Excuse Me Odisha

ଯାହା କହିବୁ ସତ କହିବୁ

ଘରେ ଅଧିକ ଜନ୍ଦା ପିମ୍ପୁଡ଼ି ହେଉଥିଲେ, ଆପଣାନ୍ତୁ ଏହି ୫ ଗୋଟି ଘରୋଇ ଉପାୟ। ଜାଣନ୍ତୁ କଣ ସେହି ଉପାୟ।

ସେୟାର୍ କରନ୍ତୁ

ବନ୍ଧୁଗଣ ଘରକୁ ଜନ୍ଦା ଓ ପିମ୍ପୁଡ଼ି ମାନଙ୍କୁ ଅତିଥି ରୂପରେ ନିମନ୍ତ୍ରଣ କରିବାକୁ ପଡେ ନାହିଁ। କାରଣ ସାଧାରଣତଃ ପିମ୍ପୁଡ଼ି ଓ ଜନ୍ଦା ମାନେ ଗ୍ରୀଷ୍ମ ଋତୁରେ ଦେଖିବାକୁ ମିଳି ଥାଆନ୍ତି। ଘରେ ପିମ୍ପୁଡ଼ି ଓ ଜନ୍ଦା ମାନେ ବହୁତ ହଇରାଣ କରିଥାନ୍ତି। ଏହି ପିମ୍ପୁଡ଼ି ଓ ଜନ୍ଦା ମାନଙ୍କୁ ଘରୁ ଦୂର କରିବା ପାଇଁ ଆଜି ଆମେ ଆପଣଙ୍କୁ ପ୍ରାକୃତିକ ଘରୋଇ ଉପାୟ ବିଷୟରେ କହିବାକୁ ଯାଉଛୁ। ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା

ଖଡ଼ି –

ପିମ୍ପୁଡ଼ି ଦାଉରୁ ମୁକ୍ତି ପାଇବା ପାଇଁ ଖଡ଼ି ବ୍ୟବହାର କରାଯାଇଥାଏ।କହି ରଖୁଛୁ କୁ ଖଡିରେ କ୍ୟାଲସିୟମ କାର୍ବୋନେଟ ରହିଥାଏ। ତେଣୁ ଏହି ଖଡିକୁ ବ୍ୟବହାର କରି ପିମ୍ପୁଡ଼ି ଦୂର କରା ଯାଇଥାଏ।

ଗୋଲମରିଚ ଗୁଣ୍ଡ –

ଯଦି ଆପଣ ପିମ୍ପୁଡ଼ି ମାନଙ୍କ ଦାଉରୁ ରକ୍ଷା ପାଇବା ପାଇଁ ଚାହୁଁଛନ୍ତି, ତାହେଲେ ଗୋଲମରିଚ ଗୁଣ୍ଡ ବ୍ୟବହାର କରନ୍ତୁ, ଦେଖିବେ ନିଶ୍ଚିତ ଭାବରେ ସୁଫଳ ପାଇବେ।ଏଥିପାଇଁ ଆପଣ ପାଣିରେ ଗୋଲମରିଚ ଗୁଣ୍ଡକୁ ମିଶାଇ ପିମ୍ପୁଡ଼ି ହେଉଥିବା ସ୍ଥାନରେ ସ୍ପ୍ରେ କରନ୍ତୁ। ଦେଖିବେ କିଛି ସମୟ ମଧ୍ୟରେ ପିମ୍ପୁଡ଼ି ଦୂର ହୋଇଯିବେ।

ଲେମ୍ବୁ –

ଯଦି ଆପଣ ଘରୁ ପିମ୍ପୁଡ଼ି ଦୂର କରିବାକୁ ଚାହାନ୍ତି, ତାହେଲେ ପିମ୍ପୁଡ଼ି ହେଇଥିବା ସ୍ଥାନରେ ଲେମ୍ବୁ ରସ ସିଞ୍ଚନ କରନ୍ତୁ ବା ଲେମ୍ବୁ ଚୋପା ପକାଇ ଦିଅନ୍ତୁ।

ଲୁଣ –

ଘରୁ ପିମ୍ପୁଡ଼ି ମାନଙ୍କୁ ଦୂର କରିବା ପାଇଁ ଆପଣ ଲୁଣର ମଧ୍ୟ ପ୍ରୟୋଗ କରି ପାରିବେ। ଦେଖିବେ ନିଶ୍ଚିତ ଭାବରେ ଆପଣଙ୍କୁ ସୁଫଳ ମିଳିବ

କମଳା –

ଆପଣ କମଳାର ପ୍ରୟୋଗ କରି ପିମ୍ପୁଡ଼ି ମାନଙ୍କୁ ଦୂର କରି ପାରିବେ। ଏଥିପାଇଁ ଆପଣ ଗରମ ପାଣି ଓ କମଳାର ଚୋପା ନେଇ ପେଷ୍ଟ ପ୍ରସ୍ତୁତ କରନ୍ତୁ। ତାପରେ ଘରର ଯେଉଁ ସ୍ଥାନରେ ଅଧିକ ପିମ୍ପୁଡ଼ି ହେଉଛନ୍ତି, ସେହି ସ୍ଥାନରେ ଏହି ପେଷ୍ଟକୁ ଲଗାଇ ଦିଅନ୍ତୁ।

ଭିନେଗାର –

ଭିନେଗାର ସାହାଯ୍ୟରେ ମଧ୍ୟ ଆପଣ ଘରୁ ପିମ୍ପୁଡ଼ି ଦୂର କରି ପାରିବେ। ତେଣୁ ପିମ୍ପୁଡ଼ି ହେଉଥିବା ସ୍ଥାନରେ ଆପଣ ଅଳ୍ପ ଭିନେଗାର ପକାଇ ଦିଅନ୍ତୁ।

ସେଓ ରସ –

ସେଓ ରସକୁ ପାଣିରେ ମିଶାଇ ପିମ୍ପୁଡ଼ି ହେଉଥିବା ସ୍ଥାନରେ ସ୍ପ୍ରେ କରି ଦିଅନ୍ତୁ। ଏଭଳି ଗୋଟେ ସପ୍ତାହ ପର୍ଯ୍ୟନ୍ତ କରନ୍ତୁ, ଦେଖିବେ ଖୁବ୍ ଶୀଘ୍ର ପିମ୍ପୁଡ଼ି ମାନେ ସେହି ସ୍ଥାନ ଛାଡି ପଳାଇବେ।

ଡାଲଚିନି –

ଘରେ ପିମ୍ପୁଡ଼ି ହେଉଥିବା ସ୍ଥାନରେ ଗୋଟେ ଡାଲଚିନି ଖଣ୍ଡ ରଖି ଦିଅନ୍ତୁ, ଏହାର ବାସ୍ନାରେ ପିମ୍ପୁଡ଼ି ପଳାଇବେ। କାରଣ ପିମ୍ପୁଡ଼ି ମାନଙ୍କୁ ଡାଲଚିନିର ବାସ୍ନା ପସନ୍ଦ ନୁହେଁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *