Excuse Me Odisha

ଯାହା କହିବୁ ସତ କହିବୁ

ଭଗବାନ ଶ୍ରୀକୃଷ୍ଣ କୁହନ୍ତି ଗାଈ ସାମ୍ନାରେ ହାତ ଯୋଡି ଏହି ୨ ଟି ଶବ୍ଦ କହିବା ଦ୍ୱାରା ଦରିଦ୍ରତା ନାଶ ହୋଇଥାଏ।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଭଗବାନ ଶ୍ରୀକୃଷ୍ଣ କୁହନ୍ତି ଗାଈ ସାମ୍ନାରେ ହାତ ଯୋଡି ଏହି ୨ ଟି ଶବ୍ଦ କହିବା ଦ୍ୱାରା ଦରିଦ୍ରତାର ନାଶ ହୋଇଥାଏ।

ଯେବେବି ଆପଣଙ୍କ ଦ୍ଵାରକୁ କୌଣସି ଗାଈ ଆସେ ତ ତାକୁ ରୋଟି ଖାଇବାକୁ ଦେବା ପରେ ପ୍ରଣାମ କରି ଏହି ଛୋଟ ମନ୍ତ୍ର ଅବଶ୍ୟ କହିବା ଉଚିତ। ଏମିତି କଲେ ମା କାମଧେନୁଙ୍କ କୃପା ପ୍ରାପ୍ତ ହୋଇଥାଏ ଏବଂ ବ୍ୟକ୍ତିଙ୍କ ଘରେ ସୁଖ ଶାନ୍ତିର ବାସ ହୋଇଥାଏ। ନାରଦ ପ୍ରଶ୍ନ କରିବା ଦ୍ୱାରା ଭଗବାନ ଶ୍ରୀକୃଷ୍ଣ କୁହନ୍ତି ଗୋମାତାଙ୍କ ଉତ୍ପତ୍ତି ବେଦ ସହିତ ଭଗବାନଙ୍କ ମୁଖରୁ ହୋଇଥିଲା ଅର୍ଥାତ ଗୋମାତାଙ୍କ ମହତ୍ୱ ବେଦଙ୍କ ସହିତ ସମାନ ଅଟେ। ୪ ବେଦ ଗୋମାତାଙ୍କ ମୁଖରେ ବାସ କରିଥାନ୍ତି। ଗୋମାତାଙ୍କ ସିଙ୍ଗରେ ଭଗବାନ ଶିବ ଏବଂ ଭଗବାନ ବିଷ୍ଣୁ ସର୍ବଦା ବିରାଜମାନ ଥାନ୍ତି।

ଗୋମାତାଙ୍କ ଉଦରରେ କାର୍ତ୍ତିକ ମସ୍ତକରେ ବ୍ରହ୍ମା ଲଲାଟରେ ମହାଦେବ ଏବଂ ସିଙ୍ଗର ଅଗ୍ରଭାଗରେ ଇନ୍ଦ୍ର ଦୁଇ କାନରେ ଅଶ୍ୱନି କୁମାର ନେତ୍ରରେ ଚନ୍ଦ୍ରମା ଏବଂ ସୂର୍ଯ୍ୟ ଦାନ୍ତରେ ଗରୁଡ଼ ଜିଭରେ ମା ସ୍ୱରସ୍ୱତୀ ପେଟରେ ସମ୍ପୂର୍ଣ୍ଣ ତୀର୍ଥ ମୂତ୍ର ସ୍ଥାନରେ ଗଙ୍ଗା ରୋମରେ ଋଷି ମୁଖ ଏବଂ ସ୍ପଷ୍ଟ ଭାଗରେ ଯମରାଜ ଦକ୍ଷିଣ ପାର୍ଶ୍ଵରେ ବରୁଣ ଏବଂ କୁବେର ବାମ ପାର୍ଶ୍ଵରେ ତେଜସ୍ୱିନୀ ମହାବଳୀ ଅକ୍ଷ ମୁଖର ଭିତରେ ଗନ୍ଧର୍ପ ନାସିକାର ଅଗ୍ରଭାଗରେ ନାଗ ଖୁରର ପଛ ଭାଗରେ ଅଫର୍ସରା ମାନେ ଗୋବରରେ ମା ଲକ୍ଷ୍ମୀ ଗୋ ମୂତ୍ରରେ ପାର୍ବତୀ ଚରଣର ଅଗ୍ରଭାଗରେ ଆକାଶ ଚାରି ଦେବତା ରୋମାହାଣୀର ଆବାଜରେ ପ୍ରଜାପତି ଏବଂ ସ୍ତନରେ ଶ୍ରୀ ସାଗର ନିବାସ କରିଥାନ୍ତି।

ଗୋମାତା ଅତ୍ୟନ୍ତ ପୂଜନୀୟ ଅଟନ୍ତି। ମନୁଷ୍ୟ ଦ୍ୱାରା ଅଗ୍ନିକୁ ହବିଷ ଅର୍ପଣ କରାଯାଏ। ଯାହା ଦେବତା ମାନଙ୍କୁ ପ୍ରାପ୍ତ ହୋଇଥାଏ। ଏହି ହବିଷକୁ ଗୋମାତାଙ୍କ ଦ୍ୱାରା କରାଯାଇଥାଏ ଯାହା ଦ୍ୱାରା କୌଣସି ବି ଯଜ୍ଞ ସଫଳ ମାନାଯାଏ ନାହିଁ। ମନୁଷ୍ୟ ଦେବତା ତଥା ଅସୁରଙ୍କୁ ବି ଗୋମାତାଙ୍କ ପୂଜା କରିବା ଉଚିତ କାରଣ ଗୋମାତା ସମସ୍ତ କାର୍ଯ୍ୟରେ ଉଦାର ତଥା ବାସ୍ତବରେ ସମସ୍ତ ଗୁଣର ଖାନ ଅଟେ। ଏହି ସଂସାରର ସବୁ ପ୍ରାଣୀ ଉପରେ ଗୋମାତାଙ୍କ ଦୟା ବନି ରହିଥାଏ। ଗୋମାତାଙ୍କ ଦ୍ୱାରା ପ୍ରାପ୍ତ ସମସ୍ତ ପଦାର୍ଥ ପାବନ ଅଟେ ଏବଂ ଏହା ସମସ୍ତ ସଂସାରକୁ ପବିତ୍ର କରିଥାନ୍ତି।

ଗୋମାଙ୍କ ଗୋବର ମୂତ୍ର କ୍ଷୀର ଦହି ଏବଂ ଘିଅ ଏହି ପଞ୍ଚ ଦବ୍ୟକୁ ପାନ କରିଲେ ଶରୀର ଭିତରେ କୌଣସି ହି ପାପ ରହିନଥାଏ। ପଞ୍ଚ ଦବ୍ୟ ସଂସାରର ଉପସ୍ଥିତ ସବୁ ପଦାର୍ଥ ଠାରୁ ଶ୍ରେଷ୍ଠ ଶୁଭ ଏବଂ ପବିତ୍ର ଅଟେ। ଯେଉଁ ମନୁଷ୍ୟଙ୍କୁ ଗାଈର କ୍ଷୀର ଦହି ଏବଂ ଘିଅ ଖାଇବାର ସୌଭାଗ୍ୟ ପ୍ରାପ୍ତ ହୋଇନଥାଏ ତାର ଶରୀର ମଳିନ ସହିତ ସମାନ ଅଟେ। ମନୁଷ୍ୟଙ୍କ ଶରୀର ଅନ୍ନ ୫ ରାତି ପର୍ଯ୍ୟନ୍ତ ରହିଥାଏ କ୍ଷୀର ୭ ରାତି ପର୍ଯ୍ୟନ୍ତ ଦହି ୨୦ ରାତି ପର୍ଯ୍ୟନ୍ତ ଏବଂ ଘିଅ ୧ ମାସ ପର୍ଯ୍ୟନ୍ତ ମନୁଷ୍ୟଙ୍କ ଶରୀରରେ ନିଜର ପ୍ରଭାବ ରଖିଥାଏ। ଯେଉଁ ମନୁଷ୍ୟ ୧ ମାସ ପର୍ଯ୍ୟନ୍ତ ବିନା ପଞ୍ଚ ଦବ୍ୟର ଅର୍ଥାତ କ୍ଷୀର ଦହି ଘିଅ ଏହି ଭିତରୁ କୌଣସି ବି ଜିନିଷର ସେବନ କରିନଥାଏ ତ ସେହି ମନୁଷ୍ୟଙ୍କ ଭଜନରେ ଏକ ଭାଗ ପ୍ରେତଙ୍କୁ ମିଳିଥାଏ। ଅର୍ଥାତ ତାଙ୍କର ଭଜନ ପ୍ରେତଙ୍କୁ ପ୍ରାପ୍ତ ହୋଇଥାଏ।

ଏମିତି ମନୁଷ୍ୟଙ୍କ ସର୍ବନାଶ ହୋଇଥାଏ। ଯେଉଁ ମନୁଷ୍ୟ ଗୋମାତାଙ୍କର ଥରେ ପରିକ୍ରମା କରି ପ୍ରଣାମ କରିଥାଏ ସେ ସବୁ ପାପରୁ ମୁକ୍ତ ହୋଇ ଅକ୍ଷୟ ସ୍ୱର୍ଗର ସୁଖ ଭୋଗ କରିଥାଏ। ଯେଉଁ ମନୁଷ୍ୟ ପ୍ରତିଦିନ ପ୍ରାତଃ ସମୟରେ ଉଠିବା ପରେ ଘିଅକୁ ସ୍ପର୍ଶ କରିଥାଏ ତାର ଦରିଦ୍ରତାର ନାଶ ହୋଇଥାଏ। ଯେଉଁ ମନୁଷ୍ୟ ପ୍ରତିଦିନ ସ୍ନାନ କରି ଗୋମାତାଙ୍କ ସ୍ପର୍ଶ କରିଥାଏ ସେ ସବୁ ପ୍ରକାରର ପାପରୁ ମୁକ୍ତି ହୋଇଯାଇଥାଏ। ଯେଉଁ ମନୁଷ୍ୟ ଗୋମାତାଙ୍କ ଖୁରାର ଉଡୁଥିବା ଧୂଳିକୁ ନିଜର ମଥାରେ ଲଗାଇଥାଏ ତ ସେ ସବୁ ତୀର୍ଥର ଜଳରେ ସ୍ନାନ କରିବାର ପୁଣ୍ୟ ପ୍ରାପ୍ତ କରିଥାଏ।

ଯେଉଁ ମନୁଷ୍ୟ ଦ୍ଵାରକୁ ଆସିଥିବା ଗୋମାତାଙ୍କୁ ପ୍ରଣାମ କରି ଏହି ମନ୍ତ୍ର କହିଥାଏ ତାର ସବୁ ପ୍ରକାରର ଦୁଃଖର ନାଶ ହୋଇଯାଇଥାଏ ଆଉ ତାକୁ ଧନ ଧାନ୍ୟର ପ୍ରାପ୍ତି ହୋଇଥାଏ। ଯେବେବି ଗୋମାତା ଦ୍ୱାରକୁ ଆସିବେ ତ ଆପଣ ଏହି ମନ୍ତ୍ରର ଉଚାରଣ ଅବଶ୍ୟ କରନ୍ତୁ। ଓଁ କପିଲା ନମଃ ଓଁ ଗୌତମି ନମଃ ଓଁ ସୁରଭି ନମଃ ଓଁ ଗୋମତି ନମଃ ଓଁ ନନ୍ଦିନୀ ନମଃ ଏବଂ ଏହି ମନ୍ତ୍ରର ଜପ କରି ଗୋମାତାଙ୍କୁ ପ୍ରଣାମ କରନ୍ତୁ। ଆପଣଙ୍କ ଉପରେ ସାକ୍ଷତ ମା ଲକ୍ଷ୍ମୀଙ୍କ କୃପା ବର୍ଷିବ। ଏହାପରେ ନାରଦ ପଚାରିଲେ କେଉଁ ରଙ୍ଗର ଗାଈ କେଉଁ ପ୍ରକାରର ଫଳ ପ୍ରଦାନ କରିଥାନ୍ତି। ଭଗବାନ ଶ୍ରୀକୃଷ୍ଣ କହିଲେ ଧଳା ରଙ୍ଗର ଗାଈର ପୂଜା ଏବଂ ତାଙ୍କୁ ଦାନ କରିବା ଦ୍ୱାରା ଐଶ୍ୱର୍ଯ୍ୟ ପ୍ରାପ୍ତ ହୋଇଥାଏ।

ପାଉଁଶ ରଙ୍ଗର ଗାଈ ଶୁଭ ଫଳ ପ୍ରଦାନ କରିଥାନ୍ତି ତାଙ୍କର ପୂଜା ଏବଂ ଦାନ କରିଲେ ଅତୀତରେ ସଂସାରରେ ଭୟଙ୍କର ପାପରୁ ମୁକ୍ତି ପାଇ କରି ସ୍ଵର୍ଗରେ ସ୍ଥାନ ପାଇଥାଏ। ମାଟିଆ ରଙ୍ଗର ଗାଈକୁ ପୂଜା କରିଲେ ପରିବାରର ସବୁ ପ୍ରକାରର କ୍ଳେଶର ନାଶ ହୋଇଥାଏ ଏବଂ ସମ୍ପୂର୍ଣ୍ଣ କୂଳ ଆନନ୍ଦରେ ରହିଥାଏ। କପିଳା ଗାଈର ପୂଜା କରିଲେ ଅକ୍ଷୟ ଧନର ପ୍ରାପ୍ତ ହୋଇଥାଏ ଏବଂ ଏମିତି ଧନ କେବେବି ସମାପ୍ତ ହୋଇନଥାଏ। ଯଦି କଳା ରଙ୍ଗର ଗାଈର ପୂଜା କରାଯାଏ ତ ବ୍ୟକ୍ତି ଉପରେ କେବେବି ସଙ୍କଟ ଆସିନଥାଏ ସେ ସବୁ ପ୍ରକାରର ସଙ୍କଟରୁ ମୁକ୍ତ ହୋଇଯାଇଥାଏ।

ଯେଉଁ ଗାଈଙ୍କ ନେତ୍ର ନାଲ ହୋଇଥିବ ତାଙ୍କର ପୂଜା ଏବଂ ଦାନ କରିଲେ ବ୍ୟକ୍ତିର ମନରେ ଥିବା କୌଣସି ବି ଅଧୁରା ଇଛା ପୂରଣ ହୋଇଯିବ। ଧନର କାମନା ଥିବା ବ୍ୟକ୍ତିକୁ ନୀଳ ରଙ୍ଗର ଗାଈର ପୂଜା କରିବା ଉଚିତ। ଯେଉଁ ପୁତ୍ର ନିଜର ପିତୃଙ୍କୁ ସନ୍ତୁଷ୍ଟ କରିବାକୁ ଚାହାନ୍ତି ଅର୍ଥାତ ପିତୃଦୋଷରୁ ମୁକ୍ତି ପାଇବାକୁ ଚାହାନ୍ତି ତ ସେମାନେ ଏକ ଷଣ୍ଢକୁ ଛାଡି ଦିଅନ୍ତୁ। ଛୋଟ ଷଣ୍ଢ ନିଜର ଲାଞ୍ଜରେ ଯେଉଁ ଜଳ ପକେଇଥାଏ ସେ ୧ ହଜାର ବର୍ଷ ପର୍ଯ୍ୟନ୍ତ ପିତୃଙ୍କୁ ତୃପ୍ତି କରିଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *