Excuse Me Odisha

ଯାହା କହିବୁ ସତ କହିବୁ

କେଉଁ କନ୍ୟାକୁ ବିବାହ କଲେ ସ୍ବାମୀ ହୋଇଥାଏ ଧନବାନ?

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ପୋର୍ଟାଲକୁ ବହୁତ ସ୍ଵାଗତ ଜଣାଉଛୁ। ପ୍ରତ୍ଯେକ ମହିଳାଙ୍କ ସ୍ଵଭାବ ଓ ଚରିତ୍ର ଭିନ୍ନ ଭିନ୍ନ ପ୍ରକାରର ହୋଇଥାଏ। ମହିଳା ମାନଙ୍କୁ ଦେଖି ତାଙ୍କ ବିଷୟରେ ଜାଣିବା ଅତ୍ୟନ୍ତ କଷ୍ଟକର ହୋଇଥାଏ। ସମୁଦ୍ର ଶାସ୍ତ୍ର ଅନୁସାରେ ମହିଳାଙ୍କର କିଛି ଅଙ୍ଗକୁ ଦେଖି ସେମାନଙ୍କ ବିଷୟରେ ଅନେକ କିଛି ଜାଣି ହୋଇଥାଏ।

ମହିଳାଙ୍କର କିଛି ଅଙ୍ଗକୁ ଆଧାର କରି ତାଙ୍କ ବିଷୟରେ ଆମେ ଆପଣଙ୍କୁ କିଛି ବିଶେଷ କଥା କହିବାକୁ ଯାଉଛୁ।କେଉଁ ମହିଳାଙ୍କ ସ୍ଵଭାବ କିପରି ହୋଇଥାଏ ଓ କେଉଁ ମହିଳାଙ୍କୁ ବିବାହ କଲେ ସ୍ଵାମୀ ଧନବାନ ହୋଇଥାନ୍ତି। ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

– ଯେଉଁ ମହିଳାଙ୍କର ନାକ ଚେପଟା ହୋଇଥାଏ, ସେମାନେ ଦୁଃଖୀ ସ୍ୱଭାବର ହୋଇଥାନ୍ତି। ଏମାନେ ସାରା ଜୀବନ ଦୁଃଖରେ ରହିଥାନ୍ତି। ଯେଉଁ ମହିଳାଙ୍କର ନାକ ଗୋଲାକାର ହୋଇଥାଏ, ସେମାନେ ଅତ୍ୟନ୍ତ ଭାଗ୍ୟଶାଳୀ ହୋଇଥାନ୍ତି। ବିବାହ ପରେ ତାଙ୍କ ଶାଶୂଘର ପାଇଁ ଏମାନେ ଦେବୀ ଲକ୍ଷ୍ମୀଙ୍କ ସ୍ୱରୂପ ପାଲଟି ଥାଆନ୍ତି। ଯେଉଁ ମହିଳାଙ୍କର ନାକ ବଡ ଥାଏ, ସେମାନେ ସ୍ବଭାବରେ ଅତି ସୌଖୀନ ହୋଇଥାନ୍ତି।

– ଯେଉଁ ମହିଳା ମାନଙ୍କର ନାକର ଡାହାଣ ପଟରେ କଳାଜାଇ ରହିଥାଏ, ସେମାନେ ପରିବାର ଲୋକଙ୍କ ପାଇଁ ଅତ୍ୟନ୍ତ ଲକ୍ଷ୍ମୀମନ୍ତ ହୋଇଥାନ୍ତି।ଏହି ମହିଳାମାନେ ନିଜ ଶାଶୂଘରକୁ ପ୍ରବେଶ କରିବା ମାତ୍ରେ ଧନସମ୍ପତି ବୃଦ୍ଧି ହୋଇଥାଏ। ଯେଉଁ ମହିଳାଙ୍କର ନାକ ଲମ୍ବା ହୋଇଥାଏ, ସେମାନେ ସର୍ବଦା ସ୍ଵାମୀ ସୁଖରୁ ବଞ୍ଚିତ ହୋଇ ରହିଥାନ୍ତି ଓ ଯେଉଁମାନଙ୍କ ନାକ ସରୁ ବା ଛୋଟ ହୋଇଥାଏ, ସେମାନେ ଗୋପନ ପ୍ରଣୟ ହୋଇଥାନ୍ତି ବା ନିଜ ପ୍ରେମକୁ ଅନ୍ୟମାନଙ୍କ ଆଗରେ ଖୁବ୍ ସହଜରେ ପ୍ରକାଶ କରନ୍ତି ନାହିଁ।

– ଯେଉଁ ମହିଳାଙ୍କର ନାକ ଗୋଜିଆ ଓ ଲମ୍ବା ହୋଇଥାଏ, ସେମାନେ ସ୍ୱଭାବରୁ ଅତି କଳହପ୍ରିୟ ହୋଇଥାନ୍ତି। ଯେଉଁ ମହିଳାଙ୍କର ନାକର ବାମପଟରେ କଳାଜାଇ ଚିହ୍ନ ରହିଥାଏ, ସେମାନେ ଅତ୍ୟନ୍ତ ସୌଭାଗ୍ୟଶାଳୀ ହୋଇଥାନ୍ତି। ଯେଉଁ ମହିଳାଙ୍କର ପାଦର ଆଙ୍ଗୁଳି ଲାଗି ଲାଗି ହୋଇ ରହିଥାଏ ସେମାନେ ଯେଉଁଠାରେ ରହିଥାନ୍ତି, ସେଠାରେ ସୁଖ ସମୃଦ୍ଧି ବୃଦ୍ଧି ହୋଇଥାଏ। ଯେଉଁ ମହିଳାଙ୍କର ମଥାରେ ଲୋମ ଏବଂ ଶିର ଦେଖା ଯାଇଥାଏ, ସେମାନେ ସାରା ଜୀବନ ରୋଗ ଯନ୍ତ୍ରଣାରେ ପୀଡିତ ହୋଇଥାନ୍ତି।

– ଯେଉଁ ମହିଳା ମାନେ ପ୍ରତ୍ଯେକ କଥାରେ ଜୋରରେ ହସିଥାନ୍ତି, ସେମାନଙ୍କ ଚରିତ୍ର ଭଲ ନଥାଏ ବୋଲି ଶାସ୍ତ୍ରରେ ଉଲ୍ଲେଖ ରହିଛି, କିନ୍ତୁ ଏଭଳି କିଛି ନୁହେଁ। କାରଣ ହସିବା ସ୍ବାସ୍ଥ୍ୟ ପକ୍ଷେ ହିତକାରକ ଅଟେ। ଯେଉଁ ମହିଳା ମାନେ ହସିଲେ, ତାଙ୍କ ଗାଲରେ ଗାତ ହୋଇ ଯାଇଥାଏ, ସେମାନେ ବହୁତ ଉତ୍ତମ ସ୍ଵଭାବର ହୋଇଥାନ୍ତି। ଯେଉଁ ମହିଳାଙ୍କ ମୁଣ୍ଡ ବଡ ହୋଇଥାଏ, ସେହି ମହିଳାମାନେ ସ୍ବଭାବରୁ ଖଳ ପ୍ରକୃତିର ହୋଇଥାନ୍ତି।

ମହିଳା ମାନଙ୍କର ଏହିସବୁ ଅଙ୍ଗର ଗଠନକୁ ଆଧାର କରି ସମୁଦ୍ର ଶାସ୍ତ୍ରରେ ଏହିସବୁ ବିଷୟରେ ଉଲ୍ଲେଖ ରହିଛି। ସେଥିପାଇଁ ଘରର ଗୁରୁଜନ ମାନେ କନ୍ୟା କିମ୍ବା ବରପାତ୍ର ଚୟନ ବେଳେ ଏହିସବୁ ଦେଖିଥାନ୍ତି। ଉପରେ ଦିଆଯାଇଥିବା ନିୟମ ଗୁଡ଼ିକୁ ବରପାତ୍ର ଚୟନ ସମୟରେ ମଧ୍ୟ ଲାଗୁ ହୋଇଥାଏ। କହିବାକୁ ଗଲେ ପୁରାତନ ଯୁଗ ଓ ଆଜିର ଆଧୁନିକ ଯୁଗରେ ସ୍ତ୍ରୀ ମାନଙ୍କୁ ପରଖିବା ପାଇଁ ଅନେକ ନିୟମ ରହିଛି।

ଆଜିର ଆଧୁନିକ ଯୁଗରେ ଆମେ ଏହିସବୁ କଥାରେ ବିଶ୍ବାସ ରଖୁ ନଥିଲେ ମଧ୍ୟ ଏହାର କିଛି ବିଶେଷ ମହତ୍ତ୍ଵ ରହିଛି। ଭଗବାନଙ୍କ ସୃଷ୍ଟିରେ ପୁରୁଷ ଓ ନାରୀକୁ ଈଶ୍ୱର ସମାନ ଅଧିକାର ଓ ନିୟମ ଦେଇଛନ୍ତି। ଆଜିକାଲି ଏହି ଅଧିକାରକୁ ଅଧିକାଂଶ ଲୋକେ ଅନ୍ଧବିଶ୍ୱାସ ନାମରେ ପ୍ରଚଳିତ କରୁଛନ୍ତି।

ତେବେ ବନ୍ଧୁଗଣ, ଏହି ପୋଷ୍ଟଟିକୁ ନିଶ୍ଚିତ ଭାବରେ ସମସ୍ତଙ୍କୁ ସେୟାର କରନ୍ତୁ। ଆଗକୁ ଆମ ସହିତ ରହିବା ପାଇଁ ଆମ ଫେସବୁକ ପେଜକୁ ଲାଇକ କରନ୍ତୁ। ଧନ୍ୟବାଦ୍!

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *