି ମନସ୍କାମନା ଥିବ କୁହନ୍ତୁ ଏବଂ ବିନା ପଛକୁ ନବୁଲି ଘରକୁ ଫେରି ଆସନ୍ତୁ। ଯେତେବେଳେ ସେହି ତାଲାକୁ କୌଣସି ବି ବ୍ୟକ୍ତି ଖୋଲିବ ତ ଆପଣଙ୍କ ଭାଗ୍ୟ ବି ଖୋଲିଯିବ।

ଅନେକ ଥର କରଜର ସମସ୍ୟା ବହୁତ ଚିନ୍ତିତ କରିଥାଏ ଲକ୍ଷେ ପ୍ରୟାସ ପରେ ବି ନାଁ ଧନ ଆସିଥାଏ ନାଁ କରଜ ଶୁଝି ଥାଏ। ଏହି ଉପାୟ କରନ୍ତୁ। ଆପଣ ଯେଉଁ ଜୂତା ଚପଲ ପିନ୍ଧନ୍ତି ସେହି ଜୂତା ଚପଲକୁ ପିନ୍ଧି କରି କୌଣସି ପାଖ ମନ୍ଦିରକୁ ଯାଆନ୍ତୁ। ଚପଲ ଖୋଲି ପୂଜା ପାଠ କରନ୍ତୁ। ଯେତେବେଳେ ପୂଜାପାଠ ସାରି ଘରକୁ ଫେରିବେ ତ ଜୂତା ଚପଲ ସେହିଠାରେ ଛାଡି ଆସିବେ ପିନ୍ଧି କରି ଆସିବେ ନାହିଁ। ଏମିତି କଲେ ଆପଣଙ୍କ ଜୀବନରେ ଚାକିରୀ ଆର୍ଥିକ ସମସ୍ୟ ଉଭୟ ହିଁ ସମାପ୍ତ କରିବ। ଚାକିରୀ ନମିଳୁଥିଲେ ମିଳିଯିବ ଧନର ସମସ୍ୟା ଥିଲେ ତାହା ଠିକ ହୋଇଯିବ।

ଆପଣ ଚାହିଁଲେ ମାଛ ମାନଙ୍କୁ ଦାନା ବି ଖାଇବାକୁ ଦେଇପାରିବେ। ପିମ୍ପୁଡି ମାନଙ୍କୁ ଅଟା ବି ଖାଇବାକୁ ଦେଇପାରିବେ। ଏହା ମାନ୍ୟତା ଅଛି ଏମିତି କରିଲେ ଶନିବାର ଦିନ ସନ୍ତାନ ସମ୍ବଦ୍ଧିତ ସମସ୍ୟା ଦୂର ହୋଇଥାଏ। ଚାକିରୀ ସମ୍ବଦ୍ଧିତ ସମସ୍ୟାବି ଦୂର ହୋଇଥାଏ।

ଅନେକ ଥର ଶତ୍ରୁ ବିରୋଧୀ ବଢିଯାଇଥାନ୍ତି। ଅନେକ ଥର ସ୍ୱାମୀ ସ୍ତ୍ରୀ ପରସ୍ପରକୁ ଧୋକା ଦେଇଥାନ୍ତି କିମ୍ବା କୁଣ୍ଡଳୀରେ ଶନିଦୋଷ ଥିଲେ ସର୍ବଦା ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ। ଏପରି ସ୍ଥିତିରେ ଶନିବାର ଦିନ କଳା ବିରି କଳା ତିଳ କଳା କପଡା କଳା ଚଣା ଯାହାବି ଆପଣଙ୍କୁ ମିଳିଯିବ ତାହାକୁ ନେଇ ନିଅନ୍ତୁ ନେବା ପରେ ଏହା ଭିତରୁ କୌଣସି ଗୋଟିଏ ଜିନିଷ ନେବେ ନେବା ପରେ କୌଣସି ବି ଅଭାବି ବ୍ୟକ୍ତିକୁ ଦାନ କରିଦିଅନ୍ତୁ। ଏମିତି କଲେ ଜୀବନରେ କଷ୍ଟ ଦୂର ହୋଇଯିବ। ଆପଣଙ୍କର ମନସ୍କାମନା ପୂରଣ ହୋଇଯିବ।

ଆପଣଙ୍କର ଅଟକି ରହିଥିବା ଟଙ୍କା ଫେରସ୍ତ ମିଳିପାରୁ ନଥିଲେ କିମ୍ବା ଆପଣଙ୍କ କାମ ହେଉ ହେଉ ବିଗିଡି ଯାଇଥାଏ। ଆପଣ ଚିନ୍ତିତ ଥିଲେ ଟଙ୍କାର ଆବଶ୍ୟକତା ଅଛି କିନ୍ତୁ ନିଜର ହିଁ ଟଙ୍କା ଆପଣଙ୍କୁ ମିଳୁନାହିଁ ତ ଏପରି ସ୍ଥିତିରେ ଶନିବାର ଦିନ ଏକ ଛୋଟ ଉପାୟ କରନ୍ତୁ। ରୋଟି ପ୍ରସ୍ତୁତ କରିବା ସମୟରେ ସବୁଠାରୁ ପଛ ରୋଟିକୁ ନେବେ ନିଜ ହାତରେ ଧରି ନିଜର ସମସ୍ୟାକୁ କହି ସେହି ରୋଟିରେ ମାତ୍ର ୨ ରୁ ୪ ବୁନ୍ଦା ସୋରିଷ ତେଲ ଲଗାଇ କୌଣସି ବି କୁକୁରକୁ ସେହି ରୋଟିକୁ ନିଜର ସମସ୍ୟା କହି କହି ଖାଇବାକୁ ଦେଇ ଦିଅନ୍ତୁ। ଆପଣଙ୍କର ଅଟକି ରହିଥିବା ଧନ ସହଜରେ ମିଳିଯିବ। ଯାହାବି ଜୀବନରେ ସମସ୍ୟା ଥିବ ତାହା ଦୂର ହୋଇଯିବ। ଏହି ଉପାୟ ଲଗାତାର ୫ ଟି ଶନିବାର କରିବେ।

ଚାକିରୀ ମିଳିପାରୁନଥିଲେ ଜୀବନରେ ସମସ୍ୟାରୁ ବାହାରି ପାରୁନାହାନ୍ତି ତ ଏହିସବୁ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଛୋଟ ଉପାୟ କରନ୍ତୁ। କୌଣସି ବି ଶନିବାର ଦିନ ସକାଳ ଠାରୁ ନେଇ ସନ୍ଧ୍ୟା ପର୍ଯ୍ୟନ୍ତ ଅନ୍ଧାର ହେବା ପରେ ନୁହେଁ। ଏକ ଲୁହାର କଣ୍ଟା ନେଇ ଅସ୍ତ ଗଛ ମୂଳକୁ ଚାଲିଯାଅନ୍ତୁ ନିଜର ଯାହାବି ସମସ୍ୟା ଥିବ କୁହନ୍ତୁ ପ୍ରାର୍ଥନା କରନ୍ତୁ ଏବଂ ଅସ୍ତ ଗଛର ଚେର ପାଖରେ ଚେରରେ ନୁହେଁ ଚେରକୁ ଲାଗି ମାଟିରେ ଏହି କଣ୍ଟାକୁ ପୋତି ଦିଅନ୍ତୁ। ନିଜର ମନସ୍କାମନା କୁହନ୍ତୁ। ଅଳ୍ପ ଦିନରେ ଆପଣଙ୍କର ମନସ୍କାମନା ପୂରଣ ହୋଇଯିବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *