Excuse Me Odisha

ଯାହା କହିବୁ ସତ କହିବୁ

ଚାଣକ୍ୟଙ୍କ ଉପଦେଶ ଅନୁସାରେ କୁକୁର ଠାରୁ କଣ ଶିଖିବା ଉଚିତ। ଜାଣନ୍ତୁ କୁକୁରର କିଛି ବିଶେଷ ଗୁଣ ବିଷୟରେ

ସେୟାର୍ କରନ୍ତୁ

ଆଚାର୍ଯ୍ୟ ଚାଣକ୍ୟଙ୍କ ଦ୍ଵାରା ରଚନା କରାଯାଇଥିବା ନୀତି ଗ୍ରନ୍ଥରେ ଅନେକ ଉପଦେଶ ବିଷୟରେ ବର୍ଣ୍ଣନା କରାଯାଇଛି। ମନୁଷ୍ୟ ଏଗୁଡ଼ିକୁ ନିଜ ଜୀବନରେ ପ୍ରୟୋଗ କରି ସଚ୍ଚୋଟ ହୋଇ ନିଜ ଜୀବନ ଅତିବାହିତ କରି ପାରିବ। ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଗ୍ରନ୍ଥରେ ଏକ ଶ୍ଳୋକ ମାଧ୍ୟମରେ କୁକୁରର ବିଶେଷ ଗୁଣ ବିଷୟରେ ବର୍ଣ୍ଣନା କରିଛନ୍ତି। ଯଦି କୌଣସି ବ୍ୟକ୍ତି କୁକୁରର ଏହି ଗୁଣକୁ ଆପଣେଇ ନିଅନ୍ତି ତାହେଲେ ତାଙ୍କ ଜୀବନ ଅତ୍ୟନ୍ତ ସୁଖମୟ ହୋଇଯିବ। ସେହି ଶ୍ଲୋକଟି ହେଉଛି – ।। ବହ୍ମାଶୀ ସ୍ୱଳ୍ପ ସନ୍ତୁଷ୍ଟ ସୁନିଦ୍ରା ଲଘୁଚେତସଃ ସ୍ବାମୀ ଭକ୍ତଶ୍ଚ ସୁରଶ୍ଚ ସଡେତେ ସ୍ୱନୋ ଗୁଣା ।।

ଏହି ଶ୍ଲୋକର ଅର୍ଥ ହେଉଛି କୌଣସି ବ୍ୟକ୍ତିକୁ ଭୋକ ଲାଗିବା ସମୟରେ, ଯେଉଁ ପ୍ରକାରର ବା ଯେତେ ପରିମାଣରେ ଖାଦ୍ୟ ମିଳିଲେ ମଧ୍ୟ ସର୍ବଦା ପ୍ରେମ ପୂର୍ବକ ଗ୍ରହଣ କରିବା ଉଚିତ। ଭୋଜନ ଆମ ଶରୀରର ଆବଶ୍ୟକତାକୁ ପୂରଣ କରିବାର ଏକମାତ୍ର ସାଧନ ଅଟେ। କିନ୍ତୁ ବ୍ୟକ୍ତି ଖାଦ୍ୟ ପଛରେ ଓ ସ୍ଵାଦ ପଛରେ ଘୋଡେ଼ଇ ଥାଏ। କିନ୍ତୁ କୁକୁରକୁ ଭୋଗ ଲାଗିବା ମାତ୍ରେ ଯାହା ମିଳିଥାଏ, ସେ ପ୍ରେମର ସହିତ ଗ୍ରହଣ କରିଥାଏ।

ସେହିପରି କୁକୁର ଶୋଇବା ସମୟରେ ବହୁତ ଧ୍ୟାନ ସହକାରେ ଶୋଇଥାଏ।ସାମାନ୍ୟ ଶବ୍ଦ ହେଲେ କୁକୁର ନିଦରୁ ଉଠି ପଡ଼ିଥାଏ। ତେଣୁ ଏହି ଗୁଣ ମନୁଷ୍ୟକୁ ମଧ୍ୟ କୁକୁର ଠାରୁ ଶିକ୍ଷା କରିବା ଉଚିତ। ଯଦି କୌଣସି ବ୍ୟକ୍ତି ସଜାଗ ହୋଇ ଶୋଇବେ, ତାହେଲେ ଅନେକ ପରିସ୍ଥିତିରେ ତୁରନ୍ତ ସତର୍କ ହୋଇ ପାରିବେ।

ସେହିପରି ଗୋଟେ କୁକୁର ପାଖରୁ ମନୁଷ୍ୟକୁ ସଚ୍ଚୋଟ ପଣିଆ ଶିକ୍ଷା କରିବା ଆବଶ୍ୟକ। କୁକୁର ନିଜ ମାଲିକ ସହିତ କେବେବି ବିଶ୍ବାସଘାତକତା କରେ ନାହିଁ। ତେଣୁ ମନୁଷ୍ୟକୁ ନିଜ ସମ୍ପର୍କୀୟଙ୍କ ପ୍ରତି ବିଶ୍ବାସୀ ଓ ସଚ୍ଚୋଟ ରହିବା ଉଚିତ।

କୁକୁର କେବେବି ଭୟ କରି ନଥାଏ। କୌଣସି ସମସ୍ୟା ଆସିଲେ କୁକୁର ପ୍ରଥମେ ଏହାର ସାମ୍ନା କରିଥାଏ। ତେବେ ମନୁଷ୍ୟକୁ କୁକୁର ପାଖରୁ ଏହି ଶିକ୍ଷା ନେବା ଉଚିତ ଯେ , କୌଣସି ବିଷମ ପରିସ୍ଥିତିରେ ନିର୍ଭୟ ହୋଇ ପରିସ୍ଥିତିକୁ ସାମ୍ନା କରି ସମାଧାନ କରିବା ଉଚିତ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *