Excuse Me Odisha

ଯାହା କହିବୁ ସତ କହିବୁ

ସମସ୍ତ ମନସ୍କାମନା ହୋଇଯିବ ପୂର୍ଣ,ବାସ ତୁଳସୀ ତଳେ ଚୁପଚାପ ରଖିଦିଅନ୍ତୁ ଏହି ଗୋଟିଏ ଜିନିଷ !

ସେୟାର୍ କରନ୍ତୁ

ବନ୍ଧୁଗଣ ତୁଳସୀ ଗଛ ସମସ୍ତଙ୍କ ଘର ଅଗଣାରେ ଥାଏ। କିନ୍ତୁ ସନ୍ତାନ ଧର୍ମରେ ତୁଳସୀ ଗଛ ପୂଜନୀୟ ଅଟେ। ତୁଳସୀ ଗଛ ଆପଣଙ୍କ ଭାଗ୍ୟକୁ ଚମକାଇ ଥାଏ। ଘରର ବାସ୍ତୁଦୋଷକୁ ବି ସମାପ୍ତ କରିଥାଏ। ଏମିତି କୁହାଯାଏ ଯେ ତୁଳସୀ ଗଛ ଘରକୁ ଆଉଥିବା ବିପଦକୁ ପୂର୍ବରୁ ହିଁ ସୂଚନା ଦେଇଥାଏ। ଏହା ବାସ୍ତୁ ଠିକ କରିବା ସହିତ ଭଗବାନ ଶ୍ରୀହରିଙ୍କ ପ୍ରିୟ ବି ହୋଇଥାଏ ତୁଳସୀ। କାହିଁକିନା ସେ ସର୍ବଦା ତାଙ୍କ ମୁଣ୍ଡ ଉପରେ ଥାଏ।

ଯେବେବି ଆପଣ ଶ୍ରୀହରିଙ୍କ ପୂଜା କରନ୍ତି ତୁଳସୀ ଗଛକୁ ଖାସ କରି ତାଙ୍କୁ ଅର୍ପଣ କରନ୍ତି ତ ଭୁଲରେ ବି ତାଙ୍କ ଚରଣରେ ରଖିବେ ନାହିଁ। କାରଣ ଚରଣରେ ମା ଲକ୍ଷ୍ମୀ ଥାନ୍ତି ତାଙ୍କ ଚରଣ ଦବେଇ ଥାନ୍ତି। ଆମର ଶାସ୍ତ୍ର ଅନୁସାରେ ପ୍ରତିଦିନ ଯଦି ତୁଳସୀ ପତ୍ରକୁ ଭଗବାନ ଶ୍ରୀକୃଷ୍ଣଙ୍କୁ ଅର୍ପଣ କରାଯାଇ ତାର ସେବନ କରାଯାଏ ତ ଭାଗ୍ୟ ଉଦୟ ହୋଇଥାଏ। କୁଣ୍ଡଳୀରେ ସବୁ ଗ୍ରହ ଠିକ ହୋଇଯାଏ। ସ୍ୱାସ୍ଥ୍ୟ ଭଲ ରହିଥାଏ ଏବଂ ନର୍କରୁ ମୁକ୍ତି ବି ମିଳିଥାଏ। ତନ୍ତ୍ର ଶାସ୍ତ୍ରରେ ତୁଳସୀର କିଛି ଚମତ୍କାରୀ ଉପାୟ ଅଛି। ଆସନ୍ତୁ ଆଜି ସେହି ବିଷୟରେ ଜାଣିବା। ତୁଳସୀ ଘରର ସୁଖ ଶାନ୍ତି ଆଣିଥାଏ। ସୌଭାଗ୍ୟ ବଢାଇଥାଏ।

କେବେ କେବେ ଧନର ସମସ୍ୟା ବହୁତ ଚିନ୍ତିତ କରିଥାଏ ତନ୍ତ୍ର ଶାସ୍ତ୍ର କହିଥାଏ କି ତୁଳସୀର ସମ୍ବଦ୍ଧ ମଙ୍ଗଳ ଗ୍ରହ ସହିତ ଅଟେ। ଏଥିପାଇଁ ସର୍ବଦା ନିଜର ପର୍ସରେ ଆଲମାରୀରେ ତୁଳସୀର ଗୋଟିଏ ପତ୍ର ନିଶ୍ଚୟ ରଖନ୍ତୁ। ୮ ଦିନକୁ ଥରେ ଏହାକୁ ଚେଞ୍ଜ କରିପାରିବେ। ତୁଳସୀ ପତ୍ର ଟଙ୍କାକୁ ନିଜ ଆଡକୁ ଆକର୍ଷିତ କରିଥାଏ। ଯେଉଁଠି ଆପଣ ଟଙ୍କା ରଖୁଛନ୍ତି ସେହି ଜାଗାରେ ଆପଣ ତୁଳସୀର ପତ୍ର ରଖିଦିଅନ୍ତୁ। ଏମିତି କଲେ କେବେବି ଧନର କମି ହୋଇନଥାଏ।

ଅନେକ ଥର ବ୍ୟବସାୟରେ ସଫଳତା ମିଳିନଥାଏ। ତ ଏପରି ପରିସ୍ଥିତିରେ ତୁଳସୀର ପତ୍ରକୁ ୨ ରୁ ୩ ଦିନ ପାଣିରେ ରଖନ୍ତୁ ଏବଂ ଏହି ପାଣିକୁ ନିଜର ଦୁକାନ ଫେକ୍ଟ୍ରି ବ୍ୟବସାୟ କବାଟ ଉପରେ ଛିଞ୍ଚି ଦିଅନ୍ତୁ। ଆଉ ଯେତିକି ତୁଳସୀ ଏବଂ ପାଣି ଥିବ ଏହାକୁ କୌଣସି ଗଛ ମୂଳରେ ଢାଳି ଦିଅନ୍ତୁ। ଆପଣଙ୍କ ବ୍ୟବସାୟର ମନ୍ଦତା ଦୂର ହେବ। ଗ୍ରାହକ ଆପେ ଆପେ ଆସିବେ।

ଯଦି ଆପଣ ଚାହାଁନ୍ତି ଧନ ବୃଦ୍ଧି ହେବ ସୁଖ ବୃଦ୍ଧି ହେବ ତେବେ ଗୋଟିଏ କାମ କରନ୍ତୁ। ଆପଣ କୌଣସି ବି ଶନିବାର ଦିନ ଯେବେବି ଗହମ ପେଶୁ ଥିବେ ସେଥିରେ କଳାଜିରା ଏବଂ ତୁଳସୀ ପତ୍ରକୁ ପକେଇ ପେଶୀ ଦିଅନ୍ତୁ। ଯଦି ଆପଣ କିଣା ଅଟା ଖାଉଛନ୍ତି ତ ସେଥିରେ ତୁଳସୀ ପତ୍ରକୁ ଶୁଖାଇ ତାକୁ ଗୁଣ୍ଡ କରି ସେଥିରେ ମିଶେଇ ଦିଅନ୍ତୁ। ଯଦି ପାରିବେ କେଶରର ୨ ଟି ଦାନା ପକେଇ ପାରିବେ। ସୁଖ ସମୃଦ୍ଧି ଧନ ବୃଦ୍ଧି ହୋଇଥାଏ।

ଅନେକ ଥର ଆପଣଙ୍କୁ ଚାକିରୀ ଚାଲିଯିବାର ଡର ଥାଏ। କିମ୍ବା ଆପଣଙ୍କୁ ଲାଗେ କି ଆପଣଙ୍କ ଅଫିସରେ ଆପଣଙ୍କୁ କେହି ବୁଝି ପାରୁନାହାନ୍ତି। ବହୁତ ପ୍ରକାରର ସମସ୍ୟା ଅଛି ତେବେ ଗୋଟିଏ କାମ କରନ୍ତୁ କୌଣସି ବି ଗୁରୁବାର ଦିନ କିମ୍ବା ଏକାଦଶୀ ଦିନ ତୁଳସୀ ଗଛର ମଞ୍ଜିକୁ ହଳଦିଆ କପଡ଼ାରେ ବାନ୍ଧି ନିଜର କାର୍ଯ୍ୟ ସ୍ଥଳରେ ରଖିଦିଅନ୍ତୁ। ଆପଣ ଚାହିଁଲେ ଧଳା କପଡ଼ାରେ ବି ବାନ୍ଧି ମାଟିରେ ପୋତି ପାରିବେ। ଏମିତି କଲେ ଚାକିରୀ ସମସ୍ୟା ଦୂର ହୋଇଯିବ।

ଯଦି ଆପଣ ଚାହାନ୍ତି ଘର ପରିବାରରେ ସୁଖ ବନି ରହୁ ଶାନ୍ତି ବନି ରହୁ ଏଥିପାଇଁ ନିଜର କିଚେନରେ ୨ ରୁ ୩ ଟି ତୁଳସୀ ପତ୍ର ନିଶ୍ଚୟ ରଖନ୍ତୁ। କୁହାଯାଏ କି ଯଦି ରୋଷେଇ ଘରେ ତୁଳସୀ ପତ୍ରକୁ ରଖନ୍ତି ତେବେ ଘରେ ସୁଖ ଶାନ୍ତି ବନିରହିଥାଏ। ସମସ୍ତଙ୍କର ସ୍ୱାସ୍ଥ୍ୟ ଭଲ ରହିଥାଏ।

ସ୍ନାନ ପାଣିରେ ତୁଳସୀ ପତ୍ର ପକେଇ ସ୍ନାନ କଲେ ଘରର ସଦସ୍ୟଙ୍କର ମଧ୍ୟରେ ପ୍ରେମ ବନି ରହିଥାଏ। ତୁଳସୀ ଗଛ ଘରର ଶାନ୍ତିକୁ ବୃଦ୍ଧି କରିଥାଏ।

ନଜର ଦୋଷରୁ ବଞ୍ଚିତ ପାଇଁ ୭ ଟି ତୁଳସୀ ପତ୍ର ୭ ଟି ନାଲି ଲଙ୍କା ହାତକୁ ନିଅନ୍ତୁ ଯେଉଁ ବ୍ୟକ୍ତି ନଜର ଦୋଷରେ ପୀଡିତ ଥିବ ତା ଉପରେ ତଳୁ ଉପରକୁ ୨୧ ଥର ବୁଲାଇ କୁହନ୍ତୁ ଓଁ ନମଃ ଭଗବତେ ବାସୁଦେବାୟ କୁହନ୍ତୁ ଏବଂ ଏହା ପରେ ସେହି ଲୋକଙ୍କୁ ସେହି ଲଙ୍କା ଖାଇବାକୁ ଦେଇଦିଅନ୍ତୁ ଆଉ ତୁଳସୀ ପତ୍ରକୁ କାଢ଼ି ନିଅନ୍ତୁ। ଯଦି ଛୋଟ ପିଲା ତାହେଲେ ତାର ମୁହଁରେ ତାକୁ ଚବେଇ ମାଟିରେ ଫୋପାଡ଼ି ଦେବାକୁ କୁହନ୍ତୁ। ଏହାପରେ ଏହାକୁ ଢାଙ୍କି ଦିଅନ୍ତୁ। ଏମିତି କଲେ ଆପଣଙ୍କ କଷ୍ଟ ଦୂର ହୋଇଯିବ। ନେଗେଟିଭ ଏନର୍ଜୀ ଶେଷ ହୋଇଯାଇଥାଏ

ତୁଳସୀ ଗଛ ତଳେ ମଧ୍ୟ ଖାସ ତୁଟକା କରାଯାଏ। ଏମିତି କରିଲେ ଆପଣଙ୍କ ଜୀବନରେ ସମସ୍ୟା ଦୂର ହୋଇଥାଏ ଏବଂ ଆପଣଙ୍କ ମନ କାମନା ଶୀଘ୍ର ଦୂର ହୋଇଥାଏ।

ଯେଉଁଠି ତୁଳସୀ ଗଛ ଉପରେ ପ୍ରତିଦିନ ଜଳ ପଡ଼ିଥାଏ ସେଠାରେ ଶାନ୍ତି ସୌଭାଗ୍ୟ ବୃଦ୍ଧି ହୋଇଥାଏ। ଧନର କମି ହୋଇନଥାଏ। ଏବଂ ଜୀବନରେ ସମସ୍ୟା ଶାନ୍ତ ହୋଇଯାଏ। ଘର ପରିବାର ଉପରେ ମା ଲକ୍ଷ୍ମୀଙ୍କ କୃପା ବନି ରହିଥାଏ।ଦହି ସହିତ ଚିନି ମିଶେଇ ତୁଳସୀ ପତ୍ରର ସେବନ କଲେ ପ୍ରତିଦିନ ଆପଣଙ୍କ ଭାଗ୍ୟ ଉଦୟ ହୋଇଥାଏ।

ଯଦି ଆପଣଙ୍କର କୌଣସି ମନକାମନା ଅଛି ଲମ୍ବା ସମୟରୁ ପୁରା ହୋଇ ନାହିଁ କିମ୍ବା ଆପଣଙ୍କ ପିତୃଦୋଷ ଆପଣଙ୍କୁ ହୋଇରାଣ କରୁଛି ତେବେ ୫ ଟି ଦାନା କଳା ତିଳ ନିଅନ୍ତୁ ଆଉ ନିଜ ଜୀବନରେ ଯେଉଁ ପିତୃଦୋଷ ଥିବ ଯେଉଁ କାରଣରୁ ଆପଣ ଉନ୍ନତି କରି ପାରୁନାହାନ୍ତି ଯେଉଁ ସମସ୍ୟା ଅଛି ଆପଣ ଭଗବାନଙ୍କୁ ପ୍ରାର୍ଥନା କରନ୍ତୁ ତାହା ଦୂର ହୋଇଯାଉ ଆଉ ତୁଳସୀ ଗଛ ମାଟିରେ ପୋତି ଦିଅନ୍ତୁ। ଏହି ପ୍ରୟୋଗ ଆପଣ କୌଣସି ଗୁରୁବାର କିମ୍ବା ଏକାଦଶୀ ଦିନ କରିବେ।

ଯଦି ଆପଣଙ୍କର କୌଣସି ଇଛା ଅଛି ଲମ୍ବା ସମୟରୁ ପୁରା ହୋଇପାରୁନାହିଁ ତେବେ ଆପଣ ଗୋଟିଏ ତୁଳସୀ ପତ୍ର ନିଅନ୍ତୁ ଏବଂ ଆଉ ଗୋଟେ ୧ ଟଙ୍କା ନିଅନ୍ତୁ। ନିଜର କାମନା କହି ଏହାକୁ ତୁଳସୀ ଗଛର ମାଟି ତଳେ ପୋତି ଦିଅନ୍ତୁ। ଏମିତି କରିଲେ ଆପଣଙ୍କ କାମନା ଶୀଘ୍ର ପୂରଣ ହୋଇଥାଏ।

ଯଦି ଆପଣ ଚାହାନ୍ତି ମନ ପସନ୍ଦର ସନ୍ତାନ ପ୍ରାପ୍ତ ହେଉ ତ ଯେଉଁ ମାତା ପିତା ତାଙ୍କର ପୁତ୍ର ପୁତ୍ରୀଙ୍କ ଜିଦି ଉପରେ ବି ବହୁତ ଚିନ୍ତିତ ଅଛନ୍ତି ସେମାନେ ବି ମଧ୍ୟ ଆପଣ ନିଜ ଘରର ପୂର୍ବ ଦିଗରେ ତୁଳସୀ ଗଛ ରଖି ୩ଟି ପତ୍ର ନିୟମିତ ଭାବରେ ସନ୍ତାନକୁ ଖୁଆନ୍ତୁ। ସନ୍ତାନ ଆଜ୍ଞାକାରୀ ହୋଇଯିବ। ଆଉ ଯଦି ଆପଣ ନିଜେ ଖାଇବେ ତ ସନ୍ତାନ ଶୀଘ୍ର ପ୍ରାପ୍ତ ହେବ।

ଝିଅମାନେ ପ୍ରତିଦିନ ତୁଳସୀ ଗଛ ମୂଳରେ ପାଣି ଅର୍ପଣ କଲେ ମନ ପସନ୍ଦର ବର ପାତ୍ର ମିଳିଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *