Excuse Me Odisha

ଯାହା କହିବୁ ସତ କହିବୁ

ଶାଶୂଘରେ ରାଣୀ ହୋଇ ରହିଥାନ୍ତି ଏହି ରାଶିର ଝିଅମାନେ। ଘରେ କେବଳ ଏମାନେ ଶାସନ କରିଥାନ୍ତି।

ସେୟାର୍ କରନ୍ତୁ

ଭାରତରେ ଜ୍ୟୋତିଷ ଶାସ୍ତ୍ରକୁ ବହୁତ ଗୁରୁତ୍ୱ ଦିଆଯାଇଥାଏ। ଏହି ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପ୍ରତ୍ୟେକ ଲୋକଙ୍କର ଗ୍ରହ ଓ ନକ୍ଷତ୍ର ମାନଙ୍କର ଅବସ୍ଥିତିକୁ ଦେଖି ଭବିଷ୍ୟତ ଗଣନା କରାଯାଇଥାଏ। ଏହାଛଡା ବ୍ୟକ୍ତିର ରାଶି ଓ କୁଣ୍ଡଳୀ ଦେଖି ତାର ବ୍ୟକ୍ତିତ୍ଵ ଓ ଚାଲିଚଳନ ବିଷୟରେ ବର୍ଣ୍ଣନା କରାଯାଇଥାଏ। କହିବାକୁ ଗଲେ ବିବାହ କରିବା ଅନେକ ଲୋକଙ୍କର ସ୍ବପ୍ନ ହୋଇଥାଏ। ସମସ୍ତେ ଜଣେ ଉତ୍ତମ ଜୀବନସାଥୀ ପାଇବା ପାଇଁ ଆଶା ରଖିଥାନ୍ତି।ଆଜି ଆମେ ଆପଣ ମାନଙ୍କୁ କିଛି ରାଶିର ଝିଅମାନଙ୍କ ବିଷୟରେ କହିବାକୁ ଯାଉଛୁ, ଯେଉଁମାନେ ବିବାହ ପରେ ସ୍ବାମୀ ଓ ଶାଶୂଘର ଲୋକଙ୍କୁ ନିଜ ଇଛା ଅନୁସାରେ ଚଳାଇ ଥାଆନ୍ତି।

ମେଷ ରାଶି :-

ଏହି ରାଶିର ଝିଅମାନେ ସ୍ୱଭାବରୁ ବହୁତ ତୀକ୍ଷ୍ଣ ଓ ଚତୁର ହୋଇଥାନ୍ତି। ଏମାନେ ଦେଖିବାକୁ ଖୁବ୍ ଆକର୍ଷକ ହୋଇଥାଆନ୍ତି। ଏହାସହିତ ଏମାନେ ନିଜର ମଧୁର ବାଣୀ ଦ୍ଵାରା ଲୋକଙ୍କୁ ନିଜ ଆଡକୁ ଆକର୍ଷିତ କରିଥାନ୍ତି। ବିବାହ ପରେ ଏମାନେ ନିଜ ଶାଶୂଘରେ ରାଣୀ ହୋଇ ରହିଥାନ୍ତି। ଏମାନଙ୍କର ଇଛା ଅନୁସାରେ ସବୁ ହୋଇଥାଏ। ଏହି ଝିଅମାନଙ୍କୁ ସାମାନ୍ୟ କଥାରେ କ୍ରୋଧ ଆସି ଯାଇଥାଏ। ତେଣୁ ଏମାନେ କ୍ରୋଧ ବଶତଃ ଭୁଲ କାର୍ଯ୍ୟ ମଧ୍ୟ କରି ଦେଇଥାନ୍ତି।

କନ୍ୟା ରାଶି :-

ଏହି ରାଶିର ଝିଅମାନେ ଖୋଲା ହୃଦୟର ହୋଇଥାନ୍ତି। ଏମାନେ ନିଜ ଜୀବନକୁ ନିଜ ଇଛା ଅନୁସାରେ ବଞ୍ଚିବା ପାଇଁ ପସନ୍ଦ କରିଥାନ୍ତି। ଏମାନଙ୍କୁ କୌଣସି ବନ୍ଧନ ବାନ୍ଧି ପାରେ ନାହିଁ। ବିବାହ ପରେ ଏମାନଙ୍କ ସ୍ବାମୀ ଏମାନଙ୍କୁ ନିୟନ୍ତ୍ରଣରେ ରଖି ପାରନ୍ତି ନାହିଁ। ସ୍ବାମୀଙ୍କୁ ଏମାନଙ୍କ ଆଗରେ ମୁଣ୍ଡ ନୁଆଁଇବାକୁ ହିଁ ପଡ଼ିଥାଏ। ଏମାନେ କେବେବି କାହା ଉପରେ ନିର୍ଭରଶୀଳ ରୁହନ୍ତି ନାହିଁ। ଏହି ଝିଅମାନେ ନିଜର ଇଛାଶକ୍ତି ବଳରେ ସବୁ କ୍ଷେତ୍ରରେ ସଫଳତା ହାସଲ କରିଥାନ୍ତି।

ବିଛା ରାଶି :-

ଏହି ରାଶିର ଝିଅମାନେ ସ୍ବଭାବରୁ ବହୁତ କଠୋର ଓ ଜିଦିଆ ହୋଇଥାନ୍ତି। ଏମାନେ କୌଣସି ଜିଦ୍ ଧରି ବସିଲେ, ତାହା ପୂରଣ ନହେବା ପର୍ଯ୍ୟନ୍ତ ଶାନ୍ତିରେ ରୁହନ୍ତି ନାହିଁ।ଏମାନେ ନିଜ ସ୍ୱାମୀଙ୍କୁ ନିଜ ଇଛା ଅନୁସାରେ ଚଳାଇ ଥାଆନ୍ତି। କିନ୍ତୁ ଏମାନେ ପରିବାର ପ୍ରତି ବହୁତ ଦାୟିତ୍ବବାନ ହୋଇଥାନ୍ତି ଏବଂ ମିଳିମିଶି ରହିବାକୁ ପସନ୍ଦ କରିଥାନ୍ତି। ଏମାନଙ୍କୁ ବିରୋଧ କରୁଥିବା ଲୋକଙ୍କୁ ଏମାନେ ଶତ୍ରୁ ବୋଲି ମାନି ନିଅନ୍ତି।

ମକର ରାଶି :-

ଏହି ରାଶିର ଝିଅମାନେ ହୃଦୟରୁ ବହୁତ କୋମଳ ଓ ଚତୁର ହୋଇଥାନ୍ତି। ଏମାନେ ଖୁବ୍ ଶୀଘ୍ର ଅନ୍ୟ ମାନଙ୍କ ମନ ଜିତି ଯାଇଥାନ୍ତି।କହିବାକୁ ଗଲେ ଏମାନେ ନିଜ କାର୍ଯ୍ୟ ଶୈଳୀ ଓ ବ୍ୟବହାର ଦ୍ଵାରା ଲୋକଙ୍କୁ ନିଜ ଆଡକୁ ଆକର୍ଷିତ କରିଥାନ୍ତି।ଏହି ରାଶିର ଝିଅମାନେ ବହୁତ ପରିଶ୍ରମୀ ହୋଇଥାନ୍ତି। ଏମାନେ ସର୍ବଦା ସତ୍ ମାର୍ଗକୁ ବିଶ୍ୱାସ କରନ୍ତି ଏବଂ ସଚ୍ଚୋଟ ହୋଇ ସବୁ କାର୍ଯ୍ୟ ସମ୍ପନ୍ନ କରନ୍ତି। ଏମାନେ ବିବାହ ପରେ ଶାଶୂଘରେ ରାଣୀ ହୋଇ ରହିଥାନ୍ତି। ଏମାନେ ନିଜ ସ୍ବାମୀ ଓ ପରିବାର ଲୋକଙ୍କର ପ୍ରତ୍ୟେକ ଆବଶ୍ୟକତାକୁ ପୂରଣ କରିଥାନ୍ତି।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *