Excuse Me Odisha

ଯାହା କହିବୁ ସତ କହିବୁ

ପୂଜାରେ ନଡ଼ିଆ ଖରାପ ବାହାରିଲେ କଣ ହୋଇଥାଏ। ଶୁଭ ନାଁ ଅଶୁଭ। ଆପଣଙ୍କର ମନସ୍କାମନା ପୂରଣ ହେବ ନାଁ ନାହିଁ। ଜାଣନ୍ତୁ …..

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ପୂଜାରେ ନଡ଼ିଆ ଖରାପ ବାହାରିଲେ କଣ ହୋଇଥାଏ। ଶୁଭ ନାଁ ଅଶୁଭ। ଆପଣଙ୍କର ମନସ୍କାମନା ପୂରଣ ହେବ ନାଁ ନାହିଁ।

ହିନ୍ଦୁ ଧର୍ମରେ ପୂଜାପାଠ ଏବଂ ଅନ୍ୟ କାର୍ଯ୍ୟକାଣ୍ଡର ମହତ୍ୱ ରହିଛି ଏବଂ କିଛି ମାନ୍ୟତା ବି ଅଛି କିନ୍ତୁ ଯେବେବି ଆମେ ପୂଜା କରିଥାଉ ତ ଗୋଟେ ନଡ଼ିଆ ଆମେ ନିଶ୍ଚୟ ରଖିଥାଉ। ଏହି ନଡ଼ିଆର ବହୁତ ମହତ୍ୱ ରହିଛି କିନ୍ତୁ ମନ୍ଦିରରେ ତ ନଡ଼ିଆ ଅର୍ପଣ କରାଯାଏ ଏବଂ ଶାସ୍ତ୍ରରେ ମଧ୍ୟ ଏହାବି ବିଧି ଅଛି ନଡ଼ିଆକୁ କେବଳ ପୁରୁଷ ହିଁ ଭାଙ୍ଗିବେ କାରଣ ନଡ଼ିଆକୁ ଗର୍ଭ ସହିତ ଜଡ଼ିତ କରାଯାଇଛି ଏବଂ ମହିଳା ମାନଙ୍କ ଦ୍ୱାରା ଏହାକୁ ଭାଙ୍ଗିବା ବିଲକୁଲ ବର୍ଜିତ ଅଟେ ତ ନଡ଼ିଆକୁ ମା ଲକ୍ଷ୍ମୀଙ୍କ ପ୍ରତୀକ ବୋଲି ମାନାଯାଏ ଆଉ ଯେତେବେଳେ ମା ଲକ୍ଷ୍ମୀଙ୍କ ପୂଜା କରାଯାଏ ତ ନଡ଼ିଆକୁ ନିଶ୍ଚୟ ଅର୍ପଣ କରାଯାଏ।

ଯେକୌଣସି ବି ପୂଜାରେ କଳସରେ ନଡ଼ିଆ ରଖିବାର ବିଧି ଅଛି। ଏହା ମାନ୍ୟତା ଅଛି ଯେ ପୂଜାରେ ଅର୍ପଣ କରାଯାଇଥିବା ନଡ଼ିଆ ଖରାପ ବାହାରିଲେ ଅଶୁଭ ହୋଇଥାଏ କିନ୍ତୁ ଏହା ଠିକ ନୁହେଁ। ଯଦି ପୂଜାରେ ଅର୍ପଣ କରାଯାଇଥିବା ନଡ଼ିଆ ଖରାପ ବାହାରେ ତେବେ ଏହା ବହୁତ ଶୁଭ ହୋଇଥାଏ କାରଣ ଏହାର ପଛରେ ଏକ କାରଣ ଅଛି। ନଡ଼ିଆ ଭାଙ୍ଗିବା ସମୟରେ ଯଦି ଶୁଖିଲା ବାହାରେ ତେବେ ଏହାର ଅର୍ଥ ଭଗବାନ ନଡ଼ିଆର ଦ୍ୱାରା ପ୍ରସାଦ ଗ୍ରହଣ କରି ନେଇଛନ୍ତି। ଆପଣଙ୍କର ମନସ୍କାମନା ପୂରଣ ହେବାର ଏହା ସଂକେତ ଅଟେ। ଆପଣଙ୍କ ମନରେ ଯାହାବି ମନସ୍କାମନା ଥିବ ଭଗବାନ ପୁରଣ କରିବେ।

ଯଦି ନଡ଼ିଆ ଭଲ ଅଛି ଖରାପ ନଥିବ ତେବେ ନଡ଼ିଆକୁ ଅର୍ପଣ କରି ସମସ୍ତଙ୍କୁ ପ୍ରସାଦ ଭାବେ ବାଣ୍ଟି ଦିଅନ୍ତୁ। ଏମିତି କରିବା ବହୁତ ଶୁଭ ଅଟେ। ନଡ଼ିଆ ଶୁଖିଲା ବାହାରିଲେ ଭଗବାନ ଆପଣଙ୍କ ନଡ଼ିଆ ଗ୍ରହଣ କରିନେଇଛନ୍ତି ଯଦି ନଡ଼ିଆ ଭଲ ବାହାରିଲା ତେବେ ଭଗବାନଙ୍କ ନାମ ନେଇ ସମସ୍ତଙ୍କୁ ବାଣ୍ଟି ଦିଅନ୍ତୁ। ନଡ଼ିଆ ଖରାପ ବାହାରିଲେ ଭଗବାନ ଆପଣଙ୍କ ପ୍ରାର୍ଥନା ସ୍ୟୁକାର କରିନେଲେ ଆପଣ ଯାହାବି ମନସ୍କାମନା ପାଇଁ ନଡ଼ିଆ ଅର୍ପଣ କରିଥିବେ ତାହା ବହୁତ ଶୀଘ୍ର ୬ ମାସ ଭିତରେ ପୂରଣ ହୋଇଯିବ। ନଡ଼ିଆ ଭଲ ବାହାରିଲେ ଯେତେ ଲୋକଙ୍କୁ ପ୍ରସାଦ ଭାବେ ବାଣ୍ଟିବେ ସେତେ ଭଲ ଆପଣଙ୍କ ମନସ୍କାମନା ପୁରଣ ହୋଇଯିବ।

ନଡ଼ିଆର ଯଦି ଅଙ୍କୁର ବାହାରି ଆସିଥାଏ କିମ୍ବା ଗଛ ବାହାରି ହୋଇଯାଏ ତ ଭଗବାନ ଚାହାନ୍ତି ଆପଣଙ୍କ ଘରେ କିଛି ଭଲ ହେଉ ଏବଂ ଭଲ ହିଁ ହୋଇଥାଏ। ନଡ଼ିଆକୁ ଶ୍ରୀ ଫଳ କୁହାଯାଏ ଆଉ ଯେବେବି ଭଗବାନ ନାରାୟଣ ପୃଥିବୀରେ ଅବତାର ନେଇଥିଲେ ତ ମା ଲକ୍ଷ୍ମୀ ନଡ଼ିଆ ଗଛ ଏବଂ କାମଧେନୁ ଆଣିଥିଲେ। ପୂଜାରେ ନଡ଼ିଆ ଅର୍ପଣ କରିବା ଦ୍ୱାରା ବହୁତ ଶୁଭ ହୋଇଥାଏ ଏବଂ ଭଗବାନ ଶିବଙ୍କୁ ବି ନଡ଼ିଆ ବହୁତ ପସନ୍ଦ ଅଟେ।

ତିନି ଆଖିର ତୁଳନା ଭଗବାନ ଶିବଙ୍କ ତ୍ରିନେତ୍ର ସହିତ କରାଯାଇଛି। ଯାହା ଉନ୍ନତିର ପ୍ରତୀକ ଅଟେ। ନଡ଼ିଆର ଯଦି ଅଙ୍କୁର ବାହାରି ଆସିଥାଏ ତ ଏହାର ଅର୍ଥ ଆପଣଙ୍କ ଘରେ ପଜିଟିଭ ଏନର୍ଜୀ ଅଛି। ଯେଉଁଠି ବାତାବରଣ ଭଲ ଥାଏ ସେଠାରେ ନଡ଼ିଆର ଗଛ ଉଠିଥାଏ ତ ଏହା ଉନ୍ନତିର କାରକ ଅଟେ। ନଡ଼ିଆକୁ ଆପଣ କାହାକୁ ଦେଇଦିଅନ୍ତୁ କିମ୍ବା ଆପଣ ଭୂମି ଉପରେ ପୋତି ଦିଅନ୍ତୁ ସେଥିରେ ଗଛ ଉଠିଯିବ

ଯେତେବେଳେ ଆପଣ ନଡ଼ିଆ ଭାଂଗିବେ ଆଉ ଦେଖିବେ ଯେ ନଡ଼ିଆରେ ଫଳ ବନିଯାଇଛି ତ ସେତେବେଳେ ପ୍ରସାଦ ରୂପେ ସମସ୍ତଙ୍କୁ ବାଣ୍ଟି ଦିଅନ୍ତୁ କାରଣ ମାନ୍ୟତା ଅଛି ଏମିତି ନଡ଼ିଆ ସମସ୍ତ ସୁଖକୁ ପ୍ରଦାନ କରିଥାଏ। ନଡ଼ିଆର ଜଟାର ତୁଳନା ମନୁଷ୍ୟଙ୍କ କେଶ ସହିତ ଜଡ଼ିତ ତ ସେଥିପାଇଁ ଏହାକୁ ନିଶ୍ଚୟ ଖାଇବେ ପୁରା ପରିବାର ସହିତ। ଏମିତି କଲେ ବହୁତ ଖୁସିର ବର୍ଷା ହେବ।

ଯେତେବେଳେ ଆପଣ ଭଲ ନଡ଼ିଆ ଭାଙ୍ଗିବେ ତ ନଡ଼ିଆରେ ଛୋଟ ଅଙ୍କୁର ବାହାରି ଥିବ ତ ଯଦି ତାହା ଭଲ ହୋଇଥିବ ଭଙ୍ଗା ହୋଇନଥିବ ତ ଆପଣଙ୍କ ଘରେ ଯଦି ଗର୍ଭବତୀ ମହିଳା ଥିବେ କିମ୍ବା କୌଣସି ମହିଳା ସନ୍ତାନ ପ୍ରାପ୍ତ କରିବାକୁ ଚାହୁଁଥିବେ ତ ତାଙ୍କୁ କୁହନ୍ତୁ ସବୁ ପାଣି ପିଇଦେବେ ତ ତାଙ୍କର ପୁତ୍ର ସନ୍ତାନ ହେବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *