Excuse Me Odisha

ଯାହା କହିବୁ ସତ କହିବୁ

ଆଖି ଖୋଲି ଦେଇଥାଏ ଜୀବନର ଅନେକ ରହସ୍ୟ।ଏମିତି ପରଖନ୍ତୁ ଲୋକଙ୍କ ଚରିତ୍ର !

ସେୟାର୍ କରନ୍ତୁ

ସାମୁଦ୍ରିକ ଶାସ୍ତ୍ର ଅନୁସାରେ, ଆମ ଆଖିର ଗଠନ ଓ ରଙ୍ଗ ଯୋଗୁଁ ଏହା ଅନ୍ୟ ଲୋକଙ୍କ ସ୍ଵଭାବ ବିଷୟରେ ଜାଣି ପାରିଥାଏ। କିନ୍ତୁ ଏଥିପାଇଁ ଆପଣଙ୍କୁ ନିଜ ବୁଦ୍ଧି ମଧ୍ୟ ପ୍ରୟୋଗ କରିବା ଆବଶ୍ୟକ।

ସାମୁଦ୍ରିକ ଶାସ୍ତ୍ର ଅନୁସାରେ ଆଖି ହୃଦୟର ସବୁ ରହସ୍ୟ ଖୋଲି ଦେଇଥାଏ। କୌଣସି ବ୍ୟକ୍ତିର ଆଖିକୁ ଦେଖି ଆପଣ ତାଙ୍କ ସ୍ଵଭାବ ବିଷୟରେ ଜାଣି ପାରିବେ। ଆଖିର ଆକାର ଓ ରଙ୍ଗ ଦେଖି ଆପଣ ତାଙ୍କ ଚରିତ୍ର ଓ ଚାଲିଚଳନ ବିଷୟରେ ମଧ୍ୟ ଜାଣି ପାରିବେ। ଆଖି କେଉଁ କେଉଁ ରହସ୍ୟକୁ ଦର୍ଶାଇ ଥାଏ।

କଳା ଆଖି :-

ଯେଉଁ ଲୋକଙ୍କ ଆଖି କଳା ହୋଇଥାଏ, ସେମାନେ ବହୁତ ଆତ୍ମବିଶ୍ଵାସୀ ହୋଇଥାନ୍ତି। ଏହି ଲୋକମାନେ କେବେବି କାହା ସହିତ ବିଶ୍ବାସଘାତକତା କରି ନଥାନ୍ତି। ଏହି ଆଖି ବିଶିଷ୍ଟ ଲୋକମାନଙ୍କର ବ୍ୟକ୍ତିତ୍ଵ ବହୁତ ଖାସ୍ ହୋଇଥାଏ। ଏମାନେ ନିଜ ଦାୟିତ୍ଵକୁ ସଠିକ ଢଙ୍ଗରେ ତୁଲାଇ ଥାଆନ୍ତି।

ଧୂସର ରଙ୍ଗ :-

ଯେଉଁ ଲୋକମାନଙ୍କର ଆଖିର ରଙ୍ଗ ଧୂସର ଥିବ, ସେମାନେ ଅନ୍ୟମାନଙ୍କ ଜୀବନରେ କେବେବି ଦଖଲ ଦିଅନ୍ତି ନାହିଁ।ଏହି ଲୋକମାନେ ଖୁବ୍ ଶୀଘ୍ର ଅନ୍ୟମାନଙ୍କ ସହିତ ମିଶି ଯାଇଥାନ୍ତି। ଏଭଳି ଲୋକେ ନିଜ ସ୍ଵଭାବ କାରଣରୁ ବହୁତ ଆକର୍ଷକ ହୋଇଥାନ୍ତି।ପ୍ରେମ ମାମଲାରେ ଏମାନେ ସବୁକିଛି କରିବାକୁ ପ୍ରସ୍ତୁତ ରହିଥାନ୍ତି। ଏମାନେ ଯେଉଁଠାରେ ରହିଥାନ୍ତି, ସେହି ପରିବେଶ ସର୍ବଦା ହସଖୁସିରେ ଭରି ଯାଏ।

ସବୁଜ ଆଖି :-

ଯେଉଁ ଲୋକଙ୍କ ଆଖି ସବୁଜ ରଙ୍ଗର ହୋଇଥାଏ, ସେମାନେ ବହୁତ ଗମ୍ଭୀର ସ୍ୱଭାବର ହୋଇଥାନ୍ତି।ଏଭଳି ଲୋକେ ସର୍ବଦା ଶାରୀରିକ ରୂପରେ ସୁସ୍ଥ ରହିଥାନ୍ତି। ଏମାନେ କୌଣସି କାର୍ଯ୍ୟ କରିବା ପୂର୍ବରୁ ନିଜର ବୁଦ୍ଧି ଓ ବିବେକ ଲଗାଇ ଥାଆନ୍ତି। ଏମାନେ ଖୁବ୍ ଶୀଘ୍ର ନିଜର ମନକଥା ଅନ୍ୟମାନଙ୍କ ସହିତ ସେୟାର କରି ପାରନ୍ତି ନାହିଁ।

ନୀଳ ଆଖି :-

ଯେଉଁ ଲୋକଙ୍କ ଆଖି ନୀଳ ହୋଇଥାଏ, ସେମାନେ ନିଜ ଜୀବନରେ ବହୁତ ସ୍ଥିର ରହିଥାନ୍ତି। ଏମାନେ ଅନ୍ୟମାନଙ୍କର ସାହାଯ୍ୟ କରିବା ପାଇଁ ସର୍ବଦା ପ୍ରସ୍ତୁତ ରହିଥାନ୍ତି। ଏମାନଙ୍କୁ ସର୍ବଦା ଶାନ୍ତ ଜୀବନ ବଞ୍ଚିବା ପାଇଁ ଭଲ ଲାଗିଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *