Excuse Me Odisha

ଯାହା କହିବୁ ସତ କହିବୁ

ବାସ୍ତୁଦୋଷରୁ ବଞ୍ଚିବା ପାଇଁ ଘର ବାହାରେ ଲେଖିଦିଅନ୍ତୁ ଏହାକୁ । ଦେଖିବେ ଘରେ ହସଖୁସି ଭରି ଉଠିବ !

ସେୟାର୍ କରନ୍ତୁ

ବାସ୍ତୁ ଅନୁସାରେ ଅଲଗା ଅଲଗା ଦିଗରେ ରଖା ଯାଉଥିବା ଜିନିଷ ନିଜର ଆକାର ସ୍ୱଭାବ କାରଣରୁ ଉର୍ଜା ପ୍ରଦାନ କରିଥାନ୍ତି। ଯାହା ଆମ ଜୀବନରେ ନକରାତ୍ମକ କିମ୍ବା ସକରାତ୍ମକ ପ୍ରଭାବ ପକାଇଥାଏ। ଅନେକ ଥର ବାସ୍ତୁର ନିୟମ ବିଷୟରେ ଆମେ ଜାଣି ନଥାଉ। ତେବେ ଆସନ୍ତୁ ବାସ୍ତୁଦୋଷକୁ ଦୂର କରିବା ପାଇଁ ମୁଖ୍ୟ ଦ୍ୱାର ଉପରେ କଣ ଲେଖିବାକୁ ହେବ ଯାହା ଦ୍ୱାରା ବାସ୍ତୁଦୋଷ ଦୂର ହୋଇଯିବ। ବାସ୍ତୁଶାସ୍ତ୍ର ଅନୁସାରେ ଯେଉଁ ଘରେ ବାସ୍ତୁ ଅନୁସାରେ ଜିନିଷ ଥାଏ ସର୍ବଦା ସକରାତ୍ମକ ଉର୍ଜା ବାସ କରିଥାଏ। ଏଥିପାଇଁ ଏହି ସକରାତ୍ମକ ଉର୍ଜା ଯାହା ବାସ୍ତୁର ନିୟମ ଅଟେ ଯାହାକୁ ଆମେ ପାଳନ କରିନେବା ତ ଜୀବନରେ ନକରାତ୍ମକ ଜିନିଷ ଆସିପାରିବ ନାହିଁ। ତେବେ ଆଜି ଆମେ ସେହି ଜିନିଷ ବି କହିବୁ।

କୁହାଯାଏ ସକାଳୁ ସକାଳୁ ବ୍ୟକ୍ତିକୁ କାହାରିବି ଛାଇ ଦେଖିବା ଉଚିତ ନୁହେଁ। ନିଜର ବି ହେଉ ପଛେ। କାରଣ ଏହାର ନକରାତ୍ମକ ପ୍ରଭାବ ଜୀବନ ଉପରେ ପଡିବାକୁ ଲାଗିଥାଏ ଏବଂ ମାନସିକ ଚାପ ବଢିଥାଏ। ନକରାତ୍ମକତା ବଢିଥାଏ। ଆଉ ଘରେ କ୍ଳେଶ ବି ବଢିଥାଏ। ଏଥିପାଇଁ ଆପଣ ସକାଳୁ ସକାଳୁ ଏହି ଜିନିଷ ଦେଖନ୍ତୁ ନାହିଁ। ନଚେତ ଘରର ବାସ୍ତୁ ବିଗିଡି ଯିବ।

ବାସ୍ତୁ ଅନୁସାରେ ସକାଳୁ ସକାଳୁ ନିଜର ଚେହେରା ଦେଖିବା ଉଚିତ ନୁହେଁ। ନଚେତ ଜୀବନରେ ସମସ୍ୟା ବଢିଥାଏ। ବହୁତ ଲୋକ ଅଛନ୍ତି ସକାଳୁ ଉଠି ଆଇନାରେ ନିଜ ମୁହଁ ଦେଖିଥାନ୍ତି। କିନ୍ତୁ ଏମିତି କରିବା ଉଚିତ ନୁହେଁ। ଆଇନାକୁ ଢାଙ୍କି କରି ରଖନ୍ତୁ।

ବାସ୍ତୁ ଅନୁସାରେ ମୁଖ୍ୟ ସବୁ ଦିଗ ଅପେକ୍ଷା ଶ୍ରେଷ୍ଠ ଦିଗ ହୋଇଥାଏ ପୂର୍ବ ଦିଗ। ସୂର୍ଯ୍ୟ ଉଦୟର ଦିଗ। ଏହି ଦିଗରୁ ସକରାତ୍ମକ ଉର୍ଜା ସୂର୍ଯ୍ୟଙ୍କ କିରଣ ଘରକୁ ପ୍ରବେଶ କରିଥାଏ। ଏହି ଦିଗରେ ମୁଖ୍ୟ ଦ୍ୱାର ଥିଲେବହୁତ ଭଲ ଏହା ବ୍ୟତୀତ ଝରକା ବି ରଖି ପାରନ୍ତି।

ପଶ୍ଚିମ ଦିଗରେ ରୋଷେଇ ଶୌଚାଳୟ ଥିଲେ ଉତ୍ତମ। କିନ୍ତୁ ରୋଷେଇ ଘର ଆଉ ଶୌଚାଳୟ ପାଖରେ ରହିବା ଉଚିତ ନୁହେଁ।

ଉତ୍ତର ଦିଗରେ ଝରକା ଏବଂ କବାଟ ରହିବା ସବୁଠାରୁ ଭଲ ହୋଇଥାଏ। ଘରର ବାଲକୁନି ଏହି ଦିଗରେ କରି ପାରିବେ। ମୁଖ୍ୟ ଦ୍ୱାର ଏହି ଦିଗରେ ରହିଲେ ଅତି ଉତ୍ତମ।

ଦକ୍ଷିଣ ଦିଗ। କୌଣସି ବି ପ୍ରକାରର ଶୌଚାଳୟ ରହିବା ଉଚିତ ନୁହେଁ। ଏହି ଦିଗରେ କବାଟ ଝରକା ଅଛି ତ ନକରାତ୍ମକ ଉର୍ଜା ବଢିଥାଏ। ଆଉ ଘରର ଉନ୍ନତି କମ ହୋଇଥାଏ ଆଉ ଘରର କ୍ଳେଶ ବଢିଥାଏ। ତ ଏହି ଦିଗରୁ ବଞ୍ଚିବା ଉଚିତ। ଯଦି ଏହି ଦିଗରେ ଅଛି ତ କଣ କରିବେ ଆସନ୍ତୁ ଜାଣିବା।

ସ୍ୱସ୍ତିକ। ଏହା ଯେଉଁ ଶୁଭ ଏବଂ ମଙ୍ଗଳ ଜୀବନରେ କଲ୍ୟାଣ କରିଥାଏ। ଯଦି ଏହି ସ୍ୱସ୍ତିକର ଚିହ୍ନ ଘରର ମୁଖ୍ୟ ଦ୍ୱାରର ବାଗର ସାମ୍ନାରେ ଆପଣ ଠିକ ମଝିରେ ବନେଇ ପାରିବେ। ଚାହିଁଲେ ଦ୍ଵାରର ଦୁଇ ସାଇଟରେ ବି ବନେଇ ପାରିବେ। ସିଧା ସ୍ୱସ୍ତିକ ବନେଇବେ। ଓଲଟା ବନେଇଲେ ଦୁର୍ଭାଗ୍ୟ ଆସିଥାଏ। ଏଥିପାଇଁ ସିଧା ସ୍ୱସ୍ତିକ ବନେଇବେ। ଏହି ସ୍ୱସ୍ତିକ ବନେଇବା ସମୟରେ ଘିଅ ସିନ୍ଦୁରକୁ ମିଶେଇ ବନେଇବେ। ଚାଉଳକୁ ବି ପପେଶୀ ଅଳ୍ପ ଦେବେ। ଯେବେବି ସ୍ୱସ୍ତିକ ବନେଇବେ ସ୍ୱସ୍ତିକର ଦୁଇ ସାଇଟରେ ଦୁଇଟି ଲେଖା ଗାର ନିଶ୍ଚୟ ଦେବେ। ଆପଣଙ୍କ ଘରର ପୁରା ବାସ୍ତୁକୁ ଏହା ସମାପ୍ତ କରିଦେବ।

ଭଗବାନ ଗଣେଶ ଯିଏ ସ୍ୱସ୍ତିକର ସ୍ୱରୂପ ଅଟନ୍ତି ସିଏ ଭଗବାନ ଗଣେଶ ଅଟନ୍ତି। ତାଙ୍କର ଗୋଟେ ଫୋଟ କିମ୍ବା ମୂର୍ତି ଘରର ମୁଖ୍ୟ ଦ୍ୱାରର ଭିତର ପଟେ ଦ୍ଵାରର ଠିକ ଉପରେ ଲଗେଇ ଦିଅନ୍ତୁ। ଘର ଭିତରେ ଲଗେଇଲେ ତାଙ୍କ ପିଠି ବାହାର ଆଡ଼କୁ ରହିବ। କାରଣ ଭଗବାନ ଗଣେଶଙ୍କର ପିଠିରେ ଦୈତାଙ୍କ ବାସ ହୋଇଥାଏ। ଏହା ସହିତ ଭଗବାନ ଗଣେଶଙ୍କ ମଥାରେ ୩ଟି ମୟୁରପଙ୍ଖ ସଜେଇ ଦିଅନ୍ତୁ। ଏହା ପୁରା ଘରର ବାସ୍ତୁ ସମାପ୍ତ ହୋଇଯିବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *