Excuse Me Odisha

ଯାହା କହିବୁ ସତ କହିବୁ

ଭଲ ସମୟ ଆସିବା ପୂର୍ବରୁ ଭଗବାନ ଦିଅନ୍ତି ଏହିସବୁ ଗୋପନୀୟ ସଂକେତ !

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଭଲ ସମୟ ଆସିବା ପୂର୍ବରୁ ଭଗବାନ ଦିଅନ୍ତି ଏହିସବୁ ଗୋପନୀୟ ସଂକେତ।

ବନ୍ଧୁଗଣ ସମସ୍ତ ମନୁଷ୍ୟଙ୍କ ଜୀବନରେ ଭଲ ଖରାପ ସମୟ ଆସିଥାଏ ଯାଇଥାଏ। ସୁଖ ପରେ ଦୁଃଖ ଆଉ ଦୁଃଖ ପରେ ସୁଖ ନିଶ୍ଚୟ ଆସିଥାଏ। ଏହା ଜୀବନର ଦୁଇଟି ଚକ୍ର। ଭଲ ଏବଂ ଖରାପ ସମୟ ପରସ୍ପରର ବିପରୀତ ହୋଇଥାନ୍ତି। ସମସ୍ତ ମନୁଷ୍ୟ ଖରାପ ସମୟରୁ ମୁକ୍ତି ପାଇବା ପାଇଁ ଚାହିଁଥାଏ ଆଉ ଭଲ ସମୟର କାମନା କରିଥାଏ। ଏପରି ସ୍ଥିତିରେ ଭଲ ମଣିଷ ସେହି ହୋଇଥାଏ ଯିଏ ଦୁଇଟି ଯାକ ସମୟରେ ଭଗବାନଙ୍କ ସ୍ମରଣ କରିଥାଏ।

ଭଲ ଏବଂ ଖରାପ ସମୟ ଆସିବା ପୂର୍ବରୁ ଭଗବାନ ଆମକୁ ନିଶ୍ଚୟ ସଂକେତ ଦେଇଥାନ୍ତି କିନ୍ତୁ ମନୁଷ୍ୟ ନିଜର କାର୍ଯ୍ୟରେ ଏତେ ବ୍ୟସ୍ତ ରହିଥାଏ କି ସେହି ସଂକେତକୁ ବୁଝି ପାରନ୍ତି ନାହିଁ। ହିନ୍ଦୁ ଧର୍ମଶାସ୍ତ୍ରରେ ମା ଲକ୍ଷ୍ମୀଙ୍କୁ ଧନର ଦେବୀ ମାନାଯାଏ। କୁହାଯାଏ ମା ଲକ୍ଷ୍ମୀ ବହୁତ ଚଞ୍ଚଳ ସ୍ୱଭାବର ହୋଇଥାନ୍ତି ଆଉ ସେ କେବେବି ଗୋଟେ ଜାଗାରେ ରହନ୍ତି ନାହିଁ। ଯଦି କୌଣସି ବ୍ୟକ୍ତି ମା ଲକ୍ଷ୍ମୀଙ୍କ ପୂଜା ପବିତ୍ର ମନରେ କରିଥାଏ କେବେବି କାହାରି ମନରେ ଦୁଃଖ ଦେଇନଥାଏ ଏମିତି ଲୋକଙ୍କ ଉପରେ ମା ଲକ୍ଷ୍ମୀ ପ୍ରସନ୍ନ ହୋଇଯାନ୍ତି ଆଉ ତାଙ୍କୁ ଧନ ସୁଖ ସମୃଦ୍ଧିର ଆଶୀର୍ବାଦ ଦେଇଥାନ୍ତି। ତେବେ ଆସନ୍ତୁ ଜାଣିବା ସେହି ସଂକେତ ବିଷୟରେ।

ଯଦି ଆପଣଙ୍କୁ ସ୍ୱପ୍ନରେ ଝାଡୁ ଦେଖାଯାଏ କିମ୍ବା ସକାଳ ୪ ରୁ ୫ଟା ଭିତରେ ଝାଡୁ ଲଗେଇବାର କାହାକୁ ଦେଖନ୍ତି ତ ବୁଝିନିଅନ୍ତୁ କି ମା ଲକ୍ଷ୍ମୀ ଆପଣଙ୍କ ଉପରେ ପ୍ରସନ୍ନ ଅଛନ୍ତି କାରଣ ଝାଡୁରେ ମା ଲକ୍ଷ୍ମୀଙ୍କର ବାସ ହୋଇଥାଏ।

ପେଚା। ମା ଲକ୍ଷ୍ମୀଙ୍କର ବାହନ ପେଚା ହୋଇଥାଏ। ଏଥିପାଇଁ ଯଦି ଆପଣଙ୍କ ଘରର ଆଖପାଖରେ ସବୁବେଳେ ପେଚା ଦେଖାଯାଏ ତ ବୁଝିନିଅନ୍ତୁ ମା ଲକ୍ଷ୍ମୀ ଆପଣଙ୍କ ଉପରେ ବହୁତ ପ୍ରସନ୍ନ ଅଛନ୍ତି ଆଉ ଶୀଘ୍ର ମା ଲକ୍ଷ୍ମୀ ଆପଣଙ୍କ ଉପରେ କୃପା କରିବାକୁ ଯାଉଛନ୍ତି। ଯେଉଁଠି ପେଚା ଥାଏ ସେଠାରେ ମା ଲକ୍ଷ୍ମୀ ନିଶ୍ଚୟ ଆସିଥାନ୍ତି। ଯଦି ଆପଣଙ୍କ ଘରେ ଏମିତି ହେଉଛି ତ ମା ଲକ୍ଷ୍ମୀଙ୍କ ଜପ କରିବା ଆରମ୍ଭ କରିଦିଅନ୍ତୁ। ଆଉ କୌଣସି ବି ଏମିତି କାମ କରନ୍ତୁ ନାହିଁ ଯେଉଁଥି ପାଇଁ ମା ଲକ୍ଷ୍ମୀ ଆପଣଙ୍କ ଉପରେ କ୍ରୋଧିତ ହୋଇ ଆପଣଙ୍କ ଘରୁ ଚାଲିଯିବେ।

ଯଦି ଆପଣଙ୍କ ଘରେ ବୃକ୍ଷ ଲତା ଶୁଖି ଯାଇଥାଏ ଆଉ ଅଚାନକ ହରା ଭରା ହୋଇଯିବ ଆଉ ଆପଣଙ୍କ ଆଖପାଖରେ ହଠାତ ସବୁଜିମା ଭରି ଯାଏ କିମ୍ବା ହରା ଭରା ଜିନିଷ ଅଧିକ ଆକର୍ଷିତ କରିଥାଏ ତ ବୁଝିନିଅନ୍ତୁ ମା ଲକ୍ଷ୍ମୀଙ୍କ କୃପା ମିଳିବାକୁ ଯାଉଛି।

ଯଦି ହଠାତ ଆପଣଙ୍କୁ ସକାଳୁ ଆଖୁ ଦେଖାଯାଏ ତ ଏହା ଶୁଭ ସଂକେତ ହୋଇଥାଏ।

ସକାଳୁ ଉଠିବା ମାତ୍ରେ ପ୍ରଥମେ ସଙ୍ଗୀତ ଶୁଣା ଯିବା ବି ଲକ୍ଷ୍ମୀଙ୍କ ଆଗମନର ସଂକେତ ମାନାଯାଏ।

ଯଦି ଆପଣଙ୍କୁ ସ୍ୱପ୍ନରେ କୁମ୍ଭାର କଳସ ବନାଉଥିବାର ଦେଖନ୍ତି ତ ଆପଣଙ୍କ ଘରେ ମା ଲକ୍ଷ୍ମୀ ସ୍ଥାୟୀ ରୂପରେ ବାସ କରିବାକୁ ଯାଉଛନ୍ତି

କାରବାର ସମୟରେ ଯଦି ଟଙ୍କା ଆପଣଙ୍କ ହାତରୁ ଖସି ପଡେ ତ ବୁଝିନିଅନ୍ତୁ ଧନ ଲାଭ ହେବାକୁ ଯାଉଛି।

ବାହାରକୁ ଗଲା ବେଳେ ନେଉ ରାସ୍ତା କାଟେ ତ କିମ୍ବା ନେଉଳ କେଉଁଠି ଦେଖାଯାଏ ତ ଏହା ଲକ୍ଷ୍ମୀଙ୍କ ଆଗମନର ସଂକେତ ହୋଇଥାଏ।

ଗୁରୁବାର ଦିନ କୁଆଁରୀ ଝିଅ ହଳଦିଆ ବସ୍ତ୍ର ପିନ୍ଧିଥିବାର ଦେଖନ୍ତି ତ ଏହାକୁ ବି ଶୁଭ ସଂକେତ ମାନାଯାଏ। ଏହା ଧନ ଲାଭର ଶୁଭ ସଂକେତ ଅଟେ।

ଯେଉଁ ବ୍ୟକ୍ତି ସ୍ୱପ୍ନରେ ମୋତି ସୁନା ହାର ମୁକୁଟ ଆଦି ଦେଖନ୍ତି ତ ତାଙ୍କ ଘରେ ମା ଲକ୍ଷ୍ମୀ ସ୍ଥାୟୀ ରୂପରେ ବାସ କରନ୍ତି।

କୁହାଯାଏ ଯେବେ ଦେବୀ ମା ଲକ୍ଷ୍ମୀଙ୍କ କୃପା ହୋଇଥାଏ ଆଉ ଘରକୁ ଆଗମନ ହୋଇଥାଏ ତ ସର୍ବପ୍ରଥମେ ବ୍ୟକ୍ତିଙ୍କ ସ୍ୱାଭାବରେ ପରିବର୍ତ୍ତନ ଆସିବାକୁ ଲାଗିଥାଏ। ମନରେ ହିଂସା କ୍ରୋଧ କମ ହୋଇଥାଏ ଏବଂ ପରିବାରରେ ପରସ୍ପର ପ୍ରତି ପ୍ରେମ ବଢିବାକୁ ଲାଗିଥାଏ। ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଭଲ ବୁଝାମଣା ରହିଥାଏ। ଘରେ କଳହର ମାହଲ ରହିନଥାଏ।

ମା ଲକ୍ଷ୍ମୀ ଯେବେ ଘରକୁ ଆସନ୍ତି ତ କିଛିନା କିଛି ସଂକେତ ଦେଇ ଆସିଥାନ୍ତି।

ସବୁ ବ୍ୟକ୍ତିଙ୍କର ଇଛା ଥାଏ କି ସେ ଅଧିକରୁ ଅଧିକ ଧନ ରୋଜଗାର କରୁ କିନ୍ତୁ ଅନେକ ଥର ପରିଶ୍ରମ କରିବା ପରେ ବି ଆମ ଜୀବନରେ ଧନର ଅଭାବ ରହିଥାଏ ଆଉ ଘରେ ଲୋକେ ବହୁତ ଦୁଃଖୀ ହୋଇଯାନ୍ତି।

ଆସନ୍ତୁ ଜାଣିବା ଘରେ ଏମିତି କେଉଁ କାମ କଲେ ମା ଲକ୍ଷ୍ମୀ ଘରୁ ସବୁ ଦିନ ପାଇଁ ଘର ଛାଡ଼ି ଚାଲିଯିବେ।

ଯେଉଁଠି ଅପରିଷ୍କାର ଥାଏ ସେଠାରେ ମା ଲକ୍ଷ୍ମୀ କେବେବି ପ୍ରବେଶ କରନ୍ତି ନାହିଁ। ଘର ସଫା ସୁତରା ନକଲେ ଆପଣ ନିଜର ହିଁ କରିଥାନ୍ତି

ଖାଦ୍ୟ ଖାଇବା ପରେ କେବେବି ଅଇଁଠା ବାସନକୁ ରଖି ଦେବା ଉଚିତ ନୁହେଁ। ବରଂ ତାକୁ ତୁରନ୍ତ ଧୋଇ ଦେବା ଉଚିତ

ରୋଷେଇ ଘରେ ଅଇଁଠା ବାସନ ନକରାତ୍ମକ ଉର୍ଜାର ପ୍ରଭାବ ବନାଇ ଥାଏ। ଏହା ଦ୍ବାରା ଘରେ ଅଶାନ୍ତିର ମାହଲ ବନି ରହିଥାଏ। ଘରେ ଅପରିଷ୍କାର ଜିନିଷ ରହିଲେ ଘରେ ଦରିଦ୍ରତାର ବାସ ହୋଇଥାଏ।

ଗ୍ୟାସ ଚୁଲା ଉପରେ ଖାଲି ବାସନ ରଖିଦିଅନ୍ତି ଏହା ଅଶୁଭ ହୋଇଥାଏ।

ଘରେ ଲୋକମାନେ ଅଦରକାରୀ ଜିନିଷକୁ ଅଧିକ ଦିନ ପର୍ଯ୍ୟନ୍ତ ରଖିଥାନ୍ତି ଏହା କରିବା ଦ୍ୱାରା ଘରେ ନକରାତ୍ମକ ଉର୍ଜାର ବାସ ହୋଇଥାଏ। ଆଉ ଏମିତି ଘରକୁ ମା ଲକ୍ଷ୍ମୀ କେବେବି ଆସନ୍ତି ନାହିଁ। କାରଣ ରୋଷେଇ ଘରକୁ ମନ୍ଦିର ଭଳି ପବିତ୍ର ଅଂଶ ମାନାଯାଏ।

ସୂର୍ଯ୍ୟାସ୍ତ ପରେ ଘରେ କେବେବି ଝାଡୁ ଲଗାନ୍ତୁ ନାହିଁ। ଯଦି କୌଣସି କାରଣରୁ ଝାଡୁ ଲଗେଇବାର ଆବଶ୍ୟକତା ପଡ଼ିଯାଏ ତ ଅପରିଷ୍କାରକୁ ଘରୁ ବାହାରକୁ ବାହାର କରନ୍ତୁ ନାହିଁ କୌଣସି କୋଣରେ ରଖିଦିଅନ୍ତୁ।

ଯେଉଁ ଘରେ ଅପଶବ୍ଦର ପ୍ରୟୋଗ ହୋଇଥାଏ ଯେଉଁ ଘରେ କଳହ କ୍ଳେଶର ବାତାବରଣ ରହିଥାଏ ସେହି ଘରେ ମା ଲକ୍ଷ୍ମୀଙ୍କର ବାସ ହୋଇନଥାଏ।

ଘର ସଫା ସୁତରା କରିବା ପରେ ଘରେ ସୁଗନ୍ଧିତ ବାସ ଲଗେଇବା ଉଚିତ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *