Excuse Me Odisha

ଯାହା କହିବୁ ସତ କହିବୁ

ଶନି ଅମାବାସ୍ୟାରେ ଲାଗିବାକୁ ଯାଉଛି ସୂର୍ଯ୍ୟପରାଗ,ଏହି ୪ ଗୋଟି ରାଶି ଉପରେ ପଡ଼ିବାକୁ ଯାଉଛି ପ୍ରଭାବ ।

ସେୟାର୍ କରନ୍ତୁ

ବୈଶାଖ ମାସ ଅମାବାସ୍ୟା ଦିନ ଶନିବାର ପଡୁଛି।ତେଣୁ ଏହାକୁ ଶନି ଅମାବାସ୍ୟା ମଧ୍ୟ କୁହାଯାଏ।ପ୍ରତ୍ୟେକ ମାସ ୧୫ ତମ ତିଥିରେ ଅମାବାସ୍ୟା ପଡ଼ିଥାଏ। କୃଷ୍ଣ ପକ୍ଷ ତିଥି ସମାପ୍ତ ହେବା ପରେ ଶୁକ୍ଳ ପକ୍ଷ ତିଥି ଆରମ୍ଭ ହୋଇଥାଏ।

ସୂର୍ଯ୍ୟପରାଗରେ ଚନ୍ଦ୍ର ସୂର୍ଯ୍ୟକୁ ସମ୍ପୂର୍ଣ୍ଣ ରୂପେ ଆଚ୍ଛାଦନ କରିଦେଇଥାଏ, ଯାହାଦ୍ଵାରା ସୂର୍ଯ୍ୟକିରଣ ପୃଥିବୀ ପୃଷ୍ଠରେ ପଡ଼ିପାରେନାହିଁ। ଯେତେବେଳେ ସୂର୍ଯ୍ୟଙ୍କୁ ଚନ୍ଦ୍ର ଆଂଶିକ ରୂପରେ ଆଚ୍ଛାଦିତ କରେ, ଏହାକୁ ଆଂଶିକ ସୂର୍ଯ୍ୟପରାଗ କୁହାଯାଏ। ଯେତେବେଳେ ଚନ୍ଦ୍ର ସୂର୍ଯ୍ୟଙ୍କୁ ମଧ୍ୟ ଭାଗରେ ଆଚ୍ଛାଦିତ କରେ, ଏହାକୁ ବଳୟକାର ସୂର୍ଯ୍ୟପରାଗ କୁହାଯାଏ। ଜ୍ୟୋତିଷ ଶାସ୍ତ୍ରରେ ସୂର୍ଯ୍ୟପରାଗକୁ ଶୁଭ ବୋଲି ବିବେଚନା କରାଯାଏ ନାହିଁ। ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟପରାଗ ଆସନ୍ତା ଏପ୍ରିଲ ମାସ ୩୦ ତାରିଖରେ ହେବାକୁ ଯାଉଛି।

ବୈଶାଖ ମାସ ଅମାବାସ୍ୟା ଦିନ ଶନବାର ପଡୁଛି, ତେଣୁ ଏହାକୁ ଶନି ଅମାବାସ୍ୟା ମଧ୍ୟ କୁହାଯାଏ। ପ୍ରତ୍ୟେକ ମାସର କୃଷ୍ଣପକ୍ଷ ୧୫ତମ ତିଥିରେ ଅମାବାସ୍ୟା ପଡ଼ିଥାଏ। କୃଷ୍ଣ ପକ୍ଷ ତିଥି ସମାପ୍ତ ହେବା ପରେ ଶୁକ୍ଳପକ୍ଷ ତିଥି ଆରମ୍ଭ ହୋଇଥାଏ। ଆସନ୍ତା ୩୦ ତାରିଖ ଶନିବାର ଅମାବାସ୍ୟା ପଡ଼ିବା ସହିତ ସୂର୍ଯ୍ୟପରାଗ ମଧ୍ୟ ହେଉଛି। ଜ୍ୟୋତିର୍ବିଦଙ୍କ ଅନୁସାରେ ଏପ୍ରିଲ ୩୦ ତାରିଖ ରାତି ୧୨ ଘଟିକା ୧୫ ମିନିଟରୁ ସୂର୍ଯ୍ୟପରାଗ ଆରମ୍ଭ ହେଉଛି। ଭାରତରେ ଆଂଶିକ ସୂର୍ଯ୍ୟପରାଗ ହୋଇଥିବାରୁ ସୂତକ କାଳ ମାନ୍ୟ ହେବ ନାହିଁ।

ଶନିବାର ଦିନ ପ୍ରାତଃ କାଳରୁ ହିଁ ପ୍ରୀତି ଯୋଗ ଆରମ୍ଭ ହେବ।ଏହା ଅପରାହ୍ଣ ୩ ଘଟିକା ୨୦ ମିନିଟ ପର୍ଯ୍ୟନ୍ତ ରହିବ।ତାପରେ ଆୟୁଷ୍ମାନ ଯୋଗ ଆରମ୍ଭ ହେବ। ଅଶ୍ୱିନୀ ନକ୍ଷତ୍ର ମଧ୍ୟ ରାତି ୮ ଘଟିକା ୧୩ ମିନିଟ ପର୍ଯ୍ୟନ୍ତ ରହିବ। ଏହି ଯୋଗ ବା ନକ୍ଷତ୍ର ମାଙ୍ଗଳିକ କାର୍ଯ୍ୟ ପାଇଁ ଶୁଭ ମାନା ଯାଇଛି। ଏହିଦିନ ପବିତ୍ର ନଦୀରେ ସ୍ନାନ କରି ଦାନ ଧର୍ମ କଲେ ପୁଣ୍ୟ ମିଳିଥାଏ। ଶନି ଅମାବସ୍ୟା ଦିନ ନ୍ୟାୟର ଦେବତା ଶନିଦେବଙ୍କର ପୂଜାର୍ଚ୍ଚନା କରିବା ଆବଶ୍ୟକ। ତେବେ ଶନି ଅମାବାସ୍ୟା ଦିନ ହେଉଥିବା ସୂର୍ଯ୍ୟପରାଗ କିଛି ରାଶିର ଲୋକଙ୍କ ଉପରେ କୁପ୍ରଭାବ ପକାଇ ପାରେ। ତେବେ ଆସନ୍ତୁ ସେହି ରାଶିର ଲୋକଙ୍କ ବିଷୟରେ ଜାଣିବା।

ମେଷ ରାଶି :- ସୂର୍ଯ୍ୟପରାଗର ପ୍ରଭାବ ଏହି ରାଶିର ଲୋକଙ୍କ ପାଇଁ ଶୁଭ ସାବ୍ୟସ୍ତ ହେବ। କିନ୍ତୁ ଆପଣଙ୍କୁ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ। ଜ୍ୟୋତିର୍ବିଦଙ୍କ ପରାମର୍ଶ ଅନୁସାରେ ଆପଣ ଆର୍ଥିକ ସଙ୍କଟର ସମ୍ମୁଖୀନ ହୋଇ ପାରନ୍ତି। ଅନ୍ୟମାନଙ୍କ ସହିତ କଥାବାର୍ତ୍ତା କରିବା ସମୟରେ ସାବଧାନତା ଅବଲମ୍ୱନ କରନ୍ତୁ।

ବୃଷ ରାଶି :- ସୂର୍ଯ୍ୟପରାଗ ସମୟରେ ଏହି ରାଶିର ଲୋକଙ୍କର ଆତ୍ମବିଶ୍ୱାସରେ ହ୍ରାସ ଘଟିବ। ଏହିଦିନ ଅନାବଶ୍ୟକ ଚାପ ଠାରୁ ଦୂରେଇ ରୁହନ୍ତୁ। ତେଣୁ ସତର୍କ ରୁହନ୍ତୁ।

ମିଥୁନ ରାଶି :- ସୂର୍ଯ୍ୟପରାଗ ସମୟରେ ଏହି ଲୋକଙ୍କୁ ଜନଗହଳିପୂର୍ଣ୍ଣ ସ୍ଥାନଠାରୁ ଦୂରେଇ ରହିବା ଉଚିତ। ଏହାସହିତ ଆପଣ ନିଜ ଚତୁର୍ପାର୍ଶ୍ୱରେ ଘଟୁଥିବା ଘଟଣା ପ୍ରତି ଧ୍ୟାନ ଦିଅନ୍ତୁ ଓ ସାବଧାନ ରୁହନ୍ତୁ।

କର୍କଟ ରାଶି :- ସୂର୍ଯ୍ୟପରାଗ ସମୟରେ ଏହି ରାଶିର ଲୋକଙ୍କୁ ଶୁଭ ଫଳ ପ୍ରାପ୍ତି ହେବ।ଅବିବାହିତ ଲୋକଙ୍କର ବିବାହ ସମ୍ବନ୍ଧୀୟ ସମସ୍ତ ସମସ୍ୟା ଦୂର ହେବ। ଏହାସହିତ ଆପଣଙ୍କର ଆର୍ଥିକ ସମସ୍ୟା ଦୂର ହେବ।

ସିଂହ ରାଶି :- ସୂର୍ଯ୍ୟପରାଗ ସମୟରେ ସିଂହ ରାଶିର ବ୍ୟକ୍ତିବିଶେଷଙ୍କୁ ବ୍ୟବସାୟରେ ଲାଭ ମିଳିବ। ହେଲେ ଧ୍ୟାନ ରଖନ୍ତୁ ସୂର୍ଯ୍ୟପରାଗ ସମୟରେ କୌଣସି ପ୍ରକାର ନିବେଶ କରନ୍ତୁ ନାହିଁ। ପରିବାରରେ ସୁଖଶାନ୍ତି ବିଦ୍ୟମାନ ହେବ।

କନ୍ୟା ରାଶି :- ସୂର୍ଯ୍ୟପରାଗ ସମୟରେ ଏହି ରାଶିର ଲୋକେ ସବୁ କ୍ଷେତ୍ରରେ ସଫଳତା ହାସଲ କରିବେ।ବ୍ୟବସାୟରେ ଆପଣଙ୍କୁ ବହୁତ ପରିଶ୍ରମ କରିବାକୁ ପଡ଼ିବ।ଆପଣ ଏହି ସମୟରେ ଚାକିରି ପରିବର୍ତ୍ତନ କରିବାକୁ ଚେଷ୍ଟା କରନ୍ତୁ ନାହିଁ।

ତୁଳା ରାଶି :- ସୂର୍ଯ୍ୟପରାଗ ସମୟ ଏହି ରାଶିର ଲୋକଙ୍କ ପାଇଁ ସାମାନ୍ୟ ରହିବ।ଏହି ସମୟରେ ଆପଣଙ୍କୁ ନିଜ ସ୍ୱାସ୍ଥ୍ୟ ଉପରେ ବହୁତ ଧ୍ୟାନ ଦେବାର ଆବଶ୍ୟକତା ରହିଛି।ଆପଣ କୈଣସି ଆଇନଗତ ସମସ୍ୟାରେ ପଡ଼ିପାରନ୍ତି। ତେଣୁ ଅଯଥା ବିବାଦରୁ ଦୂରେଇ ରୁହନ୍ତୁ।

ବିଛା ରାଶି :- ସୂର୍ଯ୍ୟପରାଗ ସମୟରେ ଏହି ରାଶିର ଲୋକଙ୍କୁ ଶୁଭ ପରିଣାମ ପ୍ରାପ୍ତ ହେବ। ଚାକିରି ଓ ବ୍ୟବସାୟରେ ଆପଣ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ଏହି ସମୟରେ ଆପଣ ନିଜର ଅହଙ୍କାରକୁ ପରିତ୍ୟାଗ କରନ୍ତୁ ଏବଂ ନିଜ ସ୍ୱଭାବରେ କୋମଳତା ଆଣନ୍ତୁ। ଦେଖିବେ ଜୀବନ ସରଳ ହୋଇଯିବ।

ଧନୁ ରାଶି :- ସୂର୍ଯ୍ୟପରାଗ ସମୟରେ ଏହି ରାଶିର ଲୋକଙ୍କୁ ନିଜ ସ୍ବାସ୍ଥ୍ୟ ପ୍ରତି ଯତ୍ନବାନ ହେବା ଉଚିତ।ସୂର୍ଯ୍ୟପରାଗ ସମୟରେ ଆପଣ ନିଜ ଶତ୍ରୁମାନଙ୍କ ଉପରେ ବିଜୟ ହାସଲ କରିବେ।

ମକର ରାଶି :- ସୂର୍ଯ୍ୟପରାଗ ସମୟରେ ଏହି ରାଶିର ଲୋକଙ୍କୁ ନିଜ ସ୍ୱାସ୍ଥ୍ୟ ପ୍ରତି ବିଶେଷ ରୂପରେ ଧ୍ୟାନ ଦେବା ଉଚିତ। ଏହି ସମୟରେ କୌଣଷି ଜୁଆ ଖେଳ ଓ ନିଶା ଦ୍ରବ୍ୟ ଠାରୁ ଦୂରେଇ ରହିବା ଉଚିତ।

କୁମ୍ଭ ରାଶି :- ସୂର୍ଯ୍ୟପରାଗ ସମୟରେ ଏହି ରାଶିର ଲୋକେ ନିବେଶରେ କ୍ଷତି ସହି ପାରନ୍ତି। ପାରିବାରିକ ଜୀବନରେ ବିବାଦ ହେବାର ସମ୍ଭାବନା ରହିଛି। ଆପଣଙ୍କର ପ୍ରତ୍ୟେକ ଯୋଜନା ବିଫଳ ହୋଇପାରେ।

ମୀନ- ସୂର୍ଯ୍ୟପରାଗ ସମୟରେ ଏହି ରାଶିର ଲୋକଙ୍କୁ ଶୁଭ ଫଳ ପ୍ରାପ୍ତି ହେବ। ଅତୀତର ନିବେଶରୁ ଆପଣଙ୍କୁ ଲାଭ ମିଳିବ। ଆପଣ ଶତ୍ରୁମାନଙ୍କୁ ପରାସ୍ତ କରିବେ ଓ ସାମାଜିକ ସ୍ତରରେ ସମ୍ମାନ ପାଇବାକୁ ସକ୍ଷମ ହେବେ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *