Excuse Me Odisha

ଯାହା କହିବୁ ସତ କହିବୁ

ଜୀବନରେ ସବୁକ୍ଷେତ୍ରରେ ସଫଳ ହେବାକୁ ଚାହୁଁଥିଲେ, ଏହି ୫ ଗୋଟି ସ୍ଥାନରେ ନୀରବ ରୁହନ୍ତୁ।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ପୋର୍ଟାଲକୁ ବହୁତ ସ୍ଵାଗତ ଜଣାଉଛୁ। ଶବ୍ଦ ଏବଂ ସମୟକୁ ଭାବିଚିନ୍ତି ଉପଯୋଗ କରିବା ଉଚିତ ବୋଲି ଗୁରୁଜନ ଲୋକମାନେ କହିଥାନ୍ତି। ଆପଣ ନିଜ ଶବ୍ଦ ଦ୍ଵାରା ସାରା ବିଶ୍ଵକୁ ବିଜୟ କରିପାରିବେ। ଏହି ଶବ୍ଦ ମାଧ୍ୟମରେ ଆପଣ ଅନ୍ୟମାନଙ୍କ ମନରେ ନିଜ ପାଇଁ ସ୍ଥାନ ବନେଇ ପାରିବେ ଏବଂ ଏହି ଶବ୍ଦକୁ ପ୍ରୟୋଗ କରିବା ଦ୍ଵାରା ପରିସ୍ଥିତି ଜଟିଳ ମଧ୍ୟ ହୋଇ ଯାଇଥାଏ।

ଏହାସହିତ ସଂପର୍କ ମଧ୍ୟରେ ଭୁଲ ବୁଝାମଣା ସୃଷ୍ଟି ହୋଇଥାଏ। ତେଣୁ ଆପଣ ଜାଣି ପାରୁ ଥିବେ କି ଶବ୍ଦ ପରିଚାଳନା କରିବା ବହୁତ ଗୁରୁତ୍ଵପୂର୍ଣ୍ଣ ଅଟେ। ଏହାଛଡା ବେଳେ ବେଳେ କିଛି କ୍ଷେତ୍ରରେ ନୀରବ ରହିବା ଉଚିତ ହୋଇଥାଏ, ଏହାଦ୍ଵାରା କଠିନ ପରିସ୍ଥିତି ସାଧାରଣ ହୋଇ ଯାଇଥାଏ। ଆଜି ଆମେ ଆପଣ ମାନଙ୍କୁ କେଉଁ ପାଞ୍ଚଟି କ୍ଷେତ୍ରରେ ଚୁପ ରହିବା ଉଚିତ, ସେହି ବିଷୟରେ କହିବାକୁ ଯାଉଛୁ।

୧/ ଯେଉଁ ଜାଗାରେ କେହି ଆପଣଙ୍କ କଥାକୁ ବୁଝି ପାରୁ ନାହାନ୍ତି କିମ୍ବା ଆପଣଙ୍କୁ ଖାତିର କରୁ ନାହାନ୍ତି, ତାହେଲେ ସେହି ଜାଗାରେ ଆପଣଙ୍କୁ ଅଯଥା କଥାବାର୍ତ୍ତା କରିବା ଉଚିତ ନୁହେଁ। ସେହି ସ୍ଥାନରେ ଆପଣ ନୀରବ ରହିଲେ ଆପଣଙ୍କର ସମ୍ମାନ ବୃଦ୍ଧି ହେବ।

୨/ ଯଦି ଆପଣଙ୍କ ଜୀବନରେ କିଛି ଏପରି ପରିସ୍ଥିତି ଆସେ, ଯେତେବେଳେ ଆପଣଙ୍କୁ କୌଣସି ମାର୍ଗ ଦେଖା ଯିବ ନାହିଁ, ସେତେବେଳେ ଆପଣଙ୍କୁ ନୀରବ ରହିବା ଉଚିତ। ଅଧିକାଂଶ ଲୋକେ ଏହି ପରିସ୍ଥିତିରେ ପାଗଳ ଭଳି ହୋଇ ଯାଇଥାନ୍ତି।ତେଣୁ ଏଭଳି ପରିସ୍ଥିତିରେ ଆପଣ ଚୁପ ରହିବା ହେଉଛି ବୁଦ୍ଧିମାନର କାମ ।

୩/ କେବେବି ପର ନିନ୍ଦା କରିବା ଉଚିତ ନୁହେଁ। ଅଧିକାଂଶ ଲୋକେ ପର ଚର୍ଚ୍ଚା କରିବା ଓ ଶୁଣିବାକୁ ନେଇ ମଜା ନେଇଥାନ୍ତି। କିନ୍ତୁ କେହି ଆପଣଙ୍କ ଖରାପ ସମୟରେ ସହଯୋଗ କରିବାକୁ ଆସିବେ ନାହିଁ। ତେଣୁ କେବେବି ଏଭଳି ପର ନିନ୍ଦା ଆଲୋଚନା ସମୟରେ ସେଠାରେ ନିଜର ଯୋଗଦାନ ଦିଅନ୍ତୁ ନାହିଁ। ନଚେତ ଆପଣ ମଧ୍ୟ ସେହିଭଳି ଚର୍ଚ୍ଚାର ପାତ୍ର ହୋଇ ପାରନ୍ତି।

୪/ ଯଦି କେତେବେଳେ ଆପଣ ବହୁତ ଅଧିକ ଖୁସି ହୋଇ ଯାଉଛନ୍ତି ଓ ବହୁତ ଅଧିକ ରାଗି ଯାଉଛନ୍ତି, ତାହେଲେ ସେତେବେଳେ ଆପଣ କିଛି ସମୟ ନୀରବ ରୁହନ୍ତୁ।କାରଣ ଏହି ସ୍ଥାନରେ ଅଧିକାଂଶ ଲୋକେ ଭୁଲ କରିଥାନ୍ତି।ଅଧିକ ଖୁସି ହୋଇ କାହାକୁ ଦାନ କରିବା ପାଇଁ ଶପଥ କରନ୍ତୁ ନାହିଁ, ନଚେତ ଆପଣଙ୍କ ସମ୍ମାନ ହାନୀ ହେବ।କାରଣ ଆପଣ ଖୁସିରେ କାହାକୁ କିଛି ଜିନିଷ ଦେବା ପାଇଁ କହି ସେହି ସମୟ ପଳେଇଲା ପରେ ଆପଣ ଦେଇ ପାରିବେ ନାହିଁ।ଏହାସହିତ କ୍ରୋଧ ବଶତଃ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ ଓ କାହାକୁ କିଛି କୁହନ୍ତୁ ନାହିଁ। ନଚେତ ଏହାର ଆଗାମୀ ପରିଣାମ ବହୁତ କଷ୍ଟଦାୟକ ହୋଇପାରେ।

୫/ ସମସ୍ତଙ୍କ ଜୀବନରେ ଦୁଃଖ ପରେ ସୁଖ ଆସିଥାଏ ତ ସୁଖ ପରେ ଦୁଃଖ ଆସିଥାଏ। ତେଣୁ ଏଥିପାଇଁ କେବେବି ଅନ୍ୟମାନଙ୍କ ଆଗରେ ନିଜର ଦୁଃଖ ବିଷୟରେ ଆଲୋଚନା କରିବା ଉଚିତ ନୁହେଁ। କାରଣ ଆଜିକାଲିର ଦୁନିଆରେ କେବେ ମଧ୍ୟ କାହାର ଦୁଃଖ କଥା ଶୁଣିବା ପାଇଁ ଇଛା ପ୍ରକାଶ କରନ୍ତି ନାହିଁ। ତେଣୁ ଏଥିପ୍ରତି ଧ୍ୟାନ ଦିଅନ୍ତୁ।

ତେବେ ବନ୍ଧୁଗଣ ଆମ ପୋଷ୍ଟଟି ଆପଣଙ୍କୁ କିପରି ଲାଗିଲା ଆମକୁ ଆପଣଙ୍କ ମତାମତ କମେଣ୍ଟ ମାଧ୍ୟମରେ ଜଣାନ୍ତୁ। ଆମ ପୋସ୍ଟଟି ଆପଣଙ୍କୁ ଭଲ ଲାଗିଥିଲେ, ଏହାକୁ ନିଶ୍ଚିତ ଭାବରେ ସମସ୍ତଙ୍କୁ ସେୟାର କରନ୍ତୁ। ଆଗକୁ ଆମ ସହିତ ରହିବା ପାଇଁ ଆମ ଫେସବୁକ ପେଜକୁ ଲାଇକ କରନ୍ତୁ। ଧନ୍ୟବାଦ!

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *