Excuse Me Odisha

ଯାହା କହିବୁ ସତ କହିବୁ

ମୂଷା ଦାଉରୁ ରକ୍ଷା ପାଇବା ପାଇଁ ଚାହୁଁଥିଲେ, ଆପଣାନ୍ତୁ ଏହି ଘରୋଇ ଉପାୟ

ସେୟାର୍ କରନ୍ତୁ

ଅଧିକାଂଶ ଲୋକଙ୍କ ଘରେ ମୂଷା ଦେଖିବାକୁ ମିଳିଥାଏ। ମୂଷା ଘରେ ରହିବା ଦ୍ଵାରା ଅନେକ କ୍ଷତି କରିଥାନ୍ତି, ଯେପରି ଧାନ ବୁରା କାଟି ଦେବା, ଘରେ ଗାତ କରି ଦେବା, ସବୁ ଖାଦ୍ୟଦ୍ରବ୍ୟକୁ ନଷ୍ଟ କରି ଦେଇଥାନ୍ତି। କପଡ଼ା ଠାରୁ ଆରମ୍ଭ କରି ବିଜୁଳି ତାର ମଧ୍ୟ ମୂଷା କାଟି ଦେଇଥାଏ।

ଏଥିପାଇଁ ଅନେକ ଲୋକେ ମୂଷା ଯୋଗୁଁ ବିରକ୍ତ ହୋଇ ଯାଇଥାନ୍ତି। ତେବେ ମୂଷା ଦାଉରୁ ରକ୍ଷା ପାଇବା ପାଇଁ ଆଜି ଆମେ ଆପଣଙ୍କୁ ଏକ ପ୍ରାକୃତିକ ଘରୋଇ ଉପାୟ ବିଷୟରେ କହିବାକୁ ଯାଉଛୁ। ଏହି ଉପାୟକୁ ପ୍ରୟୋଗ କରିବା ଦ୍ୱାରା ଖୁବ୍ ଅଳ୍ପ ସମୟ ମଧ୍ୟରେ ମୂଷା ମରିଯିବ ନଚେତ ଘରୁ ପଳାଇବ। ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

ଏହି ଉପାୟକୁ କରିବା ପାଇଁ ଆପଣଙ୍କୁ ପ୍ରଥମ ସାମଗ୍ରୀର ଆବଶ୍ୟକତା ରହିଛି, ତାହା ହେଉଛି ବିଲାତି। ତେଣୁ ଗୋଟେ ବିଲାତି ନିଅନ୍ତୁ। ଏହାର ଚାରି ପାଖରେ ଚାମୋଚ ସାହାଯ୍ୟରେ ପିଟନ୍ତୁ।ଏହାପରେ ଗୋଟେ ଛୁରୀ ନେଇ ବିଲାତି ମଝିରେ କାଟି ଏଥିରେ ଲଙ୍କା ଗୁଣ୍ଡ ପକାଇ ଦିଅନ୍ତୁ। ତାପରେ ଆପଣଙ୍କ ଘରେ ମୂଷା ହେଉଥିବା ସ୍ଥାନରେ ଏହି ବିଲାତିକୁ ରଖି ଦିଅନ୍ତୁ। ଦେଖିବେ ମୂଷା ଏହାକୁ ଖାଇ ଖୁବ୍ ଶୀଘ୍ର ଆପଣଙ୍କ ଘରୁ ଦୂରେଇ ଯିବେ।

ଆଉ ଏକ ଉପାୟ କରିବା ଦ୍ଵାରା ମଧ୍ୟ ମୂଷା ଘରୁ ପଳାଇବେ। ସେଥିପାଇଁ ଆପଣଙ୍କୁ ତିନୋଟି ସାମଗ୍ରୀର ଆବଶ୍ୟକତା ରହିଛି। ତାହା ହେଉଛି ଚିନି, ଲଙ୍କା ଗୁଣ୍ଡ ଓ ବିଲାତି। ପ୍ରଥମେ ଆପଣ ଫାଳେ ବିଲାତି ନିଅନ୍ତୁ ଏବଂ ସେଥିରେ ଲଙ୍କା ଗୁଣ୍ଡକୁ ଭଲଭାବରେ ମଡାଇ ଦିଅନ୍ତୁ। ଲଙ୍କା ଗୁଣ୍ଡ ଭଲ ଭାବରେ ଲଗାଇ ସାରିବା ପରେ ଏହା ଉପରେ ଅଳ୍ପ ଚିନି ମଧ୍ୟ ମଡାଇ ଦିଅନ୍ତୁ। ଚିନିକୁ ଏଭଳି ଭାବରେ ରଖନ୍ତୁ ଯେପରି ତଳେ ଥିବା ଲଙ୍କା ଗୁଣ୍ଡ ବାହାରକୁ ଦେଖା ଯିବ ନାହିଁ।

ଏହାକୁ ଖାଇବା ପରେ ମୂଷାକୁ ଶୋଷ ଲାଗିବ ଏବଂ ପାଣି ବିକଳରେ ସେ ଘରୁ ପଳାଇବ ନଚେତ ମରି ଯିବ। ତେଣୁ ଏହି ଚମତ୍କାର ଘରୋଇ ଉପାୟ କରନ୍ତୁ, ଦେଖିବେ ନିଶ୍ଚିତ ଭାବରେ ସୁଫଳ ପାଇବେ।

ବନ୍ଧୁଗଣ, ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା, ତାହେଲେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଶ୍ଚିତ ଭାବରେ ସମସ୍ତଙ୍କୁ ସେୟାର କରନ୍ତୁ। ଆଗକୁ ଆମ ସହିତ ରହିବା ପାଇଁ ଆମ ଫେସବୁକ ପେଜକୁ ଲାଇକ କରନ୍ତୁ। ଧନ୍ୟବାଦ୍!

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *