Excuse Me Odisha

ଯାହା କହିବୁ ସତ କହିବୁ

୨୦୨୨ରେ ଏହି ୩ ଗୋଟି ରାଶିର ଲୋକେ ହୋଇ ଯାଆନ୍ତୁ ସାବଧାନ। ଶନିଦେବଙ୍କର ବକ୍ରଦୃଷ୍ଟି ପଡ଼ିବାକୁ ଯାଉଛି।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ପୋର୍ଟାଲକୁ ବହୁତ ସ୍ଵାଗତ ଜଣାଉଛୁ। ଆଜି ଆମେ ଏହି ଲେଖାରେ ରାଶିଚକ୍ରରେ ଥିବା ରାଶିଫଳ ବିଷୟରେ କିଛି ବିଶେଷ ତଥ୍ୟ ବିଷୟରେ ଜାଣିବା।ତାହେଲେ ସମ୍ପୂର୍ଣ୍ଣ ତଥ୍ୟ ଗୁଡ଼ିକ ଜାଣିବା ପାଇଁ ଏହି ଲେଖାକୁ ପ୍ରଥୁମରୁ ଶେଷ ପର୍ଯ୍ୟନ୍ତ ପୁରାପୁରି ପଢନ୍ତୁ। ଜ୍ୟୋତିଷ ମାନଙ୍କ ମତରେ ୨୦୨୨ ମସିହାରେ ଭଗବାନ ଶନିଙ୍କର ରାଶି ପରିବର୍ତ୍ତନ ହେବାକୁ ଯାଉଛି।ଭଗବାନ ଶନି ପ୍ରାୟତଃ ୨୯ ବର୍ଷ ପରେ ଆସନ୍ତା ଏପ୍ରିଲ ମାସ ୨୯ ତାରିଖରେ ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି।

ଅନ୍ୟ ସମସ୍ତ ଗ୍ରହ ମାନଙ୍କ ଅପେକ୍ଷା ଶନି ଗ୍ରହ ଧୀରେ ଧୀରେ ଚଳନ କରିଥାନ୍ତି ଏବଂ ପ୍ରତି ଅଢେଇ ବର୍ଷରେ ସେ ନିଜର ସ୍ଥାନ ପରିବର୍ତ୍ତନ କରିଥାନ୍ତି।ଭଗବାନ ଶନିଦେବ ୨୦୨୨ ମସିହାର ଏପ୍ରିଲ ମାସରେ ମକର ରାଶିରୁ କୁମ୍ଭ ରାଶିକୁ ଗୋଚର କରିବେ।ଏହି ଗୋଚର ଯୋଗୁଁ କିଛି ରାଶିର ଲୋକେ ପ୍ରଭାବିତ ହେବେ।ଏହାସହିତ କିଛି ରାଶିରେ ମହାଦଶା ଆରମ୍ଭ ହେବ ଏବଂ ଆଉକିଛି ରାଶିରେ ମହାଦଶା ଶେଷ ହୋଇଯିବ। ୨୦୨୨ରେ ଭଗବାନ ଶନିଦେବଙ୍କର ଏହି ରାଶି ପରିବର୍ତ୍ତନ ଯୋଗୁଁ କେଉଁସବୁ ରାଶିର ଲୋକଙ୍କ ପାଇଁ ଶୁଭ ବା ଅଶୁଭ ହେବ, ଆସନ୍ତୁ ଜାଣିବା।

ମୀନ ରାଶି:- ଭଗବାନ ଶନିଦେବ କୁମ୍ଭ ରାଶିରେ ଗୋଚର କରିବା ଦ୍ଵାରା, ଏହାର ପ୍ରଭାବ ମୀନ ରାଶିର ଲୋକଙ୍କ ପାଇଁ ଶୁଭ ସାବ୍ୟସ୍ତ ହେବ। ଶନି ସାଢ଼େସାତୀର ତିନୋଟି ଚରଣ ରହିଥାଏ।ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଶନି ସାଢ଼େସାତୀର ପ୍ରଥମ ଚରଣ ସବୁଠାରୁ ପ୍ରଭାବଶାଳୀ ଅଟେ।ଏଥିପାଇଁ ଆପଣ ମାନଙ୍କୁ ଧ୍ୟାନ ରଖିବା ଉଚିତ। ଦାନ ପୁଣ୍ୟ କାର୍ଯ୍ୟ କରନ୍ତୁ। ଯାତ୍ରା ସମୟରେ ସାବଧାନ ରୁହନ୍ତୁ। କୌଣସି ଅଯଥା ବିବାଦରେ ସାମିଲ ହୁଅନ୍ତୁ ନାହିଁ।

ବିଛା ରାଶି:- ଭଗବାନ ଶନିଙ୍କର କୁମ୍ଭ ରାଶିରେ ପ୍ରବେଶ କରିବା ଏହି ରାଶିର ଲୋକମାନଙ୍କ ପାଇଁ ଶୁଭ ସାବ୍ୟସ୍ତ ହେବ। ଭାଗ୍ୟରେ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିବ। ଆପଣଙ୍କର ସମସ୍ତ ସଙ୍କଟ ଦୂର ହୋଇଯିବ।ଅବିବାହିତ ଲୋକଙ୍କ ପାଇଁ ଏହି ସମୟରେ ବିବାହର ପ୍ରସ୍ତାବ ଆସିପାରେ।

କର୍କଟ ରାଶି:- ଭଗବାନ ଶନିଦେବଙ୍କର ରାଶି ପରିବର୍ତ୍ତନ କାରଣରୁ ଏହି ରାଶିର ଲୋକଙ୍କ ଜୀବନରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିବ।ଆପଣ ମାନଙ୍କର ଅଟକି ରହିଥିବା ସମସ୍ତ କାର୍ଯ୍ୟ ସମ୍ପନ୍ନ ହେବ।ଘରର ଆର୍ଥିକ ସଙ୍କଟ ଦେଖା ଦେଇପାରେ। କିନ୍ତୁ ଆପଣଙ୍କୁ ବିଶେଷ ଭାବରେ ସାବଧାନ ରହିବା ଉଚିତ। ଶନିଙ୍କ କୋପରୁ ବଞ୍ଚିତ ହେବାକୁ ଚାହୁଁଥିଲେ, ଆପଣ ପ୍ରତ୍ୟେକଦିନ ହନୁମାନ ଚାଲିଶା ପାଠ କରନ୍ତୁ ଏବଂ ପ୍ରଭୁ ହନୁମାନଙ୍କୁ ପୂଜାର୍ଚ୍ଚନା କରନ୍ତୁ। ଦେଖିବେ ଏଭଳି କରିବା ଦ୍ୱାରା ନିଶ୍ଚିତ ଭାବରେ ଆପଣଙ୍କୁ ସୁଫଳ ମିଳିବ।

ତେବେ ଏହି ପୋଷ୍ଟଟିକୁ ନିଶ୍ଚିତ ଭାବରେ ସମସ୍ତଙ୍କୁ ସେୟାର କରନ୍ତୁ। ଆଗକୁ ଆମ ସହିତ ରହିବା ପାଇଁ ଆମ ଫେସବୁକ ପେଜକୁ ଲାଇକ କରନ୍ତୁ। ଧନ୍ୟବାଦ୍!

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *