Excuse Me Odisha

ଯାହା କହିବୁ ସତ କହିବୁ

ଏହି ରୁଦ୍ରାକ୍ଷ ପିନ୍ଧିବା ଦ୍ଵାରା ଦେବୀ ଲକ୍ଷ୍ମୀଙ୍କର କୃପା ବର୍ଷୀବ। ମହାଶିବରାତ୍ରି ଦିନ ଏହାକୁ ଧାରଣ କଲେ କଣ ଲାଭ ମିଳେ ଜାଣନ୍ତୁ ?

ସେୟାର୍ କରନ୍ତୁ

ପୌରାଣିକ କାଳରୁ ମାନ୍ୟତା ରହିଛି କି ଘବନ ଶିବଙ୍କ ଆଖିର ଲୁହରୁ ରୁଦ୍ରାକ୍ଷର ଉତ୍ପତ୍ତି ହୋଇଥିଲା।ଏହାକୁ ଧାରଣ କରିବା ଅତ୍ୟନ୍ତ ଶୁଭ ମାନା ଯାଇଥାଏ। ଏହାକୁ ପାଖରେ ରଖିବା ଦ୍ଵାରା ମନରେ ସକାରାତ୍ମକ ଚିନ୍ତାଧାରା ସୃଷ୍ଟି ହୋଇଥାଏ। ଏହି ରୁଦ୍ରାକ୍ଷକୁ ରଖିବା ଦ୍ଵାରା ଜୀବନରେ ଅନେକ ସମସ୍ୟା ଦୂର ହୋଇଯାଇଥାଏ ଏବଂ ମନ ଶାନ୍ତ ରହିଥାଏ।

ରୁଦ୍ରାକ୍ଷକୁ ସମ୍ପୂର୍ଣ୍ଣ ବିଧି ଅନୁସାରେ ଧାରଣ କରିବା ଉଚିତ। ଏହାକୁ ଧାରଣ କରିବା ପାଇଁ ଏହି ମହାଶିବରାତ୍ରି ବହୁତ ଶୁଭ ରହିଛି। ଚଳିତବର୍ଷ ମାର୍ଚ୍ଚ ୧ ତାରିଖ ଦିନ ମହାଶିବରାତ୍ରିର ଶୁଭ ଦିନ ରହିଛି। ଶିବପୁରାଣରେ ଏକମୁଖୀ ରୁଦ୍ରାକ୍ଷ ଠାରୁ ଆରମ୍ଭ କରି ୩୮ ମୁଖୀ ରୁଦ୍ରାକ୍ଷ ପର୍ଯ୍ୟନ୍ତ ବର୍ଣ୍ଣନା କରାଯାଇଛି। ପ୍ରତ୍ୟେକ ରୁଦ୍ରାକ୍ଷର ଅଲଗା ଅଲଗା ପ୍ରଭାବ ହୋଇଥାଏ। ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

ଏକମୁଖୀ ରୁଦ୍ରାକ୍ଷ :-

ଏହି ରୁଦ୍ରାକ୍ଷ ବହୁତ ଶୁଭ ଓ ପ୍ରଭାବଶାଳୀ ହୋଇଥାଏ। ଏହାକୁ ଧାରଣ କରିବା ଦ୍ଵାରା ମନରେ ଏକାଗ୍ରତା ବୃଦ୍ଧି ପାଇଥାଏ। କିନ୍ତୁ ଏହି ରୁଦ୍ରାକ୍ଷ କୌଣସି ଆଧ୍ୟାତ୍ମିକ ଗୁରୁଙ୍କ ପରାମର୍ଶରେ ଧାରଣ କରିବା ଉଚିତ। ଛାତ୍ରଛାତ୍ରୀ ମାନଙ୍କ ପାଇଁ ଏହାକୁ ଧାରଣ କରିବା ବହୁତ ଫଳଦାୟୀ ହୋଇଥାଏ। ଏକମୂଖୀ ରୁଦ୍ରାକ୍ଷ ଧାରଣ କରିବା ଦ୍ୱାରା ମନରେ ସକାରାତ୍ମକ ଚିନ୍ତାଧାରା ସୃଷ୍ଟି ହୋଇଥାଏ ଏବଂ ଆତ୍ମବିଶ୍ବାସ ବଢ଼ିଥାଏ। ଯଦି କୌଣସି ବ୍ୟକ୍ତିଙ୍କ କୁଣ୍ଡଳୀରେ ସୂର୍ଯ୍ୟ ଦୁର୍ବଳ ରହିଛନ୍ତି ତାହେଲେ ତାଙ୍କୁ ନିଶ୍ଚିତ ଭାବରେ ରୁଦ୍ରାକ୍ଷ ଧାରଣ କରିବା ଉଚିତ।

ଦୁଇ ମୁଖୀ ରୁଦ୍ରାକ୍ଷ :-

ଏହି ରୁଦ୍ରାକ୍ଷ ସ୍ଵୟଂ ଭଗବାନ ଶିବ ଓ ଦେବୀ ପାର୍ବତୀଙ୍କ ପ୍ରତୀକ ଅଟେ। ଯେଉଁ ଲୋକଙ୍କର ଚନ୍ଦ୍ର ଦୁର୍ବଳ ରହିଛି, ସେମାନଙ୍କୁ ନିଶ୍ଚିତ ଭାବରେ ଏହି ଦୁଇ ମୁଖୀ ରୁଦ୍ରାକ୍ଷ ଧାରଣ କରିବା ଉଚିତ। ଏହାଦ୍ଵାରା ମାନସିକ ରୂପରେ ବ୍ୟକ୍ତି ସୁଦୃଢ ରହିଥାନ୍ତି ଏବଂ ସଠିକ ନିଷ୍ପତ୍ତି ମଧ୍ୟ ନେଇଥାନ୍ତି। ଏହାସହିତ ପତିପତ୍ନୀଙ୍କ ସମ୍ପର୍କ ମଧ୍ୟ ସୁଦୃଢ ରହିଥାଏ।

ଚାରି ମୁଖୀ ରୁଦ୍ରାକ୍ଷ :-

ଏହି ରୁଦ୍ରାକ୍ଷ ରମ୍ହାର ସ୍ୱରୂପ ହୋଇଥାଏ। ଏହି ରୁଦ୍ରାକ୍ଷକୁ ଧାରଣ କରିବା ଦ୍ୱାରା ଧର୍ମ, ମୋକ୍ଷ ପ୍ରାପ୍ତ ହୋଇଥାଏ।ଏହାସହିତ ଏହାକୁ ଧାରଣ କରିବା ଦ୍ୱାରା ଜ୍ଞାନ, ବୁଦ୍ଧି, ବୈଭବ ଆଦି ବୃଦ୍ଧି ହୋଇଥାଏ ଏବଂ ରୋଗ ମଧ୍ୟ ଦୂର ହୋଇଯାଇଥାଏ।ଏହି ରୁଦ୍ରାକ୍ଷ ବୁଦ୍ଧ ଗ୍ରହ ସହିତ ଯୋଡ଼ିତ ହୋଇଥାଏ। ତେଣୁ ଏହାକୁ ଧାରଣ କରିବା ଦ୍ଵାରା ଲୋକେ ବୁଦ୍ଧିମାନ ହୋଇଥାନ୍ତି।

ସାତ ମୁଖୀ ରୁଦ୍ରାକ୍ଷ :-

ଶୁକ୍ର ଗ୍ରହ ସାତ ମୁଖୀ ରୁଦ୍ରାକ୍ଷର ସ୍ବାମୀ ଅଟନ୍ତି। ଏହାକୁ ଧାରଣ କରିବା ଦ୍ଵାରା ଦେବୀ ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି। ଅର୍ଥାତ ଜୀବନରେ କେବେବି ଧନର ଅଭାବ ହୁଏ ନାହିଁ। ଯଦି ଆପଣଙ୍କର ଆର୍ଥିକ ସ୍ଥିତି ଦୁର୍ବଳ ରହିଛି, ତାହେଲେ ଏହି ସାତ ମୁଖୀ ରୁଦ୍ରାକ୍ଷ ଧାରଣ କରନ୍ତୁ, ଦେଖିବେ ଆପଣଙ୍କର ସବୁ ସମସ୍ୟା ଦୂର ହୋଇଯିବ। ଏହି ରୁଦ୍ରାକ୍ଷ ଧାରଣ କରିବା ଦ୍ୱାରା ଅନେକ ସୁଫଳ ମିଳିଥାଏ। ବ୍ୟାପାର କରୁଥିବା ଲୋକେ, ଚାକିରି କରୁଥିବା ଲୋକଙ୍କ ପାଇଁ ଏହି ରୁଦ୍ରାକ୍ଷ ବହୁତ ଲାଭଦାୟକ ସାବ୍ୟସ୍ତ ହୋଇଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *