Excuse Me Odisha

ଯାହା କହିବୁ ସତ କହିବୁ

ବାଛନ୍ତୁ ନିଜ ରାଶି ଏବଂ ଜାଣନ୍ତୁ ଆପଣଙ୍କର ସବୁଠାରୁ ବଡ଼ ଦୁର୍ବଳତା ବିଷୟରେ !

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ପୋର୍ଟାଲକୁ ସ୍ଵାଗତ ଜଣାଉଛୁ। ଆଜିର ଦୁନିଆ ହେଉଛି ଆଧୁନିକ ଯୁଗର ଦୁନିଆ। ପୁରାତନ ଯୁଗରେ ଲୋକେ ଜ୍ୟୋତିଷ ଶାସ୍ତ୍ରକୁ ବିଶ୍ୱାସ କରୁଥିଲେ। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହୋଇଯିବେ କି ଆଜିର ଆଧୁନିକ ଦୁନିଆରେ ମଧ୍ୟ ଲୋକେ ଜ୍ୟୋତିଷ ଶାସ୍ତ୍ର ଉପରେ ବିଶ୍ୱାସ ରଖିଥାନ୍ତି। କାରଣ କୌଣସି ମନୁଷ୍ୟ ଜନ୍ମ ହେବା ମାତ୍ରେ ତାର ଗ୍ରହ ନକ୍ଷତ୍ରର ଉପସ୍ଥିତିକୁ ଅନୁସରଣ କରି ଜନ୍ମ ଜାତକ ପ୍ରସ୍ତୁତ କରାଯାଇଥାଏ।

ପ୍ରତ୍ୟେକ ମନୁଷ୍ୟର ରାଶିକୁ ଅନୁସରଣ କରି ତାର ବର୍ତ୍ତମାନ ଓ ଭବିଷ୍ୟତ ବିଷୟରେ ଜାଣି ହୋଇଥାଏ। ଏହାସହିତ ମନୁଷ୍ୟର ସ୍ଵଭାବ, ଚରିତ୍ର, ଚାଲିଚଳନ ବିଷୟରେ ମଧ୍ୟ ଜାଣି ହୋଇଥାଏ। କିନ୍ତୁ ପ୍ରତ୍ୟେକ ମନୁଷ୍ୟର ଯେପରି ସୁଗୁଣ ରହିଥାଏ, ସେହିପରି ଦୁର୍ବଳତା ମଧ୍ୟ ରହିଥାଏ। ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

ମେଷ ରାଶି :- ପ୍ରେମ ସମ୍ପର୍କରେ ଏହି ରାଶିର ଲୋକଙ୍କୁ ବିଶ୍ୱାସ କରିବା ଖୁବ୍ ଶୀଘ୍ର ସହଜ ହୋଇ ନଥାଏ। ଏମାନେ ସାମାନ୍ୟ କଥାରେ କ୍ରୋଧିତ ହେବା ସହିତ ବହୁତ ଜିଦଖୋର ମଧ୍ୟ ହୋଇଥାନ୍ତି।

ବୃଷ ରାଶି :- ଏହି ରାଶିର ଲୋକେ ବହୁତ ଅଳସୁଆ ହେବା ସହିତ ବହୁତ କ୍ରୋଧୀ ସ୍ୱଭାବର ହୋଇଥାନ୍ତି। ଏମାନେ କେବେ ମଧ୍ୟ ନିଜ ଭୁଲକୁ ସ୍ବୀକାର କରିବାକୁ ପସନ୍ଦ କରନ୍ତି ନାହିଁ।ଏମାନଙ୍କର କ୍ରୋଧ ସ୍ଵଭାବ ଯୋଗୁଁ ଏମାନେ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି।

ମିଥୁନ ରାଶି :- ଏହି ରାଶିର ଲୋକେ ସର୍ବଦା ଅଯଥା କଥାରେ ଚିନ୍ତିତ ରହିଥାନ୍ତି। ଏମାନେ ବହୁତ କ୍ରୋଧୀ ଏବଂ କଠୋର ସ୍ୱଭାବର ହୋଇ ଥାଆନ୍ତି। ଅନେକ ସମୟରେ ଏମାନଙ୍କର ମନ ପରିବର୍ତ୍ତନ ହୋଇଥାଏ।

କର୍କଟ ରାଶି :- ପ୍ରେମ ମାମଲାରେ ଏହି ରାଶିର ଲୋକଙ୍କ ଉପରେ ଭରସା କରିବା କଦାପି ଉଚିତ ନୁହେଁ। କାରଣ ଏମାନେ ବହୁତ ଜିଦିଆ ସ୍ୱଭାବର ହୋଇଥାନ୍ତି। ଏହାସହିତ ଏମାନେ କେବେବି ନିଜ ଭୁଲ ସ୍ୱୀକାର କରନ୍ତି ନାହିଁ। ଏହି ସ୍ଵଭାବ କାରଣରୁ ଅନେକ ସମୟରେ ଏମାନେ ହଇରାଣ ହୋଇଥାନ୍ତି।

ସିଂହ ରାଶି :- ଏହି ରାଶିର ଲୋକଙ୍କୁ ବର୍ତ୍ତମାନ ଅପେକ୍ଷା ଭବିଷ୍ୟତ ବିଷୟରେ ଅଧିକ ଚିନ୍ତା ରହିଥାଏ। ସେଥିପାଇଁ ଏମାନେ ନିଜର ବର୍ତମାନକୁ ନଷ୍ଟ କରି ଦେଇଥାନ୍ତି। ଏହାସହିତ ଏମାନେ ବହୁତ ଲୋଭୀ ଏବଂ ଇର୍ଷାପରାୟଣ ସ୍ୱଭାବର ଅଟନ୍ତି।

କନ୍ୟା ରାଶି :- ଏହି ରାଶିର ଲୋକେ ପ୍ରତ୍ୟେକ କଥାକୁ ଅଧିକ ବଢ଼ାଇ କହିଥାନ୍ତି। ଏହାସହିତ ଏମାନେ ବହୁତ ସ୍ୱାର୍ଥପର ସ୍ୱଭାବର ହୋଇଥାନ୍ତି। ଏମାନେ ନିଜର ଅଭିଳାଷା ପୂରଣ କରିବା ପାଇଁ ସବୁକିଛି କରିଥାନ୍ତି।

ତୁଳା ରାଶି :- ଏହି ରାଶିର ଲୋକେ ଖୁବ୍ ଶୀଘ୍ର ଅନ୍ୟମାନଙ୍କୁ ବିଶ୍ୱାସ କରିଥାନ୍ତି। ଏମାନେ ବହୁତ ଭାବୁକ ସ୍ୱଭାବର ହୋଇଥାନ୍ତି। ଏହାସହିତ ଏମାନେ ଅନ୍ୟମାନଙ୍କ ସହିତ ସର୍ବଦା ତୁଳନା କରିବାକୁ ପସନ୍ଦ କରିଥାନ୍ତି।

ବିଛା ରାଶି :- ଏହି ରାଶିର ଲୋକେ କେବେ ମଧ୍ୟ ଆଗକୁ ବଢ଼ି ପାରନ୍ତି ନାହିଁ। କାରଣ ଏମାନେ କୌଣସି କଥାକୁ ଖୁବ୍ ସହଜରେ ଭୁଲି ପାରନ୍ତି ନାହିଁ। ଏମାନେ ପ୍ରତିଶୋଧ ନେବା ପାଇଁ ମାନସିକ ରୂପରେ ପ୍ରସ୍ତୁତ ରହିଥାନ୍ତି।

ଧନୁ ରାଶି:- ଏହି ରାଶିର ଲୋକେ ସବୁବେଳେ ଏକୁଟିଆ ରହିବା ପାଇଁ ପସନ୍ଦ କରିଥାନ୍ତି।ଏହାସହିତ ଏମାନେ ବହୁତ ଜିଦିଆ ସ୍ୱଭାବର ହୋଇଥାନ୍ତି। ଏମାନଙ୍କର କ୍ରୋଧ ସ୍ଵଭାବ କାରଣରୁ ଏମାନେ ବହୁତ ସମସ୍ୟାରେ ପଡିଥାନ୍ତି।

ମକର ରାଶି :- ଏହି ରାଶିର ଲୋକେ ଅନ୍ୟମାନଙ୍କ କଥାରେ ଭାସି ଯାଇ ବହୁତ ହଇରାଣ ହୋଇଥାନ୍ତି। କିନ୍ତୁ କୌଣସି ଭୁଲ କରି ସାରିବା ପରେ ପଶ୍ଚାତାପ କରିଥାନ୍ତି।

କୁମ୍ଭ ରାଶି :- ଏହି ରାଶିର ଲୋକେ ଅନ୍ୟମାନଙ୍କ କଥା ଶୁଣନ୍ତୁ ନାହିଁ ଏବଂ ନିଜ ସ୍ବାର୍ଥ ପାଇଁ ସବୁକିଛି କରି ପାରନ୍ତି। ଏମାନେ ସବୁ କଥାକୁ ବଢ଼ିଚଢ଼ି କହିବାକୁ ପସନ୍ଦ କରନ୍ତି, ଅର୍ଥାତ ଏମାନଙ୍କୁ ବିବାଦ କରିବାକୁ ଭଲପାଇ ନଥାନ୍ତି।

ମୀନ ରାଶି :- ଏହି ରାଶିର ଲୋକେ ନିଜ କ୍ରୋଧ ସ୍ଵଭାବ ଯୋଗୁଁ ବହୁତ ସମସ୍ୟାରେ ପଡିଥାନ୍ତି। ଏମାନେ ବହୁତ ମିଛ କଥା କହିଥାନ୍ତି। ଏମାନେ ସର୍ବଦା ସମସ୍ୟାରୁ ବାହାରିବା ପାଇଁ ପ୍ରୟାସ କରିଥାନ୍ତି।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *