Excuse Me Odisha

ଯାହା କହିବୁ ସତ କହିବୁ

କଣ ଆପଣ ଜାଣିଛନ୍ତି ଏହି ୭ଟି ଖାସ୍ ଜିନିଷ ବିଷୟରେ? ଯାହାକୁ ଦେଖିବା ମାତ୍ରେ ଜୀବନ ବଦଳି ଯାଇଥାଏ।

ସେୟାର୍ କରନ୍ତୁ

ଦୁନିଆରେ କିଛି ଏଭଳି ବସ୍ତୁ ରହିଛି, ଯାହାକୁ ଦେଖିବା ମାତ୍ରେ ବ୍ୟକ୍ତିକୁ ପୁଣ୍ୟ ମିଳିଥାଏ। ଗରୁଡ଼ ପୁରାଣରେ ଏଭଳି ୭ ଗୋଟି ବସ୍ତୁ ବିଷୟରେ ବର୍ଣ୍ଣନା କରାଯାଇଛି, ଯାହା ଅତ୍ୟନ୍ତ ଶୁଭ ହୋଇଥାଏ।

୧୮ ଗୋଟି ପୁରାଣ ମଧ୍ୟରୁ ଗରୁଡ଼ ପୁରାଣ ଅନ୍ୟତମ। ଏଥିରେ କୁହାଯାଇଥିବା କେବଳ ମୃତ୍ୟୁ ଓ ମୃତ୍ୟୁ ପାରେ ଆତ୍ମାର ଯାତ୍ରା ବିଷୟରେ ନୁହେଁ, ଜୀବନକୁ ସୁଦୃଢ କରିବା ପାଇଁ ଅନେକ ଶୈଳୀ ବିଷୟରେ ମଧ୍ୟ ବର୍ଣ୍ଣନା କରାଯାଇଛି। ଏଥିରେ କିଛି ଏଭଳି କାର୍ଯ୍ୟ ବିଷୟରେ ବର୍ଣ୍ଣନା କରାଯାଇଛି

କାହାକୁ କୌଣସି ବ୍ୟକ୍ତି ପ୍ରୟୋଗ କରିବା ଦ୍ୱାରା ତାର ଜୀବନ ହସଖୁସିରେ ଭରି ଯିବ। ବ୍ୟକ୍ତି ଜଣକ ବର୍ତ୍ତମାନରେ ରହି ପୁଣ୍ୟ ଅର୍ଜନ କରି ପାରିବ। ଆଜି ଆମେ ଆପଣଙ୍କୁ ଗରୁଡ଼ ପୁରାଣରେ କୁହାଯାଇଥିବା ୭ ଗୋଟି ଜିନିଷ ବିଷୟରେ କହିବାକୁ ଯାଉଛୁ, ଯାହାକୁ ଦେଖିବା ମାତ୍ରେ ହିଁ ବ୍ୟକ୍ତିକୁ ଶୁଭ ଫଳ ପ୍ରାପ୍ତ ହୋଇଥାଏ।

ଅତ୍ୟନ୍ତ ଶୁଭ ମାନା ଯାଇଥାଏ ଏହି ଜିନିଷ :-

୧/ ଗାଈର କ୍ଷୀର :- ହିନ୍ଦୁ ଧର୍ମରେ ଗାଈକୁ ଦେବୀଙ୍କ ସ୍ୱରୂପ ବୋଲି ମାନା ଯାଇଛି।ଏହାସହିତ ଗାଈର କ୍ଷୀରକୁ ଅମୃତ ସମାନ ବୋଲି କୁହାଯାଇଛି।ଗରୁଡ଼ ପୁରାଣ ଅନୁସାରେ ଗାଈର କ୍ଷୀର ଦେଖିବା କ୍ଷଣି ବ୍ୟକ୍ତିକୁ ଶୁଭ ଫଳ ପ୍ରାପ୍ତ ହୋଇଥାଏ।

୩/ ଗୋଧୂଳି :- ଗାଈ ଯେତେବେଳେ ନିଜ ଖୁରା ଦ୍ଵାରା ମାଟିକୁ ତାଡେ, ସେତେବେଳେ ଧୂଳି ବାହାରିଥାଏ ଓ ତାହାକୁ ଗୋଧୂଳି କୁହାଯାଏ। ଗାଈକୁ ମାଟି ତାଡୁଥିବାର ଦେଖିବା ଅତ୍ୟନ୍ତ ଶୁଭ ମାନା ଯାଇଥାଏ। ଯଦି ଆପଣ କୌଣସି ଶୁଭ କାର୍ଯ୍ୟ କରିବାକୁ ଯାଉଥିବା ସମୟରେ ଏଭଳି ଦୃଶ୍ୟ ଦେଖନ୍ତି, ତାହେଲେ ଆପଣଙ୍କର ସମସ୍ତ କାର୍ଯ୍ୟ ସମ୍ପନ୍ନ ହେବ।

୩/ ଗୋଶାଳା ବା ଗୁହାଳ:- ଗୋଶାଳା ତିଆରି କରିବା ଏବଂ ଗାଈର ସେବା କରିବା ଅତ୍ୟନ୍ତ ଶୁଭ ହୋଇଥାଏ। ଗରୁଡ଼ ପୁରାଣ ଅନୁସାରେ ଗୋଶାଳା ଦେଖିବା ଅତ୍ୟନ୍ତ ଶୁଭ ହୋଇଥାଏ।

୪/ ଗାଈର ଖୁରା :- ଗାଈର ଖୁରାକୁ ସ୍ବର୍ଗ ରୂପରେ ମାନ୍ୟତା ଦିଆଯାଇଛି। ଏଥିପାଇଁ ଗାଈର ଖୁରାକୁ ସ୍ପର୍ଶ କରି ଅଧିକାଂଶ ଲୋକେ ଗାଈକୁ ପ୍ରଣାମ କରିଥାନ୍ତି।

୫/ ଗୋମୂତ୍ର :- କହିବାକୁ ଗଲେ ଗାଈର ମୂତ୍ରକୁ ଅନେକ ଔଷଧ ପ୍ରସ୍ତୁତ କାର୍ଯ୍ୟରେ ବ୍ୟବହାର ହୋଇଥାଏ। ଗରୁଡ଼ ପୁରାଣରେ ଏହି ବିଷୟରେ ବିସ୍ତାର ରୂପରେ ବର୍ଣ୍ଣନା କରାଯାଇଛି।

୬/ ଗାଈର ଗୋବରକୁ ହିନ୍ଦୁ ଧର୍ମରେ ଅତ୍ୟନ୍ତ ଶୁଭ ମାନା ଯାଇଥାଏ। ତେଣୁ ଏହାକୁ ପ୍ରତ୍ୟେକ ପୂଜା ଅନୁଷ୍ଠାନ ଓ ମାଙ୍ଗଳିକ କାର୍ଯ୍ୟକ୍ରମରେ ବ୍ୟବହାର କରାଯାଇଥାଏ। ଘରକୁ ଶୁଦ୍ଧ କରିବା ପାଇଁ ମଧ୍ୟ ଗୋବର ବ୍ୟବହାର କରାଯାଇଥାଏ। ଏହାଦ୍ବାରା ଘରେ ସକାରାତ୍ମକ ଉର୍ଜା ବୃଦ୍ଧି ହୋଇଥାଏ।

୭/ ପ୍ରତ୍ୟେକ ବ୍ୟକ୍ତି ତଥା ଧନୀ ହେଉ ଅଥବା ଗରିବ, ସମସ୍ତଙ୍କୁ କୃଷକ ଉପରେ ନିର୍ଭର ହେବାକୁ ପଡ଼ିଥାଏ। କାରଣ କୃଷକ ଚାଷ କରି ଅନ୍ନ ଓ ପନିପରିବା ଯୋଗାଇଥାଏ। ଗରୁଡ଼ ପୁରାଣ ଅନୁସାରେ କୃଷି ଜମିରେ ପାଚିଲା ଫସଲ ଦେଖିଲେ ଶୁଭ ବୋଲି ମାନା ଯାଇଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *