Excuse Me Odisha

ଯାହା କହିବୁ ସତ କହିବୁ

ସକାଳୁ ଉଠି ନିଶ୍ଚିତ ଭାବରେ କରନ୍ତୁ ଏହି ୬ ଟି କାମ,ଦେଖିବେ ଖୋଲିଯିବା ଭାଗ୍ୟର ସବୁ କବାଟ

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ସକାଳୁ ଉଠି କରନ୍ତୁ ଏହି ୬ ଟି କାମ ଭାଗ୍ୟର ସବୁ କବାଟ ଖୋଲିଯିବ।

ବନ୍ଧୁଗଣ ବାସ୍ତୁଶାସ୍ତ୍ର ଅନୁସାରେ ଯଦି ଆପଣ ନିଜର ଭାଗ୍ୟର କବାଟକୁ ଖୋଲିବା ପାଇଁ ଚାହୁଁଛନ୍ତି ତ ଆପଣ ସକାଳୁ ଉଠିବା ମାତ୍ରେ ସର୍ବପ୍ରଥମେ ଏହି ୬ କାମ ନିଶ୍ଚୟ କରିବା ଉଚିତ। ସଫଳତା ନିଜ ପାଦକୁ ଚୁମ୍ବନ କରିବ। ଘରର ବଡ଼ ବୃଦ୍ଧ ଲୋକମାନେ କିଛି ନାଁ କିଛି ସବୁବେଳେ ଶିଖେଇ ଥାନ୍ତି ଯେଉଁଥି ପାଇଁ ଜୀବନରେ କିଛି ସମସ୍ୟା ଆସିବ ନାହିଁ। ଆମ ଦେଶ ଏବଂ ଆମ ଭାରତରେ ସଂସ୍କାରର ବହୁତ ମହତ୍ୱ ରହିଛି। ଏହା ଆମ ଜୀବନ ଉପରେ ବହୁତ ପ୍ରଭାବ ପକାଇଥାଏ।

ଏହା କେବଳ ଆମ ଭଲ ପାଇଁ ହୋଇନଥାଏ ବରଂ ଆପଣଙ୍କ ଉନ୍ନତି ଉପରେ ବି ପ୍ରଭାବ ପକାଇଥାଏ। ଶାସ୍ତ୍ରରେ କିଛି କଥା କୁହାଯାଇଛି ଯାହା କରିବା ଦ୍ୱାରା ଆପଣଙ୍କ ଦିନ ଭଲ ହୋଇଯିବ। ଆଜି ଆମେ ଆପଣଙ୍କୁ ଏମିତି ହିଁ କିଛି ଉପାୟ ଜଣେଇବାକୁ ଯାଉଛୁ ଯାହାକୁ କରିଲେ ନାଁ କେବଳ ମାନ ସମ୍ମାନର ବୃଦ୍ଧି ହେବ ବରଂ ଧନ ଆପଣଙ୍କ ସହିତ ଭାଗ୍ୟର କବାଟ ବି ଖୋଲି ଯିବ। ତ ବନ୍ଧୁଗଣ ଆସନ୍ତୁ ଜାଣିବା ବିଛଣା ଛାଡ଼ିବା ପରେ କଣ ଭଲ କାମ ଅଛି ସର୍ବପ୍ରଥମେ କରିବା ଉଚିତ

ପ୍ରଥମ କଥା। ଶାସ୍ତ୍ର ଅନୁସାରେ ସକାଳୁ ଉଠି ସର୍ବପ୍ରଥମେ ନିଜର ଦୁଇଟି ହାତକୁ ଦେଖିବା ଉଚିତ। ତଥା ଧରତୀ ଉପରେ ପାଦ ରଖିବା ପୂର୍ବରୁ ଧରତୀ ମାଙ୍କୁ କ୍ଷମା ମାଗିବା ଉଚିତ। ଧରତୀଙ୍କୁ ଆମର ମା କୁହାଯାଏ ଆଉ ସେ ଆମର ବୋଝ ଉଠାଇଥାନ୍ତି। ଏହା କଲେ ଆପଣଙ୍କ ସବୁ ଦୋଷ ଦୂର ହୋଇଥାଏ। ଆଉ ଶରୀରରେ ଏକ ସକାରାତ୍ମକ ଉର୍ଜାର ପ୍ରବେଶ ହୋଇଥାଏ।

କୁହାଯାଏ ଯେ ପ୍ରତିଦିନ ସକାଳୁ ସ୍ନାନ କରିବା ଉଚିତ। ସ୍ନାନ କରିବା ସମୟରେ ସମସ୍ତ ତୀର୍ଥ ସ୍ଥଳ ଏବଂ ପବିତ୍ର ନଦୀର ନାମର ଜପ କରିବା ଉଚିତ।ନଏମିତି କଲେ ଆପଣଙ୍କୁ ସବୁ ତୀର୍ଥ ସ୍ଥାନର ଫଳ ମିଳିଥାଏ। ଆଉ ସମ୍ଭବ ହେଲେ ଅଳ୍ପ ଗଙ୍ଗା ଜଳ ପାଣିରେ ମିଶାଇ ସ୍ନାନ କରିବା ଉଚିତ। ସ୍ନାନ କରିବା ପରେ ତମ୍ବା ପାତ୍ରରେ ଜଳ ଭରି ଭଗବାନ ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ ଅବଶ୍ୟ କରିବା ଉଚିତ। ଏମିତି କଲେ ଦିନର ଆରମ୍ଭ ଭଲ ହୋଇଥାଏ ଆଉ ଆତ୍ମା ଏବଂ ମନକୁ ଉର୍ଜା ମିଳିଥାଏ।

ଏହା ସହିତ କୁଣ୍ଡଳୀରେ ସୂର୍ଯ୍ୟଙ୍କର ସ୍ଥିତି ଭଲ ରହିଥାଏ। ଏହାର ପ୍ରଭାବ ଆମର ବୁଦ୍ଧି ଉପରେ ପଡିଥାଏ। ମାନ ସମ୍ମାନ ସହିତ ଆର୍ଥିକ ସ୍ଥିତି ବି ବୃଦ୍ଧି ହୋଇଥାଏ। ସୂର୍ଯ୍ୟଦେବଙ୍କୁ ଜଳ ଦେବା ପରେ ତୁଳସୀଙ୍କୁ ନିଶ୍ଚୟ ଜଳ ଅର୍ପଣ କରିବା ଉଚିତ। ଏହା ପରେ ମନ୍ଦିରରେ ପୂଜା ପାଠ ନିଶ୍ଚୟ କରିବା ଉଚିତ। ଏହା ପରେ ଯଦି ପାରିବେ ଗାଈକୁ ୧ ରୁ ୨ଟି ରୋଟି ନିଶ୍ଚୟ ଖାଇବାକୁ ଦେବା ଉଚିତ। ଏହା ଦ୍ବାରା ପୁଣ୍ୟର ପ୍ରାପ୍ତ ହୋଇଥାଏ। ଆଉ ଘରେ କେବେବି ଧନର କମି ହୋଇନଥାଏ। ଆଉ ସବୁବେଳେ ଖୁସି ବନି ରହିଥାଏ।

କୁହାଯାଏ ସକାଳୁ ଯଦି ଆପଣ ଅଫିସ କିମ୍ବା ଜରୁରୀ କାମରେ ବାହାରକୁ ଯାଉଛନ୍ତି ତ ସର୍ବପ୍ରଥମେ ମାତା ପିତାଙ୍କ ଆଶୀର୍ବାଦ ନେଇ ଯାଆନ୍ତୁ। ଆଉ ଏହାପରେ ଦେବୀ ଦେବତାଙ୍କ ଧ୍ୟାନ କରନ୍ତୁ। ଆଉ ପିଲାଙ୍କୁ ବି ଯିବା ସମୟରେ ମାତା ପିତାଙ୍କ ଚରଣ ଅବଶ୍ୟ ଛୁଇଁ ଯିବା ଉଚିତ। ଘରୁ ବାହାରକୁ ଯିବା ସମୟରେ ନାକରେ ଯେଉଁ ନିଶ୍ୱାସ ଚାଲିଥାଏ ତ ସର୍ବପ୍ରଥମେ ସେହି ପାଦକୁ କାଢି ଯିବା ଉଚିତ।

ବାସ୍ତୁଶାସ୍ତ୍ର ଅନୁସାରେ ଭାଗ୍ୟ ଖୋଲିବା ପାଇଁ ସକାଳୁ ଉଠି ସର୍ବପ୍ରଥମେ ଏହି ୬ ଟି କାମ କରିବାକୁ କୁହାଯାଇଛି।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *