Excuse Me Odisha

ଯାହା କହିବୁ ସତ କହିବୁ

ଆପଣଙ୍କ ଦାନ୍ତ ମଝିରେ ରହିଛି କି ଦୂରତା ? ତାହେଲେ ଏହାକୁ ନିଶ୍ଚିତ ଭାବେ ଥରେ ପଢନ୍ତୁ

ସେୟାର୍ କରନ୍ତୁ

ବନ୍ଧୁଗଣ, ଆପଣ ମାନଙ୍କୁ ଆମର ପୋର୍ଟାଲକୁ ବହୁତ ସ୍ଵାଗତ ଜଣାଉଛୁ।ଏହି ଆମେ ଆପଣଙ୍କୁ ସାମୁଦ୍ରିକ ଶାସ୍ତ୍ର ଅନୁସାରେ ମଣିଷ ଶରୀରର ଲକ୍ଷଣକୁ ଆଧାର କରି ତାର ଭବିଷ୍ୟତ ଓ ବ୍ୟକ୍ତିତ୍ଵ କିପରି ଜାଣି ହୋଇଥାଏ ସେହି ବିଷୟରେ ଜଣାଇବୁ।ଭାରତୀୟ ସଂସ୍କୃତିରେ ଶୁଭ ଓ ଅଶୁଭ ଭଳି ଶବ୍ଦକୁ ବହୁତ ମହତ୍ତ୍ଵ ଦିଆ ଯାଇଥାଏ। ହିନ୍ଦୁଧର୍ମରେ ପ୍ରତ୍ୟେକ ଜିନିଷ ପଛରେ ଲୁଚି ରହିଥିବା ଅର୍ଥକୁ ବିସ୍ତାର ରୂପରେ ବର୍ଣ୍ଣନା କରାଯାଇଛି। ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମଣିଷ ଶରୀରର ଗଠନଶୈଳୀ, କଳାଜାଇ ଓ ହାତର ରେଖା ମଧ୍ୟରେ କିଛି ଅର୍ଥ ଲୁଚି ରହିଛି। ପ୍ରତ୍ୟେକ ମଣିଷର ଶରୀରର ଗଠନ ଅଲଗା ପ୍ରକାରର ହେବା ସହିତ ତାର ରଙ୍ଗ, ରୂପ, ବିଚାରଶୈଳୀ, ସ୍ଵଭାବ ଓ ପରିସ୍ଥିତି ଆଦି ବିଭିନ୍ନ ପ୍ରକାରର ହୋଇଥାଏ। ସାମୁଦ୍ରିକ ଶାସ୍ତ୍ର ବୈଦିକ ସଂସ୍କୃତିର ଏକ ଭାଗ ଅଟେ। ଏଥିରେ ମଣିଷ ଶରୀରର ସବୁ ଚିହ୍ନ ଓ ଶରୀରର ବିଭିନ୍ନ ଅଙ୍ଗର ଗଠନ ବିଷୟରେ ବର୍ଣ୍ଣନା କରାଯାଇଛି। ପୁରାତନ କାଳରେ ମଣିଷ ଏହାକୁ ଅଧ୍ୟୟନ କରି ଅତୀତ କାଳ, ବର୍ତ୍ତମାନ କାଳ ଓ ଭବିଷ୍ୟତ କାଳ ବିଷୟରେ ଜାଣି ପାରୁଥିଲେ।

ଆମ ଶରୀରର ଏଭଳି କିଛି ଚିହ୍ନ ରହିଥାଏ, ଯାହା ଆମ ପାଇଁ ସୌଭାଗ୍ୟର ପ୍ରତୀକ ହୋଇଥାଏ।ଆଉକିଛି ଚିହ୍ନ ଆମ ପାଇଁ ଦୁର୍ଭାଗ୍ୟର କାରଣ ହୋଇଥାଏ। ଯେଉଁ ମାନଙ୍କ ଚେହେରା ଗୋଲ ପରି ହୋଇଥାଏ, ସେମାନେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି ଏବଂ ଜୀବନରେ ସବୁ କ୍ଷେତ୍ରରେ ସଫଳତା ଅର୍ଜନ କରିଥାନ୍ତି।

ଯେଉଁ ଲୋକମାନଙ୍କର ନାକରେ କଳାଯାଇ ରହିଥାଏ, ସେମାନେ ଉତ୍ତମ ସ୍ୱଭାବର ବ୍ୟକ୍ତି ହୋଇଥାନ୍ତି। ଏହାସହିତ ଯେଉଁ ମାନଙ୍କର କାନ ଟିକେ ଲମ୍ବା, ମଥା ଚଉଡ଼ା ଓ ଟିକେ ଲମ୍ବା ହୋଇଥାଏ, ସେମାନେ ମଧ୍ୟ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି। କିଛି ଲୋକମାନଙ୍କର ଗଞ୍ଜାପଣ ଭଳି ସମସ୍ୟା ରହିଥାଏ। ତେଣୁ ଏହା ସୁନ୍ଦରତା ଦୃଷ୍ଟିରୁ ଭଲ ହୋଇନଥାଏ।କିନ୍ତୁ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଚନ୍ଦା ଲୋକ ବହୁତ ଭାଗ୍ୟଶାଳୀ ଓ ଉତ୍ତମ ସ୍ୱଭାବର ହୋଇଥାନ୍ତି ବୋଲି କୁହାଯାଇଛି।

ଯଦି ଆପଣଙ୍କର ମଥାର ମଝିରେ କଳାଜାଇ ରହିଛି, ତାହେଲେ ଏହା ଆପଣଙ୍କ ପାଇଁ ବହୁତ ଶୁଭ ସାବ୍ୟସ୍ତ ହୋଇଥାଏ। ସେହିପରି ହାତ, ଡାହାଣ ଗାଲ ଓ ଡାହାଣ ଆଖି ଉପରେ କଳାଯାଇ ରହିବ ମଧ୍ୟ ଶୁଭ ମାନା ଯାଇଥାଏ। ପ୍ରାୟତଃ ସମସ୍ତଙ୍କୁ ନିଜ ଦାନ୍ତ ଚିକ୍କଣ ଏବଂ ଧଳା ହେବା ବହୁତ ପସନ୍ଦ ଆସିଥାଏ।କିନ୍ତୁ ଦାନ୍ତ ମଝିରେ ଫାଙ୍କ ରହିଥିବାର କେହି ପସନ୍ଦ କରନ୍ତି ନାହିଁ। ସାମୁଦ୍ରିକ ଶାସ୍ତ୍ର ଅନୁସାରେ ଯେଉଁ ବ୍ୟକ୍ତିର ଦାନ୍ତ ମଝିରେ ଫାଙ୍କ ରହିଥାଏ, ସେମାନେ ବହୁତ ସୌଭାଗ୍ୟଶାଳୀ ହୋଇଥାନ୍ତି। ସେମାନେ ଚାକିରି କ୍ଷେତ୍ରରେ ଉଚ୍ଚ ପଦବୀ ପ୍ରାପ୍ତ କରିଥାନ୍ତି

ଦାନ୍ତ ମଝିରେ ଫାଙ୍କ ରହିଥିବା ଲୋକେ ଆର୍ଥିକ ଦୃଷ୍ଟିରୁ ସୁଦୃଢ ହୋଇଥାନ୍ତି।ଏହାସହିତ ଯେଉଁ ଲୋକ ମାନଙ୍କର ଦାନ୍ତ ଅଳ୍ପ ବାହାରକୁ ଆସିଥାଏ, ସେମାନେ ବହୁତ ଜିଦିଆ ସ୍ୱଭାବର ହୋଇଥାନ୍ତି। ସାମୁଦ୍ରିକ ଶାସ୍ତ୍ର ଅନୁସାରେ ମଣିଷର ଆଖି ଦ୍ଵାରା ମଧ୍ୟ ବ୍ୟକ୍ତିତ୍ଵ ବିଷୟରେ ଜାଣି ହୋଇଥାଏ, ଯେପରି କଳା ଓ ବଡ ଆଖି ଥିବା ଲୋକମାନେ ବୁଦ୍ଧିମାନ ଓ ଧନବାନ ହୋଇଥାନ୍ତି ।

ତେବେ ବନ୍ଧୁଗଣ ଯଦି ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଛି, ତାହେଲେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଶ୍ଚିତ ଭାବରେ ସମସ୍ତଙ୍କୁ ସେୟାର କରନ୍ତୁ। ଆଗକୁ ଆମ ସହିତ ରହିବା ପାଇଁ ଆମ ଫେସବୁକ ପେଜକୁ ଲାଇକ କରନ୍ତୁ। ଧନ୍ୟବାଦ୍!

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *