Excuse Me Odisha

ଯାହା କହିବୁ ସତ କହିବୁ

ମହିଳା ମାନେ ପୋଛା ଲଗେଇବା ଦ୍ଵାରା କାହିଁକି ଘରକୁ ଆସିଥାଏ ଗରିବୀ ! ଜାଣନ୍ତୁ …….

ସେୟାର୍ କରନ୍ତୁ

କାହିଁକି ମହିଳା ମାନଙ୍କୁ ପୋଛା ଲଗେଇବାକୁ ମନା କରାଯାଇଛି। ଆସନ୍ତୁ ଜାଣିବା।

ବନ୍ଧୁଗଣ ଧନର ଦେବୀ ମା ଲକ୍ଷ୍ମୀଙ୍କ ବାସ ସେହି ଘରେ ହୋଇଥାଏ ଯେଉଁଠି ସଫା ସୁତରା ସହିତ ପୋଛା ଲଗେଇବାର କିଛି ନିୟମ ଉପରେ ଧ୍ୟାନ ରଖିଥାନ୍ତି। ଆସନ୍ତୁ ଜାଣିବା ଏମିତି କଣ କଲେ ଯାହା ଘରେ ଧନ ଆସିବା ଲାଗିରହିବ।

ବନ୍ଧୁଗଣ ଅନେକ ଲୋକ ଜଣା ଅଜାଣତରେ ପୋଛା ଲଗେଇବା ସମୟରେ କିଛି ଏମିତି ଭୁଲ କରିଦିଅନ୍ତି ଯେଉଁ କାରଣରୁ ଘରେ ଗରିବୀ ନିଜର ବାସ ବନେଇ ଦେଇଥାଏ। ଆଉ ଧନ ଆସିବା ପରିବର୍ତେ ପୁଣି ଫେରି ଯାଇଥାଏ। ଏଥିପାଇଁ ଏହି ମହିଳାଙ୍କୁ ଏମିତି ପୋଛା କେବେବି ଲଗେଇବା ଉଚିତ ନୁହେଁ। କାହିଁକିନା ଏହାକୁ ଘୋର ଅନର୍ଥ ମାନାଯାଏ।

ପ୍ରଥମ। ବେଦ ପୁରାଣ ଅନୁସାରେ ସନ୍ତାନ ଇଶ୍ୱରଙ୍କ ରୂପ ହୋଇଥାଏ। ଶାସ୍ତ୍ରରେ ପିଲାଙ୍କୁ ବହୁତ ମହତ୍ୱ ଦିଆଯାଇଛି। ଏମିତିରେ ଅନେକ ଲୋକେ କଣ କରିଥାନ୍ତି ନା ଜଣା ଅଜଣାତରେ ଜାଣି ଶୁଣି ବି ଛୋଟ ଛୋଟ ପିଲାଙ୍କୁ ଝାଡୁ ପୋଛା କରାଇଥାନ୍ତି। ଏହା ଦ୍ବାରା ମା ଲକ୍ଷ୍ମୀ କ୍ରୋଧିତ ହୋଇଥାନ୍ତି। ଏହା ଦ୍ବାରା ବ୍ୟକ୍ତିର ନର୍କର ଦ୍ୱାର ଖୋଲି ଯାଇଥାଏ। ଏଥିପାଇଁ ଛୋଟ ପିଲାଙ୍କୁ କେବେବି ଝାଡୁ ପୋଛା କିମ୍ବା କୌଣସି କଠିନ କାର୍ଯ୍ୟ କରାଇବେ ନାହିଁ। ଏହି କଥା ଗରୁଡ଼ ପୁରାଣରେ ଉଲ୍ଲେଖ ଅଛି।

ଦ୍ଵିତୀୟରେ। ବାସ୍ତୁଶାସ୍ତ୍ର ଅନୁସାରେ କେବେବି ନିଜ ଘରେ ପୋଛା ଲଗାଉଛନ୍ତି ତ ଦିପ୍ରହର ପରେ କେବେବି ପୋଛା ଲଗାନ୍ତୁ ନାହିଁ। କାରଣ ଏହି ସମୟକୁ ଶୁଭ ମାନାଯାଏ ନାହିଁ। ଯଦି ଧନର ପ୍ରାପ୍ତି ଚାହୁଁଛନ୍ତି ଆଉ ଘରେ ଲକ୍ଷ୍ମୀଙ୍କ ବାସ ଚାହୁଁଛନ୍ତି ତ ନିଜ ଘରେ ସକାଳୁ ସକାଳୁ ଉଠି ସଫା ସୁତରା ବା ଝାଡୁ ପୋଛା କରିବା ଉଚିତ। ଏମିତି କରିଲେ ସକାରାତ୍ମକ ପରିଣାମ ମିଳିଥାଏ ଏବଂ ଧନର ନୂତନ ସ୍ତତ୍ର ମିଳିଥାଏ। କାରଣ ସକାଳେ ଧନର ଦେବୀ ମା ଲକ୍ଷ୍ମୀଙ୍କର ଆଗମନ ହୋଇଥାଏ।

ତୃତୀୟରେ। ନିମ ପତ୍ର। ବନ୍ଧୁଗଣ ଅଳ୍ପ ନିମ ପତ୍ର ନେଇ କୌଣସି ପାତ୍ରରେ ନେଇ ଫୁଟେଇ ଦିଅନ୍ତୁ। ପାଣି ଫୁଟିବା ପରେ ସେହି ପତ୍ରକୁ କାଢି ଦିଅନ୍ତୁ ଏବଂ ସେଥିରୁ ୧ ଗ୍ଲାସ ପାଣି ନେଇ ପୋଛା ଲଗାଉଥିବା ପାଣିରେ ମିଶେଇ ପୋଛା ଲଗାନ୍ତୁ। ଏମିତି ସପ୍ତାହରେ ଥରେ ଏମିତି କରୁଛନ୍ତି ତ ଆପଣଙ୍କ ଘରେ ମା ଲକ୍ଷ୍ମୀଙ୍କ ବାସ ହୋଇଯିବ। ଏହି ପତ୍ରରେ ବହୁତ ଦିବ୍ୟ ଶକ୍ତି ଥାଏ ତା ସହିତ ଅନେକ ରୋଗ ଦୂର ହୋଇଥାଏ। ଏହା ଦ୍ୱାରା କୌଣସି ନକରାତ୍ମକ ଶକ୍ତି ପ୍ରବେଶ କରିନଥାଏ। ଏହା ସହିତ ସପ୍ତସହରେ ଥରେ ଲୁଣ ମିଶ୍ରିତ ପାଣିରେ ପୋଛା ମାରନ୍ତୁ। ଲୁଣ ଅନେକ ଜୀବାଣୁ ନାଶ କରିଥାଏ।

ଚତୁର୍ଥ କଥା। ସପ୍ତାହରେ ଗୁରୁବାର ଦିନ ପୋଛା ମାରନ୍ତୁ ନାହିଁ। ବାସ୍ତୁ ଅନୁସାରେ ଘର ଭିତରେ ପୂର୍ବ ଦିଗରେ ଐଶ୍ଵଣ୍ୟ କୋଣର ସ୍ୱାମୀ ହେଉଛନ୍ତି ଗୁରୁ। ଏହି ଦିନ ଘରର କୋଣରେ ପୋଛା ଲଗାଇବା ଦ୍ୱାରା ଗୁରୁ ଗ୍ରହ ଅଶୁଭ ଫଳ ପ୍ରଦାନ କରିଥାନ୍ତି। ବ୍ୟକ୍ତିକୁ ଭାଗ୍ୟର ସାଥ ମିଳିନଥାଏ। କୁହାଯାଏ ଗୁରୁ ଯେତେବେଳେ କମଜୋର ହୋଇଯାଏ ସନ୍ତାନର ମୃତ୍ୟୁ ହୋଇଥାଏ। ମହିଳା ମାନଙ୍କୁ ବନ୍ଧ୍ୟା ଦୋଷ ଲାଗିଥାଏ। ସ୍ୱାମୀଙ୍କ ଉପରେ ଆସିଥାଏ କଷ୍ଟ।

ଘରର ୩ ଜଣ ମହିଳାଙ୍କୁ ଝାଡୁ ଲଗେଇବା ଉଚିତ ନୁହେଁ। ଘୋର ପାପ ଲାଗିଥାଏ। ଏହି ଭୁଲ କେବେବି କରିବେ ନାହିଁ।

ଗର୍ଭବତୀ ମହିଳା। ଶାସ୍ତ୍ର ଅନୁସାରେ କୁହାଯାଏ କି କୌଣସି ଗର୍ଭବତୀ ମହିଳାଙ୍କୁ ଝାଡୁ ଛୁଇଁବା ଉଚିତ ନୁହେଁ। ଅର୍ଥାତ ଝାଡୁ ଲଗେଇବା ଉଚିତ ନୁହେଁ। ମାନ୍ୟତା ଅଛି ଏହା ଦ୍ୱାରା ହେବାକୁ ଥିବା ସନ୍ତାନକୁ କଷ୍ଟ ହୋଇଥାଏ। ଏବଂ ଜନ୍ମ ଦେବା ମହିଳାଙ୍କୁ ଘୋର ପାପ ଲାଗିଥାଏ। କାହିଁକିନା ଗର୍ଭବତୀ ମହିଳାଙ୍କୁ ବହୁତ କଷ୍ଟ ସହିବାକୁ ପଡିଥାଏ। ଶାସ୍ତ୍ର ଅନୁସାରେ ଏହି ଅବସ୍ଥାରେ ଝାଡୁ ପୋଛା ଲଗେବା ଉଚିତ ନୁହେଁ। ଆୟୁର୍ବେଦ ଅନୁସାରେ ଏହି ଅବସ୍ଥାରେ ୟଗା ଆସନ କରନ୍ତୁ। ଏହି ୟଗା ଆସନ କରିବା ଦ୍ୱାରା ସନ୍ତାନ ସୁସ୍ଥ ହେବା ସହିତ ବୁଦ୍ଧିମାନି ବି ହୋଇଥାଏ। ଝାଡୁ କରିବା ଦ୍ୱାରା ଶରୀରକୁ ବହୁତ ପ୍ରେସର ପଡିଥାଏ।

ବୀମାର ବ୍ୟକ୍ତି। ଶାସ୍ତ୍ର ଅନୁସାରେ ବୀମାର ବ୍ୟକ୍ତିଙ୍କୁ କେବେବି ଝାଡୁ କରିବା ଉଚିତ ନୁହେଁ। ତାକୁ ଆରାମ କରିବା ଦରକାର। ଏଥିପାଇଁ ଏହି ଅବସ୍ଥାରେ ଝାଡୁ କରିବା ଉଚିତ ନୁହେଁ। ଏହି ଅବସ୍ଥାରେ ଝାଡୁ କରିବା ଘୋର ପାପ ମାନାଯାଇଛି। କାହିଁକିନା ଝାଡୁ ଲଗେଇବା ପାଇଁ ପର୍ଯ୍ୟାପ୍ତ ଉର୍ଜାର ଆବଶ୍ୟକତା ପଡିଥାଏ। ଝାଡୁ ସେତେବେଳେ ଲଗାନ୍ତୁ ଯେତେବେଳେ ଆପଣ ଶାରୀରିକ ଅବସ୍ଥାରେ ସୁସ୍ଥ ଥିବେ। ମାନ୍ୟତା ଅଛି ଯେବେ କୌଣସି ବୀମାର ବ୍ୟକ୍ତି ଝାଡୁ କଲେ ଧନର ହାନି ହୋଇଥାଏ। ଧନ ସମ୍ପତ୍ତି ଧୀରେ ଧୀରେ କ୍ଷତି ହେବାକୁ ଲାଗିଥାଏ।

ମାସିକ ଧର୍ମ ସମୟରେ। ମହିଳାଙ୍କର ମାସିକ ପୀଡା ଏହା ଏମିତି ଏକ କଷ୍ଟ ପ୍ରାୟ ସମସ୍ତେ ଜାଣିଛନ୍ତି। କୁହାଯାଏ କି ଏହି ସମୟରେ ମହିଳା ମାନଙ୍କୁ ଆରାମ କରିବା ଉଚିତ। ଆଉ ଘରେ ଏମିତି କାର୍ଯ୍ୟ କରିବା ଉଚିତ ନୁହେଁ ଯେଉଁଥିରେ କଷ୍ଟ ଆହୁରି ବଢିଯିବ। ଏହି ସମୟରେ ରୋଷେଇ ଘରକୁ ଯିବା ଉଚିତ ନୁହେଁ କି ଝାଡୁକୁ ଛୁଇଁବା ଉଚିତ ନୁହେଁ। ଏହି ସମୟରେ ତୁଳସୀରେ ପାଣି ବି ଅର୍ପଣ କରିବା ଉଚିତ ନୁହେଁ। ମାନ୍ୟତା ଅଛି କି ମାସିକ ଧର୍ମ ସମୟରେ ଘରେ ଝାଡୁ ପୋଛା କେବେବି କରିବା ଉଚିତ ନୁହେଁ।

ଘୋର ପାପ ଲାଗିଥାଏ। ଏହା ଦ୍ବାରା ଝାଡୁ ଅପବିତ୍ର ହୋଇଯାଇଥାଏ। ସ୍ତ୍ରୀକୁ ପାପ ଲାଗିଥାଏ। ଏହା ଦ୍ବାରା ଘରେ ଧନର ହାନି ହେବାକୁ ଲାଗିଥାଏ। ମା ଲକ୍ଷ୍ମୀ କ୍ରୋଧିତ ହୋଇଯାନ୍ତି। ଏହି ସମୟରେ ମହିଳାଙ୍କୁ ଆରାମ କରିବା ଉଚିତ। ଏହି ମାସିକ ଧର୍ମ ସମୟରେ ଯେଉଁ ବି ବ୍ୟକ୍ତି ମହିଳାଙ୍କୁ କାମ କରାଇ ଥାଏ ତାକୁ ବି ଘୋର ପାପ ଲାଗିଥାଏ। ଏହି ସମୟରେ ମହିଳାଙ୍କୁ ବହୁତ କଷ୍ଟ ହୋଇଥାଏ। ତ ଏହି ସମୟରେ ମହିଳାଙ୍କୁ ଆରାମ କରିବା ଉଚିତ।

ମାସିକ ଧର୍ମ ସମୟରେ ସ୍ୱାମୀ ସ୍ତ୍ରୀଙ୍କୁ ଦୂରତା ବନେଇ ରଖିବା ଉଚିତ। ଏହି ସମୟରେ ସ୍ତ୍ରୀ ସହିତ ସମ୍ଭୋଗ କରିବା ତାଙ୍କୁ ହଇରାଣ କରିବା ଘୋର ପାପ ବୋଲି ମାନାଯାଏ। ଏହା ଦ୍ବାରା ଆପଣଙ୍କର ନର୍କର କବାଟ ଖୋଲି ଯାଇପାରେ। ଆପଣଙ୍କର ପରବର୍ତୀ ଜନ୍ମ କୌଣସି ପଶୁ ରୂପରେ ହୋଇପାରେ। ଏହି ସମୟରେ ଯେଉଁ ବି ପୁରୁଷ କୌଣସି ମହିଳା ସହିତ ସମ୍ଭୋଗ କରିଥାଏ କିମ୍ବା ତାକୁ ହଇରାଣ କରିଥାଏ ତ ତାକୁ ନର୍କକୁ ଯିବାକୁ ପଡିଥାଏ। କାହିଁକିନା ଏହି ସମୟରେ ମହିଳା ଶାରୀରିକ ରୂପରେ ଦୁର୍ବଳ ହୋଇଥାନ୍ତି।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *