Excuse Me Odisha

ଯାହା କହିବୁ ସତ କହିବୁ

ସ୍ତ୍ରୀଲୋକମାନେ ନିଜ ମାସିକ ଧର୍ମ ସମୟରେ କେଉଁ କାର୍ଯ୍ୟ କଲେ ତାଙ୍କ ସ୍ୱାମୀଙ୍କ ଉପରେ ମାଡ଼ି ଆସିଥାଏ ବିପଦ। ଜାଣନ୍ତୁ କଣ ସେହି କାର୍ଯ୍ୟ।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ପୌରାଣିକ ଯୁଗରୁ ମନୁଷ୍ୟ ନିଜ ଜୀବନକୁ ସୁଖମୟ କରିବା ପାଇଁ ଶାସ୍ତ୍ରରେ ଅନେକ ଅନୁଚିନ୍ତା ଓ ଉପଦେଶ ବିଷୟରେ ବର୍ଣ୍ଣିତ ରହିଛି। ଯାହାକୁ ପ୍ରୟୋଗ କରି ମନୁଷ୍ୟ ନିଜ ଜୀବନକୁ ଖୁବ୍ ସହଜ ଓ ସରଳ କରି ପାରିବ।କହିବାକୁ ଗଲେ ମହିଳା ମାନଙ୍କର ମାସିକ ଧର୍ମ ପ୍ରକୃତି ବା ଇଶ୍ୱରଙ୍କର ଏକ ଶ୍ରେଷ୍ଠ ଦାନ ଅଟେ।

ଏହାକୁ କେବେ ମଧ୍ୟ ଅପମାନ କରିବା ଉଚିତ ନୁହେଁ। ଏହି ଆମେ ଆପଣ ମାନଙ୍କୁ ଯେଉଁ ମହିଳା ମାନେ ନିଜ ମାସିକ ଧର୍ମ ସମୟରେ କେଉଁ ଭୁଲ କାର୍ଯ୍ୟ କରିବା ଦ୍ୱାରା ତାଙ୍କ ସ୍ଵାମୀଙ୍କ ଜୀବନକୁ ବିପଦ ମାଡ଼ି ଆସିଥାଏ। ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

ଯେଉଁ ମହିଳା ମାନେ ନିଜ ମାସିକ ଧର୍ମ ସମୟରେ ଆଖିରେ କଜଳ ଲଗାଇ ଥାଆନ୍ତି, ତାଙ୍କର ସନ୍ତାନ ଅନ୍ଧ ହୋଇ ଜନ୍ମଲାଭ କରିଥାଏ। ଯେଉଁ ନାରୀ ରଜସ୍ଵିଳା ଥିବା ସମୟରେ ଭୟଙ୍କର ଚିତ୍କାର ଶୁଣି ଥାଆନ୍ତି, ତାଙ୍କର ସନ୍ତାନ ବଧିର ହୋଇ ଜନ୍ମ ହୋଇଥାଏ। ଏହାସହିତ ଯେଉଁ ମହିଳା ରଜସ୍ଵିଳା ଥିବା ସମୟରେ ଅଧିକ ହସିଥାନ୍ତି, ତାଙ୍କର ସନ୍ତାନର ଜିହ୍ଵା ବଡ ହେବା ସହିତ ଓଠ କଳା ହୋଇ ଜନ୍ମଲାଭ କରିଥାଏ।

ଯେଉଁ ନାରୀ ରଜସ୍ୱଳା ଥିବା ସମୟରେ ଧର୍ମାଲୋଚନା କରିଥାଏ ବା ଧର୍ମ କଥା ଶ୍ରବଣ କରିଥାଏ, ତାଙ୍କର ସନ୍ତାନ ଧାର୍ମିକ, ବୁଦ୍ଧିମାନ ଓ ଜ୍ଞାନୀ ହୋଇଥାଏ। ଯେଉଁ ବିବାହିତା ନାରୀ ବାର ମାସରେ ତେର ପର୍ବ ତଥା ଓଷା ଓ ବ୍ରତକୁ ନିଷ୍ଠାର ସହିତ ପାଳନ କରିଥାଏ, ସେହି ଘରେ ଦେବୀ ଲକ୍ଷ୍ମୀ ବାସ କରିବା ସହିତ ଘର ଧନଧାନ୍ୟରେ ପରିପୂର୍ଣ୍ଣ ହୋଇଯାଏ। ଏହାସହିତ ପରିବାର ଲୋକଙ୍କର କଲ୍ୟାଣ ହୋଇଥାଏ।

ଯେଉଁ ବିବାହିତା ମହିଳା ନିଜ ସ୍ବାମୀଙ୍କୁ ଦେବତା ଭଳି ପୂଜା କରିଥାନ୍ତି ଏବଂ ମନ ଜାଣି ତାଙ୍କର ସେବା କରିଥାନ୍ତି, ସେହି ପରିବାରର ଲୋକଙ୍କ ଉପରେ ସର୍ବଦା ଦେବାଦେବୀଙ୍କ ଆଶୀର୍ବାଦ ରହିଥାଏ। ଯେଉଁ ବିବାହିତା ମହିଳା ନିଜ ସ୍ଵାମୀଙ୍କ ମନରେ ସବୁବେଳେ ଦୁଃଖ ଦେଇ ଥାନ୍ତି, ସେହି ପରିବାର ଉପରେ ସର୍ବଦା ଅଶାନ୍ତି ଲାଗି ରହିଥାଏ।ଏହାସହିତ ପରିବାରରେ ଅନେକ ବାଧାବିଘ୍ନ ସୃଷ୍ଟି ହୋଇଥାଏ।

ଯେଉଁ ବିବାହିତା ମହିଳା ନିଜ ଶାଶୁ ଓ ଶ୍ଵଶୁରଙ୍କ ସେବା କରିଥାନ୍ତି, ଓ ତାଙ୍କ ମନ ଜାଣି କାର୍ଯ୍ୟ କରିଥାନ୍ତି ତାଙ୍କ ସ୍ଵାମୀ ସବୁ କ୍ଷେତ୍ରରେ ସଫଳତା ହାସଲ କରିଥାନ୍ତି।ଏହାସହିତ ପରିବାର ତଥା ସନ୍ତାନ ମାନଙ୍କର ମଧ୍ୟ ମଙ୍ଗଳ ହୁଏ। ଯେଉଁ ବିବାହିତା ମହିଳା ଶାଶୁ ଓ ଶ୍ଵଶୁରଙ୍କୁ ଅବମାନନା ତଥା ଅନାଦର କରେ, ତାଙ୍କ ସ୍ବାମୀଙ୍କୁ ଜୀବନରେ ଅନେକ କଷ୍ଟ ସହିବାକୁ ପଡ଼ିଥାଏ।

ଯେଉଁ ମହିଳା ଶଯ୍ୟା ତ୍ୟାଗ ପରେ ପ୍ରଥମେ ନିଜ ସ୍ଵାମୀଙ୍କୁ ଦେବତା ପରି ପ୍ରଣାମ କରନ୍ତି, ସେହି ନାରୀ ସର୍ବଦା ସୌଭାଗ୍ୟବତୀ ହୋଇଥାନ୍ତି। ଏହାସହିତ ସନ୍ତାନଙ୍କର ମଧ୍ୟ ମଙ୍ଗଳ ହୋଇଥାଏ। ଯେଉଁ ବିବାହିତା ମହିଳା ବିପଥଗାମୀ ଓ ପରପୁରୁଷ ପ୍ରତି ଆସକ୍ତ ହୁଏ, ତାଙ୍କର ମୃତ୍ୟୁ ପରେ ସାତଜନ୍ମ ପର୍ଯ୍ୟନ୍ତ ଦରିଦ୍ର କୂଳରେ ଜନ୍ମ ହୋଇଥାଏ। ଯେଉଁ ମହିଳା ନିଜ ସ୍ବାମୀଙ୍କୁ ସର୍ବଦା କଟୁ କଥା କହିଥାନ୍ତି ଏବଂ ଅନ୍ୟ ପୁରୁଷ ଦେଖିଲେ ଖୁସି ହୋଇଥାନ୍ତି, ତାଙ୍କର ପରିବାର ସର୍ବଦା ଅଶାନ୍ତିରେ ରହିଥାଏ।

ଏହାସହିତ ସେ ଜୀବନର ଶେଷ ସମୟରେ ଯନ୍ତ୍ରଣା ଭୋଗ କରିଥାନ୍ତି।ଯେଉଁ ପୁରୁଷ ବିନା କାରଣରେ ସନ୍ତାନଙ୍କୁ କିମ୍ବା ପତ୍ନୀଙ୍କୁ ହଇରାଣ କରନ୍ତି, ସେ ପରଜନ୍ମରେ ନପୁଂସକ ହୋଇ ଜନ୍ମ ହୋଇଥାଏ। ଏହାସହିତ ଯେଉଁ ପୁରୁଷ ନିଜର ସ୍ତ୍ରୀ ଥାଇ ମଧ୍ୟ ପର ସ୍ତ୍ରୀଙ୍କ ପ୍ରତି ଆସକ୍ତ ହୋଇଥାଏ, ସେ ପରଜନ୍ମରେ ନୀଚ ଯୋନିରେ ଜନ୍ମ ନେଇଥାଏ ଓ ଜୀବନର ଶେଷ ପର୍ଯ୍ୟନ୍ତ ଯନ୍ତ୍ରଣା ଭୋଗ କରିଥାଏ।

ତେବେ ବନ୍ଧୁଗଣ, ଆପଣ ମାନଙ୍କୁ ଆମର ଏହି ପୋଷ୍ଟ କିପରି ଲାଗିଲା କମେଣ୍ଟ ମାଧ୍ୟମରେ ଜଣାନ୍ତୁ। ଏହାସହିତ ଏହାକୁ ଅନ୍ୟମାନଙ୍କ ସହିତ ନିଶ୍ଚିତ ଭାବରେ ସେୟାର କରନ୍ତୁ ଓ ଆଗକୁ ଆମ ସହିତ ରହିବା ପାଇଁ ଆମ ଫେସବୁକ ପେଜକୁ ଲାଇକ କରନ୍ତୁ। ଧନ୍ୟବାଦ!

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *