Excuse Me Odisha

ଯାହା କହିବୁ ସତ କହିବୁ

ଖାଇ ସାରିବା ପରେ ଥାଳିରେ ହାତ ଧୋଉଥିବା ଲୋକ ନିଶ୍ଚୟ ଏହି ପୋଷ୍ଟଟିକୁ ପଢ଼ନ୍ତୁ ।

ସେୟାର୍ କରନ୍ତୁ

ବାସ୍ତୁଶାସ୍ତ୍ରରେ ଘର ଭିତରେ ସକରାତ୍ମକତା ବନାଇ ରଖିବା ପାଇଁ ଆଉ ସୁଖ ସମୃଦ୍ଧି ଆଣିବା ପାଇଁ ଅନେକ ମହତ୍ତ୍ୱପୂର୍ଣ ଉପାୟ କୁହାଯାଇଛି। ଶାସ୍ତ୍ରରେ ଏମିତି କିଛି କାର୍ଯ୍ୟ କରିବାକୁ ଅନୁଚିତ ମାନାଯାଇଛି। ଆଧୁନିକ ଜୀବନ ଶୈଳୀରେ ଆମ ଜୀବନରେ ଅନେକ ପ୍ରକାରର ପରିବର୍ତ୍ତନ ହୋଇଛି। ଏହି କାରଣରୁ ଲୋକେ ନିଜର ସଂସ୍କୃତିକୁ ଭୁଲି ଯାଇ ଅନେକ ପ୍ରକାରର ଭୁଲ ଅଭ୍ୟାସକୁ ଆପଣେଇ ନେଉଛନ୍ତି। ଯାହାର ପ୍ରଭାବ ତାଙ୍କର ଜୀବନ ଉପରେ ପଡୁଅଛି। ପୂର୍ବ କାଳରେ ଲୋକମାନେ ଭୂମି ଉପରେ ବସି ଖାଦ୍ୟ ଖାଉଥିଲେ।

ଯେଉଁ କାରଣରୁ ତାଙ୍କ ଶରୀର ଏବଂ ପୃଥିବୀର ଉର୍ଜାର ମିଳନ ହୋଇପାରୁଥିଲା ଆଉ ଯେଉଁ କାରଣରୁ ସେମାନେ ସୁସ୍ଥ ଏବଂ ବଳବାନ ହେଉଥିଲେ। ଆଜି କାଲି ଦେଖାଯାଉଛି କମଜୋରି ସାଧାରଣ କଥା ହୋଇଯାଇଛି। ପ୍ରାଚୀନ ଗ୍ରନ୍ଥରେ ଖାଦ୍ୟ ଖାଇବା ସମୟରେ କିଛି ନିୟମ କୁହାଯାଇଛି ଯାହା ଉପରେ ଆମକୁ ଧ୍ୟାନ ଦେବା ଉଚିତ। ଆଉ ଏହି ନିୟମ ବୈଜ୍ଞାନିକ ଦୃଷ୍ଟିକୋଣରୁ ବି ସତ ସାବ୍ୟସ୍ତ ହେଉଛି। ତେବେ ଆସନ୍ତୁ ଜାଣିନେବା ବାସ୍ତୁଶାସ୍ତ୍ର ଅନୁସାରେ ଭୋଜନ କରିବା ସମୟରେ ଆମକୁ କେଉଁ କଥାର ଧ୍ୟାନ ଦେବା ଉଚିତ।

ବାସ୍ତୁଶାସ୍ତ୍ର ଅନୁସାରେ ଭୋଜନ କକ୍ଷକୁ ବୃହସ୍ପତି ଗ୍ରହର ପ୍ରତୀକ ମାନାଯାଏ। ଭୋଜନ କକ୍ଷକୁ ସ୍ନାନ ଘର କିମ୍ବା ଶୌଚାଳୟ ଉପରେ ହେଉ କିମ୍ବା ତଳେ କେବେବି ନିର୍ମାଣ କରିବା ଉଚିତ ନୁହେଁ। ଭୋଜନ କକ୍ଷ ଶୌଚାଳୟର ଠିକ ସାମ୍ନାରେ ବି କେବେବି ନିର୍ମାଣ କରନ୍ତୁ ନାହିଁ। ଏମିତିକି ସ୍ନାନ ଘର କିମ୍ବା ଶୌଚାଳୟର କାନ୍ଥ ଏବଂ ଭୋଜନ କକ୍ଷର କାନ୍ଥ କେବେବି ଗୋଟେ ହେବା ଉଚିତ ନୁହେଁ। ଏହି କଥା ବି ଧ୍ୟାନ ରଖନ୍ତୁ କି ଭୋଜନ କକ୍ଷର କବାଟ କେବେବି ଶୌଚାଳୟର କବାଟ ସାମ୍ନାରେ ନିର୍ମାଣ କରିବା ଉଚିତ ନୁହେଁ। ଏହା ଦ୍ୱାରା ଶୌଚାଳୟର ସବୁ ନକରାତ୍ମକ ଉର୍ଜା ଭୋଜନ କକ୍ଷକୁ ପ୍ରବେଶ କରିଥାଏ ଯାହାର ପ୍ରଭାବ ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ପଡିଥାଏ।

ଭୋଜନ କରିବ ସମୟରେ ଦିଗ ପ୍ରତି ଧ୍ୟାନ କରିବା ଉଚିତ। ପୂର୍ବ କିମ୍ବା ଉତ୍ତର ଦିଗକୁ ମୁଖ କରି ଭୋଜନ କରିବା ଉଚିତ। ଏହା କଲେ ମନୁଷ୍ୟର ସ୍ୱାସ୍ଥ୍ୟ ଠିକ ରହିଥାଏ। ଆଉ ଦେବୀ ଦେବତାଙ୍କ କୃପା ବନି ରହିଥାଏ।

ଦକ୍ଷିଣ ଦିଗକୁ ମୁଖ କରି ଭୋଜନ କଲେ ସୁଖ ମାନ ସମ୍ମାନ ପ୍ରାପ୍ତି ହୋଇଥାଏ ଏବଂ ପିତୃପୁରୁଷଙ୍କ ଆଶୀର୍ବାଦ ମିଳିଥାଏ। କିନ୍ତୁ ଯେଉଁ ଲୋକଙ୍କର ମାତା ପିତା ଜୀବିତ ଅଛନ୍ତି ସେମାନେ ଦକ୍ଷିଣ ଦିଗକୁ ମୁଖ କରି କେବେବି ଭୋଜନ କରିବା ଉଚିତ ନୁହେଁ ବରଂ ତାଙ୍କ ମୁଖ ପଶ୍ଚିମକୁ ମୁଖ କରି ଭୋଜନ କରିବ ଉଚିତ।

ବାସ୍ତ ଅନୁସାରେ ନୈରତ କୋଣ ଅର୍ଥାତ ଦକ୍ଷିଣ ଏବଂ ପଶ୍ଚିମ ଦିଗ ଆଡ଼କୁ ମୁଖ କରି ଭୋଜନ କଲେ ପାଚନ ଶକ୍ତି କମଜୋର ହୋଇଥାଏ। ତଥା ପେଟ ସମ୍ବଦ୍ଧିତ ସମସ୍ୟା ହୋଇପାରେ।

ଆସନ୍ତୁ ଜାଣିବା ଭୋଜନ କରିବା ପୂର୍ବରୁ କଣ କରିବା ଉଚିତ।

ଭୋଜନ କରିବା ପୂର୍ବରୁ ପ୍ରଥମେ ହାତ ଗୋଡ଼ ଏବଂ ମୁଖକୁ ଭଲ ଭାବରେ ଧୋଇନେବା ଉଚିତ। ଏହା ଦ୍ବାରା ଆୟୁରେ ବୃଦ୍ଧି ହୋଇଥାଏ। ମଇଳା ଗୋଡ଼ରେ ଭୋଜନ କରିବା ଅଶୁଭ ବୋଲି ମାନାଯାଏ। ଜଳ ପଞ୍ଚତତ୍ତ୍ୱ ମଧ୍ୟରୁ ଗୋଟେ ଅଟେ। ଭୂମି ଉପରେ ବସିଲେ ପୃଥିବୀ ଏବଂ ଜଳ ତତ୍ତ୍ୱର ମିଳନ ହେବା ସ୍ୱାସ୍ଥ୍ୟ ପାଇଁ ଉତ୍ତମ ହୋଇଥାଏ। ଏହା ଦ୍ୱାରା ଶରୀରରେ ଉର୍ଜା ପ୍ରବାହ ଭଲ ଭାବରେ ହୋଇଥାଏ। ଏହା ସହିତ ମନକୁ ଏହା ଶାନ୍ତ ରଖିଥାଏ ଆଉ କ୍ରୋଧକୁ ଶାନ୍ତ ରଖିଥାଏ।

ଅଗ୍ନି କୋଣର ଦିଗ ଅର୍ଥାତ ଦକ୍ଷିଣ-ପୂର୍ବ ଦିଗକୁ ମୁଖ କରି ଭୋଜନ କଲେ ଯୌନ ସମ୍ବଦ୍ଧିତ ବିମାରୀରର ସମସ୍ୟା ହୋଇପାରେ। ଏହା ବ୍ୟତୀତ ସ୍ୱପ୍ନ ଦୋଷ ବି ହୋଇଥାଏ। ଶାସ୍ତ୍ର ଅନୁସାରେ ଭୂମି ଉପରେ ଚକରପିଣ୍ଡା ମାରି ଭୋଜନ କରିବା ସବୁଠାରୁ ଶୁଭ ମାନାଯାଏ। ଚିଆର ଉପରେ ବସି ଗୋଡ଼ ହଲେଇ ଭୋଜନ କରିବାକୁ ଅଶୁଭ ମାନାଯାଏ।

ଯେଉଁ ଲୋକଙ୍କୁ ଟଙ୍କାର ସମସ୍ୟା ଅଛି ତଥା ଧନ ରୋଜଗାର କରିବାର ଚିନ୍ତା ରହିଥାଏ ତାଙ୍କୁ ପଶ୍ଚିମ ଦିଗକୁ ମୁଖ କରି ଭୋଜନ କରିବା ଉଚିତ। ଏହି ଦିଗରେ ଭୋଜନ କଲେ ବ୍ୟକ୍ତିର ଆର୍ଥିକ ସ୍ଥିତି ଠିକ ରହିଥାଏ।

ଧ୍ୟାନ ରଖନ୍ତୁ ଭଙ୍ଗା ରୁଜା କିମ୍ବା ଅପରିଷ୍କାର ପାତ୍ରରେ ଭୋଜନ କରିବା ଉଚିତ ନୁହେଁ। ଏମିତି କଲେ ଦୁର୍ଭାଗ୍ୟକୁ ଆମନ୍ତ୍ରଣ କରିବା ଭଳି ହୋଇଥାଏ। ଯଦି ରୋଷେଇ ଘରେ ଭଙ୍ଗା ରୁଜା ବାସନ ଥିବ ତ ତାକୁ ତୁରନ୍ତ ବଦଳ କରିଦିଅନ୍ତୁ। ଭୋଜନ କରିବା ପାଇଁ ସବୁଠାରୁ ଉତ୍ତମ ପିତଳର ବାସନକୁ ମାନାଯାଇଛି। ଏହା ସହିତ ଭଗବାନଙ୍କୁ ବି ପ୍ରସାଦ ଦେବା ପାଇଁ ତମ୍ବା ପିତଳ ଏବଂ ଚାନ୍ଦିର ପାତ୍ର ବ୍ୟବହାର କରିବା ଉଚିତ।

ଭୋଜନ କେବେବି ନିଜ ବେଡ଼ ଉପରେ ବସି ଖାଇବେ ନାହିଁ। ଏହା ଦ୍ବାରା ଅନ୍ନର ଅପମାନ ହୋଇଥାଏ। ଆଉ ରାହୁ କେତୁ ଅପ୍ରସନ୍ନ ହୋଇଥାନ୍ତି। ବିଛଣା କାଠରେ ତିଆରି ହୋଇଥାଏ। କାଠ ଆମ ଶରୀରରେ ଥିବା ଉର୍ଜାକୁ ବାହାରକୁ କାଢ଼ିବାକୁ ଦିଏ ନାହିଁ। ଖାଦ୍ୟ ଖାଇବା ସମୟରେ ଆମର ଶରୀରରେ ଗର୍ମୀ ବାହାରି ଥାଏ। ବିଛଣାରେ ବସି ଖାଦ୍ୟ ଖାଇଲେ ଏହି ଗର୍ମୀ ଶରୀରରେ ଅଟକି ଯାଏ ଭୂମି ଉପରେ ପହଁଚି ପାରେନାହିଁ। ଏହା ଦ୍ବାରା ଆମର ପାଚନ ତନ୍ତ୍ର ଆହୁରି ବି ଖରାପ ହୋଇଯାଇଥାଏ। ଭୂମି ଉପରେ ବସି ଭୋଜନ କଲେ ଆମର ଶରୀରରେ ଥିବା ତାପମାତ୍ରା ଠିକ ରହିଥାଏ।

ଭୋଜନ କରିବା ସମୟରେ ଟିଭି ଦେଖିବା ବହି ପଢିବାକୁ ଅନୁଚିତ ମାନାଯାଇଛି। ଏହା ଆମ ସ୍ୱାସ୍ଥ୍ୟ ନଳୀରେ ଭୋଜନ ଅଟକି ଯିବାର ଭୟ ରହିଥାଏ। ଭୋଜନ ପରେ ତୁରନ୍ତ ପାଣି ପିଅନ୍ତୁ ନାହିଁ। ଖାଦ୍ୟ ଖାଇବାର ୪୦ ମିନିଟ ପରେ ପାଣି ପିଇବା ଉଚିତ।

ଭୋଜନ ପରେ କିଛି ଲୋକ ନିଜ ଥାଳିରେ ହିଁ ହାତ ଧୋଇଥାନ୍ତି। ଏମିତି କଲେ ମା ଅନ୍ନପୂର୍ଣ୍ଣାଙ୍କ ଅପମାନ ହୋଇଥାଏ। ଏହା ଦ୍ୱାରା ଚନ୍ଦ୍ର ଏବଂ ଶୁକ୍ର ବି ଅପ୍ରସନ୍ନ ହୋଇଯାନ୍ତି। ଆଉ ଘରର ଖୁସି ଚାଲି ଯାଇଥାଏ। ଏଥିପାଇଁ ଭୋଜନ କରିବା ପରେ କେବେବି ଥାଳିରେ ଭୁଲରେ ବି ହାତ ଧୋଇବେ ନାହିଁ। ଭୋଜନ ଥାଳିରେ ଅଇଁଠା ଖାଦ୍ୟ ଛାଡିବେ ନାହିଁ। ଏମିତି କଲେ ମା ଅନ୍ନପୂର୍ଣ୍ଣାଙ୍କ ଅପମାନ ହୋଇଥାଏ।

ଭୋଜନ କରିବା ସମୟରେ ଲଘୁ ଶଙ୍କା କରିବା ଉଚିତ। ଏହା ଦ୍ୱାରା ଶରୀର ସୁସ୍ଥ ରହିଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *