Excuse Me Odisha

ଯାହା କହିବୁ ସତ କହିବୁ

ଏହି ୫ ଗୋଟି ରାଶିର ଲୋକେ ହେବାକୁ ଯାଉଛନ୍ତି ଧନବାନ। ମଙ୍ଗଳଙ୍କ କୃପା ଯୋଗୁଁ ବଦଳି ଯିବ ଜୀବନ।

ସେୟାର୍ କରନ୍ତୁ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ନଅଟି ଗ୍ରହ ସମୟ ସମୟ ମଧ୍ୟରେ ନିଜର ସ୍ଥିତି ବଦଳାଇ ଥାଆନ୍ତି। ଏହାଦ୍ଵାରା ରାଶିଚକ୍ରରେ ଥିବା ୧୨ ଗୋଟି ରାଶି ଉପରେ ଏହାର ପ୍ରଭାବ ପଡ଼ିଥାଏ। ମଙ୍ଗଳ ଗ୍ରହକୁ ସମସ୍ତ ଗ୍ରହର ସେନାପତି ବୋଲି କୁହାଯାଇଥାଏ। ଫେବୃଆରୀ ୨୬ ତାରିଖ ଦିନ ମଙ୍ଗଳ ଗ୍ରହ ମକର ରାଶିରେ ପ୍ରବେଶ କରିବାକୁ ଯାଉଛନ୍ତି। ମଙ୍ଗଳ ଗ୍ରହର ଏହି ଗୋଚର ଯୋଗୁଁ ୫ ଗୋଟି ରାଶି ଉପରେ ଏହାର ଶୁଭ ପ୍ରଭାବ ପଡ଼ିବାକୁ ଯାଉଛି। ଏହି ରାଶିର ଲୋକଙ୍କ ଭାଗ୍ୟ ଚମକିବାକୁ ଯାଉଛି। ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

ମେଷ ରାଶି :-

ମଙ୍ଗଳ ଗ୍ରହ ଏହି ରାଶିର ଅଧିପତି ଅଟନ୍ତି। ମଙ୍ଗଳ ଗ୍ରହ ମକର ରାଶିରେ ଗୋଚର କରିବା ଦ୍ଵାରା ଏହି ରାଶିର ଲୋକଙ୍କ ପାଇଁ ଶୁଭ ସାବ୍ୟସ୍ତ ହେବ। ଆପଣଙ୍କୁ ଅଚାନକ ଧନ ପ୍ରାପ୍ତି ହୋଇପାରେ। ଚାକିରୀରେ ନୂତନ ଅବସର ପ୍ରାପ୍ତ ହେବ। କ୍ୟାରିୟରରେ ଆପଣ ସଫଳତା ହାସଲ କରିବେ।ଛାତ୍ରଛାତ୍ରୀ ମାନେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବେ। ପ୍ରେମୀ ଯୁଗଳଙ୍କ ପାଇଁ ଏହି ସମୟ ଅତ୍ୟନ୍ତ ଅନୁକୂଳ ସାବ୍ୟସ୍ତ ହେବ।ଆପଣଙ୍କୁ କେବେବି ଆର୍ଥିକ ଅଭାବର ସାମ୍ନା କରିବାକୁ ପଡ଼ିବ ନାହିଁ।

ବୃଷ ରାଶି :-

ମଙ୍ଗଳର ରାଶି ପରିବର୍ତ୍ତନ ଏହି ରାଶିର ଲୋକଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହେବ।ଆର୍ଥିକ ସ୍ଥିତି ସୁଦୃଢ଼ ହେବ। ଅଟକି ରହିଥିବା ଟଙ୍କା ଆପଣଙ୍କୁ ଫେରସ୍ତ ମିଳିବ। ପୂର୍ବରୁ କରିଥିବା ଋଣ ପରିଶୋଧ କରିବେ। କୌଣସି ଶୁଭ କାର୍ଯ୍ୟ ପାଇଁ ଯାତ୍ରା କରି ପାରନ୍ତି। ପରିବାର ଲୋକଙ୍କ ତରଫରୁ ସବୁ କ୍ଷେତ୍ରରେ ଆପଣଙ୍କୁ ସହଯୋଗ ପ୍ରାପ୍ତ ହେବ। ଭାଗ୍ୟ ସର୍ବଦା ଆପଣଙ୍କ ସପକ୍ଷରେ ରହିବ।

ସିଂହ ରାଶି :-

ମଙ୍ଗଳର ଗୋଚର ଏହି ରାଶିର ଲୋକଙ୍କ ପାଇଁ ଶୁଭ ସାବ୍ୟସ୍ତ ହେବ। ଚାକିରି କ୍ଷେତ୍ରରେ ପଦୋନ୍ନତୀ ମିଳିବାର ସମ୍ଭାବନା ରହିଛି। ଯଦି ଆପଣ ନୂଆ ବ୍ୟବସାୟ ଆରମ୍ଭ କରିବା ପାଇଁ ଚାହୁଁଛନ୍ତି, ତାହେଲେ ଏହି ସମୟ ଆପଣଙ୍କ ପାଇଁ ଉତ୍ତମ ଅଟେ। ପରିବାର ଲୋକଙ୍କ ସହିତ ଉତ୍ତମ ସମୟ ଅତିବାହିତ କରିବେ। ପ୍ରେମୀ ଯୁଗଳ ପରସ୍ପରକୁ ସହଯୋଗ କରିବେ। ଅଚାନକ ଧନଲାଭ ହେବାର ସମ୍ଭାବନା ରହିଛି। ଘରର ଆର୍ଥିକ ପରିସ୍ଥିତି ସୁଦୃଢ ରହିବ।

ଧନୁ ରାଶି :-

ଏହି ରାଶିର ଲୋକଙ୍କ ପାଇଁ ମଙ୍ଗଳ ଗ୍ରହର ଗୋଚର ଶୁଭ ସାବ୍ୟସ୍ତ ହେବ। ରୋଜଗାର ନଥିବା ଲୋକଙ୍କୁ ଆଶାନୁରୂପ ଚାକିରି ମିଳିବ। ବ୍ୟବସାୟରେ ଖୁବ୍ ଶୀଘ୍ର ଲାଭବାନ ହେବେ।ଜମିବାଡ଼ି କିଣାକିଣି କରିବା ପାଇଁ ଏହି ସମୟ ଅନୁକୂଳ ରହିଛି। ଯେଉଁ ମାନେ ପ୍ରେମ ବିବାହ କରିବାକୁ ଚାହୁଁଛନ୍ତି, ସେମାନଙ୍କ ପାଇଁ ସମୟ ଅନୁକୂଳ ରହିଛି। ଏହି ସମୟରେ ଆପଣ ନିବେଶ କରି ପାରିବେ, ଏହାଦ୍ଵାରା ଆପଣଙ୍କୁ ନିଶ୍ଚିତ ଭାବରେ ଫାଇଦା ମିଳିବ।

ମୀନ ରାଶି :-

ମଙ୍ଗଳ ଗ୍ରହର ମକର ରାଶିରେ ଗୋଚର ଯୋଗୁଁ ମୀନ ରାଶିର ଲୋକଙ୍କର ଆୟରେ ବୃଦ୍ଧି ହେବ।ଆପଣ ଆର୍ଥିକ ରୂପରେ ସୁଦୃଢ ରହିବେ। ଜୀବନସାଥୀଙ୍କର ସହଯୋଗ ଯୋଗୁଁ ଆପଣ ସବୁ କ୍ଷେତ୍ରରେ ସଫଳତା ଅର୍ଜନ କରିବେ।ଅବିବାହିତ ଲୋକଙ୍କ ପାଇଁ ବିବାହ ହେବାର ଯୋଗ ରହିଛି। ଆପଣଙ୍କୁ କୌଣସି ସ୍ଥାନରୁ ସୁଖଦ ସମାଚାର ମିଳିପାରେ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *