Excuse Me Odisha

ଯାହା କହିବୁ ସତ କହିବୁ

ଏହି ମାସରେ ଜନ୍ମ ହୋଇଥିବା ଝିଅମାନେ ହୋଇଥାନ୍ତି ସାକ୍ଷାତ ଦେବୀ ଲକ୍ଷ୍ମୀ। ଜାଣନ୍ତୁ ସେହି ଝିଅମାନଙ୍କ ବିଷୟରେ।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ପୋର୍ଟାଲକୁ ବହୁତ ସ୍ଵାଗତ ଜଣାଉଛୁ। ଆଜି ଆମେ ଜାଣିବା କି କେଉଁ ମାସରେ ଜନ୍ମ ହୋଇଥିବା ଝିଅମାନେ ସ୍ଵୟଂ ଦେବୀ ଲକ୍ଷ୍ମୀଙ୍କ ସ୍ୱରୂପ ହୋଇଥାନ୍ତି। ଏହି ଝିଅମାନେ ଭାଗ୍ୟବତୀ ହେବା ସହିତ ଏମାନଙ୍କ ମଧ୍ୟରେ ସ୍ୱୟଂ ଦେବୀ ଲକ୍ଷ୍ମୀଙ୍କର ବାସ ହୋଇଥାଏ ବୋଲି ଶାସ୍ତ୍ରରେ କୁହାଯାଇଛି। ଯେଉଁ ଘରେ ଝିଅଟିଏ ଜନ୍ମ ହୋଇଥାଏ, ସମସ୍ତେ ଘରକୁ ଲକ୍ଷ୍ମୀ ଆସିଛନ୍ତି ବୋଲି କହିଥାନ୍ତି।

ଶାସ୍ତ୍ର ଅନୁସାରେ ଝିଅମାନେ ଜନ୍ମ ହେଲେ ଘରେ ସୁଖଶାନ୍ତି ଏବଂ ଧନଧାନ୍ୟ ବୃଦ୍ଧି ହୋଇଥାଏ ବୋଲି କୁହାଯାଇଛି। ଏହାସହିତ ଶାସ୍ତ୍ରରେ ଝିଅମାନଙ୍କର ଜନ୍ମ ସହିତ ସେମାନଙ୍କର ଜନ୍ମ ମାସ ମଧ୍ୟ ବହୁତ ଶୁଭ ଅଟେ ବୋଲି କୁହାଯାଇଛି। ଏହି ଶୁଭ ମାସର ଜନ୍ମ ହୋଇଥିବା ଝିଅମାନେ ବହୁତ ଭାଗ୍ୟଶାଳୀ ହୋଇ ଥାଆନ୍ତି ଏବଂ ଏମାନେ ଦେବୀ ଲକ୍ଷ୍ମୀଙ୍କ ସ୍ୱରୂପ ବୋଲି କୁହାଯାଏ। ତେବେ ଆସନ୍ତୁ ଜାଣିବା କେଉଁ ମାସରେ ଝିଅମାନେ ଜନ୍ମ ହେଲେ ସୌଭାଗ୍ୟବତୀ ହୋଇଥାନ୍ତି।

୧/ ଫେବୃଆରୀ ମାସ:-

ଏହି ମାସରେ ଜନ୍ମ ହୋଇଥିବା ଝିଅମାନେ ସ୍ୱଭାବରୁ ବହୁତ ବିନମ୍ର ଏବଂ ବୁଦ୍ଧିମତୀ ହୋଇଥାଆନ୍ତି। ଏହି ଝିଅମାନେ ବିବାହ ପରେ ନିଜ ପରିବାରକୁ ଖୁସିରେ ରଖିଥାନ୍ତି। ଏମାନଙ୍କ ଯୋଗୁଁ ପରିବାର ଲୋକଙ୍କର ଉନ୍ନତି ଏବଂ ସମ୍ମାନ ବୃଦ୍ଧି ହୋଇଥାଏ।

୨/ ଏପ୍ରିଲ ମାସ:-

ଏହି ମାସରେ ଜନ୍ମ ହୋଇଥିବା ଝିଅମାନଙ୍କୁ ସାକ୍ଷାତ ଦେବୀ ଲକ୍ଷ୍ମୀଙ୍କ ସ୍ୱରୂପ ବୋଲି କୁହାଯାଏ। ଏହି ଝିଅମାନେ ବିବାହ ପରେ, ତାଙ୍କ ଶାଶୂଘର ଲୋକଙ୍କର ଉନ୍ନତି ହୋଇଥାଏ।ଏମାନେ ସର୍ବଦା ଖୁସିରେ ରହିଥାନ୍ତି।ସବୁ କ୍ଷେତ୍ରରେ ଏମାନଙ୍କୁ ସଫଳତା ମିଳିଥାଏ।

୩/ ଜୁନ ମାସ:-

ଏହି ମାସରେ ଜନ୍ମ ହୋଇଥିବା ଝିଅମାନେ ବହୁତ ଗୁଣବତୀ ଏବଂ ଭାଗ୍ୟଶାଳୀ ହୋଇ ଥାଆନ୍ତି।ଏମାନେ ନିଜ ଦାୟିତ୍ଵକୁ ସର୍ବଦା ନିଷ୍ଠାର ସହିତ ତୁଲାଇ ଥାଆନ୍ତି। ଏହି ଝିଅମାନେ ଖୁବ୍ ପରିଶ୍ରମୀ ମଧ୍ୟ ଥାଆନ୍ତି। ଏମାନଙ୍କ ଯୋଗୁଁ ପରିବାରରେ ସବୁ ସମସ୍ୟା ଦୂର ହୋଇଯାଏ। ତେଣୁ ଏମାନଙ୍କୁ ଦେବୀ ଲକ୍ଷ୍ମୀଙ୍କ ସ୍ୱରୂପ ବୋଲି କୁହାଯାଏ।

୪/ସେପ୍ଟେମ୍ବର ମାସ:-

ଏହି ମାସରେ ଜନ୍ମ ହୋଇଥିବା ଝିଅମାନେ ବହୁତ ସୁନ୍ଦରୀ ହେବା ସହିତ ଭାଗ୍ୟଶାଳୀ ମଧ୍ୟ ହୋଇ ଥାଆନ୍ତି।ଏହି ଝିଅମାନଙ୍କର ଗ୍ରହ ଚଳନ ଯୋଗୁଁ ଏମାନେ ବହୁତ ଧନୀ ମଧ୍ୟ ହୋଇ ଥାଆନ୍ତି।ଏମାନେ ନିଜର ଭାଗ୍ୟ ବଳରେ ସବୁକିଛି ହାସଲ କରିଥାନ୍ତି। ଶାଶୂଘରେ ଏମାନଙ୍କୁ ବହୁତ ସ୍ନେହ ଓ ଭଲ ପାଇବା ମିଳିଥାଏ। ଏମାନେ ଯେଉଁଠାରେ ରହିଥାନ୍ତି, ସେଠାକାର ମାହୋଲ ସକାରାତ୍ମକ ହୋଇଯାଏ।

ତେବେ, ବନ୍ଧୁଗଣ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା, ତାହେଲେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଶ୍ଚିତ ଭାବରେ ସମସ୍ତଙ୍କୁ ସେୟାର କରନ୍ତୁ। ଆଗକୁ ଆମ ସହିତ ରହିବା ପାଇଁ ଆମ ଫେସବୁକ ପେଜକୁ ଲାଇକ କରନ୍ତୁ। ଧନ୍ୟବାଦ୍!

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *