Excuse Me Odisha

ଯାହା କହିବୁ ସତ କହିବୁ

କଇଁଛ ମୁଦି କିଏ ଏବଂ କିପରି ପିନ୍ଧିଲେ ମଣିଷ ଧନୀ ହୁଏ !

ସେୟାର୍ କରନ୍ତୁ

ବନ୍ଧୁଗଣ ଆଜିକାଲି ସମସ୍ତେ ଏହି କଇଁଛ ମୁଦି ପିନ୍ଧୁଥିବାର ଆପଣ ମାନେ ନିଶ୍ଚିତ ଦେଖୁଥିବେ ମାତ୍ର ଅନେକ ବ୍ୟକ୍ତି ଙ୍କୁ ଏହା ଜଣା ନଥାଏ ଯେ ଏହାକୁ କିପରି ପିନ୍ଧିବେ କେଉଁ ଧାତୁର ଅଥବା କେଉଁ ଦିନ ପିନ୍ଧିବେ।

ଏହି କଇଁଛ ର ମୁଦି କୁ କେଉଁ ରାଶିର ବ୍ୟକ୍ତି ପିନ୍ଧିବା ଦ୍ଵାରା ଲାଭବାନ ହୋଇଥାନ୍ତି ଏବଂ କେଉଁ ରାଶିର ବ୍ୟକ୍ତି ଏହାକୁ ପିନ୍ଧିବା ଦ୍ଵାରା କ୍ଷତି ମଧ୍ୟ ହୋଇଥାଏ। ଆଜି ଆମ୍ଭେ ଆପଣ ମାନଙ୍କୁ ଏହି ସମ୍ବନ୍ଧରେ ବିଶେଷ ବିବରଣୀ ଦେବାକୁ ଯାଉଅଛୁ। ପୁରାଣ ଶାସ୍ତ୍ର ଅନୁଯାୟୀ ଏହି କଇଁଛ ଭଗବାନ ବିଷ୍ଣୁ ଙ୍କର ରୂପାସ୍ଵରୂପ ଅଟେ। ମା ଲକ୍ଷ୍ମୀ ମଧ୍ୟ ଭଗବାନ ବିଷ୍ଣୁ ଙ୍କ ସହିତ ଜଳ ସାଗରରେ ବିରାଜିତ। ଏଣୁ ଶ୍ରୀ ହରୀ ବିଷ୍ଣୁ ଙ୍କ ସହିତ ମା ଲକ୍ଷ୍ମୀ ଙ୍କର ମଧ୍ୟ ଅପାର କୃପା ଏହି କଇଁଛ ମଧ୍ୟରେ ରହିଅଛି।

ଯଦି ଆପଣ କଇଁଛ ର ମୁଦି ପିନ୍ଧୁଛନ୍ତି ତେବେ ତାହା ରୂପା ର ହେବା ଆବଶ୍ୟକ। କାରଣ ଏହା ଜଳତତ୍ଵ ର ଅଟେ। ଏଣୁ ରୂପାର ମୁଦି ପିନ୍ଧିବା ଆବଶ୍ୟକ। ମାତ୍ର ଆପଣଙ୍କ ରାଶି ଅନୁଯାୟୀ ଆପଣ ଧାତୁ ଚୟନ କରି ପାରିବେ। ଏହି କଇଁଛ ର ମୁଦି କୁ କେବଳ ଦକ୍ଷିଣ ହସ୍ତ ଅଥବା ଡାହାଣ ହାତ ରେ ପିନ୍ଧି ପାରିବେ। ନାରୀ ହୁଅନ୍ତୁ ଅଥବା ପୁରୁଷ ଏହି କଇଁଛର ମୁଦିକୁ କେବଳ ଡାହାଣ ହାତରେ ପିନ୍ଧି ପାରିବେ।

ଏହି କଇଁଛ ର ମୁଦି କୁ କେବେ ମଧ୍ୟ କନିଷ୍ଠ ଆଙ୍ଗୁଳି ବୃଦ୍ଧା ଆଙ୍ଗୁଳି ଅଥବା ତର୍ଜନୀ ଆଙ୍ଗୁଳି ରେ ପିନ୍ଧିବା ଆଦୌ ଉଚିତ ନୁହେଁ। ଏହାକୁ କେବଳ ମଧ୍ୟମା ଅଥବା ଅନାମିକା ଅଙ୍ଗୁଳିରେ ପିନ୍ଧି ପାରିବେ। ଏହାଛଡା ମେଷ ରାଶି, ସିଂହ ରାଶି, ଧନୁ ରାଶି ଆଦି ରାଶିର ଲୋକେ ପିନ୍ଧିବା ଦ୍ଵାରା ବହୁତ ଲାଭବାନ ହୋଇଥାନ୍ତି। ମାତ୍ର କନ୍ୟା ରାଶି, ବିଛା ରାଶି, ମୀନ ରାଶିର ବ୍ୟକ୍ତି ବିଶେଷ ମାନଙ୍କ ନିମନ୍ତେ ଏହା ଅତ୍ୟନ୍ତ ଅଶୁଭ ହୋଇଥାଏ।

ଏମାନଙ୍କ ବ୍ୟତୀତ ଅନ୍ୟ ରାଶି ମାନଙ୍କ ନିମନ୍ତେ ଏହା ସମଫଳ ଦାୟକ ହୋଇଥାଏ। ଏହି କଇଁଛ ମୁଦି କୁ ଶୁକ୍ରବାର ଦିନ କିଣିବା ତଥା ଶୁକ୍ରବାର ଦିନ ପିନ୍ଧିବାର ବିଧି ରହିଅଛି। ଦିନ ବେଳା ଅଥବା ସୂର୍ଯ୍ୟାସ୍ତ ସମୟରେ ଏହାକୁ ପିନ୍ଧିବାର ନିୟମ ମଧ୍ୟ ରହିଅଛି। ଏହା ବ୍ୟତୀତ ଆହୁରି ଅନେକ ନିୟମ ମାନ ରହିଅଛି। ଏହି କଇଁଛ ମୁଦି କୁ ପିନ୍ଧିବା ପୂର୍ବରୁ ଏହାକୁ ଗଙ୍ଗା ଜଳରେ ଭଲ ଭାବେ ଧୋଇ ଦିଅନ୍ତୁ।

ଏହାପରେ ପଞ୍ଚାମୃତ ଛିଞ୍ଚନ କରି ନିଅନ୍ତୁ। ଏହି କଇଁଛ ମୁଦି କୁ ପିନ୍ଧିବା ପୂର୍ବରୁ ଲକ୍ଷ୍ମୀ ନାରାୟଣ ଙ୍କ ନିକଟରେ ପ୍ରଥମେ ପୂଜା କରି ନିଅନ୍ତୁ। ବନ୍ଧୁଗଣ ଏହିଭଳି ଭାବରେ ନିୟମ ମାନି ଏହାକୁ ପିନ୍ଧିଲେ ଆପଣଙ୍କୁ ଶୁଭଫଳ ପ୍ରାପ୍ତ ହୋଇଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *