Excuse Me Odisha

ଯାହା କହିବୁ ସତ କହିବୁ

ଘରେ ଭୁଲ ସ୍ଥାନରେ ଇନଭର୍ଟର ରଖିବା ଦ୍ୱାରା ପରିବାର ଲୋକଙ୍କ ସହିତ ଘଟିଥାଏ ଏମିତି କିଛି …………

ସେୟାର୍ କରନ୍ତୁ

ବନ୍ଧୁଗଣ ଆଜି ଆମେ ଆପଣଙ୍କ ସହିତ ବହୁତ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଚର୍ଚ୍ଚା କରିବାକୁ ଯାଉଛୁ। ଆଜିର ବୈଜ୍ଞାନିକ ଯୁଗରେ ସମସ୍ତଙ୍କ ଘରେ ବିଜୁଳି ରହିବା ସହିତ ବିଜୁଳି ବନ୍ଦ ହୋଇଗଲେ ଇନଭର୍ଟରର ସୁବିଧା ମଧ୍ୟ ରହିଛି। ବିଜୁଳି ପାଇଁ ଇନଭର୍ଟର ଓ ଜେନେରେଟର ଆବଶ୍ୟକତା ରହିଛି। ଯଦି ଆପଣଙ୍କ ଘରେ ଇନଭର୍ଟର ଭୁଲ ଦିଗରେ ରଖା ଯାଇଛି, ତାହେଲେ ଏହାର କୁପ୍ରଭାବ ଆପଣଙ୍କ ପରିବାର ଉପରେ ପଡିପାରେ। ଏହାର କୁପ୍ରଭାବ ପରିବାର ଲୋକଙ୍କର ଶାରୀରିକ, ମାନସିକ ଓ ଆର୍ଥିକ ଉପରେ ପଡ଼ିବ।

ଅଧିକାଂଶ ସମୟରେ ଆପଣ କଠିନ ପରିଶ୍ରମ କରି ମଧ୍ୟ ଆଶାନୁରୂପ ସଫଳତା ପାଇ ନଥାନ୍ତି, ତେଣୁ ଆପଣଙ୍କ ମନରେ ଅନେକ ପ୍ରଶ୍ନ ଉଠିଥାଏ କି କାହିଁକି ଆପଣ ଉନ୍ନତି ଲାଭ କରି ପାରୁ ନାହାନ୍ତି। କାହିଁକି ଆପଣଙ୍କ ଜୀବନରେ ଅନେକ ବାଧାବିଘ୍ନ ଆସିଥାଏ? ଏଭଳି ପରିସ୍ଥିତିରେ ଆପଣଙ୍କୁ ନିଜ ଘରର ବାସ୍ତୁ ଉପରେ ଅଧିକ ଧ୍ୟାନ ଦେବା ଉଚିତ।

ଯଦି ଆପଣ ନିଜ କ୍ୟାରିୟର ପାଇଁ ଅନ୍ୟ ଉପରେ ଆଶ୍ରୀତ ହୋଇଥାନ୍ତି, ବା ଅନ୍ୟ ଉପରେ ନିର୍ଭର ରହିଛନ୍ତି ତାହେଲେ ଆପଣଙ୍କୁ ନିଜ ଘରର ଇନଭର୍ଟର ଉତ୍ତର ବା ପୂର୍ବ ଦିଗରେ ରହିଛି କି ନାହିଁ ଦେଖି ନିଅନ୍ତୁ। ଯଦି ଆପଣ ଅନ୍ୟମାନଙ୍କ ବୁଦ୍ଧିରେ କାର୍ଯ୍ୟ କରୁଛନ୍ତି, ତାହେଲେ ଏହା ଭୁଲ ଅଟେ। ବାସ୍ତୁ ଅନୁସାରେ ଘରର ଉତ୍ତର ପୂର୍ବ ଦିଗରେ କେବେବି ଇନଭର୍ଟର ରଖିବା ଉଚିତ ନୁହେଁ। କାରଣ ଉତ୍ତର ଦିଗରେ ଧନର ଦେବତା କୁବେର ମହାରାଜଙ୍କୁ ସମର୍ପିତ ଅଟେ।

ଇନଭର୍ଟରର କାର୍ଯ୍ୟ ହେଉଛି ଏହା ବିଜୁଳି ନିଜ ପାଖରେ ଗଚ୍ଛିତ ରଖି ବିଜୁଳି ନଥିବା ଅବସ୍ଥାରେ ଉପଯୋଗ କରିଥାଏ। ଏହି ବେକଅପ ଏକ ନିର୍ଦ୍ଧିଷ୍ଟ ସମୟ ସୀମା ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇଥାଏ। ଘରର ଉତ୍ତର ପୂର୍ବ ଦିଗରେ ବେକଅପ ସମ୍ବନ୍ଧିତ ଉପକରଣ ରଖିବା ଅଶୁଭ ମାନା ଯାଇଥାଏ। ଏହି ଦିଗରେ ଇନଭର୍ଟର ରଖିବା ଦ୍ୱାରା ଆପଣଙ୍କ ଘରେ ଆର୍ଥିକ ଅଭାବ ଦେଖା ଯାଇଥାଏ।

ଐଶାନ୍ୟ କୋଣରେ ଇନଭର୍ଟର ରଖିବା ଦ୍ୱାରା ବିଗିଡି ଯାଇଥାଏ ବାସ୍ତୁ ଦୋଷ :-

କହିବାକୁ ଗଲେ ଇନଭର୍ଟରକୁ ଉତ୍ତର ଦିଗରେ ରଖିବା ଆସିବ ମାନା ଯାଇଥାଏ। ଏହାଦ୍ବାରା ଆପଣଙ୍କର ବୈଚାରିକ ଧାରଣା ଗୁଡ଼ିକ ଖରାପ ଆଡ଼କୁ ଗତି କରିପାରେ।ଏହାର ପ୍ରଭାବ ଆପଣଙ୍କ କ୍ୟାରିୟର, ସ୍ବାସ୍ଥ୍ୟ ଓ ମାନସିକ ଉପରେ ପଡ଼ିଥାଏ। ଯଦି ଆପଣଙ୍କ ବିବାହରେ ବାଧା ସୃଷ୍ଟି ହେଉଛି କିମ୍ବା ସନ୍ତାନ ଆପଣଙ୍କ କଥା ଶୁଣୁ ନାହାନ୍ତି, ତାହେଲେ ନିଜ ଘରର ଉତ୍ତର ପୂର୍ବ ଦିଗରେ ଇନଭର୍ଟର ରଖନ୍ତୁ ନାହିଁ।

କେଉଁଠାରେ ରଖିବା ଉଚିତ ଇନଭର୍ଟର :-

ଘରେ ଆପଣ ଇନଭର୍ଟରକୁ ଉତ୍ତର ପଶ୍ଚିମ ଦିଗରେ ରଖିବା ଉଚିତ। ଏଭଳି କରିବା ଦ୍ଵାରା ଆପଣଙ୍କ ଜୀବନରେ କେବେବି କୌଣସି ସମସ୍ୟା ସୃଷ୍ଟି ହେବ ନାହିଁ।ଏହାକୁ ଦକ୍ଷିଣ ପୂର୍ବ ଦିଗରେ ମଧ୍ୟ ଆପଣ ରଖି ପାରିବେ। ଏଭଳି କରିବା ଦ୍ଵାରା ଆପଣଙ୍କ ଘରେ ସୁଖଶାନ୍ତି ବିରାଜମାନ କରିବ ଏବଂ ଆପଣଙ୍କ ଜୀବନ ସରଳ ହୋଇଯିବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *