Excuse Me Odisha

ଯାହା କହିବୁ ସତ କହିବୁ

ପ୍ରତ୍ୟକ ଦିନ ରାତିରେ କରନ୍ତୁ ଏହି ଗୋଟିଏ କାମ, ଅକାଳ ମୃତ୍ୟୁ ହେବ ନାହିଁ। ସବୁ ରୋଗ ନାଶ ହେବ।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ପ୍ରତ୍ୟକ ଦିନ ରାତିରେ କରନ୍ତୁ ଏହି ୧ କାମ ଅକାଳ ମୃତ୍ୟୁ ହେବ ନାହିଁ। ସବୁ ରୋଗ ନାଶ ହେବ।

ଦେବଙ୍କର ଦେବ ମହାଦେବ ଶିବ ପୁରାଣରେ ମା ପାର୍ବତୀଙ୍କୁ ସବୁ ପ୍ରକାରର ରୋଗ ଶୋକ ଦରିଦ୍ରତା ଏବଂ ମୃତ୍ୟୁର ବଞ୍ଚିବା ପାଇଁ ମହତ୍ୱପୂର୍ଣ୍ଣ ଉପାୟ କହିଥିଲେ। ଯାହା ଦେବତାମାନେ ମନୁଷ୍ୟଙ୍କ ଠାରୁ ଲୁଚାଇ କରି ରଖିଛନ୍ତି। ଶିବ ପୁରାଣ ଅନୁସାରେ ମା ପାର୍ବତୀ ଭଗବାନ ଶିବଙ୍କୁ ପଚାରିଲେ ହେ ପ୍ରଭୁ ପୃଥିବୀ ଲୋକରେ ଜନ୍ମ ନେଉଥିବା ଲୋକ ପ୍ରତ୍ୟକ ପ୍ରାଣୀଙ୍କ ମୃତ୍ୟୁ ନିଶ୍ଚିତ ହୋଇଥାଏ କିନ୍ତୁ ଅନେକ ଲୋକଙ୍କ ମୃତ୍ୟୁ କମ ବୟସରେ ହୋଇଯାଏ ଭୟଙ୍କର ରୋଗରେ ପୀଡିତ ହୋଇ ସେ ମୃତ୍ୟୁକୁ ପ୍ରାପ୍ତ ହୋଇଯାଇଥାଏ।

ଏହି ଅକାଳ ମୃତ୍ୟୁରୁ ବଞ୍ଚିବା ପାଇଁ ମନୁଷ୍ୟଙ୍କୁ କଣ କରିବା ଉଚିତ। ଏହି ସଂସାରରେ କାଳର ଦୃଷ୍ଟିରୁ କେହିବି ବଞ୍ଚି ପାରିବେ ନାହିଁ ମୃତ୍ୟୁ ନିକଟତର ହେବା ଯୋଗୁ କାଳ ତାକୁ ଗ୍ରହଣ କରିନିଏ କିନ୍ତୁ ଆପଣ ତ ଯଜ୍ଞର ଶିରମଣି ଅଟନ୍ତି କାଳଙ୍କର କାଳ ମହାକାଳ ଅଟନ୍ତି କାଳ ବି ଆପଣଙ୍କ ସାମ୍ନାରେ ଭୟଭିତ ହୋଇ ଥର ଥର କାମ୍ପି ଥାଏ। କୃପା କରି ମନୁଷ୍ୟଙ୍କ କଲ୍ୟାଣ ପାଇଁ ଏମିତି ଉପାୟ କୁହନ୍ତୁ କି ପ୍ରାଣୀ କାଳର ଭୟରୁ ମୁକ୍ତ ହୋଇଯିବ ଏବଂ ତାର ଅକାଳ ମୃତ୍ୟୁ କେବେବି ହେବନାହିଁ।

ପ୍ରାଣୀ କୌଣସି ବି ପ୍ରକାରର ରୋଗ ଏବଂ ଶୋକରୁ କେମିତି ମୁକ୍ତ ହୋଇପାରିବେ। ମା ପାର୍ବତୀ ପଚାରିବାରୁ ଭଗବାନ ଶିବ ତାଙ୍କୁ ଅକାଳ ମୃତ୍ୟୁ ଦୁଃଖ ଦରିଦ୍ରତା ଏବଂ ରୋଗରୁ ମୁକ୍ତି ପାଇଁ ବହୁତ ମହତ୍ୱପୂର୍ଣ୍ଣ ଉପାୟ କହିଥିଲେ ଯାହା ଦେବତାମାନେ ମନୁଷ୍ୟଙ୍କ ଠାରୁ ଲୁଚାଇ କରି ରଖିଛନ୍ତି। ପ୍ରତ୍ୟକ ମନୁଷ୍ୟଙ୍କୁ ଏହି ଉପାୟ ନିଶ୍ଚୟ ଜାଣିନେବା ଉଚିତ। ତେବେ ଆସନ୍ତୁ ଜାଣିନେବା ସେହି ଉପାୟ ଗୁଡିକ ବିଷୟରେ।

ଭଗବାନ ଶିବ କୁହନ୍ତି ଶ୍ରେଷ୍ଠ ଦେବତା ଦୈତ୍ୟ ଯକ୍ଷ ରାକ୍ଷସ ନାଗ ଏବଂ ମନୁଷ୍ୟ କାହାରି ବି ଦ୍ୱାରା କାଳର ନାଶ କରାଯାଇ ପାରିବ ନାହିଁ କିନ୍ତୁ ଯେଉଁ ମନୁଷ୍ୟ ଏହି ଉପାୟ କରିଥାଏ ସେ ଶରୀର ଧାରୀ ହେବା ପରେ ମଧ୍ୟ ବଡ଼ ହିଁ ସରଳତାରେ କାଳକୁ ନଷ୍ଟ କରି ଦେଇଥାଏ। ମନୁଷ୍ୟଙ୍କର ପଞ୍ଚ ଭୌତିକ ଶରୀର ସର୍ବଦା ସେହି ଭୁତଙ୍କ ଗ୍ରହରୁ ନିୟତି ଉତ୍ପନ ହୋଇଥାଏ ଏବଂ ଅନ୍ତରେ ଏହି ଥିରେ ହିଁ ତାଙ୍କର ନାଶ ହୋଇଥାଏ। ମାଟିର ଦେହ ମାଟିରେ ହିଁ ମିଶି ଯାଇଥାଏ। ଆକାଶରୁ ବାୟୁ ଉତ୍ପନ ହୋଇଥାଏ ବାୟୁରୁ ତେଜସ୍ୱତା ଉତ୍ପନ ହୋଇଥାଏ ତେଜରୁ ପ୍ରାକୃତିକ ଜଳ ଏବଂ ଜଳରୁ ପୃଥିବୀର ଆବିର୍ଭାବ ହୋଇଥାଏ।

ମନୁଷ୍ୟଙ୍କ ଶରୀରରେ ପୃଥିବୀର ୫ ଗୁଣ ଥାଏ। ଜଳରେ ୪, ତେଜରେ ୩, ବାୟୁରୁ ୨ ଗୁଣ ଏବଂ ଆକାଶର ୧ ମାତ୍ର ଶବ୍ଦ ଗୁଣ ହୋଇଥାଏ। ଯେବେବି ମନୁଷ୍ୟ ଏହି ୫ ଗୁଣର ତତ୍ୱକୁ ତ୍ୟାଗ କରିଥାଏ ସେ ମୃତ୍ୟୁକୁ ପ୍ରାପ୍ତ ହୋଇଯାଇଥାଏ ଏବଂ ଯେତେବେଳେ ସେ ଗୁଣକୁ ଧାରଣ କରିନେଇଥାଏ ତ ସେତେବେଳେ ତାର ଜନ୍ମ ହୋଇଥାଏ। ଏହି ଗୁଣକୁ କେବେବି ତ୍ୟାଗ କରିବା ଉଚିତ ନୁହେଁ। ଯେଉଁ ମନୁଷ୍ୟ ଅକାଳ ମୃତ୍ୟୁ ରୋଗ ଶୋକ ଇତ୍ୟାଦିରେ ବିଜୟୀ ପ୍ରାପ୍ତର କାମନା ରଖିଥାଏ ସେ ପ୍ରତିଦିନ ଚେଷ୍ଟା କରି ନିଜର ଶରୀରର ଏହି ଗୁଣକୁ ଚିତନ କରନ୍ତୁ।

ଏକ ଆସନ ଉପରେ ବସି ପ୍ରାଣାୟମ ଦ୍ୱାରା ଯୋଗା ଅଭ୍ୟାସ କରନ୍ତୁ। ରାତ୍ରୀ ସମୟରେ ଯେତେବେଳେ ସବୁ ଲୋକ ଶୋଇ ଯିବେ ତ ସେହି ସମୟରେ ଅଦ୍ଧକାରରେ ବସି ସେ ଏହି ଉପାୟ କରନ୍ତୁ। ସେ ସବୁ ରୋଗରୁ ମୁକ୍ତି ପାଇଯିବ ମୃତ୍ୟୁର ଭୟ ଦୂର ହୋଇଥାଏ ଏବଂ ତାର ଅକାଳ ମୃତ୍ୟୁ କେବେବି ହୋଇନଥାଏ। ସେ ଉପାୟ ହେଉଛି ମନୁଷ୍ୟଙ୍କୁ ରାତିରେ ଭଜନ କରିବା ପରେ ଅନ୍ଧକାରରେ ବସି ନିଜର ତର୍ଜନୀ ଆଙ୍ଗୁଳିରେ ଦୁଇଟି କାନକୁ ବନ୍ଦ କରି ୨ ଘଡି ପର୍ଯ୍ୟନ୍ତ ବନ୍ଦ କରି ରଖନ୍ତୁ। ଏମିତି କରିଲେ ଅଗ୍ନି ତତ୍ତ୍ୱ ପ୍ରେରିତ ଶବ୍ଦ ଶୁଣାଯିବ। ଏହି ଶବ୍ଦ ଶୁଣା ଯିବାପରେ ମନୁଷ୍ୟଙ୍କ ଶରୀରରେ ଭଜନ କ୍ଷଣକରେ ପଚି ଯାଇଥାଏ। ସମ୍ପୂର୍ଣ୍ଣ ରୋଗ ତଥା ଜୁଆର ଆଦିର ଉପଦ୍ରବ୍ୟର ଶୀଘ୍ର ନାଶ ହୋଇଥାଏ।

ଯେଉଁବି ମନୁଷ୍ୟ ପ୍ରତିଦିନ ଏହି ଉପାୟ କରିବ ସେ ମୃତ୍ୟୁ ତଥା କାଳକୁ ଜିତି କରି ଜଗତରେ ସ୍ୱଛନ୍ଦ୍ର ବିଚରଣ କରିଥାଏ ଯେମିତିକି ଆକାଶରେ ବର୍ଷା ଆସିଲେ ବାଦଲ ଗର୍ଜନ କରିଥାଏ ସେହି ପ୍ରକାରରେ ଅଗ୍ନି ତତ୍ୱରେ ପ୍ରେରିତ ଶବ୍ଦକୁ ଶୁଣି କରି ସେହି ପୁରୁଷ ତତ୍କାଳ ସଂସାରର ବନ୍ଧନରୁ ମୁକ୍ତ ହୋଇଯାଇଥାଏ। ଧୀରେ ଧୀରେ ସେ ଚିନ୍ତନ କରିଥିବା ଶବ୍ଦ କ୍ରମଶଃ ସୁଖମୂତ୍ର ସୁଖମୂତ୍ର ହୋଇଯାଇଥାଏ। ବୃଦ୍ଧ ବ୍ୟକ୍ତିବି ଯଦି ଏହାର ଅଭ୍ୟାସ କରିବ ତେବେ ସେ ଶରୀର ରୂପୀ ମୃତ୍ୟୁକୁ ଜିତିବା ବାଲା ହୋଇଯାଇଥାଏ। ଆଉ ତାର ପ୍ରାଣ ବାୟୁକୁ ବଢ଼ାଇବା ଵାଲା ଆରୋଗ୍ୟ ପ୍ରାପ୍ତ ହୋଇଥାଏ।

ଆସନ୍ତୁ ଜାଣିବା ଏହି ଉପାୟ କରିବା ଦ୍ବାରା ଅକାଳ ମୃତ୍ୟୁ ହୋଇନଥାଏ।

ଦେବଙ୍କର ଦେବ ମହାଦେବ କୁହନ୍ତି ଯିଏ ବି ନିଜର ଚିତକୁ ବସରେ କରି ତଥା ଯଜ୍ଞ ସ୍ଥାନରେ ସୁଖଦା ଆସନ ଉପରେ ବସିବ ସେ ଶରୀରକୁ ଉଚ୍ଚା କରି ଅଞ୍ଜଳି ବାନ୍ଧି କରି ନିଶ୍ୱାସ ନେବାର ଆକୃତିର ମୁଖ କରି ଧୀରେ ଧୀରେ ପବନକୁ ନିଜ ମୁଖ ଆଡ଼କୁ ଟାଣିବ ଏମିତି କରିଲେ କ୍ଷଣକରେ ତାଳୁର ଜୀବନ ଦାୟୀ ବୁନ୍ଦା ଟପକି ଥାଏ। ସେହି ବୁନ୍ଦାକୁ ବାୟୁ ଦ୍ୱାରା ସୁଙ୍ଗି ନେଲେ ସେହି ଶୀତଳ ଜଳ ଅମୃତ ସ୍ୱରୂପ ବନିଯାଇଥାଏ। ଯେଉଁବି ଯୋଗୀ ଏହାକୁ ପ୍ରତିଦିନ କରିଥାଏ ସେ କେବେବି ମୃତ୍ୟୁର ବସ ହୋଇନଥାଏ।

ତାକୁ ଭୋକ ଶୋଷ ଲାଗିନଥାଏ। ତାର ଶରୀର ଦିବ୍ୟ ଏବଂ ତେଜ ମହାନ ହୋଇଯାଇଥାଏ। ସେ ବଣର ହାତୀ ଏବଂ ଦୌଡ଼ରେ ଘୋଡା ସହିତ ସମାନ ହୋଇଯାଇଥାଏ ତାର ଦୃଷ୍ଟି ଗରୁଡ଼ ସମାନ ହୋଇଯାଇଥାଏ ଏବଂ ତାକୁ ଦୂରର କଥା ବି ଶୁଣା ଯାଇଥାଏ। ତାର କେଶ କଳା ହୋଇଯାଇଥାଏ। ତଥା ଅଙ୍ଗକାନ୍ତି ଗନ୍ଧର୍ପ ଏବଂ ବିଦ୍ୟାଧର ସମାନତା କରିଥାଏ ସେହି ମନୁଷ୍ୟ ଦେବତାଙ୍କ ସମାନ ୧୦୦ ବର୍ଷ ଜୀବିତ ରହିଥାନ୍ତି। ତଥା ନିଜର ଉତମ ବୁଦ୍ଧି ଦ୍ୱାରା ବୃହସ୍ପତିଙ୍କ ତୁଲ୍ୟ ହୋଇଯାଏ। ସେହି ମନୁଷ୍ୟ ନିଜର ଇଛା ଅନୁସାରେ ବିଚରଣ କରିବାର ଶକ୍ତି ଆସିଯାଏ। ସେ ସର୍ବଦା ସୁଖୀ ରହି ଆକାଶରେ ଉଡିବାର ବିଜୟୀ ପ୍ରାପ୍ତ କରିନେଇଥାଏ।

ଭଗବାନ ଶିବ କୁହନ୍ତି ଏହି ବିଦ୍ୟାକୁ ଦେବତାମାନେ ପ୍ରୟତ୍ନ ପୂର୍ବକ ଲୁଚାଇ କରି ରଖିଛନ୍ତି ମନୁଷ୍ୟ ଯଦି ଏହି ଉପାୟକୁ କରିବ ସେ ଅମୃତକୁ ପ୍ରାପ୍ତ କରିପାରିବ। ମନୁଷ୍ୟଙ୍କୁ ନିଜ ଜିଭକୁ ମୋଡି କରି ତାଳୁରେ ଲଗାଇବାକୁ ଚେଷ୍ଟା କରିବ କିଛି ସମୟ ପର୍ଯ୍ୟନ୍ତ ଏମିତି କରିବ ତେବେ ତାର ଜିଭ ଲମ୍ବା ହେବାକୁ ଲାଗିଥାଏ ଏବଂ ଗଳାର ଘଣ୍ଟି ପର୍ଯ୍ୟନ୍ତ ପହଁଚି ଯାଇଥାଏ। ଯେବେ ଜିଭ ଗଳାର ଘଂଟିକୁ ଛୁଇଁ ନେଇଥାଏ ଯେବେ ସେ ଘଣ୍ଟି ଶୀତଳ ସୁଧା କରିଥାଏ ଆଉ ସେହି ସୁଧାକୁ ଯେଉଁ ଯୋଗୀ ପାନ କରିଥାଏ ସେ ଅମୃତକୁ ପ୍ରାପ୍ତ କରିଥାଏ। ଏହି ପ୍ରକାରରେ ଦେବଦେଵ ମହାଦେବ ମନୁଷ୍ୟଙ୍କୁ ନିରୋଗୀ ହେବା ସହିତ ମହତ୍ୱପୂର୍ଣ୍ଣ ଉପାୟ କହିଛନ୍ତି।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *