Excuse Me Odisha

ଯାହା କହିବୁ ସତ କହିବୁ

ଶୋଇବା ସମୟରେ ଭୁଲରେ ବି ପାଖରେ ରଖନ୍ତୁ ନାହିଁ ଏହି ଜିନିଷ,ପରିବାରର ହୋଇଥାଏ ସର୍ବନାଶ !ଘରକୁ ଆସିଥାଏ ଗରିବୀ !

ସେୟାର୍ କରନ୍ତୁ

ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଜଣେଇବୁ କି ଶୋଇବା ସମୟରେ ଏମିତି କେଉଁ ସବୁ ଜିନିଷ ଅଛି ଯାହାକୁ ଆପଣ ନିଜ ପାଖରେ ବା ନିଜ ମୁଣ୍ଡ ପାଖରେ ରଖିବା ଉଚିତ ନୁହେଁ।

ବନ୍ଧୁଗଣ ଶୋଇବା ସମୟରେ ଆମ ଶରୀର କାର୍ଯ୍ୟ ରହିତ ହୋଇଥାଏ। ସେହି ସମୟରେ ଆମ ଶରୀରର ପଞ୍ଚତନ୍ତ୍ର ଆମ ପାଇଁ କାର୍ଯ୍ୟ କରନ୍ତି। ସେହି ସମୟରେ ଯଦି ଆପଣଙ୍କ ପାଖରେ କିଛି ଏମିତି ଜିନିଷ ରହୁଛି ଯାହା ଦ୍ଵାରା ନକରାତ୍ମକ ଊର୍ଜାର ସଂଚାର ହେଉଥାଏ ତେବେ ଏମିତି ଊର୍ଜା ଆପଣଙ୍କ ଶରୀର ଓ ଆପଣଙ୍କ ଜୀବନ ଦୁଇଟି ଯାକ ଉପରେ ପ୍ରଭାବ ପକାଇଥାଏ

ତେଣୁ ଆଜି ଆମେ ଆପଣଙ୍କୁ କହିବୁ କି କେଉଁ ସବୁ ଜିନିଷ ଶୋଇବା ସମୟରେ ଆପଣଙ୍କ ପାଖରେ ରହିବା ଉଚିତ ନୁହେଁ। ଏହା ସହିତ ଜାଣିବା ଏମିତି କେଉଁ ଜିନିଷ ଅଛି ଯାହା ଆପଣଙ୍କ ନିଦ ଏବଂ ସକରାତ୍ମକ ଉର୍ଜା ଦୁଇଟି ଯାକକୁ ବୃଦ୍ଧି କରିବା ପାଇଁ ସାହାର୍ଯ୍ୟ କରିଥାଏ। ତେବେ ଆସନ୍ତୁ ଜାଣିବା।

ପ୍ରଥମେ ଆସନ୍ତୁ ଜାଣିବା କେଉଁ ଜିନିଷ ମୁଣ୍ଡ ପାଖରେ ରଖିବା ଉଚିତ। ଯଦି ଆପଣଙ୍କୁ ନିଦ ଆସିବାରେ ବହୁତ ଅଧିକ ସମସ୍ୟା ଅଛି ତ ଏହି ଉପାୟ ଆପଣଙ୍କ ପାଇଁ ଅଟେ।

କର୍ପୁରର କିଛି ଖଣ୍ଡ ଏକ ରୁମାଲରେ ନିଜ ପାଖରେ ରଖିଦିଅନ୍ତୁ। ହୋଇପାରେ ଏହାର ବାସ୍ନାକୁ ସୁଙ୍ଗୁଥାନ୍ତୁ। କର୍ପୁର ସକରାତ୍ମକ ଉର୍ଜାକୁ ସବୁଠାରୁ ବଡ଼ ସ୍ତୋତ୍ର ଅଟେ। ଏହା ଦ୍ୱାରା ମସ୍ତିଷ୍କ ଶାନ୍ତ ହୋଇଯାଏ।

ଶୋଇବା ସମୟରେ ଖରାପ ଚିନ୍ତାଧାରା କିମ୍ବା ଖରାପ ସ୍ୱପ୍ନ ଆସିଥାଏ ତହୋଇପାରେ ଆପଣଙ୍କ ଉପରେ କାହାରି ଖରାପ ନଜର କିମ୍ବା ନକରାତ୍ମକ ଉର୍ଜାର ପ୍ରଭାବ ପଡିଛି। ଏହା ଠାରୁ ବଞ୍ଚିବା ପାଇଁ ଧଳା ଚାଉଳକୁ ଏକ ଲାଲ କପଡ଼ାରେ ବାନ୍ଧି ଯେଉଁଠି ଆପଣ ଶୋଉଥିବେ ସେହିଠାରେ ତକିଆ ତଳେ ରଖିଦିଅନ୍ତୁ। ଧଳା ଚାଉଳ ଶୁଦ୍ଧତାର ପ୍ରତୀକ ମାନାଯାଏ। ଏହା ଦ୍ବାରା ନକରାତ୍ମକ ଉର୍ଜା ଆପଣଙ୍କ ପାଖକୁ ଆସି ପାରିବ ନାହିଁ।

ରୁମରେ ଶୁଦ୍ଧତାର ବାତାବରଣ ହେବା ବହୁତ ଆବଶ୍ୟକ ଅଟେ। ଏଥିପାଇଁ ନିଜ ରୁମରେ କେଉଁଠି ବି ବିଛଣା ପାଖରେ ମୟୁର ପଙ୍ଖ ଅବଶ୍ୟ ଲଗାନ୍ତୁ। ଏହା ଦ୍ବାରା ସକରାତ୍ମକ ଚିନ୍ତାଧାରାର ଆଗମନ ହେବା ଆରମ୍ଭ ହୋଇଯାଇଥାଏ। ଏହା ଦ୍ବାରା ଖରାପ ଏବଂ ନକରାତ୍ମକ ଉର୍ଜା ଆପଣଙ୍କ ପାଖ ମାଡିବ ନାହିଁ।

ତ ଏହିସବୁ ଜିନିଷ ନିଜର ମୁଣ୍ଡ ପାଖରେ ରଖି ଶୋଇବା ଉଚିତ। ତେବେ ଆସନ୍ତୁ ଜାଣିନେବା ଏମିତି କଣ ଜିନିଷ ଅଛି ଯାହା ଆପଣଙ୍କୁ ନିଜ ବିଛଣା ପାଖରେ କିମ୍ବା ମୁଣ୍ଡ ପାଖରେ ରଖିବା ଉଚିତ ନୁହେଁ।

ମଇଳା କପଡା ବହୁତ ଲୋକଙ୍କର ଏହି ଅଭ୍ଯାସ ଥାଏ କି କପଡା ବଦାଳିବା ପରେ ନିଜର ମଇଳା କପଡାକୁ ବିଛଣା ଉପରେ ପକାଇ ଦିଅନ୍ତି। ମଇଳା କପଡାରୁ ନକରାତ୍ମକ ଊର୍ଜା ଉତ୍ପନ୍ନ ହୋଇଥାଏ। ଏଥିପାଇଁ ତ କୌଣସି ପୂଜା ଓ ଶୁଭ କାର୍ଯ୍ୟରେ ପୁରୁଣା ବା ମଇଳା କପଡା ପିନ୍ଧିବା ଉଚିତ ନୁହେଁ। ତେଣୁ ଆପଣ ନିଜ ବିଛଣା ପାଖରେ କୌଣସି ମଇଳା କପଡା ରଖନ୍ତୁ ନାହିଁ।

ଜୋତା, ଚପଲ, ରୁମାଲ ଓ ମାସ୍କ। ସବୁବେଳେ ସମସ୍ତେ ଏହି ଜିନିଷ ସବୁର ବ୍ୟବାହାର କରିଥାନ୍ତି କିନ୍ତୁ ଏହାର ବ୍ୟବହାର ନିଜର ପୁରା ଦିନ ର କାର୍ଯ୍ୟ ସମୟରେ କରନ୍ତୁ କିନ୍ତୁ ରାତିରେ ଶୋଇବା ସମୟରେ ଏହି ସବୁ ଜିନିଷକୁ ନିଜ ଠାରୁ ବା ନିଜ ବିଛଣା ପାଖରୁ ଦୂରେଇ ରଖନ୍ତୁ। ବୈଜ୍ଞାନିକ ଦ୍ରୁଷ୍ଟି କୋଣରୁ ବି ଏହି ସବୁ ଜିନିଷ ସ୍ୱାସ୍ଥ୍ୟ ପାଇଁ ହାନିକାରକ ହୋଇଥାଏ କିନ୍ତୁ ଏହି ସବୁ ଜିନିଷ ଦ୍ଵାରା ବି ବାସ୍ତୁ ଦୋଷ ବି ଲାଗି ପାରେ। ଜୋତା ଚପଲ କେତେ କେତେ ଜାଗାରୁ ଅଲଗା ଅଲଗା ଊର୍ଜା କୁ ନିଜ ସହିତ ଆଣିଥାନ୍ତି। ଏହି କାରଣରୁ ଏଗୁଡ଼ିକୁ ଘର ବାହାରେ ହିଁ ରଖିବା ଉଚିତ।

ଲୁଣ, ହଳଦୀ, ସିନ୍ଦୁର ଓ ଶୁଖିଲା ତୁଳସୀ ପତ୍ର। ଏସବୁ କିଛି ଏମିତି ଜିନିଷ ଅଟେ ଯାହାକୁ ଯଦି ଆପଣ ଶୋଇବା ସମୟରେ ନିଜ ମୁଣ୍ଡ ପାଖରେ ରଖି ଦେଉଛନ୍ତି ତେବେ ଏହାର ବହୁତ ଗଭୀର ପ୍ରଭାବ ପଡିପାରେ। ଏହି ସବୁ ଜିନିଷ ନଜର ଦୋଷ ଦୂର କରିବା ଓ ପୂଜା ବିଧିରେ ଲାଗୁଥିବା ବସ୍ତୁ ଅଟେ କିନ୍ତୁ ରାତି ସମୟରେ ଏହି ସବୁ ଜିନିଷର ଉପଯୋଗ ବର୍ଜିତ ମାନା ଯାଇଥାଏ।

ଧ୍ୟାନ ରଖିବେ ଏହା ମଧ୍ୟରୁ କୌଣସି ଜିନିଷ ଶୋଇବା ସମୟରେ ନିଜ ପାଖରେ ରଖନ୍ତୁ ନାହିଁ ଆଉ ଗୋଟିଏ ଜିନିଷର ଧ୍ୟାନ ରଖିବେ ତୁଳସୀ ପତ୍ର କୁ ସନ୍ଧ୍ୟା ସମୟ ପରେ କେବେ ବି ଛିଣ୍ଡାଇବେ ନାହିଁ ସକାଳୁ ତୋଳି ଏକ ପାତ୍ରରେ ରଖିଦିଅନ୍ତୁ। ବିଛଣା ଓ ବେଡ ରୁମ ରେ ଏହି ପତ୍ରର ବ୍ୟବହାର କରନ୍ତୁ ନାହିଁ। ଏହା ଦ୍ଵାରା ତୁଳସୀ ମା ଙ୍କର ଅପମାନ ହୋଇଥାଏ।

ବହି। ବହୁତ ସାରା ଲୋକଙ୍କୁ ରାତିରେ ଶୋଇବା ସମୟରେ ବହି ପଢି କି ଶୋଇବା ଅଭ୍ଯାସ ଅଛି ଆଉ ଶୋଇବା ସମୟରେ ସେମାନେ ସେହି ବହିକୁ ବିଛଣା ଉପରେ ଛାଡି ଦିଅନ୍ତି ଏବଂ ବହୁତ ସାରା ବିଦ୍ୟାର୍ଥୀ ମଧ୍ୟ ଏମିତି କରିଥାନ୍ତି। କିନ୍ତୁ ନିଜ ବିଛଣା ଉପରେ କେବେ ବି ଆପଣ କୌଣସି ବହି କିମ୍ବା ଅନ୍ୟ କୌଣସି ପୁସ୍ତକ ରଖନ୍ତୁ ନାହିଁ। ଏହା ବିଦ୍ୟା ମା ସରସ୍ଵତୀଙ୍କ ଦାନ ଅଟେ। ଏଥିରେ ମା ଙ୍କର ବାସ ହୋଇଥାଏ।ବିଛଣା ରେ ଶୋଇବା ସମୟରେ ଆମ ପାଦ କେବେ ବି ଏହି ସବୁ ବସ୍ତୁରେ ଲାଗିପାରେ। ଯାହା ଦ୍ଵାରା ମା ସରସ୍ବତୀଙ୍କର ଅପମାନ ହୋଇଥାଏ।

ଶୋଇବା ସମୟରେ ଉପକରଣ ଗୁଡିକର ରେଡିଏସନ ବା କିରଣ ବହୁତ ଷ୍ଟ୍ରଙ୍ଗ ହୋଇ ଯାଇଥାଏ। ତେଣୁ ଆପଣ ନିଜ ପାଖରେ ମୋବାଇଲ ଲ୍ଯାପଟପ ବ୍ଲୁ ଟୁଥ ରେଡିଓ କାନରେ କୌଣସି ପ୍ରକାରର ଉପକାରଣ ଲଗାଇ ବିଲକୁଲ ବି ଶୁଅନ୍ତୁ ନାହିଁ। ଏହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ହାନିକାରକ ହୋଇଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *