Excuse Me Odisha

ଯାହା କହିବୁ ସତ କହିବୁ

ହାତରେ କେଉଁ ରେଖା ରହିଲେ ମଣିଷ ହୁଏ ଧନୀ ? ନଖରେ ଅର୍ଧ ଚନ୍ଦ୍ରର ଅର୍ଥ କଣ ?

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ୫% ଲୋକଙ୍କ ହାତରେ ରହିଥାଏ ଏହି ଚମତ୍କାର ଚିହ୍ନ।

ଭାରତୀୟ ସଂସ୍କୃତିରେ ଭବିଷ୍ୟତ ଦେଖିବା ପାଇଁ କିଛି ବିଧି କୁହାଯାଇଛି। ଯେପରି ସାମୁଦ୍ରିକ ଶାସ୍ତ୍ର ଭବିଷ୍ୟତ ଦେଖିବା ପାଇଁ ଏକ ପ୍ରାଚୀନ ବିଜ୍ଞାନ ଅଟେ। ବିଷ୍ଣୁ ପୁରାଣରେ ଏକ ବର୍ଣ୍ଣିତ କଥା ଅନୁସାରେ ଏହି ଶାସ୍ତ୍ର ମା ଲକ୍ଷ୍ମୀ ଭଗବାନ ବିଷ୍ଣୁଙ୍କ ଶୁଣାଇ ଥିଲେ ଏବଂ ସମୁଦ୍ର ଦେବତା ତାକୁ ଶୁଣି ଏହି ଶାସ୍ତ୍ରର ପ୍ରଚାର କରିଥିଲେ। ଏଥିପାଇଁ ଏହି ଶାସ୍ତ୍ରକୁ ସାମୁଦ୍ରିକ ଶାସ୍ତ୍ର କୁହାଯାଏ। ହାତର ରେଖା ପର୍ବତ ଏବଂ ନଖର ଚିହ୍ନ ଏବଂ ବିଭିନ୍ନ ଚିହ୍ନ ବିଷୟରେ ଗମ୍ଭୀର ଅଧ୍ୟୟନ ଏବଂ ଅଭ୍ୟାସରେ ଏହି ବିଦ୍ୟାର ବିକାଶ ହୋଇଥିଲା।

ସାମୁଦ୍ରିକ ଶାସ୍ତ୍ରରେ ଶରୀରର କଳାଯାଇ ଏବଂ ଚିହ୍ନର ବହୁତ ମହତ୍ୱ ରହିଛି। ଏହିପରି ହାତରେ ବିଭିନ୍ନ ରେଖା ଯେପରି ଭାଗ୍ୟରେଖା ମସ୍ତିଷ୍କ ରେଖା ହୃଦୟ ରେଖା ମଙ୍ଗଳରେଖା ଇତ୍ୟାଦି ରେଖା ବ୍ୟତୀତ ବିଭିନ୍ନ ଚିହ୍ନ ଯେପରି ଶଙ୍ଖ ଚକ୍ର ମନ୍ଦିର ସ୍ବାସ୍ତିକ ତ୍ରିଶୂଳ ଧ୍ଵଜା ପର୍ବତ ଇତ୍ୟାଦି। ମନୁଷ୍ୟର ଭୁତ କାଳ ବର୍ତ୍ତମାନ କାଳ ଏବଂ ଭବିଷ୍ୟତ କାଳ ସହିତ ମନୁଷ୍ୟର ସ୍ୱଭାବ ଏବଂ ବ୍ୟକ୍ତିତ୍ୱ ବିଷୟରେ ଜଣାପଡ଼ିଥାଏ।

ଏମିତିକି ଆଙ୍ଗୁଳି ଏବଂ ହାତର ଲମ୍ବ ରଙ୍ଗ ଏବଂ ନଖରେ ମିଳୁଥିବା ଚିହ୍ନରୁ ବି ବ୍ୟକ୍ତିର ଶାରୀରିକ ସ୍ଥିତି ଏବଂ ତାହାର ଭବିଷ୍ୟତ ବିଷୟରେ ଜଣା ପଡିଥାଏ। ଆଜି ଆମେ ଆପଣଙ୍କୁ ହାତରେ ମିଳୁଥିବା କିଛି ବିଶେଷ ଚିହ୍ନ ଯାହା ଛୋଟ ଛୋଟ ରେଖା ସହ ମିଶି ହାତରେ କିଛି ବିଶେଷ ସ୍ଥାନରେ ତିଆରି ହୋଇଯାନ୍ତି ତାହାର ମହତ୍ୱ ବିଷୟରେ ଜାଣିବା ଏବଂ ତା ସହିତ ଆମର ହାତରେ ଯେଉଁ ଅର୍ଦ୍ଧଚନ୍ଦ୍ର ଆକୃତି ଥାଏ ତାହାର ଅର୍ଥ ମଧ୍ୟ ଜାଣିବା।

ଆସନ୍ତୁ ଜାଣିବା ହାତରେ ଥିବା ଚିହ୍ନ ବିଷୟରେ।

ଯେଉଁ ଲୋକମାନଙ୍କ ହାତରେ ଶଙ୍ଖର ଚିହ୍ନ ଥାଏ ସେ ନିଶ୍ଚିତ ଭାବରେ ଧନବାନ ବନି ଥାଏ। ଏପରି ଲୋକଙ୍କୁ ଧନର କେବେବି କମି ହୋଇନଥାଏ। ଏମାନଙ୍କ ସ୍ୱାଭାବ ଦୃଢ଼ ନିର୍ଣ୍ଣୟ ହୋଇଥାଏ। ଏହିପରି ହାତରେ ମାଛ ଯେପରି ଚିହ୍ନ ମଧ୍ୟ ସ୍ୱଭାଗ୍ୟ ଏବଂ ଐଶ୍ୱର୍ଯ୍ୟର ପ୍ରତୀକ ହୋଇଥାଏ। କିଛି ଲୋକଙ୍କ ହାତରେ ଏପରି ଚିହ୍ନ ପିଲା ଦିନରୁ ହିଁ ହୋଇଥାଏ ଏବଂ କିଛି ଲୋକଙ୍କର ଅଧା ବୟସରେ ମଧ୍ୟ ହୋଇଥାଏ ଏବଂ ସେମାନଙ୍କର ଭାଗ୍ୟ ଖୋଲିଯାଏ।

ଯେଉଁ ଲୋକଙ୍କ ହାତରେ ମନ୍ଦିର ଯେପରି ଚିହ୍ନ ଥାଏ ସେ ସବୁବେଳେ ସମାଜରେ ମାନ ସମ୍ମାନ ଏବଂ କୀର୍ତି ପାଇଥାନ୍ତି। ଏପରି ଲୋକ ବସିଥାନ୍ତି ଗୋଟିଏ ଜାଗାରେ କିନ୍ତୁ ଆଖପାଖର ସବୁ ଲୋକଙ୍କ ତଥ୍ୟ ରଖିଥାନ୍ତି। ଏଥିପାଇଁ ଯେବେବି କୌଣସି ସମସ୍ୟା ଆସେ ତ ତାର ସମାଧାନ ପାଇଁ ଏମାଙ୍କ ପାଖକୁ ଆସିଥାନ୍ତି କାରଣ ଏହି ଲୋକମାନେ ବୁଦ୍ଧିମାନ ହେବା ସହିତ ଭଲ ମାର୍ଗଦର୍ଶନ କରାଇଥାଆନ୍ତି।

ଚରିତ୍ରବାନ ଏବଂ ଧାର୍ମିକ ପ୍ରକୃତି ଲୋକମାନଙ୍କ ହାତରେ ଧ୍ଵଜା ଚିହ୍ନ ଥାଏ ସ୍ବାସ୍ତିକ ଚିହ୍ନ ଥାଏ। ଏହି ଚିହ୍ନ ଶୁଭତ୍ୱ ଦୟାରୁ ଏବଂ ସ୍ବାସ୍ତିକତାର ପ୍ରତୀକ ଅଟେ।

ତ୍ରିଶୂଳ ଚିହ୍ନ ଥିଲେ ବାହାଦୂର ଗମ୍ଭୀର ମନୁଷ୍ୟ ମାନଙ୍କ ହାତରେ ଥାଏ।

ଆସନ୍ତୁ ଜାଣିବା ହାତରେ ଥିବା ପର୍ବତ ମାନଙ୍କ ବିଷୟରେ।

ଆମର ଜାତକରେ ଯେଉଁ ଗ୍ରହ ସ୍ଥିତି ମଜବୁତ ଏବଂ ଶୁଭ ହୋଇଥାଏ ସେହି ଗ୍ରହର ପର୍ବତର ଉଚ୍ଚତା ଅଧିକ ହୋଇଥାଏ। ସେହି ପର୍ବତରେ କିଛି ଶୁଭ ଚିହ୍ନ ଥାଏ ଏବଂ ସେହି ଆଙ୍ଗୁଳିର ଲମ୍ବା ମଧ୍ୟ ବାକି ଆଙ୍ଗୁଳି ମାନଙ୍କ ଅପେକ୍ଷା ଅଧିକ ଲମ୍ବା ହୋଇଥାଏ। ଯଦି କୌଣସି ବ୍ୟକ୍ତିର ଅନାମିକା ଆଙ୍ଗୁଳି ବଡ଼ ହୋଇଥାଏ ତ ତାହାର ରବି ପର୍ବତର ଉଚ୍ଚତା ଅଧିକ ହୋଇଥାଏ ଏବଂ ତାହା ଉପରେ ଶୁଭ ଚିହ୍ନ ହୁଏ। ଏପରି ବ୍ୟକ୍ତି ପ୍ରସିଦ୍ଧ ଏବଂ ଗୁଣବାନ ହୋଇଥାନ୍ତି।

ଯେଉଁ ଲୋକମାନଙ୍କର ହାତରେ ଶନି ପର୍ବତର ଉଚ୍ଚତା ଅଧିକ ହୋଇଥାଏ ସେମାନେ ଅଧିକ ପରିଶ୍ରମୀ ଏବଂ ଅନୁଶାସନ ପ୍ରିୟ ହୋଇଥାନ୍ତି।

ଯଦି ଗୁରୁ ପର୍ବତର ଉଚ୍ଚତା ଅଧିକ ହୋଇଥାଏ ତ ସେହି ବ୍ୟକ୍ତିକୁ ରାଜନୈତିକ ଏବଂ ଚାକିରୀ ବ୍ୟବସାୟରେ ସଫଳତା ମିଳିଥାଏ।

ଯଦି ଶୁକ୍ର ପର୍ବତର ଉଚ୍ଚତା ଅଧିକ ହୋଇଥାଏ ତ ସେହି ବ୍ୟକ୍ତି ସଙ୍ଗୀତ କଳା କ୍ଷେତ୍ରରେ ଉନ୍ନତି ପ୍ରାପ୍ତି କରିଥାନ୍ତି।

ବୁଦ୍ଧ ପ୍ରଭାବରେ ଥିବା ବ୍ୟକ୍ତି ବୌଦ୍ଧିକ କ୍ଷେତ୍ରରେ ଉନ୍ନତି କରନ୍ତି।

ମଙ୍ଗଳ ପ୍ରଭାବରେ ଥିବା ବ୍ୟକ୍ତି ପ୍ରଶାସନିକ କ୍ଷେତ୍ରରେ ସଫଳତା ପାଇଥାନ୍ତି।

ଆପଣଙ୍କ ନଖ ଉପରେ ଥିବା ଅର୍ଦ୍ଧଚନ୍ଦ୍ରର ଅର୍ଥ କଣ। ଏହି ଚିହ୍ନ ପ୍ରତ୍ୟକ ଆଙ୍ଗୁଳିରେ ଦେଖିବାକୁ ମିଳେନାହିଁ। ଏଥିପାଇଁ ଏହାର ଅଲଗା ଅଲଗା ମହତ୍ୱ ରହିଥାଏ।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ନଖ ଉପରେ ଯେଉଁ ଧଳା ରଙ୍ଗର ଅଧାଚନ୍ଦ୍ର ଆକୃତି ହୋଇଥାଏ ତାହା ବହୁତ ଶୁଭ ହୋଇଥାଏ।

ଅନାମିକା ଆଙ୍ଗୁଳିରେ ନଖରେ ଯଦି ଅର୍ଦ୍ଧଚନ୍ଦ୍ର ହୁଏ ତେବେ ସେହି ବ୍ୟକ୍ତିକୁ ସମାଜରେ ମାନ ସମ୍ମାନ ମିଳିଥାଏ। ପ୍ରତିଯୋଗିତା ପରୀକ୍ଷାରେ ସଫଳତା ମିଳିଥାଏ ଏବଂ କୌଣସି ବଡ଼ ପୁରସ୍କାର ମିଳିବାର ମଧ୍ୟ ସମ୍ଭାବନା ରହିଥାଏ।

ଯେଉଁ ଲୋକଙ୍କର ମଧ୍ୟମା ଆଙ୍ଗୁଳିରେ ଅର୍ଦ୍ଧ ଚନ୍ଦ୍ର ବନିଥାଏ ତ ସେହି ବ୍ୟକ୍ତି ବ୍ୟାପାର ବ୍ୟବସାୟରେ ପ୍ରଗତି କରିଥାଏ ଏବଂ ଖାସ କରି ସେ ବ୍ୟବସାୟରେ ଉନ୍ନତି କରିଥାଏ କାରଣ ଏହି ଆଙ୍ଗୁଳିକୁ ଶନି ବୋଲି ମାନାଯାଏ।

ଯେଉଁ ବ୍ୟକ୍ତିଙ୍କ ତର୍ଜନୀ ଆଙ୍ଗୁଳି ନଖରେ ଅର୍ଦ୍ଧ ଚନ୍ଦ୍ର ଥାଏ ତ ସେହି ବ୍ୟକ୍ତିର ଜୀବନରେ ଭଲ ଉନ୍ନତି ହୋଇଥାଏ। ବ୍ୟାପାର ବ୍ୟବସାୟ ଏବଂ ଚାକିରୀରେ ଉନ୍ନତି ଦେଖିବାକୁ ମିଳେ। ଏହିପରି ଯଦି ଆଙ୍ଗୁଳିର ନଖରେ ଅର୍ଦ୍ଧ ଚନ୍ଦ୍ରର ଚିହ୍ନ ହୁଏ ତ ବ୍ୟକ୍ତି ବୁଦ୍ଧିମାନ ଏବଂ ଶକ୍ତିମାନ ବନିବାର କ୍ଷମତା ରଖିଥାଏ। ଏପରି ଲୋକ ଆଗକୁ ଯାଇ ଭଲ ବ୍ୟକ୍ତି ହୋଇଥାନ୍ତି ଏବଂ ଅନ୍ୟଙ୍କୁ ପ୍ରଭାବିତ କରିଥାନ୍ତି।

ଯଦି କୌଣସି ବ୍ୟକ୍ତିର ସବୁଠୁ ଛୋଟ ଆଙ୍ଗୁଳିର ନଖରେ ଅର୍ଦ୍ଧଚନ୍ଦ୍ର ଆକୃତି ହୋଇଥାଏ ତାକୁ ମଧ୍ୟ ଶୁଭ ମାନାଯାଏ। ଏପରି ବ୍ୟକ୍ତି ସମସ୍ତ ସମସ୍ୟାରୁ ବହୁତ ଜଲଦି ସହଜରେ ବାହାରି ଯାନ୍ତି। ଏମାନଙ୍କ ଭାଗ୍ୟ ବହୁତ ବଳବାନ ହୋଇଥାଏ ଏବଂ ଏମାନଙ୍କୁ ଜୀବନରେ ଦୁଃଖ କମ ମିଳିଥାଏ।

ଯେଉଁ ବ୍ୟକ୍ତିଙ୍କର ହାତରେ ସବୁ ଆଙ୍ଗୁଳିରେ ଅର୍ଦ୍ଧଚନ୍ଦ୍ର ଥାଏ ଏବଂ ତାହାର ସବୁ ଆଙ୍ଗୁଳି ଲମ୍ବା ହୋଇଥାଏ ତ ଏପରି ବ୍ୟକ୍ତି ଜୀବନରେ ସଙ୍କଟରୁ ବାହାରି ବହୁତ ଆଗକୁ ବଢିଯାନ୍ତି ଏବଂ ନିଜର କ୍ଷମତାକୁ ସିଦ୍ଧ କରିଥାନ୍ତି। ଏପରି ବ୍ୟକ୍ତି ଜୀବନରେ ସବୁବେଳେ ଆଗକୁ ବଢ଼ିବା ପାଇଁ ଚିନ୍ତା କରିଥାନ୍ତି ଏବଂ କିଛି ନାଁ କିଛି ଅଲଗା କରି ଦେଖାଇଥାନ୍ତି।

ଯଦି ବ୍ୟକ୍ତିଙ୍କର କୌଣସି ଆଙ୍ଗୁଳିରେ ଅର୍ଦ୍ଧଚନ୍ଦ୍ର ନଥାଏ ତ ସେହିପରି ଲୋକମାନେ କ୍ରୋଧି ସ୍ୱଭାବରେ ହୋଇଥାନ୍ତି କିନ୍ତୁ ଏହା ସହିତ ସେମାନେ ବହୁତ ବୁଝିବାର ଲୋକ ବିଚାରଶୀଳ ଏବଂ ବୁଦ୍ଧିମାନ ହୋଇଥାନ୍ତି।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *