Excuse Me Odisha

ଯାହା କହିବୁ ସତ କହିବୁ

ମନ୍ଦିରକୁ ଯିବାର ବହୁତ ବଡ଼ ଫାଇଦା ବିଷୟରେ ଜାଣନ୍ତୁ।

ସେୟାର୍ କରନ୍ତୁ

ମନ୍ଦିରକୁ ଯିବାର ଅଧିକାଂଶ ଲୋକଙ୍କର ଦିନଚର୍ଯ୍ୟା ମଧ୍ୟରେ ଗୋଟେ ଭାଗ ଅଟେ। ଆଉ କିଛି ଲୋକେ ମନ୍ଦିର କେବେବି ଯାଇ ନଥାନ୍ତି।କିନ୍ତୁ ମନ୍ଦିର ଯିବା ଦ୍ୱାରା ଅନେକ ଫାଇଦା ମିଳିଥାଏ, ଯାହାଦ୍ଵାରା ବ୍ୟକ୍ତି ପ୍ରତ୍ୟେକଦିନ ମନ୍ଦିର ଯିବା ପାଇଁ ଇଛୁକ ହେବେ।

ଯେତେବେଳେ କୌଣସି ବ୍ୟକ୍ତି ବିପଦରେ ପଡ଼ିଥାଏ, ସେତେବେଳେ ଭଗବାନଙ୍କୁ ହିଁ ସ୍ମରଣ କରିଥାଏ। ଖରାପ ସମୟରେ ଲୋକେ ଧାର୍ମିକ ସ୍ଥଳକୁ ଯାତ୍ରା କରିଥାନ୍ତି ଏବଂ ଭଗବାନଙ୍କୁ ସବୁକିଛି ଠିକ କରିବା ପାଇଁ ପ୍ରାର୍ଥନା କରିଥାନ୍ତି। ଭଲ ସମୟରେ ମଧ୍ୟ ଲୋକେ ମନ୍ଦିର ଯାଇଥାନ୍ତି।ପ୍ରତ୍ୟେକଦିନ ମନ୍ଦିର ଦର୍ଶନ କରିବା ଉଚିତ। ଏଭଳି କରିବା ଦ୍ଵାରା ଜୀବନର ସବୁ ଅଶାନ୍ତି ଓ ସଙ୍କଟ ଦୂର ହୋଇ ଯାଇଥାଏ। ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

– ମନ୍ଦିର ଯିବା ଦ୍ୱାରା ବ୍ୟକ୍ତିର ମନରେ ସକାରାତ୍ମକ ଭାବନା ସୃଷ୍ଟି ହୋଇଥାଏ ଏବଂ ବ୍ୟକ୍ତିକୁ ଦୈନନ୍ଦିନ ଜୀବନରେ ଘଟୁଥିବା ସମସ୍ୟା ସହିତ ଲଢ଼ିବା ପାଇଁ ସକାରାତ୍ମକ ଶକ୍ତି ମିଳିଥାଏ। ଏହାସହିତ ଭଗବାନଙ୍କ ପ୍ରତି ନିଷ୍ଠା ଓ ବିଶ୍ୱାସ ବଢ଼ିଥାଏ। ଏହି ଦୃଢ଼ ବିଶ୍ୱାସ ବଳରେ ବ୍ୟକ୍ତିକୁ ସବୁ କ୍ଷେତ୍ରରେ ସଫଳତା ମିଳିଥାଏ।

– ମନ୍ଦିର ଯିବା ଦ୍ୱାରା ବ୍ୟକ୍ତିର ମନରେ ସକାରାତ୍ମକ ବିଚାର ସୃଷ୍ଟି ହୋଇଥାଏ ଏବଂ କୌଣସି ଭୁଲ କାର୍ଯ୍ୟ କରିବାରୁ ସର୍ବଦା ବଞ୍ଚିତ ରହିଥାଏ।ଏହାସହିତ ଭଗବାନଙ୍କ କୃପା ଦୃଷ୍ଟି ସର୍ବଦା ମନ୍ଦିର ଯାଇଥିବା ବ୍ୟକ୍ତି ଉପରେ ପଡ଼ିଥାଏ। ଜୀବନରେ ଚାଲିଥିବା ସମସ୍ତ ସମସ୍ୟା ଦୂର ହୋଇଯାଇଥାଏ।

– ପ୍ରତ୍ୟେକ ଦିନ ମନ୍ଦିର ଯାଇ ଦେବୀ ଓ ଦେବତାଙ୍କୁ ଆରାଧନା କରିବା ଦ୍ଵାରା ତାଙ୍କ କୃପା ଓ ଆଶୀର୍ବାଦ ମିଳିଥାଏ। ଏହାସହିତ ଜୀବନରେ ସୁଖ ସମୃଦ୍ଧି ବୃଦ୍ଧି ହୋଇଥାଏ।

– ଯଦି ବ୍ୟକ୍ତି ଜଣକ ଜାଣତରେ ହେଉ ଅବା ଅଜାଣତରେ କୌଣସି ଭୁଲ କରିଥାଏ, ତାହେଲେ ଭଗବାନଙ୍କ ଆଗରେ ସେ ନିଜ ଅପରାଧର କ୍ଷମା ମାଗି ପାରିବେ।ଏହି ପ୍ରାୟଶ୍ଚିତ ଭାବନା ବ୍ୟକ୍ତିର ମନକୁ ବଦଳାଇ ଦେଇଥାଏ ଏବଂ ଆଗକୁ ଅପରାଧ ନକରିବା ପାଇଁ ଶିକ୍ଷା ପାଇ ପାରନ୍ତି।

– ସକାରାତ୍ମକ ଉର୍ଜାର ସଞ୍ଚାର ପାଇଁ ମନ୍ଦିର ନିର୍ମାଣ କରାଯାଇଥାଏ। ମନ୍ଦିରର ବାସ୍ତୁ ଓ ଡିଜାଇନ ଅନୁସାରେ ସକାରାତ୍ମକ ଶକ୍ତି ବୃଦ୍ଧି ହୋଇଥାଏ। ମନ୍ଦିରରେ ଘଣ୍ଟା ନାଦ, ମନ୍ତ୍ର ଉଚ୍ଚାରଣ ଯୋଗୁଁ ଆଖପାଖ ଅଞ୍ଚଳରେ ସକାରାତ୍ମକ ବାତାବରଣ ଖେଳି ଯାଇଥାଏ।ଏହାଦ୍ବାରା ଲୋକଙ୍କ ମନ ପବିତ୍ର ଓ ଶାନ୍ତିପୂର୍ଣ୍ଣ ରହିଥାଏ। ଏହାଦ୍ବାରା ବିବାଦ, କଳି ଝଗଡ଼ା ଆଦି ଦୂର ହୋଇଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *