Excuse Me Odisha

ଯାହା କହିବୁ ସତ କହିବୁ

ସାବିତ୍ରୀ ବ୍ରତ ଦିନ କରନ୍ତୁ ନାହିଁ ଏଭଳି ୫ ଗୋଟି ଭୁଲ। ନଚେତ ସ୍ବାମୀଙ୍କର ଅକାଳ ମୃତ୍ୟୁ ହେବାର ସମ୍ଭାବନା ରହିଛି।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ସ୍ବାଗତ ଜଣାଉଛୁ। ଓଡ଼ିଶାରେ ୧୨ ମାସରେ ୧୩ ପର୍ବ ପାଳିତ ହୋଇଥାଏ। ସେଥିମଧ୍ୟରୁ ସାବିତ୍ରୀ ଓଷା ବା ସାବିତ୍ରୀ ବ୍ରତ ଅନ୍ୟତମ। ପ୍ରତ୍ୟେକ ବିବାହିତା ମହିଳା ମାନେ ନିଜ ସ୍ଵାମୀଙ୍କ ମଙ୍ଗଳ କାମନା ଓ ଲମ୍ବା ଆୟୁଷ ପାଇଁ ଏହି ସାବିତ୍ରୀ ବ୍ରତ କରିଥାନ୍ତି। ଏହି ବ୍ରତ ଜ୍ୟେଷ୍ଠ ମାସ କୃଷ୍ଣ ପକ୍ଷ ଅମାବାସ୍ୟା ତିଥିରେ ପାଳନ କରାଯାଇଥାଏ। ଏହାସହିତ ଏହିଦିନ ସତ୍ୟବାନ ଓ ମୃତ୍ୟୁର ଦେବତା ଯମରାଜାଙ୍କୁ ପୂଜାର୍ଚ୍ଚନା କରାଯାଇଥାଏ। ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

ପୌରାଣିକ ମାନ୍ୟତା ଅନୁସାରେ ସାବିତ୍ରୀ ଦେବୀ ଯମରାଜାଙ୍କୁ ପୂଜାର୍ଚ୍ଚନା କରି ତାଙ୍କ ସ୍ଵାମୀ ସତ୍ୟବାନଙ୍କୁ ମୃତ୍ୟୁ ମୁଖରୁ ଫେରେଇ ଆଣିଥିଲେ। ତେଣୁ ସେହିଦିନ ଠାରୁ ସାବିତ୍ରୀ ବ୍ରତ ପାଳନ କରାଯାଇଥାଏ। ଏହି ବର୍ଷ ସାବିତ୍ରୀ ବ୍ରତ ମଇ ମାସ ୩୦ ତାରିଖ ଦିନ ପାଳନ ହେବାକୁ ଯାଉଛି। ତେବେ ଏହିଦିନ କେଉଁ ସବୁ ଭୁଲ କରିବା ସ୍ଵାମୀଙ୍କ ଜୀବନ ପାଇଁ ବିପଦ ହୋଇଥାଏ, ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

ଏହି ଭୁଲ ଗୁଡ଼ିକ କରନ୍ତୁ ନାହିଁ –

୧/ ସାବିତ୍ରୀ ବ୍ରତ ପାଳନ ବିବାହିତା ମହିଳା ମାନେ କଦାପି କଳା ବସ୍ତ୍ର ପରିଧାନ କରିବା ଉଚିତ ନୁହେଁ। କାରଣ କଳା ବସ୍ତ୍ର ନକାରାତ୍ମକ ଶକ୍ତିର ପ୍ରତୀକ ହୋଇଥାଏ। ଏହାକୁ ସାବିତ୍ରୀ ବ୍ରତ ଭଳି ପବିତ୍ର ଦିନରେ ପରିଧାନ କରିବା ଦ୍ଵାରା ସ୍ଵାମୀଙ୍କ ଜୀବନ ଉପରେ ସଙ୍କଟ ଆସିଥାଏ।ଏହାସହିତ ସାବିତ୍ରୀ ବ୍ରତ ପାଳନ ରାତିରେ ନିଜ ଲୁଗା ଓ ସ୍ଵାମୀଙ୍କ ଲୁଗା କଦାପି ବାହାରେ ଶୁଖାନ୍ତୁ ନାହିଁ।

୨/ ସାବିତ୍ରୀ ବ୍ରତକୁ ତିନିଦିନ ପର୍ଯ୍ୟନ୍ତ ନିଷ୍ଠାର ସହିତ ପାଳନ କଲେ ପୂଣ୍ୟ ପ୍ରାପ୍ତ ହୋଇଥାଏ ଏବଂ ସୌଭାଗ୍ୟବତୀ ହୋଇଥାନ୍ତି।ଏହି ଦିନ ଆମିଷ ସେବନ କରନ୍ତୁ ନାହିଁ, ନଚେତ ବ୍ରତ ଭାଙ୍ଗି ଯିବ। ତେଣୁ ଆପଣ ନିଷ୍ଠାର ସହିତ ବ୍ରତ ପାଳନ କରନ୍ତୁ।

୩/ ସାବିତ୍ରୀ ବ୍ରତ ଠାରୁ ତିନିଦିନ ପର୍ଯ୍ୟନ୍ତ ଶାରୀରିକ ସମ୍ପର୍କ ରଖନ୍ତୁ ନାହିଁ।ନଚେତ ଆପଣଙ୍କୁ ବଡ଼ ସଂକଟର ସାମ୍ନା କରିବାକୁ ପଡ଼ିବ। ତେଣୁ ଏଭଳି ଭୁଲ କେବେବି କରନ୍ତୁ ନାହିଁ।

୪/ ସାଧାରଣତଃ ସାବିତ୍ରୀ ବ୍ରତ ପୂଜା ସରିବା ପରେ ମହିଳା ମାନେ କିଛି ଅନ୍ୟ କାର୍ଯ୍ୟ କରିଥାନ୍ତି। କିନ୍ତୁ ବ୍ରତ ପୂଜା ପରେ ମହିଳା ମାନେ କୌଣସି କାର୍ଯ୍ୟ କରିବା ଉଚିତ ନୁହେଁ। ଆପଣ ସେହିଦିନ ବିଶ୍ରାମ କରନ୍ତୁ।

୫/ ଯଦି ଆପଣଙ୍କର କୌଣସି ସମ୍ପର୍କୀୟଙ୍କ ମୃତ୍ୟୁ ହୋଇଛି, ତାହେଲେ ଆପଣ ବ୍ରତ କରନ୍ତୁ ନାହିଁ। ନଚେତ ଯଦି ଆପଣଙ୍କ ଘରେ ନବଜାତ ଶିଶୁର ଜନ୍ମ ହୋଇଛି, ତାହେଲେ ମଧ୍ୟ ଆପଣ ସାବିତ୍ରୀ ଓଷା କରନ୍ତୁ ନାହିଁ। ନଚେତ ଆପଣଙ୍କୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡିପାରେ। ତେଣୁ ଏଭଳି ଭୁଲ କରନ୍ତୁ ନାହିଁ।

ତେବେ ବନ୍ଧୁଗଣ, ଆପଣ ମାନଙ୍କୁ ଏହି ପୋଷ୍ଟଟି ଭଲ ଲାଗିଥିଲେ, ଆପଣଙ୍କ ମତାମତ ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ। ଏହାକୁ ନିଶ୍ଚିତ ଭାବରେ ସମସ୍ତଙ୍କୁ ସେୟାର କରନ୍ତୁ। ଆଗକୁ ଆମ ସହିତ ରହିବା ପାଇଁ ଆମର ଫେସବୁକ ପେଜକୁ ଲାଇକ କରନ୍ତୁ। ଧନ୍ୟବାଦ!

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *