Excuse Me Odisha

ଯାହା କହିବୁ ସତ କହିବୁ

ଯେତେବେଳେ ବହୁତ ଦୁଃଖରେ ରହୁଛନ୍ତି, ସେତେବେଳେ ଏହି ଗୋଟେ କଥା ମନେ ପକାନ୍ତୁ। ଜାଣନ୍ତୁ କଣ ସେହି କଥା?

ସେୟାର୍ କରନ୍ତୁ

ଯେତେବେଳେ ବହୁତ ଦୁଃଖରେ ରହୁଛନ୍ତି, ସେତେବେଳେ ଏହି ଗୋଟେ କଥା ମନେ ପକାନ୍ତୁ। ଜାଣନ୍ତୁ କଣ ସେହି କଥା?

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ଵାଗତ ଜଣାଉଛୁ। ଭଗବାନ ଶ୍ରୀକୃଷ୍ଣ କହିଛନ୍ତି କି ସଂସାରରେ ବଞ୍ଚିବାର ଦୁଇଟି ମାର୍ଗ ରହିଛି। ପ୍ରଥମଟି ହେଉଛି ଜ୍ଞାନର ମାର୍ଗ ଓ ଦ୍ଵିତୀୟଟି ହେଉଛି ସାଂସାରିକ ଲୋଭର ମାର୍ଗ। ପ୍ରତ୍ଯେକ ବ୍ୟକ୍ତି ନିଜ ମନର ଦାସ ଅଟେ। ଆମ ମନ ଆମକୁ ଯେଉଁ ପ୍ରକାରର ମାର୍ଗ ଦେଖାଏ ଆମେ ସେହି ମାର୍ଗରେ ଚାଲିଥାଉ। ପ୍ରତ୍ୟେକ ମଣିଷ ଜୀବନରେ ସୁଖ ପରେ ଦୁଃଖ ଆସିଥାଏ ତ ଦୁଃଖ ପରେ ସୁଖ ଆସିଥାଏ।

ଅଧିକାଂଶ ଲୋକେ ନିଜ ଜୀବନ, ଧନସଂପତ୍ତି ଓ ମିତ୍ର ଆଦିରେ ସନ୍ତୁଷ୍ଟ ହୋଇ ନଥାନ୍ତି। ଏପରି ଲୋକ ନିଜ ଜୀବନରେ ସର୍ବଦା ଦୁଃଖ ଓ ନିରାଶରେ ବୁଡି ରହିଥାନ୍ତି। ଜୀବନର ସବୁ ଦୁଃଖକଷ୍ଟରୁ ମୁକ୍ତି ପାଇବାର ଏକମାତ୍ର ମାର୍ଗ ହେଉଛନ୍ତି ଭଗବାନ ଶ୍ରୀକୃଷ୍ଣଙ୍କ ଦ୍ଵାରା ଗୀତାରେ କୁହାଯାଇଥିବା ସତ୍ ମାର୍ଗ। ଆଜି ଆମେ ଆପଣଙ୍କୁ ଭଗବାନ ଶ୍ରୀକୃଷ୍ଣ କହିଥିବା କିଛି ଏପରି କଥା କହିବାକୁ ଯାଉଛୁ, ଯାହାଦ୍ଵାରା ଆପଣଙ୍କର ସମସ୍ତ ଦୁଃଖ ଦୁର୍ଦ୍ଦଶା ଦୂର ହୋଇଯିବ। ଭଗବାନ ଶ୍ରୀକୃଷ୍ଣଙ୍କ ଅନୁସାରେ, ସବୁବେଳେ ଅନ୍ୟମାନଙ୍କ ବିଷୟରେ ଭାବିବା ଛାଡି ନିଜ ଉପରେ ମଧ୍ୟ ଧ୍ୟାନ ଦେବା ଉଚିତ। ଆପଣ ଯେଉଁ କାର୍ଯ୍ୟ କରୁଛନ୍ତି, ତାହା କିପରି ଆହୁରି ଭଲ ଭାବେ କରି ପାରିବେ ସେଥିପ୍ରତି ଦୃଷ୍ଟି ଦେବା ଆବଶ୍ୟକ।

ଭଗବାନ କହିଛନ୍ତି ଲୋଭ, କ୍ରୋଧ ଓ କାମନା ଏହି ତିନୋଟି ହେଉଛି ନର୍କକୁ ଯିବାର ମାର୍ଗ ଅଟେ। ତେଣୁ ଏସବୁରୁ ସର୍ବଦା ଦୂରରେ ରୁହନ୍ତୁ। ନିଜର କର୍ମ କରିବା ଉଚିତ, କିନ୍ତୁ କର୍ମର ଫଳ ପ୍ରତି ଇଚ୍ଛା ରଖିବା ଉଚିତ ନୁହେଁ। କାରଣ କର୍ମ ସବୁବେଳେ ଉତ୍ତମ ଫଳ ହିଁ ଦେଇଥାଏ। ଆପଣ କେବେବି ନିଜ ଅତୀତକୁ ସଜାଡି ପାରିବେ ନାହିଁ ଏବଂ କେବେବି ଆପଣ ନିଜ ଭବିଷ୍ୟତ ଦେଖି ପାରିବେ ନାହିଁ। ସେଥିପାଇଁ ଅତୀତରେ କଣ ହୋଇଥିଲା, କାହିଁକି ଓ କିପରି ହୋଇଥିଲା, ଭବିଷ୍ୟତ କଣ ହେବ ଏହିସବୁ ଅଯଥା ଚିନ୍ତା କରି ନିଜ ସମୟ ନଷ୍ଟ କରନ୍ତୁ ନାହିଁ। ବରଂ ଆପଣ ନିଜର ବର୍ତ୍ତମାନ ଉପରେ ହିଁ ଧ୍ୟାନ ଦିଅନ୍ତୁ। ବର୍ତ୍ତମାନ ଆପଣ ଯେଉଁ ଭଲ କର୍ମ କରିବେ ଭବିଷ୍ୟତରେ ସୁଫଳ ପାଇବେ।

ଆପଣଙ୍କ ଜୀବନରେ ବର୍ତ୍ତମାନ ଯାହା ଘଟୁଛି ବା ଘଟିବାରୁ ଯାଉଛି, ଆପଣ କେବେବି ତାହାକୁ ବଦଳାଇ ଦେଇ ପାରିବେ ନାହିଁ।ତେଣୁ ସେଥିପାଇଁ ଆପଣ ଅଯଥା ଚିନ୍ତା ନକରି କେବଳ ନିଜ କର୍ମ କରି ଚାଲନ୍ତୁ।ଜୀବନରେ କେବେ ମଧ୍ୟ କୌଣସି ପରିସ୍ଥିତିରେ ଭୟଭୀତ ହୁଅନ୍ତୁ ନାହିଁ। କାରଣ ଯାହା ଭବିଷ୍ୟତରେ ହେବ, ତାହା ନିଶ୍ଚୟ ଆପଣଙ୍କ ମଙ୍ଗଳ ପାଇଁ ହିଁ ହେବ। ମଣିଷ ନିଜ ବିଶ୍ବାସରେ ନିଜକୁ ଗଢେ। ବିଶ୍ବାସ ଦ୍ଵାରା ହିଁ ମଣିଷ ସବୁ କ୍ଷେତ୍ରରେ ସଫଳତା ଅର୍ଜନ କରିଥାଏ। ସେଥିପାଇଁ ନିଜ ମନରୁ କେବେବି ବିଶ୍ବାସକୁ ତ୍ୟାଗ କରନ୍ତୁ ନାହିଁ ।

କ୍ରୋଧ, ଈର୍ଷା, ମୋହ ଏହିସବୁ ସମସ୍ତ ସମସ୍ଯାର ମୂଳ ଅଟେ। ମଣିଷର ମନ ସର୍ବଦା ଈର୍ଷା ଓ ଅଯଥା ଚିନ୍ତାରେ ଭରି ରହିଥାଏ। ଆପଣ ନିଜ କ୍ରୋଧ ଉପରେ ନିୟନ୍ତ୍ରଣ ରଖିଲେ ହିଁ ନିଜ ଜୀବନରେ ସବୁ କ୍ଷେତ୍ରରେ ସଫଳ ହେବେ ଓ ଶାନ୍ତିରେ ରହିବେ। ଆପଣ ଯେଉଁ କାର୍ଯ୍ୟରେ ହୃଦୟରୁ ସନ୍ତୁଷ୍ଟ ଅଛନ୍ତି, ସେହି କାର୍ଯ୍ୟ ସର୍ବଦା କରନ୍ତୁ। ଏହାସହିତ ନିଜ କାର୍ଯ୍ୟ ପ୍ରତି ସର୍ବଦା ବିଶ୍ଵସ୍ତ ଓ ସଚ୍ଚୋଟ ରୁହନ୍ତୁ। କେବେବି ଅନ୍ୟମାନଙ୍କ ପାଖରୁ ସୁଖ ଖୋଜିବା ଓ ଆଶା କରିବା ଭୁଲ ଅଟେ। ଜୀବନର ଖୁସି ନିଜ ହାତରେ ହିଁ ରହିଥାଏ। ସର୍ବଦା ସତ୍ୟ ପଥରେ ଚାଲିବା ଓ ସଚ୍ଚୋଟ ହୋଇ କାର୍ଯ୍ୟ କରିବା ଉଚିତ। ଜୀବନରେ ଅନେକ କଠିନ ପରିସ୍ଥିତିରେ ଭୟଭୀତ ହୁଅନ୍ତୁ ନାହିଁ। ଏହି ପରିସ୍ଥିତିକୁ ସାହସର ସହିତ ସାମ୍ନା କରନ୍ତୁ।

ବନ୍ଧୁଗଣ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ। ତେବେ ଏହାକୁ ନିଶ୍ଚିତ ଭାବରେ ସମସ୍ତଙ୍କୁ ସେୟାର କରନ୍ତୁ। ଏଭଳି ଅଧିକ ପୋଷ୍ଟ ପଢ଼ିବା ପାଇଁ ଆମ ଫେସବୁକ ପେଜକୁ ଲାଇକ କରନ୍ତୁ। ଧନ୍ୟବାଦ!

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *